୩୦ ନମ୍ବର ଜାତୀୟ ରାଜପଥରେ ଛତିଶଗଡ଼ର ରାଜଧାନୀ ରାୟପୁରରୁ ଆପଣ ବସ୍ତର ଜିଲ୍ଲା ମୁଖ୍ୟାଳୟ ଜଗଦଲପୁରକୁ ଯାଇପାରିବେ। ସେହି ରାସ୍ତାରେ କାଙ୍କେର ଜିଲ୍ଲାରେ ଗୋଟେ ଛୋଟ ସହର ଚରମା ପଡ଼ିବ। ଚରମାର ଟିକେ ପୂର୍ବରୁ ଗୋଟେ ଛୋଟ ଘାଟି ରହିଛି। କିଛି ସପ୍ତାହ ତଳେ ସେହି ଘାଟିରୁ ଗାଡ଼ି ଚଳାଇ ତଳକୁ ଯିବା ସମୟରେ ମୁଁ ପ୍ରାୟ ୧୦-୧୫ଟି ଗାଁ ଦେଖିଥିଲି। ସେଠାରେ ଅଧିକାଂଶ ମହିଳା ମୁଣ୍ଡରେ ଜାଳେଣିକାଠ ଲଦି ନିକଟସ୍ଥ ଜଙ୍ଗଲରୁ ଫେରୁଥିଲେ।
ସେମାନେ ସମସ୍ତେ ଜାତୀୟ ରାଜପଥ ନିକଟବର୍ତ୍ତୀ ଦୁଇଟି ଗାଁ କାଙ୍କେର ଜିଲ୍ଲାର କୋଚୱାହି ଏବଂ ବାଲୋଦ ଜିଲ୍ଲାର ମଚାନ୍ଦୁରର ବାସିନ୍ଦା ଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଗୋଣ୍ଡ ଆଦିବାସୀ ଥିଲେ ଯେଉଁମାନେ ନାମମାତ୍ର ଚାଷୀ ବା କୃଷିଶ୍ରମିକ ଭାବେ କାମ କରୁଥିଲେ।
![](/media/images/02-DSC09578-PT-Headloads_on_the_highway.width-1440.jpg)
![](/media/images/03-PT-PT-Headloads-on-the-highway.width-1440.png)
ସେହି ଦଳରେ ଥିବା କିଛି ପୁରୁଷଲୋକ କାଠକୁ ସାଇକେଲରେ ଲଦିଛନ୍ତି । କେବଳ ଜଣକୁ ଛାଡ଼ିଦେଇ ସବୁ ମହିଳା ମୁଣ୍ଡରେ ଜାଳେଣିକାଠ ଲଦିଛନ୍ତି । ମୁଁ ସେମାନଙ୍କ ସହିତ କଥା ହେଲି । ସେମାନେ କହିଲେ , ବଡ଼ି ଭୋର୍ରୁ ସେମାନେ ଘର ଛାଡ଼ି ବାହାରି ଯାଆନ୍ତି ଏବଂ ସକାଳ ପ୍ରାୟ ୯ଟା ବେଳକୁ ଫେରିଆସନ୍ତି । ସାଧାରଣତଃ ସେମାନେ ରବିବାର ଏବଂ ମଙ୍ଗଳବାର ଏହି କାମ କରୁଥିବାବେଳେ ନିଜ ଘର ପାଇଁ ଜାଳେଣିକାଠ ସଂଗ୍ରହ କରି ଫେରିଆସନ୍ତି ।
![](/media/images/04-PT-PT-Headloads-on-the-highway.width-1440.png)
ସମସ୍ତେ କିନ୍ତୁ ଘରୋଇ ଆବଶ୍ୟକତା ପୂରଣ ପାଇଁ ଜାଳେଣିକାଠ ସଂଗ୍ରହ କରନ୍ତି ନାହିଁ । କିଛି ଜଣ ସେମାନେ ସଂଗ୍ରହ କରିଥିବା କାଠକୁ ବଜାରକୁ ନେଉଛନ୍ତି ବୋଲି ମୋର ବିଶ୍ୱାସ । ସେହି କାଠ ବିକ୍ରି କରି ଏଠାକାର ଅଧିକାଂଶ ଗରିବ ଲୋକ କିଛି ଟଙ୍କା ଉପାର୍ଜନ କରନ୍ତି । ଏହି ଅନଗ୍ରସର ଅଞ୍ଚଳରେ ସେମାନେ ଏହାଦ୍ୱାରା ହିଁ ଜୀବିକାର୍ଜ୍ଜନ କରିଥାନ୍ତି ।
![](/media/images/05-DSC09341Crop-PT-Headloads_on_the_highway.width-1440.jpg)
ଅନୁବାଦ: ଓଡ଼ିଶାଲାଇଭ୍