କୃଷକମାନଙ୍କ ପ୍ରତିବାଦ ନିମନ୍ତେ ଦକ୍ଷିଣ ମୁମ୍ବାଇର ଆଜାଦ୍‌ ମୈଦାନଠାରେ ବସିଥିବା ସମୟରେ ୫୫ ବର୍ଷ ବୟସ୍କ ଶଶିକଳା ଗାଇକୱାଡ୍‌ କହିଥିଲେ, ‘‘ସାତ ବାରା ବିନା ଆମେ କିଛି କରିପାରିବୁ ନାହିଁ,’’

ତାଙ୍କ ନିକଟରେ ଗୋଟିଏ  ତମ୍ବୁ ତଳେ କମଳା ଓ ନାଲି ରଙ୍ଗର ଦରିରେ ୬୫ ବର୍ଷ ବୟସ୍କା ଅରୁଣାବାଇ ସୋନାୱାନେ ବସିଥିଲେ । ସେମାନେ ଉଭୟେ ଜାନୁଆରୀ ୨୫-୨୬ରେ ସମ୍ୟୁକ୍ତ କ୍ଷେତକାରୀ କାମ୍‌ଗର୍ ମୋର୍ଚ୍ଚା ଦ୍ୱାରା ଆୟୋଜିତ ବିକ୍ଷୋଭ ପାଇଁ ମହାରାଷ୍ଟ୍ରର ଔରଙ୍ଗାବାଦ୍‌ ଜିଲ୍ଲାର ଚିମ୍‌ନାପୁର ଗ୍ରାମରୁ ମୁମ୍ବାଇ ଆସିଥିଲେ ।

ଉଭୟେ ୨୦୦୬ର ଜଙ୍ଗଲ ଅଧିକାର ଆଇନ ଅଧିନରେ ସେମାନଙ୍କର ଜମିର ସ୍ୱତ୍ତ୍ୱାଧିକାର ଦାବି କରିବା ପାଇଁ ଏବଂ ତିନୋଟି ନୂତନ କୃଷି ଆଇନ ବିରୋଧରେ ପ୍ରତିବାଦ କରିବା ପାଇଁ ଏଠାକୁ ଆସିଛନ୍ତି । କନ୍ନଡ଼ ତାଲୁକାରେ ସେମାନଙ୍କ ଗାଁରେ କୃଷି ଶ୍ରମ ହେଉଛି ଉଭୟ ଅରୁଣାବାଇ ଏବଂ ଶଶିକଳାଙ୍କ ନିମନ୍ତେ ଆୟର ମୁଖ୍ୟ ଉତ୍ସ । ସେମାନେ ଭିଲ୍‌ ଆଦିବାସୀ ସମୂହର ଅନ୍ତର୍ଭୁକ୍ତ । କୃଷି ଶ୍ରମ ସେମାନଙ୍କୁ କାମ ଉପଲବ୍ଧ ଥିବା ସମୟରେ ଦିନ ପିଛା ଟ. ୧୫୦ – ୨୦୦ ମଜୁରୀ ଭାବରେ ଦେଇଥାଏ । ଅରୁଣାବାଇ ମୋତେ କହିଲେ, ‘‘ଆପଣମାନଙ୍କ ପରି ନୁହେଁ, ମୁଁ ଜାଣେ ନାହିଁ ଗୋଟିଏ ମାସରେ ମୁଁ କେତେ ଆୟ କରିବି ।’’

ଉଭୟେ ତିନି ଏକରରେ ମକା ଏବଂ ଯଅ (ସର୍ଘମ୍‌) ଚାଷ କରନ୍ତି । ସେମାନେ କ୍ୱିଣ୍ଟାଲ୍ ପିଛା ପ୍ରାୟ ଟ. ୧୦୦୦ ରେ ୧୦- ୧୨ କ୍ୱିଣ୍ଟାଲ୍ ଲେଖାଏଁ ମକା ଫସଲ ବିକ୍ରି କରନ୍ତି - ଏବଂ ଯଅକୁ ସେମାନଙ୍କ ପରିବାର ଖାଇବା ପାଇଁ ରଖନ୍ତି । ବାଡ଼ ଦେବା ସତ୍ତ୍ୱେ ସେମାନଙ୍କ ଫସଲ ଅନେକ ସମୟରେ ଜଙ୍ଗଲୀ ବାରାହା, ନୀଳଗାଈ, ଜଙ୍ଗଲୀ ଘୁଷୁରୀ ଏବଂ ମାଙ୍କଡ଼ମାନଙ୍କ ଦ୍ୱାରା ନଷ୍ଟ ହୋଇଯାଏ । ଅରୁଣାବାଇ କୁହନ୍ତି, ‘‘ଯାହାର ବି ଜମି ଅଛି ସେମାନେ ରାତିରେ ଚେଇଁ ରୁହନ୍ତି [ଫସଲ ଜଗିବା ପାଇଁ] ।’’

ଶଶିକଳା ଏବଂ ଅରୁଣାବାଇ ଯେଉଁ ଜମି ଚାଷ କରନ୍ତି ତାହା ଜଙ୍ଗଲ ବିଭାଗର । ଶଶିକଳା କହିଥିଲେ, ‘‘ଗୋଟିଏ ସାତ ବାରା [ଜମି ସ୍ୱତ୍ତ୍ୱାଧିକାରର ରେକର୍ଡ] ବିନା ଆମେ କୌଣସି ସୁବିଧା [ଚାଷ ପାଇଁ] ପାଇବୁ ନାହିଁ । ଜଙ୍ଗଲ ବିଭାଗର ଲୋକମାନେ ମଧ୍ୟ ଆମକୁ ହଇରାଣ କରନ୍ତି। ସେମାନେ ଆମକୁ କୁହନ୍ତି, ଏଠାରେ ଚାଷ କର ନାହିଁ, ସେଠାରେ ତମ ଘର ତିଆରି କର ନାହିଁ, ଯଦି ତୁମେ ଟ୍ରାକ୍ଟର ଆଣିବ, ଆମେ ଜୋରିମାନା ଆଦାୟ କରିବୁ ।’’

ଶଶିକଳା ଏବଂ ଅରୁଣାବାଇ ଦିଲ୍ଲୀ ସୀମାରେ ଥିବା କୃଷକମାନଙ୍କର କୃଷକ ଉତ୍ପାଦ ବ୍ୟାପାର ଓ ବାଣିଜ୍ୟ (ସମ୍ବର୍ଦ୍ଧନା ଏବଂ ସୁବିଧା) ଅଧିନିୟମ, ୨୦୨୦ ; ଦର ଆଶ୍ୱାସନା ଏବଂ କୃଷି ସେବା ଅଧିନିୟମ, ୨୦୨୦ ଉପରେ କୃଷକ (ସଶକ୍ତିକରଣ ଏବଂ ସୁରକ୍ଷା) ଚୁକ୍ତିନାମା ; ଏବଂ ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ଅଧିନିୟମ, ୨୦୨୦ କୁ ପ୍ରତ୍ୟାହାର କରିବା ପାଇଁ ଦାବିକୁ ସମର୍ଥନ ଦେବା ପାଇଁ ମଧ୍ୟ ସେମାନେ ଆଜାଦ୍‌ ମଇଦାନ୍‌କୁ ଆସିଛନ୍ତି । ଏଗୁଡ଼ିକ ପ୍ରଥମେ ଜୁନ୍‌ ୫, ୨୦୨୦ରେ ଏକ ଅଧ୍ୟାଦେଶ ଭାବରେ ପାରିତ ହୋଇଥିଲା, ଏହା ପରେ ସେପ୍ଟେମ୍ବର ୧୪ ତାରିଖରେ ସଂସଦରେ ଫାର୍ମ ବିଲ୍ ଭାବରେ ଉପସ୍ଥାପିତ ହୋଇଥିଲା ଏବଂ ସେହି ମାସର ୨୦ ତାରିଖରେ ବର୍ତ୍ତମାନର ସରକାରଙ୍କ ଦ୍ୱାରା ଆଇନ ଭାବରେ ଲାଗୁ କରାଯାଇଥିଲା ।

'There will be more pressure if more of us come [to protest]', says Arunabai Sonawane (right), with Shashikala Gaikwad at the Azad Maidan farm sit-in
PHOTO • Riya Behl

ଆଜାଦ ମଇଦାନରେ କୃଷକ ବୈଠକରେ ଶଶିକଳା ଗାଇକୱାଡ୍‌ଙ୍କ ସହ ଥିବା ଅରୁଣାବାଇ ସୋନାୱାନେ କୁହନ୍ତି , ‘ ଯଦି ଆମ୍ଭମାନଙ୍କ ମଧ୍ୟରୁ ଅଧିକ ଆସିବେ [ ବିରୋଧ କରିବା ପାଇଁ ] ଏହା କିଛି ଅଧିକ ଚାପ ସୃଷ୍ଟି କରିବ

କୃଷକମାନେ ଏହି ଆଇନଗୁଡ଼ିକ ବୃହତ୍‌ କର୍ପୋରେଟମାନଙ୍କ ନିମନ୍ତେ କୃଷି ଉପରେ ଆହୁରି ଅଧିକ କ୍ଷମତା ପାଇଁ ସ୍ଥାନ ବିସ୍ତାର କରିବା ଦ୍ୱାରା ସେମାନଙ୍କ ଜୀବନ ଜୀବିକା ପ୍ରତି ବିଧ୍ୱସ୍ତକାରୀ ହେବ ବୋଲି ମନେକରନ୍ତି । ସେଗୁଡ଼ିକ ମଧ୍ୟ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି), କୃଷିଜାତ ସାମଗ୍ରୀ ବିପଣନ କମିଟି (ଏପିଏମ୍‌ସି), ରାଜ୍ୟ ସରକାରଙ୍କ କ୍ରୟ ଏବଂ ଆହୁରି ଅନେକଗୁଡ଼ିଏ ସମେତ କୃଷକମାନଙ୍କ ପାଇଁ ସହଯୋଗର ମୁଖ୍ୟ ସ୍ୱରୂପଗୁଡ଼ିକୁ ମଧ୍ୟ ଦୁର୍ବଳ କରନ୍ତି। ଏହି ଆଇନଗୁଡ଼ିକ ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୩୨କୁ ଦୁର୍ବଳ କରି ସମସ୍ତ ନାଗରିକଙ୍କ ଆଇନଗତ ସହଯୋଗର ଅଧିକାରକୁ ନିଷ୍କ୍ରିୟ କରି ପ୍ରତ୍ୟେକ ଭାରତୀୟଙ୍କୁ ପ୍ରଭାବିତ କରୁଥିବା ଭାବରେ ସମାଲୋଚନା କରାଯାଉଛି ।

ଶଶିକଳା ଏବଂ ଅରୁଣାବାଇଙ୍କର ଅନ୍ୟ ସମସ୍ୟା ମଧ୍ୟ ଅଛି । ଉଭୟ ମହିଳା ପ୍ରାୟ ଏକ ଦଶକ ତଳେ ଯକ୍ଷ୍ମା କାରଣରୁ ସେମାନଙ୍କ ସ୍ୱାମୀମାନଙ୍କୁ ହରାଇଛନ୍ତି, କିନ୍ତୁ ଉଭୟଙ୍କ ମଧ୍ୟରୁ କେହି ଏ ଯାଏ ଏକ ବିଧବା ଭତ୍ତା ପାଇପାରିନାହାନ୍ତି । ଶଶିକଳା ବର୍ତ୍ତମାନ ତାଙ୍କର ଦୁଇ ପୁଅ, ସେମାନଙ୍କର ପତ୍ନୀମାନେ ଓ ତିନି ଜଣ ନାତିନାତୁଣିମାନଙ୍କ ସହ ଅଛନ୍ତି;  ପରିବାରର ପାଞ୍ଚ ଜଣ ଯାକ ବୟସ୍କ ନିଜ ଜମିରେ କାମ କରନ୍ତି ଏବଂ କୃଷି ଶ୍ରମିକ ଭାବରେ କାର୍ଯ୍ୟ କରନ୍ତି ।

ଅରୁଣାବାଇ ପ୍ରାୟ ଦୁଇ ବର୍ଷ ତଳର ଏକ ଘଟଣା ମନେପକାଇ କହିଥିଲେ, ‘‘ଆମ୍ଭମାନଙ୍କ ମଧ୍ୟରୁ ଛଅ-ସାତ ଜଣ [ବିଧବା] ଫର୍ମ [ପେନ୍‌ସନ୍‌] ନେଇ ତହସିଲଦାରଙ୍କ କାର୍ଯ୍ୟାଳୟ [କନ୍ନଡ ରେ]କୁ ଯାଇଥିଲୁ। ସେ ମୋତେ କହିଲେ ଯେ ମୋର ଦୁଇଟି ବଡ଼ ପୁଅ ଅଛନ୍ତି ତେଣୁ ମୁଁ ଗୋଟିଏ ପେନ୍‌ସନ୍‌ ପାଇବି ନାହିଁ ।’’

ଅରୁଣାବାଇ ତାଙ୍କର ଦୁଇ ପୁଅ ସେମାନଙ୍କ ପତ୍ନୀ ଏବଂ ଆଠ ଜଣ ନାତିନାତୁଣୀଙ୍କ ସହିତ ଏକ ୧୩-ଜଣିଆ ପରିବାରରେ ବାସ କରନ୍ତି । ତାଙ୍କ ପରିବାରର ପାଞ୍ଚ ଜଣ ଯାକ ବୟସ୍କ ମଧ୍ୟ କୃଷକ ଭାବରେ ଏବଂ କୃଷି ଶ୍ରମିକ ଭାବରେ କାର୍ଯ୍ୟ କରନ୍ତି ଏବଂ ବେଳେ ବେଳେ ଚିମ୍ନାପୁରଠାରେ ଥିବା ଏକ ଛୋଟ ପୋଖରୀରୁ ମାଛ ଧରନ୍ତି ଓ ଖାଆନ୍ତି ।

ଅରୁଣାବାଇ ସେଦିନ ମୁମ୍ବାଇର ଆଜାଦ ମଇଦାନରେ ଦୃଢ଼ ଭାବରେ କହିଥିଲେ, ‘‘ଆସନ୍ତାକାଲି ମୋ ବଡ଼ ପୁଅର ପୁଅ ବାହାଘର ଅଛି, କିନ୍ତୁ କ’ଣ ହେଉଛି ତାହା ଶୁଣିବା ପାଇଁ ଏବଂ ଜାଣିବା ପାଇଁ ମୁଁ ଏଠାକୁ ଆସିଛି । ଯଦି ଆମ୍ଭେମାନେ ଅଧିକ ଆସିବୁ ତେବେ ଅଧିକ ଚାପ ହେବ [ପ୍ରତିବାଦ କରିବା ପାଇଁ] । ଏହି କାରଣରୁ ଆମେ ଏଠାକୁ ଆସିଛୁ ।’’

ଅନୁବାଦ - ଓଡ଼ିଶାଲାଇଭ୍‍

Riya Behl

Riya Behl is a Content Coordinator at the People’s Archive of Rural India.

Other stories by Riya Behl
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE