ପଞ୍ଜାବର ସାଙ୍ଗରୁର ଜିଲ୍ଲାରୁ ଏଠାକୁ ଆସିଥିବା ସୁଖଦେବ ସିଂହ କହିଲେ, ‘‘ଚଳିତବର୍ଷ, କୃଷକ ବିରୋଧୀ ଆଇନ ଥିବା ଦସ୍ତାବିଜର ଦହନ ଏଥର ଆମର ଲୋହରି ପର୍ବରେ ଅଗିରା ପାଲଟିଲା ।’’ ଜୀବନର ଷାଠିଏ ଦଶକର ମଧ୍ୟଭାଗରେ ସୁଖଦେବ ସିଂହ ଆଜୀବନ ଚାଷ କାମ କରି ଆସିଛନ୍ତି । ବର୍ତ୍ତମାନ ହରିୟାଣା-ଦିଲ୍ଲୀ ସୀମାରେ ଥିବା ସିଙ୍ଘୁରେ ଆନ୍ଦୋଳନରତ ହଜାର ହଜାର ଚାଷୀଙ୍କ ମଧ୍ୟରୁ ସେ ଜଣେ ।

ସେ ଆହୁରି କହିଲେ ‘‘ନିଶ୍ଚିତ ଭାବେ ଏଥରର ଲୋହରି ଭିନ୍ନ ।’’ ‘‘ସାଧାରଣତଃ, ଆମେ ଆମ ଘରେ ବନ୍ଧୁ, ସମ୍ପର୍କୀୟଙ୍କ ସହ ଏହାକୁ ପାଳନ କରୁ-ଏବଂ ଏହା ଏକ ଆନନ୍ଦ ଉତ୍ସବର ସମୟ । ଏଥର ଆମେ ଆମ ଘର ଓ କୃଷିକ୍ଷେତରୁ ଦୂରରେ ଅଛୁ । ତଥାପି ଆମେ ଏକାଠି ଅଛୁ । ଆଇନ ପ୍ରତ୍ୟାହାର ନ ହେବା ଯାଏଁ ଆମେ ଫେରିବୁ ନାହିଁ, ଏମିତିକି ହୋଇପାରେ ଯେ ବର୍ତ୍ତମାନର ସରକାରର କାର୍ଯ୍ୟକାଳ ଶେଷ ପର୍ଯ୍ୟନ୍ତ ଆମେ ଏଠାରେ ରହିବୁ ।’’

ଲୋକପ୍ରିୟ ଲୋହରି ପର୍ବ ମୂଳତଃ ପଞ୍ଜାବ ଓ ଉତ୍ତର ଭାରତର ଅନ୍ୟ ଭାଗରେ ପାଳନ କରାଯାଏ । ଏହା ମକର ସଂକ୍ରାନ୍ତି (ଦକ୍ଷିଣାୟନ ଶେଷ ହେଉଥିବାବେଳେ ଚନ୍ଦ୍ର ପଞ୍ଜିକାରେ ମାସର ଶେଷ ଦିନ) ପୂର୍ବ ରାତିରେ ପାଳନ କରାଯାଏ ଏବଂ ଏହା ବସନ୍ତ ଋତୁର ଆରମ୍ଭ ଓ ବଡ଼ ଦିନ ଆରମ୍ଭ ହେବାକୁ ଦର୍ଶାଏ । ଲୋକେ ଖୁସି, ସମୃଦ୍ଧି ଏବଂ ଭଲ ଫସଲ ପାଇବା ପାଇଁ ଅଗିରା ଜଳାନ୍ତି ଏବଂ ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ ଗୁଡ଼, ବାଦାମ, ତିଳ ଓ ଅନ୍ୟ ପାରମ୍ପରିକ ଖାଦ୍ୟ ସାମଗ୍ରୀ ଅର୍ପଣ କରନ୍ତି ।

ଚଳିତ ବର୍ଷ ସିଙ୍ଘୁ ସୀମାରେ, ଜାନୁଆରୀ ୧୩ ତାରିଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିବା ରାସ୍ତାର ବିଭିନ୍ନ ସ୍ଥାନରେ ଅଗିରା ଜଳାଇ ଲୋହରି ପର୍ବ ପାଳନ କରାଗଲା ଏବଂ ତିନିଟି କୃଷି ଆଇନ ଛପାଥିବା କାଗଜ ଜଳାଗଲା । ଚାଷୀମାନେ ଏକତ୍ୱର ସ୍ଲୋଗାନ୍‌ ଦେଲେ ଏବଂ ସେମାନଙ୍କ ଟ୍ରାକ୍ଟର କଡ଼ରେ ଜଳୁଥିବା ପବିତ୍ର ଅଗ୍ନିରେ ଏହି ଦସ୍ତାବିଜ ମିଳାଇ ଯାଉଥିବାବେଳେ ସେମାନେ ଏକାଠି ଗୀତ ଗାଇ ନାଚୁଥିଲେ ।

ଚାଷୀମାନେ ବିରୋଧ କରୁଥିବା ଆଇନଗୁଡ଼ିକ ହେଉଛି : କୃଷକମାନଙ୍କ ଉତ୍ପାଦ ବାଣିଜ୍ୟ ଓ ବ୍ୟବସାୟ (ପ୍ରୋତ୍ସାହନ ଏବଂ ସୁବିଧା) ଆଇନ, ୨୦୨୦ ; ମୂଲ୍ୟ ସୁନିଶ୍ଚିତତା ଏବଂ କୃଷି ସେବା ଉପରେ କୃଷକମାନଙ୍କ (ସଶକ୍ତିକରଣ ଏବଂ ସୁରକ୍ଷା) ଚୁକ୍ତି ଆଇନ, ୨୦୨୦ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ଆଇନ, ୨୦୨୦ । ଭାରତୀୟ ସମ୍ବିଧାନର ଧାରା ୩୨କୁ ଅଣଦେଖା କରି ପ୍ରତ୍ୟେକ ନାଗରିକମାନଙ୍କ ଆଇନଗତ ପନ୍ଥା ଆପଣାଇବା ଲାଗି ରହିଥିବା ଅଧିକାର ଉଲ୍ଲଙ୍ଘନ କରୁଥିବା କାରଣରୁ ଏହି ଆଇନଗୁଡ଼ିକୁ ସମାଲୋଚନା କରାଯାଉଛି।

PHOTO • Anustup Roy

ଗୋଟିଏ ଆନ୍ଦୋଳନ ସମୟରେ ପଞ୍ଜାବର ଚାଷୀମାନେ ଟ୍ରାକ୍ଟରରେ ଗୀତ ଗାଉଛନ୍ତି, ଲୋହରି ପାଳନ ଆରମ୍ଭ କରିବା ପାଇଁ ଗୀତ ଗାଉଛନ୍ତି ।


PHOTO • Anustup Roy

ପଞ୍ଜାବର ହରପ୍ରୀତ ସିଂ ଏବଂ ହରିୟାଣାର ରୋହିତ, ଉଭୟ କୃଷକ ବିକ୍ଷୋଭ ସ୍ଥଳରେ, ଲୋହରି ଅଗିରା ଜଳାଯିବା ପୂର୍ବରୁ ସନ୍ଧ୍ୟାରେ ବାଜା ବଜାଉଛନ୍ତି ।


PHOTO • Anustup Roy

ଚଳିତବର୍ଷ ସ୍ୱତନ୍ତ୍ର ଲୋହରି ଉତ୍ସବ ଲଙ୍ଗର ପାଇଁ ରୁଟି ପ୍ରସ୍ତୁତ କରାଯାଉଛି-ଆଇନଗୁଡ଼ିକ ପ୍ରତ୍ୟାହାର ନ ହେବା ଯାଏଁ ଆନ୍ଦୋଳନ ଜାରି ରହିବାର ପ୍ରତିବଦ୍ଧତାକୁ ଏହା ଦର୍ଶାଉଛି


PHOTO • Anustup Roy

ଲୋହରି ଉତ୍ସବ ମିଲ୍‌ର ଅଂଶ ଭାବେ ଜିଲାପୀ ତିଆରି କରାଯାଉଛି ।


Left: Posters announcing that the three farm laws will be burnt at 7 that evening on the occasion of Lohri. Right: Farmers raise slogans as the Lohri fire burns.
PHOTO • Anustup Roy
Left: Posters announcing that the three farm laws will be burnt at 7 that evening on the occasion of Lohri. Right: Farmers raise slogans as the Lohri fire burns.
PHOTO • Anustup Roy

ବାମ - ଆନ୍ଦୋଳନକାରୀ ଘୋଷଣା କରୁଛନ୍ତି ଯେ ୩ଟି କୃଷି ଆଇନ ସେହିଦିନ ସଂଧ୍ୟା ୭ଟାରେ ଲୋହରି ଅବସରରେ ଜଳାଯିବ । ଡାହାଣ - ଲୋହରି ଅଗିରା ଜଳା ସମୟରେ ଚାଷୀମାନେ ସ୍ଲୋଗାନ୍‌ ଦେଉଛନ୍ତି ।


PHOTO • Anustup Roy

ଲୋହରି ଅଗିରା ଜଳା ସମୟରେ ଜଣେ ଚାଷୀ ୩ଟି କୃଷି ଆଇନ ଛପା ହୋଇଥିବା ଦସ୍ତାବିଜ ପୋଡୁଛନ୍ତି ।


PHOTO • Anustup Roy

ଆଇନ ସମ୍ପର୍କିତ ଅନ୍ୟ ଦସ୍ତାବିଜ ମଧ୍ୟ ପୋଡ଼ାଗଲା ।


PHOTO • Anustup Roy

ପଞ୍ଜାବର ସାଙ୍ଗରୁର ଜିଲ୍ଲାର ସୁଖଦେବ ସିଂହ କୁହନ୍ତି, ଚଳିତ ବର୍ଷ ଅଗିରାରେ କୃଷକ ବିରୋଧୀ ଆଇନ ବହନ କରୁଥିବା କାଗଜପତ୍ର ପୋଡିଯିବା ଆମର ଲୋହରିକୁ ଦର୍ଶାଉଛି ।


PHOTO • Anustup Roy

ସଂଧ୍ୟା ବିତିବା ସହ ଚାଷୀମାନେ ସାଙ୍ଗ ହୋଇ ନାଚୁଛନ୍ତି ଓ ଗାଉଛନ୍ତି। ସୁଖଦେବ ସିଂହ କହିଲେ, ‘ଏଥରର ଲୋହରି ନିଶ୍ଚିତ ଭାବେ ଭିନ୍ନ । ସାଧାରଣତଃ, ଆମେ ଆମ ଘରେ ବନ୍ଧୁ, ସମ୍ପର୍କୀୟଙ୍କ ସହ ଏହାକୁ ପାଳନ କରୁ-ଏବଂ ଏହା ଏକ ଆନନ୍ଦ ଉତ୍ସବର ସମୟ । ଏଥର ଆମେ ଆମ ଘର ଓ କୃଷିକ୍ଷେତରୁ ଦୂରରେ ଅଛୁ । ତଥାପି ଆମେ ଏକାଠି ଅଛୁ । ଆଇନ ପ୍ରତ୍ୟାହାର ନ ହେବା ଯାଏଁ ଆମେ ଫେରିବୁ ନାହିଁ, ଏମିତିକି ଏହା ବି ହୋଇପାରେ ଯେ ବର୍ତ୍ତମାନର ସରକାରର କାର୍ଯ୍ୟକାଳ ଶେଷ ପର୍ଯ୍ୟନ୍ତ ଆମେ ଏଠାରେ ରହିବୁ ।’’


ଅନୁବାଦ: ଓଡ଼ିଶାଲାଇଭ୍‍

Anustup Roy

ଅନୁଷ୍ଟୁପ୍ ରୟ ହେଉଛନ୍ତି କୋଲକାତାସ୍ଥିତ ଜଣେ ସଫ୍ଟୱେର ଇଞ୍ଜିନିୟର । ଯେତେବେଳେ ସେ କୋଡ୍ ଲେଖନ୍ତି ନାହିଁ ନିଜ କ୍ୟାମେରା ଧରି ସାରା ଭାରତ ବୁଲିଥାନ୍ତି ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Anustup Roy
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE