ଏହି ଅଞ୍ଚଳରେ କୃଷି ବିପର୍ଯ୍ୟୟ ଏବଂ ଏହାର ଦୁଃଖଦାୟକ ପରିଣାମ ସମ୍ପର୍କରେ କ୍ରମବର୍ଦ୍ଧିଷ୍ଣୁ ଖବର କାରଣରୁ ୨୦୧୭ ଜାନୁଆରୀରେ କୃଷି, କର୍ମୀ, ସାମାଜିକ କର୍ମୀ, ଛାତ୍ରଛାତ୍ରୀ ଡାକ୍ତର ଏବଂ ଅନ୍ୟମାନଙ୍କୁ ନେଇ ଗଠିତ ପିପୁଲ୍ସ ୟୁନିୟନ ଅଫ୍ ସିଭିଲ ଲିବର୍ଟିଜର ଏକ ଦଳ ଏହି ତ୍ରିକୋଣଭୂମିରେ ଏସବୁ ମୃତ୍ୟୁର କାରଣ ଯାଞ୍ଚ କରିଥିଲେ।
ତିରୁବରୁର ଜିଲ୍ଲାର ମାନାରଗୁଡ଼ିକ ସହରର ଜଣେ ହୃଦ୍ରୋଗ ବିଶେଷଜ୍ଞ ଏବଂ ସାମାଜିକ କର୍ମୀ ଡକ୍ଟର ଭାରତୀ ସେଲ୍ଭାନ କହିଥିଲେ, ‘‘ଆମେ ହଠାତ୍ ମୃତ୍ୟୁର ୫୦ଟି କାରଣ ଏବଂ ଆତ୍ମହତ୍ୟା ଓ ତ୍ରିକୋଣଭୂମିର ତିନୋଟି ଜିଲ୍ଲା ନାଗାପଟ୍ଟିନମ, ତିରୁବରୁର ଏବଂ ତାଞ୍ଜାଭୁରର ରହିଥିବା ପରିସ୍ଥିତି ଅଧ୍ୟୟନ କରିଥିଲୁ।’’
ଡକ୍ଟର ସେଲଭାନ କୁହନ୍ତି, ଏହି ତ୍ରିକୋଣଭୂମିରେ ଆଗରୁ କେବେ ଏହି ଘଟଣା ଦେଖିନଥିଲେ। ସେ କୁହନ୍ତି, ‘‘ମୃତ୍ୟୁବରଣ କରିଥିବା ଅଧିକାଂଶଙ୍କ ମଧ୍ୟରୁ କାହାର ହୃଦ୍ ସମସ୍ୟାର ଇତିହାସ ନଥିଲା; ଅନେକ ଯୁବକ ଥିଲେ। ଆମେ ଚାଷ ଜମି ଏବଂ ପରିବାର ଉପରେ ଏହି ବିପର୍ଯ୍ୟୟକୁ ସଂଯୁକ୍ତ କରିପାରିବା। ଯଦିଓ ସରକାର ଏହା ଗ୍ରହଣ କରନ୍ତି ନାହିଁ, ତଥାପି ହଠାତ୍ ଭାବନାତ୍ମକ ଚାପ ଏବଂ ଆର୍ଥିକ ବିପର୍ଯ୍ୟୟ ଏସବୁ ମୃତ୍ୟୁର କାରଣ ବୋଲି ବିଶ୍ୱାସ କରିବା ପାଇଁ ଆମ ପାଖରେ କାରଣ ରହିଛି।’’ ସେ କୁହନ୍ତି, ‘‘ଏହି ସମସ୍ୟା ଉତ୍କଟ ହେଉଛି ଏବଂ ସରକାରଙ୍କ ଉଦାସୀନତା ମଧ୍ୟ ଜଣାପଡୁଛି।’’
ତାମିଲନାଡୁ ସରକାର ଯଦିଓ କୁହନ୍ତି ଏସବୁ ଘଟଣା ମରୁଡ଼ି ଏବଂ କୃଷି ବିପର୍ଯ୍ୟୟ ସହ ସମ୍ପର୍କିତ ନୁହେଁ, ସରକାର ଏହାକୁ ଘରୋଇ ସମସ୍ୟା ଏବଂ ସ୍ୱାସ୍ଥ୍ୟ ସମସ୍ୟା ଥିବା ଦର୍ଶାନ୍ତି କିମ୍ବା ସେଗୁଡ଼ିକୁ ଏକ ଆକସ୍ମିକ ମୃତ୍ୟୁ ଭାବରେ ଦେଖନ୍ତି। ସ୍ଥାନୀୟ କୃଷକ ଗୋଷ୍ଠୀ ଦ୍ୱାରା କରାଯାଇଥିବା ଆକଳନ ଅନୁଯାୟୀ ୨୦୧୭ ଜାନୁଆରୀରୁ ଜୁନ୍ ମଧ୍ୟରେ ହୃଦଘାତ କାରଣରୁ ୨୦୦ରୁ ଅଧିକ ହଠାତ୍ ମୃତ୍ୟୁ ଘଟିଥିବା ସରକାର ଏହା କହୁଛନ୍ତି।
ଏବଂ ଏଗୁଡ଼ିକ କୃଷକଙ୍କ ଦ୍ୱାରା ହୋଇଥିବା ଆତ୍ମହତ୍ୟା ସହ ହେଉଛି। ୨୦୧୭ ଜାନୁଆରୀ ୫ ତାରିଖରେ ଜାତୀୟ ମାନବାଧିକାର କମିଶନ ପକ୍ଷରୁ ରାଜ୍ୟ ସରକାରଙ୍କୁ ଜାରି କରାଯାଇଥିବା ଏକ ନୋଟିସ ଅନୁଯାୟୀ କେବଳ ୨୦୧୬ ଡିସେମ୍ବର, ଗୋଟିଏ ମାସରେ ୧୦୬ଜଣ କୃଷକ ଆତ୍ମହତ୍ୟା କରିଥିବା ଖବର ମିଳିଛି। ଏନ୍ଏଚ୍ଆର୍ସି ସୂଚିତ କରୁଛି ଯେ, ଏସବୁ ମୃତ୍ୟୁ ମଧ୍ୟରୁ ମୁଖ୍ୟ ଭାଗ କାବେରୀ ତ୍ରିକୋଣଭୂମିର ୮ଟି ଜିଲ୍ଲାରେ ମୁଖ୍ୟ ଭାବରେ ହୋଇଛି ଯାହାର ସମୁଦାୟ ଜନସଂଖ୍ୟା ପ୍ରାୟ ୮ ନିୟୁତ (୨୦୧୧ ଜନଗଣନା)।
ଯଦିଓ ରାଜ୍ୟ ସରକାର ଏ ପର୍ଯ୍ୟନ୍ତ ଏହାକୁ ଅସ୍ୱୀକାର କରୁଛନ୍ତି, ତଥାପି ଏହି ଅଞ୍ଚଳରେ ଏହି ଏମିତି ଏକ କମ୍ ସମୟ ମଧ୍ୟରେ ମାନସିକ ଆଘାତଜନିତ ମୃତ୍ୟୁ ଘଟଣାଗୁଡ଼ିକ ପଛରେ ଦୁର୍ଭିକ୍ଷ ମୁଖ୍ୟ କାରଣ ହୋଇଥିବା ପରି ମନେହେଉଛି। ୨୦୧୭ ମାର୍ଚ୍ଚରେ ସରକାର ନିଜେ ତାମିଲନାଡୁର ୩୨ଟି ଜିଲ୍ଲା ମଧ୍ୟରୁ ୨୧ଟିକୁ ମରୁଡ଼ି ପ୍ରଭାବିତ ବୋଲି ଘୋଷଣା କରିଥିଲେ।
ସ୍ୱାଭାବିକ ଉତ୍ତରପୂର୍ବ ବା ପ୍ରତ୍ୟାବର୍ତ୍ତନ ମୌସୁମୀ ଯାହାକି ତାମିଲନାଡୁ ଉପକୂଳ ଆନ୍ଧ୍ରପ୍ରଦେଶ, ଦକ୍ଷିଣ କର୍ଣ୍ଣାଟକ ଏବଂ କେରଳ ଦେଇ ଅକ୍ଟୋବର ଏବଂ ଡିସେମ୍ବର ମାସରେ ଫେରିଥାଏ, ୨୦୧୬ରେ ଅସଫଳ ହୋଇଥିଲା। ଏହି ମୌସୁମୀ ସାଧାରଣତଃ ଆଠଟି ଜିଲ୍ଲାରେ କାବେରୀ ତ୍ରିକୋଣଭୂମିର ଚାଷୀମାନଙ୍କୁ ଧାନ, ଫସଲ କରିବାରେ ସାହାଯ୍ୟ କରିଥାଏ। ସମୁଦାୟ ତାମିଲନାଡୁ ଭାରତର ଅନ୍ୟ ଯେକୌଣସି ରାଜ୍ୟ ଅପେକ୍ଷା ଶୀତ ଫସଲ ପାଇଁ ଉତ୍ତରପୂର୍ବ ମୌସୁମୀ ଉପରେ ଅଧିକ ନିର୍ଭର କରେ।
ଏହି ଅଞ୍ଚଳର କେତେକ ଜିଲ୍ଲା ବର୍ତ୍ତମାନ ଜୁଲାଇରୁ ସେପ୍ଟେମ୍ବର ମାସରେ ହେଉଥିବା ଦକ୍ଷିଣ ପଶ୍ଚିମ ମୌସୁମୀ ବର୍ଷା ପାଇଛି। କିନ୍ତୁ ୨୦୧୬ରେ ରାଜ୍ୟ ଦକ୍ଷିଣପଶ୍ଚିମ ଏବଂ ଉତ୍ତର ପୂର୍ବ ମୌସୁମୀରେ ୬୦ ପ୍ରତିଶତ ହ୍ରାସ ରେକର୍ଡ କରିଥିଲା। ଉଭୟ ମୌସୁମୀରେ ନିଅଣ୍ଟ କାରଣରୁ ତାମିଲନାଡୁ ଶୀତଦିନିଆ ୨୦୧୬ ଧାନଫସଲ ବୁଣାରେ ୩୦ ପ୍ରତିଶତ ହ୍ରାସ ଏବଂ ଅମଳରେ ୬୦ ପ୍ରତିଶତ ହ୍ରାସକୁ ସାମ୍ନା କରିଥିଲା। ରାଜ୍ୟ ସରକାରଙ୍କ କୃଷି ବିଭାଗ ପକ୍ଷରୁ ଏହି ଆକଳନ କରାଯାଇଥିଲା।