ମଦୁରାଇ ଜିଲ୍ଲାର କିନ୍ନର ଲୋକ କଳାକାରମାନଙ୍କ ପାଇଁ, ବର୍ଷର ପ୍ରଥମ ଛଅ ମାସ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ହୋଇଥାଏ। ଏହି ସମୟରେ, ବିଭିନ୍ନ ଗ୍ରାମରେ ସ୍ଥାନୀୟ ପାର୍ବଣ ଏବଂ ମନ୍ଦିରମାନଙ୍କରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। କିନ୍ତୁ ଲକଡାଉନ ସମୟରେ ବଡ଼ ସାର୍ବଜନୀନ ସମାରୋହ ଉପରେ କଟକଣା ଲାଗୁ ହେବା କାରଣରୁ ତାମିଲନାଡ଼ୁର ପାଖାପାଖି ୫୦୦ କିନ୍ନର ମହିଳା କଳାକାରମାନେ ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି।

ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମ୍ୟାଗୀ। ସେ ମଦୁରାଇ ନଗରଠାରୁ ୧୦ କିଲୋମିଟର ଦୂରତା ମଧ୍ୟରେ ଥିବା ବିଲାଙ୍ଗୁଡ଼ି ସହରରେ ଥିବା ନିଜର ଦୁଇ ବଖୁରିଆ ଘରେ ରୁହନ୍ତି। ତାଙ୍କ ଭଳି ଅନ୍ୟ କିଛି ମହିଳା କିନ୍ନରମାନେ ମଧ୍ୟ ଏଠାରେ ଏକାଠି ରହିଥାନ୍ତି। ଜିଲ୍ଲାର ଅନ୍ୟ କିନ୍ନରମାନଙ୍କ ଭଳି ମ୍ୟାଗୀ ମଧ୍ୟ ଫସଲ ବୁଣାଯିବା ପରେ ବୀଜ ଅଙ୍କୁରଣ କାଳରେ ଆୟୋଜନ କରାଯାଉଥିବା ପାରମ୍ପରିକ କୁମ୍ମୀ ପଟ୍ଟୁ ସଙ୍ଗୀତ ପରିବେଷଣ କରିଥାନ୍ତି। ପ୍ରତ୍ୟେକ ବର୍ଷ ଜୁଲାଇ ମାସରେ ତାମିଲନାଡ଼ୁରେ ୧୦ ଦିନିଆ ମୁଲାଇପରୀ ଉତ୍ସବ ପାଳନ କରାଯାଏ। ଏହି ସମୟରେ ବର୍ଷା, ମାଟିର ଉର୍ବରତା ଏବଂ ଭଲ ଫସଲ ପାଇଁ ଗ୍ରାମଦେବୀଙ୍କୁ ପ୍ରାର୍ଥନା କରିବା ଉଦ୍ଦେଶ୍ୟରେ ଏ ସଙ୍ଗୀତ ପରିବେଷଣ କରାଯାଇଥାଏ।

ତାଙ୍କର ବନ୍ଧୁ ଓ ସହକର୍ମୀ ସମସ୍ତେ ମିଶି ଏସବୁ ଗୀତରେ ନୃତ୍ୟ କରିଥାନ୍ତି। ଦୀର୍ଘ ସମୟ ଧରି ଏହା ସେମାନଙ୍କ ପାଇଁ ଆୟର ଉତ୍ସ ଭାବେ ରହିଆସିଛି। କିନ୍ତୁ, ମହାମାରୀ କାରଣରୁ ଲକଡାଉନ ଲାଗୁ ହେବା ଫଳରେ, ଏହି ଉତ୍ସବ ୨୦୨୦ ଜୁଲାଇରେ ଆୟୋଜିତ ହୋଇନଥିଲା ଏବଂ ଏ ମାସରେ ମଧ୍ୟ ହୋଇନାହିଁ (ପଢ଼ନ୍ତୁ: ମଦୁରାଇରେ : କିନ୍ନର ଲୋକ କଳାକାରଙ୍କ ଦୁଃଖ ) ସେମାନଙ୍କର ଆୟର ଆଉ ଏକ ଉତ୍ସ ହେଉଛି, ମଦୁରାଇ ଏବଂ ଏହାର ଆଖପାଖ ଅଞ୍ଚଳ କିମ୍ବା ବେଙ୍ଗାଲୁରୁର ଦୋକାନଗୁଡ଼ିକରୁ ଟଙ୍କା ମାଗିବା, ଯାହାକି ପ୍ରାୟତଃ ବନ୍ଦ ହୋଇଯାଇଛି। ଏସବୁ କାରଣରୁ, ପାଖାପାଖି ୮,୦୦୦ ଟଙ୍କାରୁ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ସେମାନଙ୍କର ମାସିକ ଆୟ ଲକଡାଉନ ସମୟରେ ହ୍ରାସ ପାଇ ପ୍ରାୟତଃ ଶୂନ ହୋଇଯାଇଛି।

PHOTO • M. Palani Kumar
PHOTO • M. Palani Kumar

କେ. ସ୍ୱେସ୍ତିକା (ବାମ) ଜଣେ ୨୪ ବର୍ଷୀୟା କୁମ୍ମୀ ନୃତ୍ୟାଙ୍ଗନା। ଜଣେ ମହିଳା କିନ୍ନର ହୋଇଥିବା କାରଣରୁ ତାଙ୍କୁ ନାନା ଉତ୍ପୀଡ଼ନ ସହିବାକୁ ପଡ଼ିଛି ଯାହାକୁ ସମ୍ମୁଖିନ ହେବା ଲାଗି ଅସମର୍ଥ ହୋଇ ସେ ଅଧାରୁ ବିଏ ପାଠପଢ଼ା ଛାଡ଼ିଛନ୍ତି। ତଥାପି ସେ ପାଠପଢ଼ା ସମ୍ପୂର୍ଣ୍ଣ କରିବା ଲାଗି ସ୍ୱପ୍ନ ଦେଖୁଛନ୍ତି ଯାହାଫଳରେ ତାଙ୍କୁ ଏକ ଚାକିରି ମିଳିଯିବ। ସେ ମଧ୍ୟ ଜୀବିକା ନିର୍ବାହ ପାଇଁ ବିଭିନ୍ନ ଦୋକାନରୁ ଟଙ୍କା ଆଦାୟ କରିଥାନ୍ତି। ହେଲେ ଲକଡାଉନ କାରଣରୁ ଏହି କାମ ଓ ତାଙ୍କର ରୋଜଗାର ଏକପ୍ରକାର ଠପ୍ ହୋଇଯାଇଛି।

୨୫ ବର୍ଷୀୟା ବବ୍ୟାଶ୍ରୀ (ଡାହାଣ)ଙ୍କ ପାଖରେ ବି-କମ୍ ଡିଗ୍ରୀ ଥିବା ସତ୍ତ୍ୱେ ତାଙ୍କୁ ଚାକିରି ମିଳୁନାହିଁ। ସେ ମଧ୍ୟ ଜଣେ କୁମ୍ମୀ ନୃତ୍ୟାଙ୍ଗନା। ସେ କୁହନ୍ତି ଯେ, ଅନ୍ୟ ମହିଳା କିନ୍ନରମାନଙ୍କ ସହିତ ଥିବା ସମୟରେ ତାଙ୍କୁ ଖୁସି ମିଳିଥାଏ। ମଦୁରାଇରେ ଥିବା ନିଜ ପରିବାର ଲୋକଙ୍କୁ ଭେଟିବା ଲାଗି ତାଙ୍କର ଇଚ୍ଛା ରହିଛି, କିନ୍ତୁ ସେଠାକୁ ସେ ଯାଇନଥାନ୍ତି, ଏହାର କାରଣ ସମ୍ପର୍କରେ ସେ କୁହନ୍ତି, “ମୁଁ ଘରକୁ ଗଲେ, ପରିବାର ଲୋକମାନେ ମୋତେ ଘର ଭିତରେ ରହିବା ଲାଗି କହିଥାନ୍ତି। ଘର ବାହାରେ କାହା ସହିତ ଆଲୋଚନା ନକରିବା ଲାଗି ସେମାନେ ମୋତେ କହିଥାନ୍ତି।”

PHOTO • M. Palani Kumar
PHOTO • M. Palani Kumar
PHOTO • M. Palani Kumar

ଆର. ଶିଫାନା (ବାମ) ଜଣେ ୨୩ ବର୍ଷୀୟା କୁମ୍ମୀ ନୃତ୍ୟାଙ୍ଗନା। ସେ ଜଣେ ମହିଳା କିନ୍ନର ହୋଇଥିବା କାରଣରୁ ଲଗାତାର ଶୋଷଣର ଶିକାର ହୋଇଛନ୍ତି। କଲେଜ ଯିବାର ଦ୍ୱିତୀୟ ବର୍ଷରୁ ହିଁ ତାଙ୍କୁ ପାଠପଢ଼ା ଛାଡ଼ିବାକୁ ପଡ଼ିଥିଲା। କେବଳ ତାଙ୍କ ମା’ କହିବା ପରେ ହିଁ ସେ ପୁଣିଥରେ କଲେଜ ଯିବା ଆରମ୍ଭ କରିଥିଲେ ଏବଂ ବି-କମ ଡିଗ୍ରୀ ହାସଲ କରିଥିଲେ। ମାର୍ଚ୍ଚ ୨୦୨୦ରେ ଲକଡାଉନ ଆରମ୍ଭ ହେବା ପର୍ଯ୍ୟନ୍ତ, ସେ ମଦୁରାଇର ବିଭିନ୍ନ ଦୋକାନରୁ ଟଙ୍କା ସଂଗ୍ରହ କରି ନିଜର ଜୀବିକା ନିର୍ବାହ କରୁଥିଲେ।

ଭି. ଅରାସୀ (ମଝି) ୩୪ ବର୍ଷୀୟା ଜଣେ କୁମ୍ମୀ ନୃତ୍ୟାଙ୍ଗନା। ସେ ତାମିଲ ସାହିତ୍ୟରେ ସ୍ନାତୋକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ଏଥିସହିତ ସେ ଏମଫିଲ ଓ ବିଏଡ୍ ମଧ୍ୟ କରିଛନ୍ତି। ନିଜ ସହପାଠୀଙ୍କ ଦ୍ୱାରା ନିର୍ଯାତନାର ଶିକାର ହେବା ସତ୍ତ୍ୱେ, ସେ ନିଜର ସବୁ ଧ୍ୟାନ ପାଠପଢ଼ା ପ୍ରତି କେନ୍ଦ୍ରିତ କରିଥିଲେ। ଏହାପରେ, ସେ ଚାକିରି ଲାଗି ବିଭିନ୍ନ ସ୍ଥାନରେ ଆବେଦନ କରିଥିଲେ, କିନ୍ତୁ ଚାକିରି ତାଙ୍କୁ ମିଳିଲା ନାହିଁ। ଲକଡାଉନ ପୂର୍ବରୁ ତାଙ୍କୁ ମଧ୍ୟ ନିଜ ଖର୍ଚ୍ଚ ତୁଲାଇବାକୁ, ବିଭିନ୍ନ ଦୋକାନରୁ ଟଙ୍କା ମାଗିବାକୁ ପଡ଼ୁଥିଲା।

ଆଇ. ଶାଲିନୀ (ଡାହାଣ) ଜଣେ ୩୦ ବର୍ଷୀୟା କୁମ୍ମୀ ନୃତ୍ୟାଙ୍ଗନା, ସେ ଲଗାତାର ଉତ୍ପୀଡ଼ନର ଶିକାର ହେବା ପରେ ନିରାଶ ହୋଇ, ଏକାଦଶ ଶ୍ରେଣୀରୁ ସ୍କୁଲ ପାଠପଢ଼ା ଛାଡ଼ି ଦେଇଥିଲେ। ସେ ପାଖାପାଖି ୧୫ ବର୍ଷ ଧରି ବିଭିନ୍ନ ଦୋକାନରୁ ଟଙ୍କା ଏକତ୍ରିତ କରୁଛନ୍ତି ଏବଂ ନୃତ୍ୟ କରୁଛନ୍ତି। ହେଲେ ଯେବେଠାରୁ ଲକଡାଉନ ଆରମ୍ଭ ହୋଇଛି, ତାଙ୍କୁ ଖର୍ଚ୍ଚ ପାଇଁ ଟଙ୍କା ଯୋଗାଡ଼ କରିବା ଲାଗି ସଂଘର୍ଷ କରିବାକୁ ପଡ଼ୁଛି। ଶାଲିନୀ କୁହନ୍ତି, ତାଙ୍କର ମା’ଙ୍କ କଥା ବେଶୀ ମନେ ପଡ଼ୁଛି ଏବଂ ସେ ତାଙ୍କ ସହିତ ରହିବାକୁ ଚାହାନ୍ତି। ସେ ଆହୁରି କୁହନ୍ତି, “ମୁଁ ମରିବା ପୂର୍ବରୁ, ଥରୁଟିଏ ମୋ ବାପା ମୋ ସହିତ କଥା ହୁଅନ୍ତେ କି।”

ଅନୁବାଦ: ଓଡ଼ିଶାଲାଇଭ୍‍

Reporting : S. Senthalir

एस. सेंतलिर, पीपल्स आर्काइव ऑफ़ रूरल इंडिया में बतौर सहायक संपादक कार्यरत हैं, और साल 2020 में पारी फ़ेलो रह चुकी हैं. वह लैंगिक, जातीय और श्रम से जुड़े विभिन्न मुद्दों पर लिखती रही हैं. इसके अलावा, सेंतलिर यूनिवर्सिटी ऑफ़ वेस्टमिंस्टर में शेवनिंग साउथ एशिया जर्नलिज्म प्रोग्राम के तहत साल 2023 की फ़ेलो हैं.

की अन्य स्टोरी S. Senthalir
Photographs : M. Palani Kumar

एम. पलनी कुमार पीपल्स आर्काइव ऑफ़ रूरल इंडिया के स्टाफ़ फोटोग्राफर हैं. वह अपनी फ़ोटोग्राफ़ी के माध्यम से मेहनतकश महिलाओं और शोषित समुदायों के जीवन को रेखांकित करने में दिलचस्पी रखते हैं. पलनी को साल 2021 का एम्प्लीफ़ाई ग्रांट और 2020 का सम्यक दृष्टि तथा फ़ोटो साउथ एशिया ग्रांट मिल चुका है. साल 2022 में उन्हें पहले दयानिता सिंह-पारी डॉक्यूमेंट्री फ़ोटोग्राफी पुरस्कार से नवाज़ा गया था. पलनी फ़िल्म-निर्माता दिव्य भारती की तमिल डॉक्यूमेंट्री ‘ककूस (शौचालय)' के सिनेमेटोग्राफ़र भी थे. यह डॉक्यूमेंट्री तमिलनाडु में हाथ से मैला साफ़ करने की प्रथा को उजागर करने के उद्देश्य से बनाई गई थी.

की अन्य स्टोरी M. Palani Kumar
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

की अन्य स्टोरी OdishaLIVE