PARI Testimonials

ପ୍ରାପ୍ତିସ୍ୱୀକାର

ପ୍ରାପ୍ତିସ୍ୱୀକାର

ଡିସେମ୍ବର ୨୦୨୪ ରେ ପରୀକୁ  ଦଶ ବର୍ଷ ପୂରଣ ହେଉଛି, ଏହି ଅବସରରେ ଆମେ ଏକ ପରିବର୍ତ୍ତନ ଆଣିବାକୁ ଯାଉଛୁ ୨୦୧୪ରେ ଏହା ଏକ ଛୋଟ, ସାଧାରଣ ୱେବସାଇଟ୍‌ ଭାବେ ନିଜର ଯାତ୍ରା ଆରମ୍ଭ କରିଥିଲା ମାତ୍ର ଗୋଟିଏ ଭାଷାରେ ସୀମିତ ବିଷୟବସ୍ତୁ ଉପଲବ୍ଧ ହେଉଥିଲା ବର୍ତ୍ତମାନ ଏହା ସମସ୍ତ ଗ୍ରାମୀଣ ବିଷୟବସ୍ତୁକୁ ନେଇ ଏକ ବିଶାଳ ଜ୍ଞାନର ଭଣ୍ଡାର ପାଲଟିଛି, ୧୫ଟି ଭାଷାରେ ପାଠକଙ୍କ ପାଇଁ ଉପଲବ୍ଧ ହୋଇପାରୁଛି ଯେତେବେଳେ ଆମେ ଆରମ୍ଭ କରିଥିଲୁ ସେହି ତୁଳନାରେ ବର୍ତ୍ତମାନ ଆମକୁ ଅଧିକ ଜଟିଳ ସାଇଟ୍‌ ଅନୁଧ୍ୟାନ କରୁଥିବା ଅଧିକ ସଂଖ୍ୟକ ଦର୍ଶକଙ୍କର ମୁକାବିଲା କରିବାକୁ ହେବ 

 

ଏବେ ଆପଣ ଯେଉଁ ପରିବର୍ତ୍ତନ ଦେଖୁଛନ୍ତି, ବ୍ୟବହାର କରୁଛନ୍ତି ଏବଂ ଉପଯୋଗ କରୁଛନ୍ତି, ତାହା ଡିଜାଇନର ସମୁଦ୍ରଗୁପ୍ତଙ୍କ ପ୍ରେରଣାଦାୟୀ ପ୍ରତିଭା, ସ୍ୱେଛା ଦଳର ଇଞ୍ଜିନିୟରମାନଙ୍କ ଦ୍ୱାରା କରାଯାଇଥିବା ଅଦ୍ଭୂତ କାର୍ଯ୍ୟର ପରିଣାମ ଅଟେ। ଏହି ଦଳରେ ଭାବ୍ୟ କାର୍ଣେ, ଭୂବନ କ୍ରିଷ୍ଣା, ମଣିକାନ୍ତ, ପ୍ରବୀଣ ଚନ୍ଦ୍ରହାସ ଏବଂ କିରଣ ଚନ୍ଦ୍ର ପ୍ରମୁଖ ରହିଛନ୍ତି।

ଯେତେବେଳେ ପରୀ କେବଳ ଏକ ନୂଆ ଅବଧାରଣା ଭାବେ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଥିଲା, ସେହି ସମୟରେ ଟରୋଣ୍ଟୋ ସ୍ଥିତ ୟୋର୍କ ବିଶ୍ୱବିଦ୍ୟାଳୟର ଲିବରାଲ୍‌ ଆର୍ଟସ୍‌ ଏଣ୍ଡ ପ୍ରଫେସନାଲ ଷ୍ଟଡିଜ୍‌ର ତତ୍କାଳୀନ ପ୍ରାଧ୍ୟାପିକା ଡିନ୍‌ ପ୍ରଫେସର ଅନନ୍ୟା ମୁଖାର୍ଜୀ ରିଡ୍‌ ଏହାର ବିଚାର, ଅବଧାରଣା ଏବଂ ସ୍ପଷ୍ଟତାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ । ପରୀରେ ଥିବା ଦୃଢ଼ ଶିକ୍ଷା ସମ୍ବନ୍ଧୀୟ ଉପାଦାନରେ ତାଙ୍କର ବିଶେଷ ପ୍ରଭାବ ରହିଛି ।

 

୨୦୧୧ରେ, ଆମେ କାଉଣ୍ଟର ମିଡିଆ ଟ୍ରଷ୍ଟ (ସିଏମଟି) ପ୍ରତିଷ୍ଠା କରିଥିଲୁ ଯାହା ପରୀର ମୂଳ ଅନୁଷ୍ଠାନ ଭାବେ ଏହାର ପରିଚାଳନା ଦାୟିତ୍ୱ ନିର୍ବାହ କରୁଛି । ତେବେ, ପରୀ ଆରମ୍ଭ କରିବା ଲାଗି ଏହାର ଯଥେଷ୍ଟ ପୂର୍ବରୁ କାମ ଆରମ୍ଭ ହୋଇସାରିଥିଲା ଏବଂ ଡିସେମ୍ବର ୨୦, ୨୦୧୪ରେ ଏହାର ଶୁଭାରମ୍ଭ ପର୍ଯ୍ୟନ୍ତ ଜାରି ରହିଥିଲା। ଏହାକୁ ଏକ ଢାଞ୍ଚା ଓ ସ୍ଥାୟିତ୍ୱ ଦେବାରେ ନମିତା ୱାଇକର ସବୁଠୁ ବେଶୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି ।  ପରୀର ପରିଚାଳନାରେ ତାଙ୍କର ଉଲ୍ଲେଖନୀୟ ଭୂମିକା ଥିଲା ଏବଂ ରହିଛି।

 

ଆମର ପ୍ରାରମ୍ଭିକ ବର୍ଷଗୁଡ଼ିକରେ ଥଟ୍‌ ୱର୍କସ୍‌ ଇଣ୍ଡିଆର ସ୍ୱେଚ୍ଛାସେବୀ ଇଞ୍ଜିନିୟରମାନେ ପରୀ ପ୍ଲାଟଫର୍ମକୁ ସାକାର ରୂପ ଦେଇଥିଲେ । ଏଥିରେ ଅନେକ ଲୋକଙ୍କର ଅମାପ ଯୋଗଦାନ ରହିଛି କିନ୍ତୁ ମନୋଜ ମହାଲିଙ୍ଗମ (ସେତେବେଳେ ଟିଡବ୍ଲୁ ସହ ଥିଲେ) ଏବଂ ସତୀଶ ବିଶ୍ୱନାଥନ୍‌ ଆମକୁ କ୍ଷେତ୍ର ସ୍ତରରେ ଉପସ୍ଥାପନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଆମର ସାମଗ୍ରିକ ପ୍ରୟାସରେ ସିଦ୍ଧାର୍ଥ ଆଦେଲକରଙ୍କର କେନ୍ଦ୍ରୀୟ ଭୂମିକା ଥିଲା ଏବଂ ରହିଛି । ସେ ପରୀର ବୈଷୟିକ ସମ୍ପାଦକ ଅଛନ୍ତି।

 

ଗ୍ରାଇଣ୍ଡମିଲ୍‌ ସଙ୍ଗସ୍‌ (ଫେସା ସଙ୍ଗୀତ) ଡେଟାବେସ୍‌ ଏବେ ପରୀ ଆର୍କାଇଭର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ ପାଲଟିଛି । ଏହାକୁ ପ୍ରସ୍ତୁତ କରିଥିବା ବର୍ଣ୍ଣାର୍ଡ ବେଲ୍‌, ଆଶା ଓଗଲେ, ଜିତେନ୍ଦ୍ର ମୈଦ ଓ ରଜନୀ ଖଲାଦକରଙ୍କ ପ୍ରତି ପରୀ ବିଶେଷ କୃତଜ୍ଞତା ପ୍ରକାଶ କରୁଛି । ଏହି ବିଶାଳ ପ୍ରୟାସର ନେତୃତ୍ୱ ନେଇଥିଲେ ନମିତା ୱାଇକର୍। ସେହିପରି ଭାବରେ ଆମ୍ଭେମାନେ କଚ୍ଛ ମହିଳା ବିକାଶ ସଙ୍ଗଠନ (କେଏମଭିଏସ୍ ପ୍ରତି ମଧ୍ୟ ଗଭୀର ଭାବରେ କୃତଜ୍ଞ। ସେମାନଙ୍କର ସହଯୋଗ କ୍ରମେ ଆମେ ବର୍ତ୍ତମାନ ପ୍ରତିଷ୍ଠା ପାଣ୍ଡ୍ୟାଙ୍କ ନେତୃତ୍ୱରେ କଚ୍ଛି ଗୀତର ସଂଗ୍ରହ ପ୍ରସ୍ତୁତ କରୁଛୁ। 

 

ପରୀ ନିଜର ଅସ୍ତିତ୍ୱର ଦ୍ୱିତୀୟ ପର୍ଯ୍ୟାୟରେ ପହଞ୍ଚିବା ପରେ, ଆମକୁ ଆଦିତ୍ୟ ଦୀପଙ୍କରଙ୍କ ସହଯୋଗ ମିଳିଥିଲା ଯିଏକି ୱେବସାଇଟର ଡିଜାଇନ ଓ ସ୍ୱରୂପରେ ଏକ ଚମତ୍କାର ପରିବର୍ତ୍ତନ ଆଣିଥିଲେ । ଆହୁରି ଆମକୁ ଅସାଧାରଣ ତେଜସ୍ୱୀ ପୁତରୟାଙ୍କ ସହଯୋଗ ମିଳିଥିଲା। ସେ ଆରମ୍ଭରୁ ଆମ ସହ ରହି ପ୍ରଯୁକ୍ତି ଓ ଅନ୍ୟାନ୍ୟ ପ୍ରସଙ୍ଗରେ ପରାମର୍ଶ ଦେଇଚାଲିଥିଲେ । ବହୁ ବର୍ଷ ଧରି କାର୍ଯ୍ୟନିର୍ବାହୀ ସମ୍ପାଦକ ଭାବେ କାର୍ଯ୍ୟ କରିଥିବା ଶର୍ମିଳା ଯୋଶୀଙ୍କ ସହଯୋଗ ମିଳିଥିଲା ଏବଂ ସେ ପରୀର ଶୈଳୀ ଓ ଉଚ୍ଚ ସମ୍ପାଦକୀୟ ମାନକ ପ୍ରତିଷ୍ଠା କରିଥିଲେ।

 

ଯଦି ପରୀ ଆଜି ଏକ ଚମତ୍କାର  ଦିଶୁଥିବାୱେବସାଇଟ୍‌ ଭାବେ ପ୍ରଶଂସା ହାସଲ କରିଛି, ସେଥିରେ ଆମ ଫଟୋ ସମ୍ପାଦକ ବିନାଇଫର ଭରୁଚାଙ୍କ ବିଶେଷ ଯୋଗଦାନ ରହିଛି । ସେ ଆମ କାର୍ଯ୍ୟରେ ଏକ ଉପଯୁକ୍ତ ମାନକ ପ୍ରତିଷ୍ଠା କରିଛନ୍ତି। ଏବଂ ଆମର ମହାନ ଫଟୋଗ୍ରାଫର୍ ଏମ୍. ପାଲାନି କୁମାର, ରୀତାୟନ ମୁଖାର୍ଜୀ ଏବଂ ସଙ୍କେତ ଜୈନ ଓ ଆହୁରି ଅନେକଙ୍କୁ କୃତଜ୍ଞତା ଜଣାଇବା ପାଇଁ ଆମ ପାଖରେ ଭାଷା ନାହିଁ।

 

ପ୍ରୀତି ଡେଭିଡ୍‌ ଅନେକ ବର୍ଷ ଧରି ସମୃଦ୍ଧଶାଳୀ ପରୀ ଶିକ୍ଷା କାର୍ଯ୍ୟକ୍ରମର ନେତୃତ୍ୱ ନେଇଛନ୍ତି । ଅନୁରୂପ ଭାବେ ବିଶାଖା ଜର୍ଜ ଆମର ଅତ୍ୟଧିକ ସଫଳ ସୋଶାଲ ମିଡିଆ ପ୍ରସାରର ନେତୃତ୍ୱ ନେଇଛନ୍ତି । ବୀଣା ଓ ଅମିରା ଶାହଙ୍କ ଉତ୍ସାହ ଓ ପ୍ରୋତ୍ସାହନ କାରଣରୁ ପରୀ ଏହି ଦୁଇଟି କ୍ଷେତ୍ରରେ ବିଶେଷ ସଫଳତା ହାସଲ କରିପାରିଛି ।

 

ବହୁବର୍ଷ ଧରି ଜାହରା ଲତିଫଙ୍କ ଦୃଢ଼ ଶାନ୍ତ ଓ ଧୈର୍ଯ୍ୟପୂର୍ଣ୍ଣ ସ୍ୱଭାବ କାରଣରୁ ପରୀ ନିଜ ସଂସ୍କୃତିରେ ଦୃଢ଼ ଦକ୍ଷତା ଏବଂ ସୁସ୍ଥ ପ୍ରଭାବ ସୃଷ୍ଟି କରିପାରିଛି । ସମ୍ୟୁକ୍ତା ଶାସ୍ତ୍ରୀ ପ୍ରଥମ କର୍ମଚାରୀ ଥିଲେ ଯାହାଙ୍କୁ ପରୀ ନିଯୁକ୍ତି ଦେଇଥିଲା ଏବଂ ତାଙ୍କ ସହିତ କାମ କରିବାର ଅନୁଭବ ଖୁବ୍‌ ଭଲ ଥିଲା। ଆଉ ଏବେ ତାଙ୍କୁ ସିଏମଟି ଟ୍ରଷ୍ଟି ଭାବେ ପାଇ ଆମେ ଖୁବ୍‌ ଆନନ୍ଦିତ ।

 

ସ୍ମିତା ଖାଟୋର ପାଞ୍ଚ ବର୍ଷ ଧରି ପରୀର ଅଭିନବ ଭାଷା ଜଗତରେ ପ୍ରମୁଖ ଭୂମିକା ନିର୍ବାହ କରି ଆସିଛନ୍ତି। ସେ ଯେତେବେଳେ ପରୀକୁ ଆସିଲେ, ଆମେ ୭ଟି ଭାଷାରେ ପ୍ରକାଶନ ଜାରି ରଖିଥିଲୁ ଏବଂ ଖୁବ୍‌ କମ୍‌ ନିୟମିତତା ରହିଥିଲା। ଏବେ ପରୀ ଇଂରାଜୀ ସମେତ ୧୫ଟି ଭାଷାରେ ପ୍ରକାଶ ପାଉଛି ।

 

ପରୀର ବିଶେଷତ୍ୱ ହେଉଛି ଏହାର ପାଠଗାର ଊର୍ଣ୍ଣା ରାଉତ ଉଚ୍ଚ ଶିକ୍ଷା ପାଇଁ ଯିବା ପୂର୍ବରୁ ଏହାର ବିକାଣ ଓ ବିସ୍ତାରରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ଏବେ କିଛି ବର୍ଷ ଧରି ଆମ ସହ ରହିଥିବା କନିକା ଗୁପ୍ତା ଅନ୍ୟାନ୍ୟ କାର୍ଯ୍ୟ ବ୍ୟତୀତ, ପରୀର ସବୁଠୁ ଜଟିଳ କାର୍ଯ୍ୟରେ ଜଣେ ଶ୍ରେଷ୍ଠ ପ୍ରକଳ୍ପ ପରିଚାଳକ ଭାବେ ଉଭା ହୋଇଛନ୍ତି ।

 

ସିଞ୍ଚିତା ମାଜୀ ଓ ଶ୍ରେୟା କାତ୍ୟାୟିନୀ ପରୀର ଭିଡିଓ ଚଳଚ୍ଚିତ୍ର ବିଭାଗ ଆରମ୍ଭ କରିଥିଲେ। ଆମେ ଏପରି ଏକ ସ୍ଥିତିରେ ପହଞ୍ଚିପାରିଥିଲୁ ଯେତେବେଳେ ଭାରତର ସବୁଠୁ ପୁରୁଣା ଚଳଚ୍ଚିତ୍ର ସୋସାଇଟି ସୁଚିତ୍ରା ୨୦୧୯ରେ ବେଙ୍ଗାଲୁରୁ ଠାରେ କେବଳ ପରୀ ଚଳଚ୍ଚିତ୍ରକୁ ନେଇ ଦୁଇଦିନିଆ ମହୋତ୍ସବ ଆୟୋଜନ କରିଥିଲା।

 

ବ୍ୟାପକ ଆକାରରେ ଏବଂ ଅନେକ ମାର୍ଗରେ ସହାୟତା କରିଥିବା ଅନ୍ୟମାନେ ହେଲେ:

 

ସଫ୍ଟୱେର ଡେଭଲପମେଣ୍ଟ ଟିମ୍‌ : ପ୍ରାରମ୍ଭିକ ପର୍ଯ୍ୟାୟ

ଅନୀଲ କୁମାର ଗୋଡ଼ି

ଅରୁଣ ଶନମୁଗ କୁମାର

ଅରବିନ୍ଦ ରାମ ଏ.

ବାଲଚନ୍ଦର ସ୍ୱାମୀନାଥନ

ଦେରାଜନ ଏନ

ଦୀନେଶ କୁମାର

ଗୌରବ ମନୋହରରାଓ ଇଙ୍ଗଲକର

ଗୋପୀନାଥ ଜୟବାଲାନ

ଗୌରୀ ଜୟଲକ୍ଷ୍ମୀ ଆର.

ଜୟ କୁମାର ଚିନ୍ନାପ୍ପାନ (ଟେକ୍‌ ଲିଡ୍‌ ଅନ୍ତିମ ସୋପାନ)

ଜେୟକର ଜେ. ଭୈଜ

ମନୋଜ ଏସ. ମହାଲିଙ୍ଗମ (ଟେକ୍‌ ଲିଡ୍‌)

ମୋହିତ ଶଙ୍କରରାଓ ପୋଟେ

ମୁବାଶର ନଦୀମ ଶିବଗଠୁଲ୍ଲା

ପ୍ରଦୀପ୍ତ କୁଣ୍ଡୁ

ରାଜ କୁମାର

ରାମ ରାମଲିଙ୍ଗମ

ରାମଲିଙ୍ଗମ ସିଙ୍ଗାରଭେଲ୍‌

ସତୀଶ ବିଶ୍ୱନାଥନ

ସେନ୍ତିଲ ଭି.ଏସ.

ସୁଗାନ୍ତି କ୍ରିଷ୍ଣାବତୀ ଟି

ତେଜସ୍ୱୀ ପୁତରୟା

ବିବେକ ସିଂ

ଲଜିଷ୍ଟିକ୍ସ ଦଳ

ବାସ୍କର ଜି.

କାର୍ତ୍ତିକ ଟି.

ପୂର୍ଣ୍ଣିମା ଆର.ଏସ.

ରତ୍ନାକର ନାଥ

ସ୍ୱେଛା ପ୍ରଯୁକ୍ତି ଦଳ

ଭୁବନ କ୍ରିଷ୍ଣା

କିରଣ ଚନ୍ଦ୍ର

ପ୍ରବୀଣ ଚନ୍ଦ୍ରହାସ

ସ୍ୱେଚ୍ଛା ଟେକ୍ନୋଲୋଜି ଟିମ୍ (୨୦୨୪)

ଭବ୍ୟ କର୍ଣେ– ପ୍ରୋଜେକ୍ଟ ଲିଡ୍‌

ବିଘ୍ନାନ ଅନିଲ୍ ସୁନ୍‌କାରା- ଟେକ୍ ଲିଡ୍

ଧରଣୀ ନୈନି - ଡେଭଲପର୍

ସୁପ୍ରଜା ପାଠିକେ- କ୍ୱାଲିଟି ଆନାଲିଷ୍ଟ

Mythili Nadimpalli- Quality Analyst

ଛେଗୁ ମଣିକାନ୍ତ କୁମାର- ଡେଭଲପର୍

ସ୍ୱେଚ୍ଛା ଟେକ୍ ଏବଂ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ସପୋର୍ଟ ଟିମ୍ (୨୦୨୪):

ଭୁବନ କ୍ରିଷ୍ଣା

ଦିବ୍ୟା ତମ୍ମନା

ପ୍ରବୀଣ ଚନ୍ଦ୍ରହାସ

କିରଣ ଚନ୍ଦ୍ର

ସଫ୍ଟୱେର ଡେଭଲପମେଣ୍ଟ ଦଳ: ଡିଜାଇନ ପର୍ଯ୍ୟାୟ

ଦୀପନ ରାଜକୁମାର ଆର.

ଦୀପ୍ତି ଆର. (ଟେକ୍‌ ଲିଡ୍‌)

ଗାୟତ୍ରୀ ଏମ. (ଟିମ୍‌ ଲିଡ୍‌)

ଜୟକୁମାର ଚିନ୍ନାପ୍ପାନ (ଟେକ୍‌ ଲିଡ୍‌)

ଲୋକେଶ ଶର୍ମା

ନୀମେଶ ପୁଲିକପରମ୍ବିଲ

ଓଲିଭିଆ ୱାରିଂ

ଶଙ୍କର ପରମେଶ୍ୱରନ

ସତୀଶ ବିଶ୍ୱନାଥନ

ଭେଙ୍କଟେଶ ମଦନ

ବିଦ୍ୟାଲକ୍ଷ୍ମୀ ଏସ.

ବିନୋତ କୁମାର ଆର.

ପ୍ରାରମ୍ଭିକ ଦଳ

ଡେଭିଡ୍‌ ସିଆଙ୍ଗ ଫୋଙ୍ଗ ଓହ

କାର୍ତ୍ତିକ କନ୍ନନ

କୌଣ୍ଡିନ୍ୟ ଗୋପାରାଜୁ

ନିଖିଳେଶ୍ୱର ଗମେଧର

ରୁଚି ମହାଜନ

ଶଶାଙ୍କ ରାଘବେନ୍ଦ୍ର

ଡିଜାଇନ୍ ଦଳ ୨୦୨୨

ସମୁଦ୍ର ଗୁପ୍ତ

ଡିଜାଇନ ଦଳ ୨୦୧୪

ଆଦିତ୍ୟ ଦୀପଙ୍କର (ଟିମ୍ ଲିଡ୍‌)

ଗୌରବ ଶର୍ମା

ସମୀର ବେଲ୍ଳାରୀ

ଶିରାଜ ଇକବାଲ

ସୁଭାନୀ ସୁରୀ

ଆଇନ ପରାମର୍ଶଦାତା

ରୀନା କାମାଥ

ଋଷଭ ବୈଲୀ

କ୍ରେଜୀ ଫ୍ରଗ୍ ମିଡିଆ ଟିମ୍

ମୋହନ ଜି.ଏନ. (ମୁଖ୍ୟ)

ନରେନ୍‌ ଏଚ. ଆର.

ପ୍ରସାଦ ନାଏକ

ରାଜାରାମ ତାଲ୍ଲୁର

ସନ୍ଧ୍ୟାରାଣୀ ଏନ.

ସନ୍ତୋଷ ତାମ୍ପ୍ରାପାନି

ଶାମା ନନ୍ଦିବେତ୍ତା

ପ୍ରାରମ୍ଭିକ ସମର୍ଥନ, ଆଡମିନ ୨୦୧୪

ଅଦିତୀ ଚନ୍ଦ୍ରଶେଖର

ଅମିତା ଯୋଶେଫ

ଅମୀୟ ପାଣି

ଅପର୍ଣ୍ଣା କାର୍ତ୍ତିକେୟନ

ଭରତ ପାଟିଲ

ଦୀପା ଭାଟିଆ

ଦିବ୍ୟା ଜୈନ

ଗୌରୀ ଆଦେଲକର

କବିତା କାର୍ଣ୍ଣେଇରୋ

ଲୁବାଇନା କିତାବୀ

ମ୍ୟାଥ୍ୟୁ ଚେରିଆନ

ନବୀନ ରୟ ବେନଡିକ୍ଟ

ଓଁକାର ମଣ୍ଡଲେକର

ରେବତୀ ଆର.

ଋଷଭ ବୈଲୀ

ସତୀଶ ବିଶ୍ୱନାଥନ

ତେଜସ୍ୱୀ ପୁତରୟା


ଆମେ ପରୀ ପାଇଁ ଅନୁବାଦ କାର୍ଯ୍ୟରେ ଯୋଗଦାନ କରିଥିବା ଏବଂ ବୃହତ୍ତର ପାଠକଙ୍କ ନିକଟରେ ପରୀକୁ ପହଞ୍ଚାଇବା ପାଇଁ ସହଯୋଗ କରିଥିବା ସମସ୍ତ ସ୍ୱେଚ୍ଛାସେବୀଙ୍କୁ ଧନ୍ୟବାଦ ଜଣାଉଛୁ। ଆମେ ମଧ୍ୟ ଆମ ଲାଇବ୍ରେରୀ ସହଜରେ ଆକ୍ସେସ କରିବା ପାଇଁ ଏବଂ ସମ୍ବଳଗୁଡ଼ିକର ନିଷ୍କର୍ସ ଆହରଣ କାର୍ଯ୍ୟ ମାଧ୍ୟମରେ ଏହାକୁ ବ୍ୟବହାର ଉପଯୋଗୀ କରିବା ପାଇଁ ସ୍ୱେଚ୍ଛାରେ କାର୍ଯ୍ୟ କରିଥିବା ସମସ୍ତ ସ୍ୱେଚ୍ଛାସେବୀଙ୍କୁ କୃତଜ୍ଞତା ଜଣାଉଛୁ।

 

ଅମୂଲ୍ୟ ସହାୟତା ପାଇଁ ମୁମ୍ବାଇର ପି.ଆର. ଗାନ୍ଧୀ ଏଣ୍ଡ କୋ ର କାର୍ତ୍ତିକ ଶାହା, ଦୀପକ ସୋନୀ, ମୀନାକ୍ଷୀ ନିକମ ଓ ଈଶା ଠକର ଏବଂ ଦିଲ୍ଲୀର ପ୍ରକାଶ ଶାହାଙ୍କୁ ଅଶେଷ ଧନ୍ୟବାଦ ।

 

ଅଭିଜିତ ଦତ୍ତ, ଅନୀଲ ଚୌଧୁରୀ, ମରିଆମ ରାମ, ରୋମି ମହାଜନ, ସୁଦର୍ଶନ ଲୟଲ୍‌କା, ସୁଧନ୍ୱା ଦେଶପାଣ୍ଡେ ଓ ବିଜୟ ପ୍ରସାଦଙ୍କ ଭଳି ବ୍ୟକ୍ତିବିଶେଷଙ୍କ ଠାରୁ ଆମକୁ ମିଳିଥିବା ଏବଂ ମିଳିଚାଲିଥିବା ବ୍ୟାପକ ପ୍ରୋତ୍ସାହନ ଓ ସମର୍ଥନକୁ ଆମେ ସହୃଦୟତାର ସହିତ ସ୍ୱୀକାର କରୁଛୁ ।

 

ଅନ୍ୟମାନେ ମଧ୍ୟ ରହିଛନ୍ତି ଯେଉଁମାନେ ପରୀକୁ ଆକାର ଦେବା ଓ ସମୃଦ୍ଧ କରିବାରେ ଉଲ୍ଲେଖନୀୟ ଯୋଗଦାନ ଦେଇଛନ୍ତି । ଏମାନଙ୍କ ମଧ୍ୟରେ ସାମିଲ ଅଛନ୍ତି - ଅପର୍ଣ୍ଣା କାର୍ତ୍ତିକେୟନ, ଚିତ୍ରାଙ୍ଗଦା ଚୌଧୁରୀ,ଜୟଦୀପ ହାର୍ଦିକର କବିତା ଆୟାର, କବିତା ମୂରଲୀଧରନ, ମୌସୁମୀ ଭଟ୍ଟାଚାର୍ଯ୍ୟ, ଓଲିଭିଆ ୱେରିଂ, ପୂଜା ଅବସ୍ତି, ପୁରୁଷୋତ୍ତମ ଠାକୁର, ରୀତାୟନ ମୁଖାର୍ଜୀ, ସଙ୍ଗୀତା ମେନନ, ଶାଲିନୀ ସିଂହ, ଶ୍ରଦ୍ଧା ଅଗ୍ରୱାଲ, ସୁବୁହି ଜିୱାନୀ, ସ୍ୱଗତ ଗୁପ୍ତା ଓ ବିନୁତା ମାଲ୍ୟା। ତେବେ ଏହି ତାଲିକା ସମ୍ପୂର୍ଣ୍ଣ ନୁହେଁ।

 

ସର୍ବପ୍ରଥମେ ନିଜର ସହାୟତା, ଶ୍ରମ, କାହାଣୀ କିମ୍ବା ଅନ୍ୟାନ୍ୟ ସହାୟତା ଯୋଗାଇ ଦେଇଥିବା ଶୁଭଚିନ୍ତକମାନଙ୍କ ମଧ୍ୟରେ ମଧୁଶ୍ରୀ ମୁଖାର୍ଜୀ, ସ୍ୱେତା ଡାଗା, ସୁଖଦ ଟଟକେ, ଉର୍ବଶୀ ସରକାର ଏବଂ ବିଦ୍ୟୁତ କାଲେ ପ୍ରମୁଖ ସାମିଲ ଅଛନ୍ତି।

 

ଆମକୁ ଅନେକ ସମୟ ଓ ଶ୍ରମ ଦାନ କରିଥିବା ସ୍ୱେଚ୍ଛାସେବୀ, ସାମ୍ବାଦିକ, ଚଳଚ୍ଚିତ୍ର ନିର୍ମାତା ଓ ଅନ୍ୟ ଯୋଗଦାନକାରୀଙ୍କ ପ୍ରତି ଆମେ ବିଶେଷ କୃତଜ୍ଞ । ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କ ତାଲିକା ଦେବା ପାଇଁ ଏଠାରେ ସ୍ଥାନାଭାବ ରହିଛି । ଆଉ ଏମିତି କିଛି ଲୋକ ଅଛନ୍ତି ଯେଉଁମାନଙ୍କ ନାମ ଆମେ ଏଠାରେ ଉଲ୍ଲେଖ କରିପାରିନାହୁଁ ଏବଂ ସେଥିପାଇଁ ଆମେ କ୍ଷମାପ୍ରାର୍ଥୀ। ଆହୁରି କିଛି ଲୋକ ଅଛନ୍ତି ଯେଉଁମାନଙ୍କର ବର୍ତ୍ତମାନର କାର୍ଯ୍ୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆମେ ସେମାନଙ୍କ ନାମ ପ୍ରକାଶ କରିପାରିବୁ ନାହିଁ।



ପି. ସାଇନାଥ

ପ୍ରତିଷ୍ଠାତା ସମ୍ପାଦକ, ପରୀ

ସେପ୍ଟେମ୍ବର ୨୦୨୪