ଶହଶହ ବର୍ଷ ଧରି, ସାଦ୍ରୀ ଗ୍ରାମ, ରାଜସ୍ଥାନର ପାଲି ଜିଲ୍ଲାରେ ଥିବା ଏକ ଗ୍ରାମରେ ବାସ କରୁଥିବା ରାଇକା ସମ୍ପ୍ରଦାୟର ଲୋକମାନେ ଓଟ ପାଳନ କରି ଆସୁଛନ୍ତି । ମୁଁ ଫୁୟାରାମ୍‌ଙ୍କ ସହିତ ଚଡିୟେରେ ଗଲି – ଯେତେବେଳେ ପଶୁମାନଙ୍କୁ ଚରାଇବା ପାଇଁ ନିଆଯାଏ । ସାଧାରଣତଃ, ଏହା ଦିନସାରା ଚାଲିଥାଏ । ଚା ଓ ଖାଦ୍ୟ ପାଇଁ ଆବଶ୍ୟକ ସାମଗ୍ରୀଗୁଡିକ ନିଜ ପଗଡିରେ ଖୋସି ସେ ଭୋର୍‌ରୁ ବାହାରି ଯାଆନ୍ତି ଓ ଉତ୍ତୀର୍ଣ୍ଣ ସନ୍ଧ୍ୟା କାଳରେ ଫେରିଥାନ୍ତି । ରାଜସ୍ଥାନରେ ଗ୍ରୀଷ୍ମ ଋତୁର ଜାଳିଦେବା ଭଳି ସେହି ଉତ୍ତାପକୁ ଖାତିର ନକରି ଓ ୨୦ଟି ଓଟର ଦେଖାରଖା କରିବାକୁ ଥିଲେ ମଧ୍ୟ, ସେ ଆମ ଦୁଇଜଣଙ୍କ ପାଇଁ ଚାହା ପ୍ରସ୍ତୁତ କଲେ ।

ଫୁୟାରାମ୍‌ଜୀ ବୋଧହୁଏ ଏହା ଜାଣି ପାରିଛନ୍ତି ଯେ, ତାଙ୍କ ପରିବାରର କେହି ମଧ୍ୟ ତାଙ୍କ ଚଲାପଥ ଅନୁସରଣ କରିବେ ନାହିଁ । ତାଙ୍କ ପିଲାମାନେ ତାଙ୍କର ଏହି କାମ ଭବିଷ୍ୟତରେ ଆଉ କିପରି ଜାରି ରଖିବେ ନାହିଁ ସେ ବିଷୟରେ ସେ କହିଲେ । ଏବେ ମଧ୍ୟ ପଶୁଚାରଣକାରୀଙ୍କ ଅଧିକାର ସୀମା ମଧ୍ୟରେ ରହୁଥିବା କେତେକ ଜମି ମଧ୍ୟ ଦେଇ ଆମେ ଯେତେବେଳେ ଚାଲିଚାଲି ଯାଉଥିଲୁ ସେତେବେଳେ ସେ ମୋତେ ଏକ ସମୟରେ ରାଇକାମାନେ କିଭଳି ଭାବେ ସଦ୍ରୀର ଜଙ୍ଗଲ ଓ ଚାଷଜମିଗୁଡିକରେ ମୁକ୍ତ ଭାବେ ବୁଲି ପାରୁଥିଲେ, ରାସ୍ତାରେ ଯେଉଁମାନେ ମିଶୁଥିଲେ ସେମାନଙ୍କ ସହିତ କିଭଳି ବନ୍ଧୁତ୍ୱ ସ୍ଥାପନ କରୁଥିଲେ, ସେ ବିଷୟରେ କହିଲେ।

ଭିଡିଓ ଦେଖନ୍ତୁ : ଫୁୟାରାମ୍‌ଜି ରାଇକା, ସଦ୍ରୀ ଗ୍ରାମର ଏହି ସମ୍ପ୍ରଦାୟର ଜଣେ ନେତା, ଆମକୁ ଭାଗ୍ୟ ସମ୍ବନ୍ଧୀୟ ଏକ କାହାଣୀ ବିଷୟରେ କହୁଛନ୍ତି । ସେ ଜାଣନ୍ତି ଯେ ତାଙ୍କ ପରିବାରର ଅନ୍ୟ କେହି ତାଙ୍କ ଚଲାପଥ ଅନୁସରଣ କରି ପଶୁପାଳକ ହେବେ ନାହିଁ

କିନ୍ତୁ ବର୍ତ୍ତମାନ ପରିସ୍ଥିତି ବଦଳିଗଲାଣି । ସେମାନଙ୍କୁ ଚରେଇବା ପାଇଁ ବର୍ତ୍ତମାନ ଆଉ ଯଥେଷ୍ଟ ପରିମାଣର ଚାରଣ ଭୂମି ଉପଲବ୍ଧ ହେଉ ନାହିଁ, କାରଣ ଲମ୍ବା ଜମିଖଣ୍ଡଗୁଡିକ ବର୍ତ୍ତମାନ ବେସରକାରୀ ସମ୍ପତ୍ତି ହୋଇଗଲାଣି ବା ସରକାର ଏହାର ଅଧିଗ୍ରହଣ କରିସାରିଛନ୍ତି । ଏହି ସମ୍ପ୍ରଦାୟର ପାରମ୍ପରିକ ଚାରଣଭୂମିର ଆକାର କ୍ରମଶଃ ଛୋଟ ହୋଇଗଲାଣି ଓ ବର୍ଷବର୍ଷ ଧରି ପରସ୍ପର ସହିତ ମିଳିମିଶି ରହି ଆସୁଥିବା ପଶୁପାଳକ ଓ କୃଷକମାନଙ୍କ ସମ୍ପର୍କ ମଧ୍ୟରେ ଫାଟ ଦେଖାଦେଲାଣି ।

ମୁଁ ଫୁୟାରାମ୍‌ଜୀଙ୍କୁ ତାଙ୍କ ପିଲାଦିନରେ ଶୁଣିଥିବା ଏକ କାହାଣୀ କହିବାକୁ କହିଲି । ସେ ଏହି ଅଲୌକିକ କାହାଣୀ ବର୍ଣ୍ଣନା କଲେ – ଏହା ହେଉଛି ଦୁଇଜଣ ଭାଇ ଓ ଭଉଣୀ, ଦୁଇଜଣ ଭଗବାନ, ଭାଗ୍ୟ ଓ ସମ୍ପତ୍ତି ବିଷୟରେ ଏକ କାହାଣୀ । ଯେଉଁମାନେ ଧନ ସମ୍ପତ୍ତି ପଛରେ ଗୋଡାଇ ଥାନ୍ତି, ସେମାନଙ୍କୁ ସାବଧାନ କରିବା ପାଇଁ ଏହି କାହାଣୀ କୁହାଯାଇଥାଏ ।

ଏହିପରି ଅନ୍ୟ କାହାଣୀ : ରାଜସ୍ଥାନର ରାଇକାମାନେ

ଅନୁବାଦ: ଓଡ଼ିଶାଲାଇଭ୍‍

Sweta Daga

ಶ್ವೇತಾ ದಾಗಾ ಬೆಂಗಳೂರು ಮೂಲದ ಬರಹಗಾರರು ಮತ್ತು ಛಾಯಾಗ್ರಾಹಕರು ಮತ್ತು 2015ರ ಪರಿ ಫೆಲೋ. ಅವರು ಮಲ್ಟಿಮೀಡಿಯಾ ವೇದಿಕೆಗಳಲ್ಲಿ ಕೆಲಸ ಮಾಡುತ್ತಾರೆ ಮತ್ತು ಹವಾಮಾನ ಬದಲಾವಣೆ, ಲಿಂಗ ಮತ್ತು ಸಾಮಾಜಿಕ ಅಸಮಾನತೆಯ ಬಗ್ಗೆ ಬರೆಯುತ್ತಾರೆ.

Other stories by Sweta Daga
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE