ପଟ୍ଟନମଥିଟ୍ଟା ଜିଲ୍ଲାର ରାଣୀ ଅଙ୍ଗଡ଼ି ଗ୍ରାମର କେ.ଆର୍. ଶାରଦାଙ୍କ ଘର ଏକ ଉଚ୍ଚ ଜାଗାରେ , ସାମ୍ନାରେ ଧାନ ଓ ସାରୁ କ୍ଷେତ ଏବଂ  କଦଳୀ ବଗିଚା । ଏସବୁ ଜମିରେ କୁଦୁମ୍ବଶ୍ରୀ ସଂଘ କୃଷି (ଗୋଷ୍ଠୀ ବା ସମୁହ କୃଷି) କାର୍ଯ୍ୟ କରୁଛି । ୨୦୧୮ ଅଗଷ୍ଟ ମାସରେ କେରଳରେ ହୋଇଥିବା ବନ୍ୟା କେବଳ ସେସବୁ ଜମିକୁ ବୁଡ଼ାଇ ଦେଇନଥିଲା, ଏହା ବନ୍ଧ ଉପରେ ଥିବା ତାଙ୍କ ଘରେ ମଧ୍ୟ ପଶିଯାଇଥିଲା ଏବଂ ଏହା ସମୁଦାୟ ତଳ ମହଲାକୁ ବୁଡ଼ାଇ ଦେଇଥିଲା। ଶାରଦା କୁହନ୍ତି, “ମୋତେ ୧୧ଦିନ ପର୍ଯ୍ୟନ୍ତ ଘର ଛାଡ଼ିବାକୁ ପଡ଼ିଲା ।” ସେ ସେହି ଦିନଗୁଡ଼ିକରେ ଏକ ଉଚ୍ଚ ସ୍ଥାନରେ ଥିବା ଆଶ୍ରୟସ୍ଥଳରେ କଟାଇଥିଲେ । ସେ ଜଣେ ଚାଷୀ ନୁହନ୍ତି, ଜଣେ ଗୃହିଣୀ ମଧ୍ୟ ।

ସେ ଫେରିବାର ଅନେକ ଦିନ ପରେ ମଧ୍ୟ ଏବେ ବି ନିଜ ଘରର ଜିନିଷପତ୍ରକୁ ବାରଣ୍ଡା ଏବଂ ପାହାଚରେ ଶୁଖାଉଛନ୍ତି । ଏ ମଧ୍ୟରୁ ତାଙ୍କ ପାଇଁ  ସବୁଠାରୁ ପ୍ରିୟ ପରିବାରର ଫଟୋଗୁଡ଼ିକ । ଭାଗ୍ୟବଶତଃ ଏଗୁଡ଼ିକ ମଧ୍ୟରୁ ଅଧିକାଂଶ ଧୋଇ ହେବା ଯୋଗ୍ୟ ଏବଂ ଜଳନିରୋଧୀ । ଏଗୁଡ଼ିକ ଲାମିନେସନ କରାଯାଇଥିବା ଫଟୋ ପରି । ସେ ସେଗୁଡ଼ିକୁ କଡ଼ରେ ଥିବା କେତେକ ପାହାଚ ଉପରେ ଶୁଖାଇଥିଲେ । ଏ ମଧ୍ୟରେ କେତେଗୁଡ଼ିଏ ତାଙ୍କ ପୁଅ  କେ.ଆର୍ ରାଜେଶଙ୍କର ଫଟୋ । ଯେ କି ମିଲିଟାରୀରେ କାମ କରନ୍ତି ଏବଂ ଡ୍ୟୁଟିରେ ଦୂରରେ ଅଛନ୍ତି । ସେ କେଉଁଠାରେ ଅଛନ୍ତି ସେହି ସ୍ଥାନ ସମ୍ପର୍କରେ ଶାରଦାଙ୍କର ସ୍ପଷ୍ଟ ଧାରଣା ନାହିଁ । ତେବେ ତାଙ୍କ ବିଶ୍ୱାସ ସେ ଉତ୍ତରରେ “କୌଣସି ସ୍ଥାନ”ରେ ଅଛନ୍ତି ।

ଅନୁବାଦ: ଓଡ଼ିଶାଲାଇଭ୍‍

ಪಿ. ಸಾಯಿನಾಥ್ ಅವರು ಪೀಪಲ್ಸ್ ಆರ್ಕೈವ್ ಆಫ್ ರೂರಲ್ ಇಂಡಿಯಾದ ಸ್ಥಾಪಕ ಸಂಪಾದಕರು. ದಶಕಗಳಿಂದ ಗ್ರಾಮೀಣ ವರದಿಗಾರರಾಗಿರುವ ಅವರು 'ಎವೆರಿಬಡಿ ಲವ್ಸ್ ಎ ಗುಡ್ ಡ್ರಾಟ್' ಮತ್ತು 'ದಿ ಲಾಸ್ಟ್ ಹೀರೋಸ್: ಫೂಟ್ ಸೋಲ್ಜರ್ಸ್ ಆಫ್ ಇಂಡಿಯನ್ ಫ್ರೀಡಂ' ಎನ್ನುವ ಕೃತಿಗಳನ್ನು ರಚಿಸಿದ್ದಾರೆ.

Other stories by P. Sainath
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE