ଛେଳି, ମେଣ୍ଢା, କୁକୁଡ଼ା, ମଇଁଷି, ଚେର, ପତ୍ର, ଫଳ - ନିୟମଗିରି ବାର୍ଷିକ ଉତ୍ସବରେ ଏବୁକିଛି ମିଳେ। ଦକ୍ଷିଣ-ପଶ୍ଚିମ ଓଡ଼ିଶାର ରାୟଗଡ଼ା ଏବଂ କଳହାଣ୍ଡି ଜିଲ୍ଲାର ବହୁ ସଂଖ୍ୟାରେ ଆଦିବାସୀ ଏକାଠି ହୁଅନ୍ତି।
ପ୍ରତିବର୍ଷ ୨୨ରୁ ୨୫ ମଧ୍ୟରେ ଅମଳ ଶେଷ ହୋଇଯିବା ପରେ ଡଙ୍ଗରିଆ କନ୍ଧମାନେ ନିୟମ ରାଜାଙ୍କ ପୂଜା ପାଇଁ ପ୍ରସ୍ତୁତ ହୁଅନ୍ତି। ନିମୟଗିରି ପାହାଡର ରକ୍ଷକ ହେଉଛନ୍ତି ନିୟମ ରାଜା। ଲଦ ଶିକକା କହନ୍ତି, “କେଉଁ ଅନାଦି କାଳରୁ ଏଠି ଡଙ୍ଗରିଆମାନେ ବସବାସ କରୁଛନ୍ତି ଯେତେବେଳେ ଆମ ଦୁନିଆ ଭିତରେ ସରକାର ନଥିଲେ। ଏକଦା ଆମ ଲୋକେ ଖୁବ ଖୁସି ଥିଲେ, ସ୍ୱାଧୀନ ଭାବେ ଏବଂ ସମ୍ମାନର ସହ ଜୀବନକୁ ଉପଭୋଗ କରୁଥିଲେ, ଆମ ଭାଷାରେ କଥା ହେଉଥିଲେ। ସେତେବେଳେ ଘଞ୍ଚ ଜଙ୍ଗଲ, ଝରଣା ଏବଂ ବନ୍ୟଜନ୍ତୁ ଥିଲେ। ” ଶିକୋକା ଜଣେ ଡଙ୍ଗରିଆ କନ୍ଧ ଏବଂ ନିୟମଗିରି ସୁରକ୍ଷା ସମିତିର ନେତା। ଆଦିବାସୀଙ୍କ ସୁରକ୍ଷା ଏବଂ ବକ୍ସାଇଟ୍ ଖଣି ଖନନରୁ ପାହାଡକୁ ସୁରକ୍ଷା ଦେବା ପାଇଁ ୨୦୦୩ରେ ନିୟମଗିରି ସୁରକ୍ଷ ସମିତି ଗଠନ ହୋଇଥିଲା। (See ‘The mountain, forest and streams are our gods’)
କଳାହାଣ୍ଡି ଜିଲ୍ଲା କେସିଙ୍ଗା ଅଞ୍ଚଳର ଜଣେ କର୍ମକର୍ତ୍ତା ତଥା ନିୟମଗିରି ସୁରକ୍ଷା ସମିତିର ଆବାହକ ଲିଙ୍ଗରାଜ ଆଜାଦ। ସେ କହନ୍ତି, “ ଆଦିବାସୀମାନେ ପ୍ରକୃତି ଏବଂ ପରିବେଶ ଛଡ଼ା ଅନ୍ୟ କାହାର ଉପାସନା କରନ୍ତି ନାହିଁ। କୁଇ ଭାଷାରେ ସେମାନେ ଭୂମିକୁ କହନ୍ତି ‘ଧରଣୀ ପେନୁ’- ଦେବୀ ଭାବରେ ପୂଜା କରନ୍ତି। ପର୍ବତଙ୍କୁ ଦେବତା ଭାବେ ପୂଜା କରାଯାଏ। ତାଙ୍କୁ କହନ୍ତି ‘ହୋରୁ’। ପାଣି, ପବନ, ଗଛ, ଲତା ଏସବୁ ଜୀବନର ଆଧାର। ଏମାନଙ୍କୁ ମଧ୍ୟ ପୂଜା କରାଯାଏ। ଏଥିପାଇଁ ଆମେ ନିୟମଗିରିରେ ଖଣି ଖନନକୁ ବିରୋଧ କରୁଛୁ, ଯେତେବେଳେ ଏହି ପାହାଡକୁ ସରକାର ବେଦାନ୍ତ ହାତକୁ ଟେକି ଦେବାକୁ ଚାହୁଁଛି।”
ଓଡ଼ିଶା ସରକାରଙ୍କ ନିଜସ୍ୱ ଓଡ଼ିଶା ମାଇନିଂ କର୍ପୋରେସନ୍ ଏବଂ ବ୍ରିଟିଶ ଅନ୍ତର୍ଜାତୀୟ କମ୍ପାନୀ ଷ୍ଟେରିଲାଇଟ୍ ଇଣ୍ଡଷ୍ଟ୍ରିଜ୍ (ବର୍ତ୍ତମାନ ବେଦାନ୍ତ) ପ୍ରକଳ୍ପକୁ ଡଙ୍ଗରିଆ ଆଦିବାସୀମାନେ ଦୀର୍ଘ ଦିନ ହେବ ବିରୋଧ କରି ଆସୁଛନ୍ତି। ଲାଞ୍ଜିଗଡ ତହସିଲ ଅଞ୍ଚଳରେ ଥିବା ବେଦାନ୍ତ ରିଫାଇନାରୀ ପ୍ରକଳ୍ପ ପାଇଁ ସେମାନଙ୍କ ପବିତ୍ର ପାହାଡ଼ରୁ ବକ୍ସାଇଟ୍ (ଯାହା ଆଲୁମିନିୟମ ଉତ୍ପାଦନରେ ବ୍ୟବହୃତ ହୋଇଥାଏ) ଉତ୍ତୋଳନ ପ୍ରସ୍ତାବ ଥିଲା। ୨୦୧୩ରେ ସୁପ୍ରିମକୋର୍ଟଙ୍କ ନିର୍ଦେଶରେ ୧୨ଟି ଗ୍ରାମସଭା ହୋଇଥିଲା। ଏଥିରେ ଡଙ୍ଗରିଆ ଏବଂ ଅନ୍ୟ ଆଦିବାସୀମାନେ ଖଣି ବିରୋଧରେ ଭୋଟ ଦେଇଥିଲେ। ଜୈବ ବିବିଧତାରେ ପରିପୂର୍ଣ୍ଣ ଏହି ପାହାଡରେ ଖଣି ଖନନ ପାଇଁ ଓଡ଼ିଶା ସରକାର ଲଗାତର ଭାବେ କୋର୍ଟରେ ଆବେଦନ କରି ଆସୁଛନ୍ତି।
















