ହିଂସା ପାଇଁ ଯଦି ପୋଲିସ ଲାଠି ପ୍ରୟୋଗ କରିନଥାନ୍ତା, ତେବେ ଉତ୍ତର ପ୍ରଦେଶର ବାଘପତ ଜିଲ୍ଲାରେ ବିରୋଧ କରୁଥିବା ଚାଷୀମାନେ ଜାନୁଆରୀ ୨୭ରେ ବିରୋଧ ସ୍ଥଳ ଛାଡ଼ିନଥାନ୍ତେ । ବରୌତ ସହର, ଯେଉଁଠାରେ ସେମାନେ ବସିରହି ବିରୋଧ ପ୍ରଦର୍ଶନ କରୁଥିଲେ, ସେଠାକାର ଜଣେ ଆଖୁଚାଷୀ ୫୨ ବର୍ଷୀୟ ବ୍ରିଜପାଲ ସିଂ କହନ୍ତି "୪୦ ଦିନ ଧରି ଏ ବିରୋଧ ପ୍ରଦର୍ଶନ ଚାଲି ଆସୁଅଛି ।"

ବ୍ରିଜପାଳ ଯିଏ କି ବରୌତରେ ପାଞ୍ଚ ଏକର ଚାଷ ଜମିର ମାଲିକ, ଆହୁରି ମଧ୍ୟ କୁହନ୍ତି, "ଏହା ରାସ୍ତା ରୋକ ମଧ୍ୟ ନଥିଲା । ଆମେମାନେ ଶାନ୍ତ ଭାବରେ ଆମର ଗଣତାନ୍ତ୍ରିକ ଅଧିକାରକୁ ପ୍ରଦର୍ଶନ କରୁଥିଲୁ । ୨୭ ଜାନୁଆରୀ ରାତିରେ ପୁଲିସ ହଠାତ ଆମକୁ ପିଟିବା ଆରମ୍ଭ କରିଦେଲେ । ସେମାନେ ଆମର ତମ୍ବୁ ସବୁକୁ ଚିରିଦେଲେ ଏବଂ ବାସନ ପତ୍ର ଓ ଲୁଗା ପଟା ସବୁ ନେଇଗଲେ । ଏପରିକି ସେମାନେ ବୃଦ୍ଧ ଏବଂ ଶିଶୁମାନଙ୍କୁ ଛାଡିଲେନି ।"

ନୂତନ କୃଷି ଆଇନ ବିରୋଧରେ ସେହି ଜାନୁୟାରୀ ରାତି ପର୍ଯ୍ୟନ୍ତ, ସମଗ୍ର ଜିଲ୍ଲାରୁ ପ୍ରାୟ ୨୦୦ କୃଷକ ବରୌତର ବାଘପତ - ସାହାରନପୁର ରାଜପଥରେ ଏକ ବିରୋଧ ପ୍ରଦର୍ଶନ କରୁଥିଲେ । କେନ୍ଦ୍ର ସରକାର ତିନୋଟି କୃଷି ଆଇନ ସେପ୍ଟେମ୍ବର ୨୦୨୦ରେ ପ୍ରବର୍ତ୍ତନ କରିବା ଦିନ ଠାରୁ ଏହା ବିରୋଧରେ ସ୍ୱର ଉତ୍ତୋଳନ କରିଥିବା ସାରା ଦେଶର ଲକ୍ଷ ଲକ୍ଷ କୃଷକମାନଙ୍କ ମଧ୍ୟରେ ସେମାନେ ମଧ୍ୟ ଅନ୍ତର୍ଭୁକ୍ତ ।

ଏହି ଆଇନ ପ୍ରତ୍ୟାହାର ଦାବିରେ ନଭେମ୍ବର ୨୬, ୨୦୨୦  ଦିଲ୍ଲୀ ସୀମାନ୍ତ ଅଞ୍ଚଳରେ ଆନ୍ଦୋଳନ କରୁଥିବା ହରିୟାଣା ଏବଂ ପଞ୍ଜାବର କୃଷକମାନଙ୍କର ସମର୍ଥନରେ ବାଘପତ ଏବଂ ପଶ୍ଚିମ ଉତ୍ତର ପ୍ରଦେଶ ( UP ) ର ଅନ୍ୟାନ୍ୟ ଅଞ୍ଚଳରୁ କୃଷକମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ।

ବ୍ରିଜପାଲ ଯିଏ କି ଦେଶଖାପ - ସର୍ବ ପୁରୁଷ ବାଘପତ ଅଞ୍ଚଳରେ ତୋମାର ଗୋଷ୍ଠୀ ପରିଷଦର ମଧ୍ୟ ସ୍ଥାନୀୟ ନେତା, କହନ୍ତି, "ପ୍ରଶାସନ ଜିଲ୍ଲା " ଆମର କୃଷି କ୍ଷେତ୍ର ସବୁ ଜଳପୂର୍ଣ୍ଣ କରିଦେବାକୁ ଧମକ ଦେଇଥିଲା । ଯେତେବେଳେ କିଛି କାମ ଦେଲାନି, ଆମେ ରାତିରେ ଶୋଇଥିବା ବେଳେ ପୋଲିସ ଲାଠି ଚାର୍ଜ କରିଥିଲା । ଆମେମାନେ ଆଶ୍ଚର୍ଯ୍ୟ ହୋଇଗଲୁ ।"

The Baraut protest was peaceful, says Vikram Arya
PHOTO • Parth M. N.

ବ୍ରିଜପାଳ ସିଂ ( ବାମ ) ଏବଂ ବଲଜୋର ସିଂ ଆର୍ଯ୍ୟ କୁହନ୍ତି , ସେମାନେ ବରୌତରେ ପ୍ରତିବାଦ ବନ୍ଦ କରିବା ପାଇଁ ଧମକ ସବୁ ପାଉଥିଲେ

ବ୍ରିଜପାଲ ତାଙ୍କର ଆଘାତ ଶୁଖିବା ପୂର୍ବରୁ ଆଉ ଏକ ମାନସିକ ଆଘାତ ପାଇଛନ୍ତି । ଫେବୃଆରୀ ୧୦ ରେ ଦିଲ୍ଲୀର ସାହାଦାରା ଜିଲ୍ଲାର ସୀମାପୁରୀ ପୋଲିସ ଥାନାରେ ଉପସ୍ଥିତ ହେବା ପାଇଁ ଦିଲ୍ଲୀ ପୋଲିସ ଠାରୁ ଏକ ନୋଟିସ ଆସିଛି । ନୋଟିସରେ କୁହାଯାଇଛି, ଜାନୁଆରୀ ୨୬ରେ କୃଷକମାନଙ୍କର ଗଣତନ୍ତ୍ର ଦିବସ ଟ୍ରାକ୍ଟର ସମାବେଶରେ ଦେଶର ରାଜଧାନୀରେ ହୋଇଥିବା ହିଂସା ଘଟଣା ବିଷୟରେ ତାଙ୍କୁ ଜେରା କରାଯିବ ।

ବ୍ରିଜପାଳ କହନ୍ତି, "ମୁ ଦିଲ୍ଲୀରେ ଆଦୌ ନଥିଲି । ମୁଁ ଧାରଣା (ବରୌତ)ରେ ଥିଲି । ଏଠାରୁ ୭୦ କିଲୋମିଟର ଦୂରରେ ହିଂସା କାଣ୍ଡ ହୋଇଥିଲା" ତେଣୁ ସେ ପୋଲିସ ନୋଟିସର କୌଣସି ଜବାବ ଦେଇନଥିଲେ ।

ବାଘପତର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ, ଅମିତ୍ କୁମାର ସିଂ ସ୍ପଷ୍ଟିକରଣ କରନ୍ତି ଯେ, ବରୌତ କୃଷକମାନଙ୍କର ପ୍ରତିବାଦ ଜାନୁଆରୀ ୨୭ ରାତି ପର୍ଯ୍ୟନ୍ତ ହୋଇଥିଲା ।

ଅନ୍ୟ ୮ ଜଣ କୃଷକ ଯେଉଁମାନେ ବରୌତରେ ପ୍ରତିବାଦ କରୁଥିଲେ ଦିଲ୍ଲୀ ପୋଲିସଠାରୁ ମଧ୍ୟ ନୋଟିସ ପାଇଥିଲେ । ଭାରତୀୟ ସ୍ଥଳ ବାହିନୀର ପୂର୍ବତନ ସିପାହୀ ୭୮ ବର୍ଷୀୟ ବଲଜୋର ସିଂ ଆର୍ଯ୍ୟ କହନ୍ତି, "ମୁଁ ଯାଇନଥିଲି।" ତାଙ୍କ ନୋଟିସରେ ଲେଖା ଯାଇଥିଲା ଯେ ସେ ଫେବୃଆରୀ ୬ ତାରିଖରେ ପୂର୍ବ ଦିଲ୍ଲୀ ଜିଲ୍ଲାର ପାଣ୍ଡଵ ନଗର ପୋଲିସ ଥାନାରେ ହାଜର ହେବେ । ମଲକପୁର ଗ୍ରାମରେ ଥିବା ତାଙ୍କର ଦୁଇ ଏକର ଜମିରେ ଚାଷବାସ କରୁଥିବା ବଲଜୋର କହନ୍ତି, "ମୋ ପାଖରେ କୌଣସି ସୂତ୍ର ନାହିଁ, ମୋତେ କାହିଁକି ଏ ଭିତରୁକୁ ଟଣାଯାଉଛି, ମୁଁ ତ ବାଘପତରେ ଥିଲି ।"

ପାଣ୍ଡବନଗର ଷ୍ଟେସନର ସବ ଇନ୍ସପେକ୍ଟର ନିରଜ କୁମାର କହିଲେ, ବାଘପତର କୃଷକମାନେ "ସନ୍ଦିଗ୍ଧ " । ‘‘ତଦନ୍ତ ଚାଲିଅଛି’’, ଏହା ସେ ମୋତେ ଫେବୃଆରୀ ୧୦ରେ କହିଥିଲେ । ସୀମାପୁରୀର ଇନ୍ସପେକ୍ଟର ପ୍ରଶାନ୍ତ ଆନନ୍ଦ କହିଲେ, ନୋଟିସ ପଠାଇବାର କାରଣ ପ୍ରକାଶ କରି ହେବ ନାହିଁ । "ଆମେ ଦେଖିବା, ସେମାନେ ଦିଲ୍ଲୀରେ ଥିଲେ କି ନାହିଁ । ଆମର କିଛି ନିୟୋଜିତ ଶକ୍ତି ଅଛି । ସେଥିପାଇଁ ନୋଟିସ ସବୁ ପଠାଇଛୁ ।"

ବ୍ରିଜପାଲ ଓ ବଲଜୋରଙ୍କ ପାଖକୁ ପଠାଯାଇଥିବା ନୋଟିସରେ ଦିଲ୍ଲୀ ଥାନାରେ ପଞ୍ଜିକୃତ ହୋଇଥିବା ପ୍ରଥମ ସୂଚନା ରିପୋର୍ଟରେ (ଏଫ.ଆଇ.ଆର) ଦର୍ଶାଯାଇଛି । ପ୍ରଥମ ସୂଚନା ରିପୋର୍ଟରେ ଭାରତୀୟ ଦଣ୍ଡ ସଂହିତାର ବିଭିନ୍ନ ବିଭାଗୀୟ ଧାରା ଯଥା ଦଙ୍ଗା ସମ୍ପର୍କୀୟ, ବେଆଇନ ଏକତ୍ରିତ ହେବା, ସରକାରୀ କର୍ମଚାରୀଙ୍କ ଉପରେ ଆକ୍ରମଣ, ଡକାୟତି ଏବଂ ହତ୍ୟା ଉଦ୍ୟମ ଇତ୍ୟାଦି। ଆଇନର ବିଭିନ୍ନ ବିଭାଗ ଯଥା ସାଧାରଣ ସମ୍ପତ୍ତି ଅପଚୟର ନିବାରଣ କରିବା ଅଧିନିୟମ, ମହାମାରୀ ରୋଗ ଅଧିନିୟମ ଏବଂ ବିପର୍ଯ୍ୟୟ ପରିଚାଳନା ଅଧିନିୟମ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଥିଲା ।

ବରୌତରୁ ଆଠ କିଲୋମିଟର ଦୂର ଖ୍ୱାଜା ନଗଲା ଗ୍ରାମର ଆଖୁଚାଷୀ ୬୮ ବର୍ଷୀୟ ବିକ୍ରମ ଆର୍ଯ୍ୟ କହନ୍ତି ଯେ କୃଷକମାନେ କେବଳ ସେମାନଙ୍କର ଅଧିକାର ପାଇଁ ଦାବି କରୁଥିଲେ । ବିକ୍ରମ ଯିଏ କି ବରୌତ ପ୍ରତିବାଦ ସ୍ଥଳରେ ଥିଲେ କହନ୍ତି, "ଆମର ଭୂମି ହେଉଛି ବିକ୍ଷୋଭ ଏବଂ ପ୍ରତିବାଦ । ଗାନ୍ଧୀଙ୍କର ପ୍ରତ୍ୟେକ ଶାନ୍ତିପୂର୍ଣ୍ଣ ବିରୋଧ ଏଠାରେ ଅଛି । ଆମେମାନେ ଆମର ଅଧିକାର ପାଇଁ ପ୍ରତିବାଦ କରୁଛୁ ସେ କହନ୍ତି, କେନ୍ଦ୍ରରେ ଶାସନ, ‘‘ଗାନ୍ଧୀ ଯାହାପାଇଁ ଛିଡା ହୋଇଥିଲେ, ତାହା ହଟାଇବାକୁ ଚାହୁଁଛନ୍ତି।"

ଦେଶର ଚାରିଆଡେ କୃଷକମାନେ ବିରୋଧ କରୁଥିବା ତିନୋଟି ଆଇନ ହେଲା : କୃଷକମାନଙ୍କର ଉତ୍ପାଦନ ବ୍ୟବସାୟ ଏବଂ ବାଣିଜ୍ୟ (ଉନ୍ନତି ଏବଂ ସହଜ) ଅଧିନିୟମ, ୨୦୨୦ ; କୃଷକମାନଙ୍କର (ଅଧିକାର ଏବଂ ସୁରକ୍ଷା) ମୂଲ୍ୟାୟନ ରାଜିନାମା ଏବଂ କୃଷିସେବା ଅଧିନିୟମ ୨୦୨୦ ; ଏବଂ ଅତ୍ୟାବଶ୍ୟକୀୟ ଦ୍ରବ୍ୟ (​ସଂଶୋଧନ) ଅଧିନିୟମ ୨୦୨୦

କୃଷକମାନେ ଏହି ନିୟମକୁ ସେମାନଙ୍କର ଜୀବିକା ପାଇଁ ବିନାଶକାରୀ ଭାବରେ ଦେଖନ୍ତି, କାରଣ ତାହା ବଡ ବଡ କର୍ପୋରେଟ ମାନଙ୍କ ପାଇଁ ଅଧିକ ସ୍ଥାନ ତଥା ଚାଷ ଓ ଚାଷୀମାନଙ୍କ ଉପରେ ଅଧିକ କ୍ଷମତା ପ୍ରୟୋଗର ସୁଯୋଗ ସେମାନଙ୍କୁ ଦେଉଛି । ଏହି ନୂତନ ଆଇନ ମଧ୍ୟ କୃଷକମାନଙ୍କୁ ସହାୟତା, କୃଷି ଜାତ ଦ୍ରବ୍ୟର ସହାୟକ ମୂଲ୍ୟ (ଏମଏସପି )ଏବଂ କୃଷି ଜାତ ଦ୍ରବ୍ୟ ମାର୍କେଟିଂ କମିଟି (ଏପିଏମସି ) ରାଜ୍ୟ ସଂଗ୍ରହକୁ ମଧ୍ୟ ଦୁର୍ବଳ କରୁଛି । ଏହା ମଧ୍ୟ ପ୍ରତ୍ୟେକ ଭାରତୀୟଙ୍କୁ ପ୍ରଭାବ ପକାଉଛି । ଯେହେତୁ ଭାରତୀୟ ସମ୍ବିଧାନ ଅନୁଚ୍ଛେଦ ୩୨ରେ ସମସ୍ତ ନାଗରିକମାନଙ୍କୁ ଦିଆଯାଉଥିବା ଆଇନସିଦ୍ଧ ଅଧିକାରକୁ ଦୁର୍ବଳ କରୁଥିବାର ମଧ୍ୟ ସମାଲୋଚନା ହେଉଛି ।

Brijpal Singh (left) and Baljor Singh Arya say theyreceived threats to stop the protest in Baraut
PHOTO • Parth M. N.

ବିକ୍ରମ ଆର୍ଯ୍ୟ କହନ୍ତି, ବରୌତ ପ୍ରତିବାଦ ଶାନ୍ତିପୂର୍ଣ୍ଣ ଥିଲା

ନୂତନ ଆଇନ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ହେଲା ପରେ ମଧ୍ୟ ଏମଏସପି ଜାରି ରହିବ ବୋଲି ସରକାର ଯାହା ଦାବି କରୁଛନ୍ତି, ବିକ୍ରମ ତାହା ବିଶ୍ୱାସ କରନ୍ତି ନାହିଁ । ସେ କହନ୍ତି, "ଘରୋଇ କମ୍ପାନୀ ସବୁ ଆସିଲା ପରେ ବିଏସଏନଏଲର ଅବସ୍ଥା କଣ ହେଲା ? ଆମ ସରକାରୀ ବିଦ୍ୟାଳୟ ଏବଂ ଡାକ୍ତରଖାନା ସବୁର ଅବସ୍ଥା କଣ ? ରାଜ୍ୟର ମଣ୍ଡିଗୁଡିକରେ ସେହିପରି ଅବସ୍ଥା ହେବ। ସେ କହନ୍ତି, ଧୀରେ ଧୀରେ ସେଗୁଡିକର ଅବସାନ ଘଟିବ ।" ରାଜ୍ୟ ପରିଚାଳିତ ମଣ୍ଡିଗୁଡିକ ( ଏପିଏମସିଏସ ) ଅନାବଶ୍ୟକ ହେବା ବିଷୟରେ ଚିନ୍ତା କରିବା ବ୍ୟତୀତ ବିକ୍ରମ ଏବଂ ବଲଜୋରଙ୍କ ପରି କୃଷକମାନେ ମଧ୍ୟ କୃଷି କ୍ଷେତ୍ରରେ କର୍ପୋରେଟ ସଂସ୍ଥାଗୁଡିକର ଉପସ୍ଥିତିକୁ ଅନାବଶ୍ୟକ ମନେ କରନ୍ତି । ବିକ୍ରମ କହନ୍ତି, "ଆମର ଉତ୍ପାଦନ ଉପରେ କମ୍ପାନୀମାନଙ୍କର ଏକଚାଟିଆ ଅଧିକାର ରହିବ ଏବଂ ସେମାନେ କୃଷକମାନଙ୍କ ପାଇଁ ବିଭିନ୍ନ ସର୍ତ୍ତାବଳୀ ସବୁ ଜାହିର କରିବେ । ଘରୋଇ କମ୍ପାନୀମାନେ ତାଙ୍କର ଲାଭ ବ୍ୟତୀତ ଅନ୍ୟ କୌଣସି କଥା କେବେ ଚିନ୍ତା କରନ୍ତି ? ଆମେମାନେ କିପରି ବିଶ୍ୱାସ କରିବା ଯେ ସେମାନେ ଆମକୁ ଉଚିତ ନ୍ୟାୟ ଦେବେ ?’’

ପଶ୍ଚିମ ୟୁ.ପିର କୃଷକମାନେ, ଯେଉଁମାନେ ମୁଖ୍ୟତଃ ଆଖୁ ଚାଷ କରନ୍ତି, ସେମାନେ ଜାଣନ୍ତି ଯେ ଘରୋଇ କର୍ପୋରେଟରଙ୍କୁ ଏହାକୁ ଦେଲେ ଅବସ୍ଥା କ’ଣ ହେବ । ବଲଜୋର କହନ୍ତି, "ଆଖୁ କାରଖାନାଗୁଡିକ ସହିତ ଆମର ଏକ ଚ୍ୟୁତି ଅଛି ।" ସେ ବୁଝାନ୍ତି "ରାଜ୍ୟ (ମୂଲ୍ୟ ପରାମର୍ଶ ଦାତା) ସରକାରଙ୍କ ଦ୍ୱାରା ମୂଲ୍ୟ ନିର୍ଦ୍ଧାରଣ ହୁଏ । ନିୟମ ଅନୁସାରେ (ୟୁ.ପି ଆଖୁ ଅଧିନିୟମ) ଆମକୁ ଆମର ପ୍ରାପ୍ୟ ୧୪ ଦିନ ମଧ୍ୟରେ ମିଳିବ କଥା । କିନ୍ତୁ ୧୪ ମାସ ହେଲାଣି, ଆମେ ଆମେ ପୂର୍ବ ଋତୁରେ ବିକିଥିବା ଆଖୁର ମୂଲ୍ୟ ଏ ପର୍ଯ୍ୟନ୍ତ ପାଇନାହୁଁ । ରାଜ୍ୟ ସରକାର ଏ ବିଷୟରେ କ୍ଵଚିତ ପଦକ୍ଷେପ ନେଇଛନ୍ତି ।

ବଲଜୋର ଯେ କି ସ୍ଥଳସେନାବାହିନୀରେ ୧୯୬୬-୭୩ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ମଧ୍ୟ କ୍ରୋଧିତ ଯେ ସରକାରଙ୍କ ଦ୍ୱାରା ସୈନ୍ୟମାନେ କୃଷକମାନଙ୍କ ବିରୁଦ୍ଧରେ ଗୁଳିଚାଳନା କରିଥିଲେ । ସେ କହନ୍ତି, "ସେମାନେ ସ୍ଥଳ ସେନା ବାହିନୀକୁ ବ୍ୟବହାର କରି ମିଥ୍ୟା ଜାତୀୟତାକୁ ବିକ୍ରି କରିଛନ୍ତି ଯେହେତୁ କେହି ଜଣେ ସେନାରେ ଅଛନ୍ତି, ମୁଁ ଏହାକୁ ଘୃଣା କରେ ।"

ବିକ୍ରମ କହନ୍ତି, "ଗଣମାଧ୍ୟମ ଦେଶବାସୀଙ୍କୁ କହିବାରେ ବ୍ୟସ୍ତ ଯେ ବିରୋଧୀ ଦଳମାନେ କୃଷକମାନଙ୍କର ଆନ୍ଦୋଳନକୁ ନେଇ ଆନ୍ଦୋଳନ ରାଜନୀତି କରୁଛନ୍ତି ।" "ଯଦି ରାଜନୈତିକ ଦଳମାନେ ରାଜନୀତିରେ ସମ୍ପୃକ୍ତ ନହେବେ, ତେବେ କିଏ ହେବ?" ଆନ୍ଦୋଳନ କୃଷକମାନଙ୍କୁ ଜାଗରିତ କରିଛି । ଦେଶରେ ଆମେ ଶତକଡା ସତୁରି ଭାଗ ଅଛୁ । କେତେଦିନ ପର୍ଯ୍ୟନ୍ତ ମିଥ୍ୟା କାମ କରିବ ?"

ଅନୁବାଦ - ଓଡ଼ିଶାଲାଇଭ୍‍

Parth M. N.

Parth M.N. is a 2017 PARI Fellow and an independent journalist reporting for various news websites. He loves cricket and travelling.

Other stories by Parth M. N.
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE