ବିଡ୍: ସେ ତାଙ୍କ ଗାଁରେ “ବୋରୱେଲ ମଣିଷ’’ ଭାବେ ବେଶ୍ ଜଣାଶୁଣା। ଆସ୍ଥି ତାଲୁକରେ ସମସ୍ତେ ପ୍ରାୟ ବିଶ୍ୱମ୍ବର ଜଗତାପଙ୍କ ଘରକୁ ରାସ୍ତା ଜାଣିଛନ୍ତି। ଚାଷୀ ଜଗତାପ ଏବେ ସ୍ଥାନୀୟ ଅଞ୍ଚଳର ଜଣେ ସେଲିବ୍ରିଟି ଭାବେ ପରିଗଣିତ ହେଉଛନ୍ତି। ଡାଳିମ୍ବ ଚାଷୀ ବିଶ୍ୱମ୍ବର ଜଗତାପ ତାଙ୍କ ଜମିରେ ୪୮ଟି ବୋରୱେଲ ଖୋଳିଛନ୍ତି।
କେତେକ ବୋରୱେଲର ଗଭୀରତା ହଜାରେ ମିଟରରୁ ବି ଅଧିକ। ଯାହା ମୁମ୍ବାଇର ୬୦ ମହଲା ବିଶିଷ୍ଟ ସ୍କାଇରାପର୍ସର ଦୈର୍ଘ୍ୟରୁ ବି ଅଧିକ।
“ଚଳିତ ବର୍ଷ ମୁଁ ମାତ୍ର ଗୋଟିଏ ବୋରୱେଲ ଖୋଳିଛି”, ବେଶ ମଜାଳିଆ ଭାବେ କହିଛନ୍ତି ଜଗତାପ। ସେ ଅଞ୍ଚଳରେ ଜଗତାପଙ୍କର ସବୁଠାରୁ ଅଧିକ ଜମି ରହିଛି, ସେଥିରୁ କେବଳ ଗୋଟିଏ ଜମି ୧୮ଏକର।
କିପରି ବୃଷ୍ଟିବିହୀନ ଜମିକୁ ଜଳସେଚିତ କରିପାରିବେ ସେଥିପାଇଁ ଜଗତାପ ୨୦୦୫ରୁ ବୋରୱେଲ ଖୋଳିଆସୁଛନ୍ତି। କିନ୍ତୁ ଗୋଟିଏ ଭୂତଳ ଜଳଉତ୍ସରେ ବୋରୱେଲ ପଡ଼ିଯାଉଥିବାରୁ ସେଥିମଧ୍ୟରୁ କେତେକ ମାତ୍ର କେଇମାସ ଭିତରେ ଅଚଳ ହୋଇପଡ଼ିଛି। ‘ ୪୮ଟି ବୋରୱେଲରୁ ମାତ୍ର ୧୫ଟି କାମ କରୁଛି ବୋଲି’’, ସେ ମାନିଛନ୍ତି।
ବୋରୱେଲ ଖୋଳିବା ପାଇଁ ଜଗତାପ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ଦକ୍ଷିଣ ଭାରତର ବୋରୱେଲ ଖୋଳୁଥିବା ସଂସ୍ଥା ଗୋଟିଏ ବୋରୱେଲ ଖୋଳିବା ପାଇଁ ଅତି କମରେ ୭୫,୦୦୦ ଟଙ୍କା ନେଉଛନ୍ତି। ଯେତେ ଅଧିକ ଗଭୀରର ବୋରୱେଲ ଖୋଳାଯିବ ସେତେ ଅଧିକ ଟଙ୍କା ଲାଗିବ ବୋଲି ସେ କହିଛନ୍ତି।
ଜଳଉତ୍ସ ଠାବ କରିବା ପାଇଁ ସେ ସ୍ଥାନୀୟ ଅଞ୍ଚଳର ପୂଜକଙ୍କ ଉପରେ ନିର୍ଭର କରନ୍ତି। ସେଥିପାଇଁ ସ୍ୱତନ୍ତ୍ର ପୂଜାର୍ଚ୍ଚନା ରହିଛି। ଯେଉଁଥିରେ ଏକ ନଡ଼ିଆ ଘୁରିଥାଏ, ନଡ଼ିଆ ଯେଉଁଆଡ଼କୁ ଘୁରେ ସେହିପଟରେ ଜଳ ଉତ୍ସ ଥାଏ ବୋଲି ବିଶ୍ୱାସ ରହିଛି। “ନଡ଼ିଆ ଘୁରିବାର ମୁଁ ନିଜ ଆଖିରେ ଥରେ ଦେଖିଛି। କିନ୍ତୁ ସେଠାରେ ପାଣି ନଥାଏ ବୋଲି”, ସେ ନିଜେ ମାନିଛନ୍ତି।
ଭୂତଳ ଜଳପତ୍ତନ ହ୍ରାସ ପାଉଛି
ଜଳସମସ୍ୟା ଯୋଗୁଁ ହଜାର ହଜାର ଲୋକ ବୋରୱେଲ ଉପରେ ନିର୍ଭର କରୁଛନ୍ତି। ଅନିୟନ୍ତ୍ରିତ ବୋରୱେଲ ଖନନ ଓ ଭୂତଳ ଜଳ ବ୍ୟବହାର ଯୋଗୁଁ ପରିବେଶ ସଂକଟରେ ପଡ଼ିବାରେ ଲାଗିଛି। ମରାଠୱାଡ଼ାର ୭୬ ତାଲୁକରୁ ୬୧ଟି ତାଲୁକରେ ଭୂତଳ ଜଳସ୍ତର ଗତ ୫ ବର୍ଷ ଭିତରେ ଖସିବାରେ ଲାଗିଛି। ୨୫ଟି ତାଲୁକରେ ଜଳସ୍ତର ୨ ମିଟର ହ୍ରାସ ପାଇଥିବା ସୂଚନା ମିଳିଛି।
ରାଜ୍ୟରେ ୨ଲକ୍ଷ ବୋରୱେଲ ଜଳସେଚନ ଉଦ୍ଦେଶ୍ୟରେ ଖୋଳାଯାଇଛି। ୧.୬୯ ବୋରୱେଲ କେବଳ ଘରୋଇ ବ୍ୟବହାର ପାଇଁ ଖୋଳାଯାଇଥିବାର ତଥ୍ୟ ଗ୍ରାଉଣ୍ଡ ୱାଟର ସର୍ଭେ ଆଣ୍ଡ ଡେଭଲପମେଣ୍ଟ ରିପୋର୍ଟ ୨୦୧୧ରୁ ମିଳିଛି।





