ମାର୍ଚ୍ଚ ୧୨ ତାରିଖରେ ଦକ୍ଷିଣ ମୁମ୍ବାଇର ଆଜାଦ ମୈଦାନରେ ଏକତ୍ରିତ ହୋଇଥିବା ୪୦,୦୦୦ କୃଷକ ରାଜ୍ୟ ବିଧାନସଭା ଭବନକୁ ଘେରାଉ କରିବାକୁ ଯୋଜନା କରିଥିଲେ। ମାର୍ଚ୍ଚ ୬ରୁ ନାସିକରୁ ଆରମ୍ଭ ହୋଇଥିବା ଏକ ସପ୍ତାହ ବ୍ୟାପୀ ପଦଯାତ୍ରା ପରେ ବିଧାନସଭା ଭବନର ଘେରାଉ ଆନ୍ଦୋଳନର ଶେଷ ପର୍ଯ୍ୟାୟ ଥିଲା। କିନ୍ତୁ ରାଜ୍ୟ ସରକାର ମୋର୍ଚ୍ଚାକୁ ମିଳୁଥିବା ସମର୍ଥନର ଗଭୀରତା ଓ ମାତ୍ରାକୁ ଯେପରି ଜାଣିପାରିଲେ ଏବଂ ମାର୍ଚ୍ଚ ୧୨ ତାରିଖ ଅପରାହ୍ନରେ ବୁଝାମଣା କରିବାକୁ ପ୍ରସ୍ତାବ ଦେଲେ।
ଅସହ୍ୟ ଗରମରେ ଚାଲିବା ଯୋଗୁ ଚାଷୀମାନେ କ୍ଲାନ୍ତ ହୋଇପଡ଼ିଥିଲେ(କୃଷିକ୍ଷେତ ଏବଂ ଜଙ୍ଗଲରୁ ମୁମ୍ବାଇକୁ ଦୀର୍ଘ ପଦଯାତ୍ରା ଏବଂ ଦୀର୍ଘ ଯାତ୍ରା: ଅବସନ୍ନ ପାଦ ଅଦମ୍ୟ ସ୍ପୃହାକୁ ଦେଖନ୍ତୁ), କିଛି ଜଣ କ୍ୟାମେରାର ଫୋକସ୍ ଯୋଗୁ ବିରକ୍ତ ହୋଇପଡ଼ିଥିଲେ-ଏବଂ ସେମାନେ ମଧ୍ୟ ଅନିଶ୍ଚିତ ଓ ଉତ୍ସୁକ ଥିଲେ। ସେହି ପଦଯାତ୍ରାର ଆୟୋଜକ ଥିବା ଅଖିଳ ଭାରତୀୟ କିଷାନ ସଭାର ନେତା ଓ ରାଜ୍ୟ ସରକାରଙ୍କ ପ୍ରତିନିଧିମଣ୍ଡଳ ମଧ୍ୟରେ ୪ ଘଣ୍ଟାର ବୈଠକ ମଧ୍ୟରେ ସେମାନଙ୍କ ମଧ୍ୟରୁ ଅନେକ ମୋତେ କହିଲେ ଦେଖିବା କ’ଣ ହେଉଛି। ମନ୍ତ୍ରାଳୟରେ ବୈଠକ ଚାଲିଥିବା ସମୟରେ ଚାଷୀମାନେ ୧୨.୩୦ରୁ ୪.୩୦ ମିନିଟ୍ ପର୍ଯ୍ୟନ୍ତ ଧୈର୍ଯ୍ୟର ସହିତ ଅପେକ୍ଷା କରିଥିଲେ।
କିଷାନ ସଭାର ସାଧାରଣ ସଂପାଦକ ଅଜିତ ନାୱଲେ, ସଭାପତି ଅଶୋକ ଧୱାଲେ ଏବଂ ନାସିକ ଜିଲ୍ଲାର ସୁର୍ଗାନ ତାଲୁକରୁ ବିଧାୟକ ଥିବା ଜି.ପି ଗାଭିତଙ୍କ ସହିତ ଏକ ୧୧ ଜଣିଆ କୃଷକ ନେତାଙ୍କ ପ୍ରତିନିଧିମଣ୍ଡଳ ସେମାନଙ୍କର ଦାବିକୁ ନେଇ ଏକ ଛଅ ସଦସ୍ୟବିଶିଷ୍ଟ ସରକାରୀ ପ୍ୟାନେଲକୁ ସାକ୍ଷାତ କଲେ।



