ଆଜି ଆମେ ୧୭୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିବିଶେଷଙ୍କୁ ନେଇ ଗଠିତ ପରିର ଅନନ୍ୟ ଅନୁବାଦ ଟିମ୍‌ର ବିସ୍ମୟକର ଉପଲବ୍ଧିଗୁଡ଼ିକର ଉତ୍ସବ ମନାଉଛୁ । ଏହି ଅନୁବାଦକମାନଙ୍କ ମଧ୍ୟରୁ ଅତି କମ୍‌ରେ ୪୫ ଜଣ ପ୍ରତି ମାସରେ ସକ୍ରିୟ । ଏବଂ ଏହା କରିବା ଦ୍ୱାରା ଆମେ ସୁ-ଉଦାହରଣ ପାଳନ କରି ସୁ-ସାହଚର୍ଯ୍ୟରେ ରହୁଛୁ । ଜାତିସଂଘ ସେପ୍ଟେମ୍ବର ୩୦କୁ ଆନ୍ତର୍ଜାତୀୟ ଅନୁବାଦ ଦିବସ ଭାବରେ ପାଳନ କରିଥାଏ।

ଜାତିସଂଘ କହିଥାଏ, ଏହି ଦିନ ହେଉଛି ‘‘ଭାଷା ବୃତ୍ତିଧାରୀମାନଙ୍କ କାର୍ଯ୍ୟ ପ୍ରତି ସମ୍ମାନ ପ୍ରଦର୍ଶନ କରିବାର ଏକ ସୁଯୋଗ ଯେଉଁମାନେ କି ଦେଶଗୁଡ଼ିକୁ ନିକଟତର କରି, ବାର୍ତ୍ତାଳାପ, ବୁଝାମଣା ଓ ସହଯୋଗକୁ ଅଧିକ ସହଜ କରି ବିକାଶରେ ଯୋଗଦାନ ଦେଇଥା’ନ୍ତି...’’ ଏବଂ ଏହାଠାରୁ ଅଧିକ ମଧ୍ୟ କରିଥା’ନ୍ତି । ଏବଂ ତେଣୁ ଆଜି, ଆମେ ଏକ ଅନୁବାଦ ଟିମ୍‌କୁ ସମ୍ମାନ ପ୍ରଦର୍ଶନ କରୁଛୁ, ଯାହାର ସମକକ୍ଷ ଅନ୍ୟ କୌଣସି ସାମ୍ବାଦିକତା ୱେବ୍‌ସାଇଟ୍‌ ନିକଟରେ ନାହିଁ ବୋଲି ଆମେ ଦୃଢ଼ତାର ସହ କହିପାରୁ ।

ଆମ ଅନୁବାଦକମାନଙ୍କ ମଧ୍ୟରେ ଡାକ୍ତର, ଚିକିତ୍ସକ, ଭାଷାବିତ୍‌, କବି, ଗୃହିଣୀ, ଶିକ୍ଷକ, କଳାକାର, ସାମ୍ବାଦିକ, ଲେଖକ, ଇଞ୍ଜିନିୟର୍‌, ଛାତ୍ରଛାତ୍ରୀ ଓ ପ୍ରାଧ୍ୟାପକମାନେ ସାମିଲ୍‌ । ବୟୋଜ୍ୟେଷ୍ଠ ହେଉଛନ୍ତି ୮୪ ଏବଂ ସର୍ବକନିଷ୍ଠ ହେଉଛନ୍ତି ୨୨ ବର୍ଷ ବୟସ୍କ । କେତେ ଜଣ ଭାରତ ବାହାରେ ଅବସ୍ଥାନ କରୁଛନ୍ତି । ଅନ୍ୟମାନେ ଦେଶ ଭିତରେ ଖୁବ୍‌ ଦୁର୍ବଳ ସଂଯୋଜ୍ୟତା ବିଶିଷ୍ଟ ଅଗମ୍ୟ ଦୂରନ୍ତ ସ୍ଥାନଗୁଡ଼ିକରେ ବାସ କରୁଛନ୍ତି ।

ପରିର ବିଶାଳ ଅନୁବାଦ କାର୍ଯ୍ୟକ୍ରମ ନିଶ୍ଚିତ ଭାବରେ ଆମର ସୀମା ଓ ସ୍ତର ମଧ୍ୟରେ ଏହାର ଭାଷାଗୁଡ଼ିକ ପ୍ରତି ସମ୍ମାନ ଓ ସମାନ ଆଚରଣ ଦୃଷ୍ଟିରୁ ଏହି ଦେଶକୁ ନିକଟତର କରିବାର ଲକ୍ଷ୍ୟ ରଖିଛି । ପରି ସାଇଟ୍‌ରେ ପ୍ରତ୍ୟେକ ନିବନ୍ଧ ୧୩ଟି ଭାଷା ପର୍ଯ୍ୟନ୍ତ ଉପଲବ୍ଧ – କିମ୍ବା ଖୁବ୍‌ ଶୀଘ୍ର ଉପଲବ୍ଧ ହେବ । ଏଠାରେ ୧୩ଟି ଭାଷାରେ ପରି କୃତିର ଏକ ନମୁନା ରହିଛି: ଆମର ସ୍ୱାଧୀନତା ପାଇଁ ଭଗତ ସିଂହ ଝୁଗିଆନ୍‌ଙ୍କର ସଂଗ୍ରାମ ଆମର ଟିମ୍‌ ମଧ୍ୟ  ୬,୦୦୦ ପାଖାପାଖି ପାଇଁ ତାହା କରିସାରିଛନ୍ତି, ସେଗୁଡ଼ିକ ମଧ୍ୟରୁ ଅନେକ ମଲ୍‌ଟିମିଡିଆ ।

ଶୁଣନ୍ତୁ ଆଦ୍ୟାଶାଙ୍କୁ ପଢ଼ନ୍ତୁ ପି ସାଇନାଥଙ୍କ ଦ୍ଵାରା 'ପ୍ରତ୍ୟେକ ଭାରତୀୟ ଭାଷା ହେଉଛି ଆପଣଙ୍କର ଭାଷା'

ପରି ଭାରତୀୟ ଭାଷାଗୁଡ଼ିକୁ ଖୁବ୍‌ ଗୁରୁତ୍ୱର ସହିତ ଗ୍ରହଣ କରେ – ଅନ୍ୟଥା ଆମେ କେବଳ ଇଂରାଜୀ ଉପରେ ଧ୍ୟାନ ଦେଇଥା’ନ୍ତୁ ଏବଂ କାମ ବଢ଼ାଇ ପାରିଥା’ନ୍ତୁ । ଯାହା କରିବା ଦ୍ୱାରା ଆମେ ଗ୍ରାମୀଣ ଭାରତୀୟମାନଙ୍କ ମଧ୍ୟରୁ ଅଧିକାଂଶକୁ କଣଠେସା କରିଦେଇଥା’ନ୍ତୁ ଯେଉଁମାନଙ୍କର କେବେବି ସେହି ଭାଷା ପ୍ରତି ଅଭିଗମ୍ୟତା ନଥିଲା । ପିପୁଲ୍‌ସ ଲିଙ୍ଗୁଇଷ୍ଟିକ୍‌ ସର୍ଭେ ଅଫ୍‌ ଇଣ୍ଡିଆ ପ୍ରକାଶ କରିଥାଏ ଯେ ଏହି ଦେଶରେ ପାଖାପାଖି ୮୦୦ ଜୀବନ୍ତ ଭାଷା ଅଛି । କିନ୍ତୁ ଏହା ମଧ୍ୟ ଯେ ଗତ ୫୦ ବର୍ଷ ମଧ୍ୟରେ ୨୨୫ ଭାରତୀୟ ଭାଷା ବିଲୁପ୍ତ ହୋଇଯାଇଛି । ଆମେ ଚିନ୍ତା କରୁ ଭାଷାଗୁଡ଼ିକ ଭାରତର ବହୁ ଓ ବିବିଧ ସଂସ୍କୃତିର ହୃଦ୍‌ ସ୍ଥଳରେ ଅଛନ୍ତି ।  ଏହା ନୁହେଁ ଯେ କେବଳ ଇଂରାଜୀ ଭାଷୀ ଶ୍ରେଣୀଗୁଡ଼ିକର ସୂଚନାର ଅଧିକାର ଏବଂ ମୂଲ୍ୟବାନ୍‌ ପ୍ରକାରର ଜ୍ଞାନ ରହିଛି ।

ଅବଶ୍ୟ ବିବିସି ପରି ବୃହତ୍‌ ଗଣମାଧ୍ୟମ ସଂଚାଳନଗୁଡ଼ିକ ରହିଛି – ଯାହା ହୁଏତ ପ୍ରାୟ ୪୦ଟି ଭାଷାରେ ପ୍ରସାରଣ କରୁଥାଇପାରେ । କିନ୍ତୁ ତାହା ସାଧାରଣତଃ ଖୁବ୍‌ ଭିନ୍ନ ବିଷୟବସ୍ତୁ ଭିନ୍ନ ଭିନ୍ନ ଭାଷାରେ ପ୍ରକାଶ କରାଯାଏ । ଭାରତରେ ମଧ୍ୟ କର୍ପୋରେଟ୍‌- ମାଲିକାନାଧିନ ଚ୍ୟାନେଲ୍‌ଗୁଡ଼ିକ ରହିଛି ଯାହା ବିଭିନ୍ନ ଭାଷାରେ ବିଷୟବସ୍ତୁ ଉପସ୍ଥାପନ କରିଥାଏ । ସେଗୁଡ଼ିକ ମଧ୍ୟରୁ ବୃହତ୍ତମ ୧୨ଟି ଭାଷାରେ ପ୍ରସାରଣ କରିଥାଏ ।

ପରି ପାଇଁ – ଏହା ପ୍ରକୃତରେ ଏକ ଅନୁବାଦ କାର୍ଯ୍ୟକ୍ରମ । ୱେବ୍‌ସାଇଟ୍‌ରେ ଇଂରାଜୀରେ ପ୍ରକାଶିତ ହୋଇଥିବା ପ୍ରତ୍ୟେକ କୃତି ୧୨ଟି ଅନ୍ୟ ଭାଷାରେ ଉପଲବ୍ଧ । ଏବଂ ଏହି ଅନୁବାଦଗୁଡ଼ିକ ପାଖାପାଖି ପ୍ରକୃତ ସମୟରେ ହୋଇଥାଏ । ୧୩ଟି ଭାଷା ମଧ୍ୟରୁ ପ୍ରତ୍ୟେକର ଜଣେ ନିଷ୍ଠାବାନ ସମ୍ପାଦକ ଅଛନ୍ତି । ଏଥିସହିତ ଆମେ ଖୁବ୍‌ ଶୀଘ୍ର ଛତିଶଗଡ଼ି ଓ ସାନ୍ତାଳୀକୁ ଆମେ ପ୍ରକାଶ କରୁଥିବା ଭାଷାଗୁଡ଼ିକର ତାଲିକାରେ ଯୋଗ କରିବାକୁ ଯୋଜନା କରୁଛୁ ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ପରି ଅନୁବାଦଗୁଡ଼ିକ କେବଳ ଏକ ଭାଷାଗତ କାର୍ଯ୍ୟ କିମ୍ବା ସବୁକିଛିକୁ ଇଂରାଜୀରେ ପ୍ରତିପାଦନ କରିବା ପାଇଁ ସଂକୁଚିତ କରିବା ନୁହେଁ । ସେଗୁଡ଼ିକ ଆମର ପରିଚିତ ଦୁନିଆଁଠାରୁ ଦୂରରେ ଥିବା ପ୍ରସଙ୍ଗଗୁଡ଼ିକ ନିକଟରେ ପହଞ୍ଚିବା ସମ୍ପର୍କରେ । ଆମର ଅନୁବାଦକମାନେ ଏକାଧିକ ଭାରତୀୟ ଭାଷାରେ ଭାରତର ବିଚାରଧାରା ସହ ଜଡ଼ିତ ହୁଅନ୍ତି ଓ ମଧ୍ୟସ୍ଥତା କରନ୍ତି । ଆମର ଆଭିମୁଖ୍ୟ କେବଳ ଗୋଟିଏ ଭାଷାରୁ ଶବ୍ଦଗୁଡ଼ିକ ଅନୁବାଦ କରିବା ସମ୍ପର୍କରେ ନୁହେଁ – ସେହି ପଦ୍ଧତିର ପରିଣାମ ସାଧାରଣତଃ ହାସ୍ୟାସ୍ପଦ ଗୁଗୁଲ୍‌ ଅନୁବାଦରେ ଦେଖାଯାଇପାରିବ । ଆମର ଟିମ୍‌ ଗୋଟିଏ କାହାଣୀର ସମ୍ବେଦନଶୀଳତା, ପ୍ରସଙ୍ଗ, ସଂସ୍କୃତି, ରୁଢ଼ି, ଏବଂ ଏହା ଲେଖାଯାଇଥିବା ମୂଳ ଭାଷାରେ ଥିବା ସୂକ୍ଷ୍ମତାକୁ ଅନୁବାଦ କରିବାକୁ ଚେଷ୍ଟା କରିଥାଏ । ଏଥିସହିତ ମାନ ଉନ୍ନତ କରିବା ପାଇଁ ଓ ତ୍ରୁଟି ବିଲୋପ କରିବା ପାଇଁ ପ୍ରତ୍ୟେକ ଅନୁବାଦକଙ୍କ ଦ୍ୱାରା କରାଯାଇଥିବା ପ୍ରତିଟି କାହାଣୀ ଅନ୍ୟ ଜଣକ ଦ୍ୱାରା ସମୀକ୍ଷା କରାଯାଏ ।

ପରୀ’ର ଅନୁବାଦ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ଭାଷାଗତ ଦକ୍ଷତାକୁ ଉନ୍ନତ କରି ଏକାଧିକ ଭାଷାରେ କାହାଣୀ ପଢ଼ିବାରେ ସାହାଯ୍ୟ କରିଥାଏ

ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ପରି ଅନୁବାଦଗୁଡ଼ିକ କେବଳ ଏକ ଭାଷାଗତ କାର୍ଯ୍ୟ କିମ୍ବା ସବୁକିଛିକୁ ଇଂରାଜୀରେ ପ୍ରତିପାଦନ କରିବା ପାଇଁ ସଂକୁଚିତ କରିବା ନୁହେଁ । ସେଗୁଡ଼ିକ ଆମର ପରିଚିତ ଦୁନିଆଁଠାରୁ ଦୂରରେ ଥିବା ପ୍ରସଙ୍ଗଗୁଡ଼ିକ ନିକଟରେ ପହଞ୍ଚିବା ସମ୍ପର୍କରେ । ଆମର ଅନୁବାଦକମାନେ ଏକାଧିକ ଭାରତୀୟ ଭାଷାରେ ଭାରତର ବିଚାରଧାରା ସହ ଜଡ଼ିତ ହୁଅନ୍ତି ଓ ମଧ୍ୟସ୍ଥତା କରନ୍ତି । ଆମର ଆଭିମୁଖ୍ୟ କେବଳ ଗୋଟିଏ ଭାଷାରୁ ଶବ୍ଦଗୁଡ଼ିକ ଅନୁବାଦ କରିବା ସମ୍ପର୍କରେ ନୁହେଁ – ସେହି ପଦ୍ଧତିର ପରିଣାମ ସାଧାରଣତଃ ହାସ୍ୟାସ୍ପଦ ଗୁଗୁଲ୍‌ ଅନୁବାଦରେ ଦେଖାଯାଇପାରିବ । ଆମର ଟିମ୍‌ ଗୋଟିଏ କାହାଣୀର ସମ୍ବେଦନଶୀଳତା, ପ୍ରସଙ୍ଗ, ସଂସ୍କୃତି, ରୁଢ଼ି, ଏବଂ ଏହା ଲେଖାଯାଇଥିବା ମୂଳ ଭାଷାରେ ଥିବା ସୂକ୍ଷ୍ମତାକୁ ଅନୁବାଦ କରିବାକୁ ଚେଷ୍ଟା କରିଥାଏ । ଏଥିସହିତ ମାନ ଉନ୍ନତ କରିବା ପାଇଁ ଓ ତ୍ରୁଟି ବିଲୋପ କରିବା ପାଇଁ ପ୍ରତ୍ୟେକ ଅନୁବାଦକଙ୍କ ଦ୍ୱାରା କରାଯାଇଥିବା ପ୍ରତିଟି କାହାଣୀ ଅନ୍ୟ ଜଣକ ଦ୍ୱାରା ସମୀକ୍ଷା କରାଯାଏ ।

ଆମେ ମଧ୍ୟ ମୌଳିକ ଭାବରେ ଭାରତୀୟ ଭାଷାଗୁଡ଼ିକରେ ୩୦୦ରୁ ଊର୍ଦ୍ଧ୍ୱ ଭିଡିଓ ସାକ୍ଷାତକାର, ଫିଲ୍ମ, ଡକ୍ୟୁମେଣ୍ଟାରୀଜ୍ ବା ଦସ୍ତାବିଜ  ପାଇଛୁ – ବର୍ତ୍ତମାନ ଇଂରାଜୀ ଏବଂ ଅନ୍ୟ ସବ୍‌ଟାଇଟେଲ୍‌ଗୁଡ଼ିକ କରୁଛୁ ।

ପରି ମଧ୍ୟ ସ୍ଥାନୀୟକୃତ, ସ୍ୱତନ୍ତ୍ର ୱେବ୍‌ସାଇଟ୍‌ ଭାବରେ ହିନ୍ଦୀ, ଓଡ଼ିଆ, ଉର୍ଦ୍ଦୁ, ବଙ୍ଗଳା ଓ ମରାଠୀରେ ଉପଲବ୍ଧ । ତାମିଲ୍ ଏବଂ ଅହମିଆ ଖୁବ୍‌ ଶୀଘ୍ର ଆସିବ । ଏବଂ ଆମ୍ଭେମାନେ ମଧ୍ୟ ଇଂରାଜୀ ବ୍ୟତୀତ ହିନ୍ଦୀ, ଉର୍ଦ୍ଦୁ ଓ ତାମିଲ୍‌ରେ ସାମାଜିକ ଗଣମାଧ୍ୟମରେ ସକ୍ରିୟ । ପୁନଶ୍ଚ, ଆମେ ଯେତେ ଅଧିକ ସ୍ୱେଚ୍ଛାସେବୀ ପାଇବୁ, ଆମେ ସାମାଜିକ ଗଣମାଧ୍ୟମରେ ଅଧିକ ଭାଷାରେ ସକ୍ରିୟ ହୋଇପାରିବୁ ।

ଆମେ ଆହୁରି ଅଧିକ ପ୍ରସାରିତ ହେବା ପାଇଁ ପାଠକମାନଙ୍କୁ ସ୍ୱେଚ୍ଛାକୃତ ଶ୍ରମ ଏବଂ ଦାନ ଦ୍ୱାରା ସାହାଯ୍ୟ କରିବାକୁ ନିବେଦନ କରୁଛୁ । ବିଶେଷକରି ଲୁପ୍ତପ୍ରାୟ ଭାଷାଗୁଡ଼ିକ ସମ୍ପର୍କରେ ଆମର ପରବର୍ତ୍ତୀ ବୃହତ୍‌ ବିଭାଗ ଆରମ୍ଭ କରିବାରେ ଆମକୁ ସାହାଯ୍ୟ କରିବା ପାଇଁ । ଏହିପରି ଭାବରେ ଦେଖନ୍ତୁ: ପ୍ରତ୍ୟେକ ଭାରତୀୟ ଭାଷା ହେଉଛି ଆପଣଙ୍କର ଭାଷା ।

ଅନୁବାଦ: ଓଡ଼ିଶାଲାଇଭ୍‍

P. Sainath is Founder Editor, People's Archive of Rural India. He has been a rural reporter for decades and is the author of 'Everybody Loves a Good Drought' and 'The Last Heroes: Foot Soldiers of Indian Freedom'.

Other stories by P. Sainath
Illustrations : Labani Jangi

Labani Jangi is a 2020 PARI Fellow, and a self-taught painter based in West Bengal's Nadia district. She is working towards a PhD on labour migrations at the Centre for Studies in Social Sciences, Kolkata.

Other stories by Labani Jangi
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE