ଏ ମଧ୍ୟରେ ପରିବାର ଜମିର ରକ୍ଷଣାବେକ୍ଷଣ କରିଛି। ଏହା ଖୁବ୍ସୁନ୍ଦର ଏବଂ ଉର୍ବର ଦେଖାଯାଉଛି। ସେ ପ୍ରାୟତଃ ପରିବାରର ଶ୍ରମ ଦ୍ୱାରା ତିଆରି ହୋଇଥିବା ବଡ଼ କୂଅକୁ ଦେଖାଇ କହିଲେ ‘‘ଏହି କୂଅକୁ ଦେଖନ୍ତୁ’’। ‘‘ଯଦି ଆମେ ଏହାକୁ ସଫା କରିବୁ ଏବଂ ମରାମତି କରିବୁ ଆମେ ଅଧିକ ପାଣି ପାଇବୁ।’’ କିନ୍ତୁ ସେଥିପାଇଁ ଅତିକମ୍ରେ ଟ. ୧୫,୦୦୦ ଆବଶ୍ୟକ ହେବ। ଏବଂ ଏହା ବ୍ୟତୀତ ଜମିରେ ବାଡ଼ ଦେବାରେ ଟ. ୧ଲକ୍ଷ ଖର୍ଚ୍ଚ ହେବ। ସେମାନେ ସେମାନଙ୍କ ଜମିର ଗଡ଼ାଣି ମୁଣ୍ଡରେ ଥିବା ଏକରେ ଜମିକୁ ଗୋଟିଏ ପୋଖରୀରେ ବଦଳାଇ ଦେଇପାରିବେ କିନ୍ତୁ ସେଥିପାଇଁ ଆଉ ଅଧିକ ଖର୍ଚ୍ଚ ଆବଶ୍ୟକ ହେବ। ବର୍ତ୍ତମାନ ବ୍ୟାଙ୍କ ଋଣଗୁଡ଼ିକ ଅସମ୍ଭବ ଏବଂ ତାଙ୍କର ଭାଙ୍ଗି ଯାଇଥିବା ଘରକୁ ଠିକ୍ଭାବରେ ମରାମତି କରିବାକୁ ଆଉ ୨୫,୦୦୦ ଟଙ୍କା ଦରକାର ହେବ। ସେ କୁହନ୍ତି, ‘‘ମୋ ସ୍ୱାମୀ ଆତ୍ମହତ୍ୟା କଲେ କାରଣ ଫସଲ ହାନି କାରଣରୁ ଋଣ ଟ. ୧.୫.ଲକ୍ଷରେ ପହଞ୍ଚି ଯାଇଥିଲା।’’ ସେମାନେ ସେ ମଧ୍ୟରୁ କିଛି ଶୁଝିଲେ ଏବଂ ସରକାର ଦେଇଥିବା ଟ. ୧ଲକ୍ଷ କ୍ଷତିପୂରଣରୁ ଅଧିକାଂଶ ଘର ଚଳାଇବାରେ ଖର୍ଚ୍ଚ ହେଲା। ଏବେ ବି ତାଙ୍କୁ ଋଣଦାତାମାନେ ହଇରାଣ କରୁଛନ୍ତି। ସେ କୁହନ୍ତି, ‘‘ଆମେ ଭଲରେ ଚଳୁଥିଲୁ। କିନ୍ତୁ ଏହା ପରେ କେଇ ବର୍ଷ ପର୍ଯ୍ୟନ୍ତ କୃଷି ପ୍ରକୃତରେ ବିଫଳ ହେଲା ଏବଂ ଆମେ ଖୁବ୍କ୍ଷତି ସହିଲୁ।’’
ଅନ୍ୟ ନିୟୁତ ନିୟୁତ ବ୍ୟକ୍ତିଙ୍କ ପରେ ତାଙ୍କ ପରିବାର ଗତ ଦଶକମାନଙ୍କରେ ସର୍ବବୃହତ କୃଷି ବିପର୍ଯ୍ୟୟ ଦ୍ୱାରା ଆଘାତ ପାଇଥିଲେ। କୃଷିରେ ନିବେଶ ଖର୍ଚ୍ଚ ବୃଦ୍ଧି, ଲାଭ ହ୍ରାସ, ଋଣର ଅଭାବ, ଏବଂ ରାଜ୍ୟର ସହଯୋଗ ପ୍ରତ୍ୟାହାର ଇତ୍ୟାଦି। ସେ କୁହନ୍ତି, ‘‘ଗାଁରେ ସମସ୍ତଙ୍କର ମଧ୍ୟ ସେହି ସମାନ କଥା’’। ଗତବର୍ଷ ମଧ୍ୟ ଫସଲ ବିପର୍ଯ୍ୟୟ ଆସିଥିଲା। ସେ ବିପୁଳ କ୍ଷତି ସହିଲେ। ଭାସ୍କର ବିଟି-କପା ଚାଷ କରିଥିଲେ, ସେମାନେ ବିପୁଳ ଭାବରେ କ୍ଷତିଗ୍ରସ୍ତ ହେଲେ। ସେ କୁହନ୍ତ, ‘‘ଆମେ ସବୁ ମିଶାଇ ମାତ୍ର ଦୁଇ କ୍ୱିଣ୍ଟାଲ ପାଇଲୁ।’’
ସରକାର ଏହା ଉପରେ କ୍ଷତିକୁ ବଢ଼ାଇଲେ। ଗତବର୍ଷ ଆରମ୍ଭରେ ସେମାନେ ତାଙ୍କୁ ଜଣେ ‘‘ଛାଡ଼ ଯୋଜନା’’ର ‘‘ହିତାଧିକାରୀ’’ କଲେ। ଏହି ଅଧୀନରେ କମ୍ଲାବାଈ ଗୋଟିଏ ଦାମୀ ‘‘ଅଧା ଜର୍ସି’’ (ଅଧା ଜର୍ସି) ଗାଈ କିଣିବାକୁ ବାଧ୍ୟ ହେଲେ। ଯାହା ସେ ଚାହୁଁନଥିଲେ। ଯଦିଓ ଅଧିକ ସବ୍ସିଡି ଦିଆଯାଇଥିଲା ତଥାପି ତାଙ୍କୁ ଏଥିପାଇଁ ତାଙ୍କ ଭାଗ ଭାବରେ ଟ. ୫,୫୦୦ ଦେବାକୁ ହେଲା। ସେ ଆମକୁ କହିଥିଲେ, ‘‘ସେହି ଡାହାଣୀ ଆମେ ସମସ୍ତେ ମିଶି ଯେତିକି ଖାଉଥିଲୁ ତା’ଠାରୁ ଅଧିକ ଖାଇଲା ଏବଂ ଏହା ଖୁବ୍କମ୍ଦୁଗ୍ଧ ଦେଲା।’’ (ଦି ହିନ୍ଦୁ, ୨୩ ନଭେମ୍ବର ୨୦୦୬)।
ବିପରୀତ ଭାଗ
ସେ ଦୀର୍ଘଶ୍ୱାସ ପକାଇ କହିଲେ ସେବେଠାରୁ, ‘‘ମୁଁ ଦୁଇଥର ଗାଈଟିକୁ ଦେଇସାରିଲିଣି କିନ୍ତୁ ସେମାନେ ସବୁବେଳେ ଏହାକୁ ଫେରାଇ ଦେଉଛନ୍ତି।’’ ଯେଉଁମାନଙ୍କୁ ସେ ଏହି ପଶୁକୁ ଦେଇ ଦେଇଛନ୍ତି ସେମାନେ ଏହାକୁ ଫେରାଇ ଦିଅନ୍ତି, କୁହନ୍ତି, ‘‘ଆମେ ଏହାକୁ ଖୁଆଇବା ପାଇଁ ଏତେ ଖର୍ଚ୍ଚ କରିପାରିବୁ ନାହିଁ।’’ ତେଣୁ ଏବେ ‘‘ମୁଁ ଜଣେ ପଡ଼ୋଶୀଙ୍କୁ ମାସିକ ୫୦ଟଙ୍କା ଦେଉଛି ଏହି ଗାଈର ଯତ୍ନ ନେବାକୁ।’’ ଏହା ଗୋଟିଏ ପ୍ରକାର ବିପରିତ ଭାଗ ଦେବା। ସେମାନଙ୍କ ମଧ୍ୟରେ ବୁଝାମଣା ହୋଇଛି ଯେ ଯଦି ଗାଈ ଯେମିତି ଦୁଗ୍ଧ ଦେବା ଉଚିତ୍ସେମିତି ଦୁଗ୍ଧ ଦିଏ ତେବେ ସେ ଏହାର ଅଧା ଭାଗ ପାଇବେ। ଏହା ଏକ ସମ୍ଭାବ୍ୟ ଭବିଷ୍ୟତ ପାଇଁ। ବର୍ତ୍ତମାନ ଯେଉଁ ଗାଈ ତାଙ୍କର ଯତ୍ନ ନେବ ବୋଲି ସରକାର ପ୍ରତିଶ୍ରୁତି ଦେଇଥିଲେ ତା’ର ଯତ୍ନ ନେବା ପାଇଁ ତାଙ୍କୁ ଅର୍ଥ ବ୍ୟୟ କରିବାକୁ ହେଉଛି।
କିନ୍ତୁ ତାଙ୍କର ଆତ୍ମା ଏବେ ବି ଭାଙ୍ଗି ଯାଇନାହିଁ। ଏବେ ବି ଯେଉଁଦିନ ସେ କାମ ପାଆନ୍ତି ନାହିଁ ସେଦିନ ଦୀର୍ଘରାସ୍ତା ଚାଲି ନିଜ ଚାଷ ଜମିରେ ପହଞ୍ଚନ୍ତି। ଆଜି ତାଙ୍କର ଛୋଟ କିନ୍ତୁ ଉତ୍ସାହି ନାତିନାତୁଣୀ ଗୋଟିଏ ଯାତ୍ରା ସମୟରେ ତାଙ୍କ ପାଖରେ ଏକ ମଜାଦାର ଚିତ୍ର ସୃଷ୍ଟି କରିଛନ୍ତି। ସେମାନଙ୍କର ବଞ୍ଚିବା ଏବଂ ଭବିଷ୍ୟତ ହିଁ ତାଙ୍କର ବୃହତ୍ତମ ପ୍ରେରଣାକାରୀ। ସବୁ ସମୟ ପରି ସେ ମୁଣ୍ଡ ଟେ କି ଚାଲନ୍ତି। କିନ୍ତୁ ଯେତେବେଳେ ସେ ସେମାନଙ୍କ ଆଡ଼କୁ ଦେଖନ୍ତି ନିଜ ଆଖିର ଲୁହ ଲୁଚାଇପାରନ୍ତି ନାହିଁ। କମଲାବାଈ ନିଷ୍ପତ୍ତି ନେଇଛନ୍ତି ଯେ ଆତ୍ମହତ୍ୟା ମୃତକମାନଙ୍କ ବିଷୟରେ ନୁହେଁ, ଏହା ବଞ୍ଚିଥିବା ଲୋକଙ୍କ ପାଇଁ। ଏବଂ ସେମାନଙ୍କ ପାଇଁ ସେ ସଂଗ୍ରାମ ଅବ୍ୟାହତ ରଖିଛନ୍ତି।
ଏହି ପ୍ରବନ୍ଧ ମୌଳିକ ଭାବରେ ୨୧ ମଇ ୨୦୦୭ରେ ଦି ହିନ୍ଦୁରେ ପ୍ରକାଶିତ ହୋଇଥିଲା।
https://www.thehindu.com/todays-paper/tp-opinion/Suicides-are-about-the-living-not-the-dead/article14766288.ece