ସମ୍ଭବତଃ ତାଙ୍କୁ ପ୍ରାୟ ୭୦ ବର୍ଷ ବୟସ ହୋଇଥିଲା। ଗାଇବାରେ ଏବଂ ନାଚିବାରେ ତାଙ୍କର ଯେଉଁ ଉତ୍ସାହ ଥିଲା, ସେଥିରୁ ତାଙ୍କୁ ଏତେ ବୟସ ହୋଇଥିବାର ଜଣା ପଡୁ ନଥିଲା । ଡ଼ିସେମ୍ବର ୨୦୧୯ ରୁ ଛତିଶଗଡ଼ ରାଜ୍ୟର ରାଜଧାନୀ ରାୟପୁରରେ ହୋଇଥିବା ଜାତୀୟ ଆଦିବାସୀ ନୃତ୍ୟ ଉତ୍ସବରେ କଳା ପ୍ରଦର୍ଶନ କରିଥିବା ପିକାଉଲି ଭାଲି ଜଣେ ବଞ୍ଜରା (କିମ୍ବା ଲମ୍ବାଡ଼ି) ତେଲେଙ୍ଗାନାର ପ୍ରାଚୀନତମ ଆଦିବାସୀ କଳାକାରମାନଙ୍କ ମଧ୍ୟରେ ଅନ୍ୟତମ ।

ବଞ୍ଜରାମାନେ ସର୍ବଦା ଦୃଷ୍ଟି ଆକର୍ଷଣ ପାଇଁ ବିଶେଷ ଯତ୍ନ ନିଅନ୍ତି । ମହିଳାମାନଙ୍କର ଅସାଧାରଣ ରଙ୍ଗୀନ ପୋଷାକକୁ ଅତି ନ୍ୟୁନ ଭାବରେ "ଆଦିବାସୀ " ବୋଲି ବଲିଉଡ଼ ଚଳଚ୍ଚିତ୍ରରେ ଉପସ୍ଥାପନା କରାଯାଉଛି, ତାହା ଲକ୍ଷ କରିବା କଥା - ସେଥିରେ ମଧ୍ୟ ଅଛି ଚିତ୍ତାକର୍ଷକ ଅଳଙ୍କାର ଏବଂ ଧଳା ଶଙ୍ଖା (ଏକ ସମୟରେ ପଶୁର ହାଡରୁ ତିଆରି ହେଉଥିଲା କିନ୍ତୁ ଏବେ ତାହା ପ୍ଲାଷ୍ଟିକର ମାର୍ଗଦର୍ଶକ ହେଇଛି )

ତା’ପରେ ଏହା ମଧ୍ୟ ସତ୍ୟ ଯେ ସେମାନେ ଦୀପ୍ତିମାନ ଅଭିନେତା।

ପିକାଉଲି ଭାଲି ହେଉଛନ୍ତି ରାଇପୁରର ଅଭିନୟ କରୁଥିବା ଦଳର ସର୍ବୋଚ୍ଚ ଵୟୋଜ୍ୟେଷ୍ଠ ସଭ୍ୟ। ଆମମାନଙ୍କ ପାଇଁ ଏକ ଗୀତ ତାଙ୍କ ଗୋର ବୋଲ ଭାଷାରେ ଗାଇବା ସମୟରେ ତାଙ୍କ ସହିତ ଭୁଜ୍ଜି, ଭଲ୍ଲି ଏବଂ ଶାରଦା ଯୋଗଦାନ କରିଥିଲେ। ଏହି ଦଳର ଅଧିକାଂଶ ସଭ୍ୟ ତେଲେଙ୍ଗାନା ରାଜ୍ୟ ନାଲକୋଣ୍ଡା ଜିଲ୍ଲା ଦେବାରକୋଣ୍ଡା ମଣ୍ଡଳର ନେଗୁଡୁ ଆଦିବାସୀ କ୍ଷୁଦ୍ର ଗ୍ରାମର ବାସିନ୍ଦା।

ପିକାଉଲି ଭାଲି - ଯାହାଙ୍କର ଦୁଇ ପୁଅ, ପାଞ୍ଚ ଝିଅ ଏବଂ ଅନେକ ନାତି ନାତୁଣୀ - ନାଲକୋଣ୍ଡାରେ ତାଙ୍କର ଦୁଇ ଏକର ଚାଷ ଜମି ଅଛି।

ସାଧାରଣତଃ ଲମ୍ବାଡି ମହିଳାମାନେ ତାଙ୍କ ସମ୍ପ୍ରଦାୟର ପୁରୁଷମାନଙ୍କ ଦ୍ୱାରା ବଜା ଯାଉଥିବା ଡ୍ରମ ବାଦ୍ୟର ତାଳେ ତାଳେ ନାଚନ୍ତି। ଗାୟକମାନେ ସେମାନଙ୍କର ଦେବା ଦେବୀଙ୍କ ନିକଟରେ ଭଲ ଫସଲ ପାଇଁ କୃତଜ୍ଞତା ଜଣାନ୍ତି।

ଭିଡ଼ିଓ ଦେଖନ୍ତୁ : ପିକାଉଲି ଭାଲି ଏବଂ ଲମ୍ବାଡି ମହିଳାମାନେ ଗୋର ବୋଲ ଭାଷାରେ ଗୀତ ଗାଉଛନ୍ତି ।

ଅନୁବାଦ: ଓଡ଼ିଶାଲାଇଭ୍‍

Purusottam Thakur

ಪತ್ರಕರ್ತ ಹಾಗೂ ಸಾಕ್ಷ್ಯಚಿತ್ರ ನಿರ್ಮಾಪಕರಾದ ಪುರುಶೋತ್ತಮ ಠಾಕುರ್, 2015ರ 'ಪರಿ'ಯ (PARI) ಫೆಲೋ. ಪ್ರಸ್ತುತ ಇವರು ಅಜೀಂ ಪ್ರೇಂಜಿ ವಿಶ್ವವಿದ್ಯಾನಿಲಯದ ಉದ್ಯೋಗದಲ್ಲಿದ್ದು, ಸಾಮಾಜಿಕ ಬದಲಾವಣೆಗಾಗಿ ಕಥೆಗಳನ್ನು ಬರೆಯುತ್ತಿದ್ದಾರೆ.

Other stories by Purusottam Thakur
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE