ନଭଶ୍ୟା କୁର୍‌ବା ଦକ୍ଷିଣ ମୁମ୍ବାଇର ଆଜାଦ୍‌ ମୈଦାନରେ ନୃତ୍ୟରତ ୪୦ ଜଣ ବିକ୍ଷୋଭକାରୀଙ୍କ ପାଇଁ ସଦ୍ୟ ଧୁମ୍‌ସୀ (ଡ୍ରମ୍‌) ବାଦନ କରିଥିଲେ । ସେ ରାତି ପ୍ରାୟ ୧୧ଟା ସମୟରେ ବିଶ୍ରାମ ପାଇଁ ଟିକିଏ ବସିବା ବେଳକୁ ୩ ଜଣ ଲୋକ ତାଙ୍କୁ ଘେରିଗଲେ ।

‘‘କ’ଣ ବାହା ହେବାକୁ ଅଛି ? କେବେ ?’’ ନଭଶ୍ୟା ପଚାରିଲେ । ସେମାନେ କଥାବାର୍ତ୍ତା ହେଲେ, ଫୋନ୍‌ ନମ୍ବର ଦିଆନିଆ ହେଲା ଓ ସେହି ୩ ଜଣ ଫେରିଗଲେ । ନଭଶ୍ୟା ଜାନୁଆରୀ ୨୫ ତାରିଖ ବିକ୍ଷୋଭରେ ମୈଦାନରେ ତାଙ୍କ ସହ ଥିବା ଚାଷୀଙ୍କ ଦଳ ପାଖକୁ ଆସିଲେ ଓ କହିଲେ, ‘‘ମୋତେ ଏବେ ଏକ ସୁପାରି(କାମ) ମିଳିଲା ।’’

ଦହାନୁ ତାଲୁକାସ୍ଥିତ ନିଜ ଗାଁ କିନ୍‌ହାୱାଲିରେ ନଭଶ୍ୟା ଓ ତାଙ୍କ ପତ୍ନୀ ବିଜ୍‌ଲି ପ୍ରାୟ ୫ ଏକର ଜଙ୍ଗଲ ଜମିରେ ଯଅ, ଧାନ ଓ ହରଡ଼ ଡାଲି ଉତ୍ପାଦନ କରନ୍ତି । ଯେତେବେଳେ ଚାଷବାସ ନ ଥାଏ, ୫୫ ବର୍ଷୀୟ ନଭଶ୍ୟା ଡ୍ରମ ବାଦନରେ ବ୍ୟସ୍ତ ରହନ୍ତି । ମାସକୁ ସେ କିଛି ଟଙ୍କା ବିନିମୟରେ ୧୦-୧୫ଟି ବିବାହରେ ଡ୍ରମ୍‌ ବାଦନ କରନ୍ତି  ଏବଂ ଆୟୋଜକମାନେ ତାଙ୍କର ଯାତ୍ରା, ଖାଦ୍ୟ ଓ ରହିବାର ବ୍ୟବସ୍ଥା କରନ୍ତି । ନଭଶ୍ୟା କହିଲେ, ‘‘ପ୍ରାୟତଃ ନାସିକରେ (ମୁଁ ଡ୍ରମ୍‌ ବାଦନ କରେ), କିନ୍ତୁ ତା’ ବାହାରକୁ ବି ଯାଏ । ମୁଁ ଥାନେ, ଏମିତିକି ଗୁଜରାଟକୁ ବି ଯାଇଛି । ’

ଗତ ୪୦ ବର୍ଷ ହେଲା ସେ ଧୁମ୍‌ସୀ ବାଦନ କରୁଛନ୍ତି । ସେ କହିଲେ, ‘‘ମୁଁ ଆମ ଗାଁର ଅନ୍ୟ ଡ୍ରମ୍‌ ବାଦକଙ୍କଠାରୁ ଶୁଣି ସେମାନଙ୍କଠାରୁ ଧୀରେ ଧୀରେ ଶିଖିଲି ।’’

ଭିଡିଓ ଦେଖନ୍ତୁ - ସଂଗୀତର ସ୍ୱର: ଆଜାଦ ମୈଦାନ ଚାଷୀ ଆନ୍ଦୋଳନ ସମୟରେ ଟାର୍‌ପା ଓ ଧୁମ୍‌ସୀ ବାଦନ

ସେ ଆହୁରି କହିଲେ, ‘‘ଯଦି କୌଣସି ବାହାଘର ଥାଏ, କୌଣସି ଉତ୍ସବ ଥାଏ, ଆମେ ଏହି ନୃତ୍ୟ କରୁ । ଦିନ ଦିନ ଧରି ନୃତ୍ୟ କରି ବି ଆମେ ଥକୁନା ।’ ଏଥରକ ଏହି ଉତ୍ସବ ପାଳନର କାରଣ ଥିଲା କେନ୍ଦ୍ର ସରକାରଙ୍କର ନୂଆ କୃଷି ଆଇନକୁ ବିରୋଧ କରି ମହାରାଷ୍ଟ୍ରର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପ୍ରାୟ ୧୫ ହଜାର ବିକ୍ଷୋଭକାରୀଙ୍କର ସମାବେଶ । ସଂଯୁକ୍ତ ସେତ୍‌କରୀ କାମଗାର ମୋର୍ଚ୍ଚା ପକ୍ଷରୁ ଆୟୋଜିତ ଏହି ବିକ୍ଷୋଭରେ ଯୋଗ ଦେବା ପାଇଁ ଚାଷୀମାନେ ୨୧ଟି ଜିଲ୍ଲାରୁ ଗାଡ଼ିରେ ଦଳ ଦଳ ହୋଇ ପ୍ରାୟ ୧୮୦ କିଲୋମିଟର ଦୂର ନାସିକରୁ ଦୁଇ ଦିନ ଧରି ଯାତ୍ରା କରିଥିଲେ । ଜାନୁଆରୀ ୨୩ ତାରିଖ ସଂଧ୍ୟାରୁ ସେମାନଙ୍କର ଯାତ୍ରା ଆରମ୍ଭ ହୋଇଥିଲା ।

ଜାନୁଆରୀ ୨୫ ତାରିଖ ସଂଧ୍ୟା ବେଳକୁ ନଭଶ୍ୟା ଦୁଇ ଦିନ ଧରି ଡ୍ରମ୍‌ ବାଦନ କରିଚାଲିଥିଲେ । ସେ ପାଲଘର ଜିଲ୍ଲାରେ ଥିବା ତାଙ୍କ ଘରୁ ଜାନୁଆରୀ ୨୩ ତାରିଖରେ ବାହାରିଥିଲେ, ତଥାପି ବି ଥକିନଥିଲେ: ‘‘ମୋରି ଏହି ଅଭ୍ୟାସ ଅଛି । ମୁଁ ବାହାଘରମାନଙ୍କରେ ରାତି ସାରା ବି ଡ୍ରମ୍‌ ବାଦନ କରିଥାଏ ।’’ ସେ କହିଲେ ।

ଏକ ଅନୁସୂଚିତ ଜାତି ୱର୍ଲି(ବା ବରଲି) ଆଦିବାସୀ ସମ୍ପ୍ରଦାୟର ନଭଶ୍ୟା କହିଲେ,‘‘ସମସ୍ତେ (ମୋ ସମ୍ପ୍ରଦାୟର ଲୋକମାନେ) ଏହି ନୃତ୍ୟ ଜାଣନ୍ତି ।’’ ତାଙ୍କ ନିକଟରେ ଦହାନୁ ତାଲୁକାର ଧମାନାଗାଓଁ ଗାଁର ୫୩ ବର୍ଷୀୟ ୱର୍ଲି ଆଦିବାସୀ ଚାଷୀ ତାଇକକ୍‌ଡ଼େ ଥାପଡ୍‌ ବସିଥିଲେ । ଥାପଡ୍‌ କହିଲେ,‘‘ଦଶହରା ସମୟରେ ପ୍ରାୟତଃ ଉତ୍ସବଗୁଡ଼ିକ ଆରମ୍ଭ ହୁଏ । ସେହି ସମୟରେ ବି ବୁଣାବୁଣି କରାଯାଏ।’’ ‘‘ଦଶହରାରୁ ଦୀପାବଳି (ନଭେମ୍ବର ମାସରେ) ଯାଏ, ଆମେ ଏହି ନୃତ୍ୟ ସହ ଉତ୍ସବ ପାଳନ କରିଥାଉ । ଏହିପରି ଭାବେ ମୁଁ ଏହି ନାଚ ଶିଖିଛି ।’’

ଆଜାଦ ମୈଦାନରେ ବିକ୍ଷୋଭରତ ନର୍ତ୍ତକମାନେ ଦହାନୁ ଓ ନିକଟବର୍ତ୍ତୀ ତାଲୁକାର ବିଭିନ୍ନ ଆଦିବାସୀ ସମ୍ପ୍ରଦାୟର । କୃଷକମାନେ ବିରୋଧ କରୁଥିବା ତିନିଟି ଆଇନ ହେଲା କୃଷକଙ୍କ (ସଶକ୍ତିକରଣ ଓ ସୁରକ୍ଷା) ମୂଲ୍ୟ ନିଶ୍ଚିତତା ଏବଂ କୃଷି ସେବା ଆଇନ, ୨୦୨୦ , କୃଷକଙ୍କ ଉତ୍ପାଦନ ବ୍ୟବସାୟ ଏବଂ ବାଣିଜ୍ୟ (ଉନ୍ନତି ଏବଂ ସୁବିଧା) ଆଇନ, ୨୦୨୦ ; ଏବଂ ଜରୁରୀ ଦ୍ରବ୍ୟ (ସଂଶୋଧନ) ଆଇନ, ୨୦୨୦ । ୨୦୨୦ ଜୁନ୍‌ ୫ ତାରିଖରେ କୃଷି ଆଇନଗୁଡ଼ିକ ଅଧ୍ୟାଦେଶ ଆକାରରେ ପାରିତ ହେଲା, ତା’ପରେ ଫାର୍ମ ବିଲ୍‌ ଆକାରରେ ସଂସଦରେ ସେପ୍ଟେମ୍ବର ୧୪ରେ ଉପସ୍ଥାପିତ କରାଗଲା ଏବଂ ସେହି ମାସ ୨୦ ତାରିଖରେ ଆଇନରେ ପରିଣତ ହେଲା ।

Navshya Kuvra (left), along with Taikakde Thapad (in red saree, centre) and other Adivasi women, and Navji Hadal (right) were among the performers at Azad Maidan
PHOTO • Riya Behl
Navshya Kuvra (left), along with Taikakde Thapad (in red saree, centre) and other Adivasi women, and Navji Hadal (right) were among the performers at Azad Maidan
PHOTO • Riya Behl
Navshya Kuvra (left), along with Taikakde Thapad (in red saree, centre) and other Adivasi women, and Navji Hadal (right) were among the performers at Azad Maidan
PHOTO • Riya Behl

ତାଇକକ୍ ଡେ ଥାପ୍ ଡେ ( ମଝିରେ ନାଲି ଶାଢ଼ି ) ଙ୍କ ସହ ନଭଶ୍ୟା କୁରବା ( ବାମ ) ଏବଂ ଅନ୍ୟ ଆଦିବାସୀ ମହିଳା ଏବଂ ନଭଜି ହାଦଲ ( ଡାହାଣ ) ଆଜାଦ ମୈଦାନରେ ପ୍ରଦର୍ଶନକାରୀଙ୍କ ମଧ୍ୟରେ ଅନ୍ୟତମ

ସମସ୍ତ କୃଷକମାନେ ଏହି ୩ଟି ଆଇନକୁ ସେମାନଙ୍କ ଜୀବିକା ବିପର୍ଯ୍ୟସ୍ତ କରିଦେବା ଭଳି ଆଇନ ଭାବେ ଦେଖୁଛନ୍ତି କାରଣ ଏହାଦ୍ୱାରା ବଡ଼ ବ୍ୟାବସାୟିକ ସଂସ୍ଥାଗୁଡ଼ିକର କୃଷକ ଓ କୃଷି କ୍ଷେତ୍ର ଉପରେ ଆହୁରି ଅଧିକ କ୍ଷମତା ଦଖଲ ପାଇଁ ପଥ ପ୍ରସାରିତ କରିବ ବୋଲି ସେମାନେ ଭାବୁଛନ୍ତି । ଏହି ଆଇନଗୁଡ଼ିକ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି), କୃଷି ଉତ୍ପାଦ ବଜାର କମିଟି (ଏପିଏମ୍‌ସି), ରାଜ୍ୟର ଫସଲ କ୍ରୟ ଏବଂ ଏହିଭଳି ଉତ୍ପାଦକଙ୍କୁ ସହାୟତା କରୁଥିବା ମୁଖ୍ୟ ନିୟମକୁ ମଧ୍ୟ ଉପେକ୍ଷା କରୁଛି । ଏହି ଆଇନଗୁଡ଼ିକୁ ପ୍ରତ୍ୟେକ ଭାରତୀୟଙ୍କୁ ପ୍ରଭାବିତ କରୁଥିବା ଭଳି ସମାଲୋଚନା କରାଯାଇଛି କାରଣ ଭାରତର ସମ୍ବିଧାନର ଧାରା ୩୨କୁ ଦୁର୍ବଳ କରି, ଏଗୁଡ଼ିକ ସମସ୍ତ ନାଗରିକଙ୍କ ଆଇନଗତ ଆଶ୍ରୟ ନେବାର ଅଧିକାରକୁ ଅକ୍ଷମ କରୁଛି

ନାରାୟଣ ଗୋରଖାନା ଯିଏକି ସକାଳୁ ଅବିଚ୍ଛିନ୍ନ ଭାବେ ଟାର୍‌ପା-ପବନରେ ଚାଳିତ ନିରନ୍ତର ଓ ଅଳ୍ପ ଶବ୍ଦ କରୁଥିବା ଏକ ପ୍ରକାର ବାଦ୍ୟ ବଜାଉଛନ୍ତି କହିଲେ, ‘‘ସରକାରଙ୍କର ତିନୋଟି ନିୟମ ଯେଉଁମାନେ କୃଷିକ୍ଷେତ୍ରରେ କାମ କରୁଛନ୍ତି ସେମାନଙ୍କ ବିରୋଧରେ । ସେଥିଲାଗି ଆମେ ଏଠାକୁ ଆସିଛୁ ।’’ ଗୋରଖାନା ଯିଏକି ଏକ ଅନୁସୂଚିତ ଜାତି କୋଲି ମାଲହାର ସମ୍ପ୍ରଦାୟର ପ୍ରତିନିଧିତ୍ୱ କରନ୍ତି ସେ ପାଲଘର ଜିଲ୍ଲାର ଓସାରଭିରା ଗାଁରେ ଏକ ଏକରରୁ କିଛି ଅଧିକ ଜଙ୍ଗଲ ଜମିରେ ଧାନ, ନାଚ୍‌ନି, ଯଅ ଓ ଅନ୍ୟାନ୍ୟ ଫସଲ ଚାଷ କରନ୍ତି ।

ଦହାନୁର ଅନ୍ୟ ଜଣେ ଟାପ୍‌ପା ବାଦକ ୬୦ ବର୍ଷୀୟ ନବ୍‌ଜୀ ହାଦଲ ମଧ୍ୟ ଆଜାଦ ମୈଦାନରେ ଉପସ୍ଥିତ ଥିଲେ । ସେ ବିଗତ ୪୦ ବର୍ଷ ହେଲା ଟାର୍‌ପା ବାଦନ କରିଆସୁଛନ୍ତି । ଜଙ୍ଗଲ ଅଧିକାର ଆଇନ, ୨୦୦୬ ଅଧୀନରେ ପାଇଥିବା ପ୍ଲଟ୍‌ ପ୍ରସଙ୍ଗରେ ସେ କହିଲେ, ‘‘ମୁଁ ୫ ଏକର ଜମିରେ ଚାଷ କରେ । କିନ୍ତୁ ମୋ ନିକଟରେ ମାତ୍ର ୧ ଏକର ଜମିର ମାଲିକାନା ସତ୍ତ୍ୱ ଅଛି ।’ ଏହି ଆଇନ ଅଧୀନରେ ଜମି ଉପରେ ଅଧିକାର ପାଇବା ମହାରାଷ୍ଟ୍ରର ଆଦିବାସୀ ଚାଷୀମାନଙ୍କର ବିକ୍ଷୋଭର ଦାବି ପାଲଟିଛି । ‘‘ଏହି ୩ଟି କୃଷି ଆଇନ ସହ ଅଧିକ ସଂଖ୍ୟକ କମ୍ପାନୀ କୃଷି କ୍ଷେତ୍ରକୁ ପ୍ରବେଶ କରିବେ । ଏବଂ ସେମାନେ ଆମ ପାଇଁ ଫସଲର ଦାମ ନିର୍ଦ୍ଧାରଣ କରିବେ । ଆମେ ତାହା ଚାହୁଁନା । ’’

କଭର ଫଟୋ: ଓରନା ରାୱତ୍

ଏହି ଅନୁବାଦ କରିବାରେ ସହାୟତା କରିଥିବା ଯୋଗୁଁ ପାର୍ଥ ଏମ୍ . ଏନ୍ ଙ୍କୁ ଧନ୍ୟବାଦ

ଅନୁବାଦ - ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Oorna Raut

Oorna Raut is Research Editor at the People’s Archive of Rural India.

Other stories by Oorna Raut
Riya Behl

Riya Behl is a Content Coordinator at the People’s Archive of Rural India.

Other stories by Riya Behl