ଅପରାହ୍ନରେ ମାୟା ଏକ ପୁରୁଣା ଆଲୁମିନିୟମ୍ ପାତ୍ରରେ ଥିବା ଶେଷ ଚାଉଳ ମୁଠାକ ସଂଗ୍ରହ କରୁଛନ୍ତି। ତାଙ୍କ ପାଇଁ ଏହା ସେହି ଦିନରଏକମାତ୍ର ଭୋଜନ ହେବ।ଶିବଏବଂ ତାଙ୍କ ପାଇଁ କଢେଇରେ ଆଉ ମସୁର ଡାଲିବଳି ନାହିଁ।

୨୩ ବର୍ଷୀୟା ମାୟା କୁହନ୍ତି,"ଆମେ କେବଳ ଥରେ ଖାଇଥାଉ,କିନ୍ତୁ ଆମ ପିଲାମାନଙ୍କ ପାଇଁ ଦୁଇଥର ରାନ୍ଧି ଥାଉ। ସେମାନେ ଯେପରି ଯଥେଷ୍ଟ ପରିମାଣରେ ଖାଦ୍ୟ ଖାଇପାରିବେ ତାହା ଆମେ ପ୍ରଥମେ ନିଶ୍ଚିତ କରିଥାଉ"। ପୁରୁଣା ଶାଢୀ ଓ ଚାଦରରେ ଆଚ୍ଛାଦିତ ହୋଇ ରହିଥିବା ସେମାନଙ୍କର ବାଉଁଶ କୁଡ଼ିଆ ବାହାରେ ବସି ୨୫ ବର୍ଷୀୟ ଶିବକୁହନ୍ତି,"ଏହି ମହାମାରୀ ଆରମ୍ଭ ହେବାଠାରୁ ଆମେ କମ୍ ରାସନ କିଣୁଛୁ"।

୨୦୨୦ ମସିହା ମାର୍ଚ୍ଚ ମାସ, ଯେବେଠାରୁ ଏହି ମହାମାରୀ - ତାଲାବନ୍ଦ ଆରମ୍ଭ ହୋଇଛି, ମାୟା ଓ ଶିବ ଗାଣ୍ଡାଡେ ନିଜ ସମେତ ନିଜର ୨ ରୁ ୭ ବର୍ଷ ବୟସର ଚାରି ପିଲାଙ୍କ ପାଇଁ ଖାଦ୍ୟ ସଂଗ୍ରହ କରିବାକୁ ସଂଘର୍ଷ କରୁଛନ୍ତି।

ପାନ୍ଧ୍ରାଚିୱାଡି ଗ୍ରାମଠାରୁ ୬ ରୁ ୭ କିଲୋମିଟର ଦୂରରେ ଥିବା ଏକ ଖୋଲା ପଡିଆରେସେମାନଙ୍କର କାମଚଳା କୁଡିଆଟି ରହିଛି, ସେମାନଙ୍କ ବସତି ନିକଟସ୍ଥ ଗ୍ରାମଟି ବିଡ ଜିଲ୍ଲାର ବିଡ ତାଲୁକର ଅଟେ। ଯେତେବେଳେ ବର୍ଷା ହୁଏ, କାନ୍ଥ ଓ ଛାତ ମଧ୍ୟରେ ଥିବାବିଭିନ୍ନ ରଂଗର ଚ୍ଛିଦ୍ର ମଧ୍ୟରେ ପାଣି ଝରିଥାଏ।

ପଡିଆରେ ଥିବା ୧୪ ଟି କୁଡିଆ ହେଉଛି ମସାନଯୋଗୀ ସଂପ୍ରଦାୟର  ପରିବାରମାନଙ୍କ ଘର, ଏକ ଯାଯାବର ଆଦିବାସୀ ସଂପ୍ରଦାୟ(ମହାରାଷ୍ଟ୍ରରେ ଓବିସି ତାଲିକାଭୁକ୍ତ) ଯେଉଁମାନେକି ପାରମ୍ପରିକ ଭାବରେ ଭିକ୍ଷୁକ ଅଟନ୍ତି। ସମସ୍ତ ପରିବାର ଏକ ସଙ୍ଗରେ ସାଧାରଣତଃ ବର୍ଷକୁ ଥରେ ଜୀବିକା ଓ ମଜୁରୀ ଅନ୍ୱେଷଣରେ ରାଜ୍ୟ ମଧ୍ୟରେ ଏକ ଜିଲ୍ଲାରୁ ଅନ୍ୟ ଏକ ଜିଲ୍ଲାକୁ ଯାଇଥାନ୍ତି।

Since the lockdowns began, Maya and Shiva Gandade, who live in a cluster of huts of the Masanjogi community in Beed district, have been struggling to feed themselves and their four little children
PHOTO • Jyoti Shinoli
Since the lockdowns began, Maya and Shiva Gandade, who live in a cluster of huts of the Masanjogi community in Beed district, have been struggling to feed themselves and their four little children
PHOTO • Jyoti Shinoli

ତାଲାବନ୍ଦ ହେବା ଦିନଠାରୁ ବିଡ ଜିଲ୍ଲାର ମସାନଯୋଗୀ ସମ୍ପ୍ରଦାୟର ଏକ କ୍ଲଷ୍ଟରରେ ରହୁଥିବା ମାୟା ଏବଂ ଶିବ ଗାଣ୍ଡାଡେ ନିଜସମେତନିଜର ଚାରି ଛୋଟ ପିଲାଙ୍କୁ ଖାଦ୍ୟ ଯୋଗାଇବା ପାଇଁ ସଂଘର୍ଷ କରୁଛନ୍ତି

ସେମାନଙ୍କ ମଧ୍ୟରୁ ଅନେକ ବର୍ତ୍ତମାନ ବର୍ଜ୍ୟବସ୍ତୁ ସଂଗ୍ରହକାରୀ ଭାବରେ କାର୍ଯ୍ୟ କରୁଛନ୍ତି। ମହିଳାମାନେ ସାଧାରଣତଃ ପୁନଃ ବ୍ୟବହାର ଯୋଗ୍ୟ କରାଇବା ପାଇଁ ବିଭିନ୍ନ ଗ୍ରାମରୁ କେଶ ଏବଂ ପୁରୁଣା ପୋଷାକ ସଂଗ୍ରହ କରନ୍ତି ଏବଂ ପୁରୁଷମାନେ ଅଳିଆ ଆବର୍ଜନା ଏବଂ ଘରଗୁଡ଼ିକରୁ ବର୍ଜ୍ୟ ବସ୍ତୁ ଭାବରେ ବାହାରୁଥିବା ପ୍ଲାଷ୍ଟିକ୍, ଲୁହା ଏବଂ ଆଲୁମିନିୟମ୍ ସ୍କ୍ରାପ୍‍ ସଂଗ୍ରହ କରନ୍ତି।ମାୟା କୁହନ୍ତି, ଯିଏକି କେଶ ଏବଂ ପୋଷାକ ବଦଳରେ ପ୍ଲାଷ୍ଟିକ୍ ଟବ୍ ଏବଂ ବାଲ୍‍ଟିମଧ୍ୟ ଦେଇଥାନ୍ତି,"ସ୍କ୍ରାପ୍ ଡିଲର ଆମକୁ ଦିନରେ ସଂଗ୍ରହ କରୁଥିବା ବସ୍ତୁ ଅନୁସାରେ ଦେୟ ପ୍ରଦାନ କରନ୍ତି"।

ସେ କୁହନ୍ତି ଯେ,"ଯେତେବେଳେ ଆମର ଆୟ ଗୋଟିଏ ସ୍ଥାନରେ ବନ୍ଦ ହୋଇଯାଏ ସେତେବେଳେ ଆମେ ଅନ୍ୟ ଏକ ତାଲୁକକୁ ଯାଇଥାଉ।" ଗୋଟିଏ ସ୍ଥାନରେ ଆମେ ଗୋଟିଏ ବର୍ଷରୁ ଅଧିକ ସମୟ ରହି ନଥାଉ।"

କିନ୍ତୁ କୋଭିଡ -୧୯ ସହ ଜଡିତ ଯାତ୍ରା ପ୍ରତିବନ୍ଧକ ଓ ଅଳ୍ପ କିଛି ରହିଥିବା ପରିବହନର ମାଧ୍ୟମ ସେମାନଙ୍କର ସ୍ଥାନାନ୍ତରଣ ଉପରେ ସାମୟିକ ବିରତି ଲଗାଇ ଦେଇଥିଲା। "ଆମେ ୨୦୧୯ ମସିହା ନଭେମ୍ବର ମାସ ଠାରୁ ବିଡରେ ରହିଛୁ। ଟେମ୍ପୋ ଭଡାରେ ନେବା କଷ୍ଟକର କାରଣ ଆମ ପାଖରେ ପର୍ଯ୍ୟାପ୍ତ ଅର୍ଥ ନାହିଁ’’। ଅତୀତରେ ପୋଲିଓ ରୋଗ କାରଣରୁ ବାଡ଼ି ସାହାଯ୍ୟରେ ଚାଲୁଥିବା ଶିବ କୁହନ୍ତି, "ଆମର ସମସ୍ତ ଗଣ୍ଠିଲିପତ୍ର ସହିତ ଏସ୍‍ଟି [ରାଜ୍ୟ ପରିବହନ] ବସ୍‌ରେ ଯାତ୍ରା କରିବା ଅସମ୍ଭବ"।

ସେ କୁହନ୍ତି, "ଆମେ ସଂଗ୍ରହ କରୁଥିବା ସ୍କ୍ରାପ୍,ପୁରୁଣା ପୋଷାକ ଏବଂ କେଶ ଉପରେ ଆମର ରୋଜଗାର ନିର୍ଭର କରେ"।ମହାମାରୀ ପୂର୍ବରୁ ମଧ୍ୟ ଏପରି କିଛି ଦିନ ଥିଲା ଯେତେବେଳେ ସେ ଏବଂ ମାୟା ପ୍ରାୟ କିଛି ରୋଜଗାର କରିନଥିଲେ,ସେମାନଙ୍କର ମିଳିତ ମାସିକ ଆୟ କଦାପି ୭୦୦୦-୮୦୦୦ ଟଙ୍କାରୁ କମ୍ ନଥିଲା।

ବର୍ତ୍ତମାନ ବର୍ଷେ ହେବ ଏହା ମାସକୁ ୪୦୦୦ ଟଙ୍କାରୁ ଅଧିକ ହେଉ ନାହିଁ।

ଅଭାବର ଅର୍ଥ ହେଉଛି ରାସନ ଓ ଖାଦ୍ୟର ପରିମାଣ ହ୍ରାସ କରିବା। ଆଗରୁ ମାୟା ଓ ଶିବ କହନ୍ତି, ସେମାନଙ୍କର ଛଅ ଜଣ ସଦସ୍ୟ ଥିବା ପରିବାରର ଖାଦ୍ୟ ପାଇଁ ମାସକୁ ସାଧାରଣତଃ ୪୦୦୦ରୁ୫୦୦୦ ଟଙ୍କା ଖର୍ଚ୍ଚ କରୁଥିଲେ।

Their weekly purchase of foodgrains has dropped to just one kilo of masoor dal and two kilos of rice for a family of six
PHOTO • Jyoti Shinoli
Their weekly purchase of foodgrains has dropped to just one kilo of masoor dal and two kilos of rice for a family of six
PHOTO • Jyoti Shinoli

ସେମାନଙ୍କର ଛଅ ଜଣିଆ ପରିବାର ପାଇଁ ସାପ୍ତାହିକ ଖାଦ୍ୟଶସ୍ୟର କ୍ରୟ ଏକ କିଲୋ ମସୁର ଡାଲି ଓ ଦୁଇ କିଲୋ ଚାଉଳକୁ ଖସି ଆସିଥିଲା

ବର୍ତ୍ତମାନ, ମହାମାରୀ ପୂର୍ବରୁ ସେମାନଙ୍କର ସାପ୍ତାହିକ ଖାଦ୍ୟଶସ୍ୟ କ୍ରୟର ପରିମାଣ-ଦୁଇ କିଲୋ ବିଭିନ୍ନ ପ୍ରକାରର ଡାଲି ଓ ୮ରୁ ୧୦ କିଲୋ ଚାଉଳ- ବର୍ତ୍ତମାନ, ପ୍ରତ୍ୟେକ ସପ୍ତାହରେ ଏକ କିଲୋ ଶସ୍ତା ମସୁର ଡାଲି ଓ ଦୁଇ କିଲୋ ଚାଉଳକୁ ଖସି ଆସିଛି। ମାୟା ନିଜର ଆଙ୍ଗୁଠି ଗଣି କୁହନ୍ତି,"ଏହା ସହିତ, ମାସକୁ ଅତି କମ୍‍ ରେ ତିନି ଥର ପିଲାମାନଙ୍କ ପାଇଁ ଚିକେନ୍‍ କିମ୍ବା ମଟନ୍‍, ବେଳେବେଳେ ଅଣ୍ଡା, ପରିବା, ଫଳ ଆଣୁଥିଲୁ।" ତାଲାବନ୍ଦ ଠାରୁ ପରିମାଣ ଓ ସେମାନେ ଖାଉଥିବା ଖାଦ୍ୟର ଗୁଣବତ୍ତା ହ୍ରାସ ପାଇଛି"। ମାୟା କୁହନ୍ତି, "ଆଗ ଭଳି ଭଲ ଖାଦ୍ୟ ମିଳୁନାହିଁ କିନ୍ତୁ ଯାହାବି ମିଳୁଛି ତାହା ଆମର ପେଟ ଭରିବା ପାଇଁ ଯଥେଷ୍ଟ ଅଟେ"।

ଶିବ କୁହନ୍ତି," ଏବେ ତେଲଠାରୁ ଆରମ୍ଭ କରି ଡାଲି ପର୍ଯ୍ୟନ୍ତ ସମସ୍ତ ସାମଗ୍ରୀ ମହଙ୍ଗା ହୋଇଯାଇଛି"। ଆମେ କିପରି ଏହି ବ୍ୟୟଭାର ବହନ କରିବୁ? ଆମେ ଆଉ ଏବେ ପୂର୍ବଭଳି ରୋଜଗାର କରିପାରୁନାହୁଁ।

୨୦୧୧-୧୨ର ଜାତୀୟ ନମୁନା ସର୍ଭେ କାର୍ଯ୍ୟାଳୟର ଘରୋଇ ଉପଭୋକ୍ତା ଖର୍ଚ୍ଚ ସର୍ଭେର ଟିପ୍ପଣୀ ଅନୁସାରେ ମହାମାରୀ ଆରମ୍ଭ ହେବାର ଏକ ଦଶନ୍ଧି ପୂର୍ବରୁ ମଧ୍ୟ ଭାରତରେ ଅନେକଙ୍କର ଖାଦ୍ୟ ଖର୍ଚ୍ଚ ହ୍ରାସ ପାଇଥିଲା -୧୯୯୩ ମସିହାରେ ଏହା ୬୩.୨ ପ୍ରତିଶତରୁ ୪୮.୬ ପ୍ରତିଶତକୁ ହ୍ରାସ ପାଇଥିଲା। (ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ ଦ୍ୱାରା ପାଞ୍ଚ ବର୍ଷର ସର୍ବେକ୍ଷଣର ପରବର୍ତ୍ତୀ ରାଉଣ୍ଡର ଫଳାଫଳ ପ୍ରକାଶ ପାଇନାହିଁ।)

ମହାମାରୀ ଆରମ୍ଭ ହେବା ପରଠାରୁ ଦେଶର ସାମାଜିକ ତଥା ଅର୍ଥନୈତିକ ଦୃଷ୍ଟିରୁ ବଞ୍ଚିତ ସମ୍ପ୍ରଦାୟ ମଧ୍ୟରେ କ୍ଷୁଧା ଆହୁରି ବଢିଚାଲିଛି ବୋଲି ଦିଲ୍ଲୀର ଏକ ମିଳିତ ମଞ୍ଚର ରାପିଡ୍ ରୁରାଲ କମ୍ୟୁନିଟି ରେସପନ୍ସ ଟୁ କୋଭିଡ -୧୯ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରେ ଦର୍ଶାଯାଇଛି ଯେ ଅନ୍ୟାନ୍ୟ କାର୍ଯ୍ୟକଳାପ ମଧ୍ୟରେ ଖାଦ୍ୟ ଯୋଗାଣରେ ନିୟୋଜିତ ଥିଲେ। ଡିସେମ୍ବର ୧୨, ୨୦୨୦ରୁ ଜାନୁୟାରୀ ୫, ୨୦୨୧ ପର୍ଯ୍ୟନ୍ତ, ଏଥିରେ ଦର୍ଶାଯାଇଛି ଯେ “୪୦% ଜନସଂଖ୍ୟା [ନମୁନା ଆକାର ୧୧ ଟି ରାଜ୍ୟରେ ପ୍ରାୟ ୧୧,୮୦୦ ଲୋକ] ନିଜର ଖାଦ୍ୟ ଖର୍ଚ୍ଚ କମାଇ ଦେଇଛନ୍ତି” ଏବଂ ପରବର୍ତ୍ତୀ ସମୟରେ ୨୫ ପ୍ରତିଶତ ଅଣ୍ଡା, ମାଂସ, ପନିପରିବା ଏବଂ ତେଲ ପରି ସାମଗ୍ରୀରେ ଖର୍ଚ୍ଚ ହ୍ରାସ କରିବାରେ ଲାଗିଲେ। ।

Many Masanjogis now work as waste-collectors, at times exchanging plastic tubs and buckets for the items they pick up from households
PHOTO • Jyoti Shinoli
Many Masanjogis now work as waste-collectors, at times exchanging plastic tubs and buckets for the items they pick up from households
PHOTO • Jyoti Shinoli

ଅନେକ ମସାନଯୋଗୀ ବର୍ତ୍ତମାନ ବର୍ଜ୍ୟବସ୍ତୁ ସଂଗ୍ରହକାରୀ ଭାବରେ କାର୍ଯ୍ୟ କରୁଛନ୍ତି, ବେଳେବେଳେ ସେମାନେ ଘରୁ ସଂଗ୍ରହ କରୁଥିବା ଜିନିଷଗୁଡ଼ିକ ବଦଳରେ ପ୍ଲାଷ୍ଟିକ୍ ଟବ୍ ଏବଂ ବାଲ୍‍ଟି ଦେଇଥାନ୍ତି

ସେମାନଙ୍କ ପାଖରେ ଏକ ରାସନ କାର୍ଡ ଥିଲେ ମାୟା ଏବଂ ଶିବ କିଛି ପରିମାଣରେ ଉପକୃତ ହୋଇପାରିଥାନ୍ତେ। ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ,୨୦୧୩ , ପରିବାରଗୁଡିକୁ ପ୍ରତ୍ୟେକ ବ୍ୟକ୍ତି ପିଛା ମୋଟ ୫ କିଲୋଗ୍ରାମ ଶସ୍ୟ ସବସିଡିରେ ପ୍ରତି ମାସରେ କ୍ରୟ କରିବାକୁ ଅଧିକାର ପ୍ରଦାନ କରେ -ଚାଉଳ ଏକ କିଲୋଗ୍ରାମ ପିଛା ୩ ଟଙ୍କା, ଗହମ ଏକ କିଲୋଗ୍ରାମ ପିଛା ୨ ଟଙ୍କା ଏବଂଖଦଡା ଶସ୍ୟ ଏକ କିଲୋଗ୍ରାମ ପିଛା ୧ ଟଙ୍କା ସବସିଡିରେରାସନ କାର୍ଡ ଥିବା ପରିବାରକୁ ମିଳିଥାଏ।

ମାୟା କୁହନ୍ତି,"ଆମର ରାସନ କାର୍ଡ ନାହିଁ" "କାରଣ ଆମେ ଗୋଟେ ସ୍ଥାନରେ ଅଧିକ ସମୟ ପାଇଁ ରହିନଥାଉ"। ତେଣୁ ବସ୍ତିରେ ଥିବା ତାଙ୍କ ପରିବାର ଓ ଅନ୍ୟ ୧୪ ଟି ପରିବାର ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନଯୋଜନା ଅଧୀନରେ ଦିଆଯାଉଥିବା ଅତିରିକ୍ତ ମାଗଣା ୫ କିଲୋ ଖାଦ୍ୟଶସ୍ୟ ପରି ଅନ୍ୟାନ୍ୟ ସରକାରୀ ଯୋଜନାର ସୁବିଧା ମଧ୍ୟ ପାଇପାରିଲେ ନାହିଁ।

ଦିଲ୍ଲୀସ୍ଥିତ ରାଇଟ୍‍ ଟୁ ଫୁଡ କ୍ୟାମ୍ପେନ ସଦସ୍ୟା ଦୀପା ସିହ୍ନା କୁହନ୍ତି, "ଆମେ ସବୁଆଡେ ହିଁ କ୍ଷୁଧା ଦେଖୁଛୁ। ଏହି ଦ୍ୱିତୀୟ ଲହର କ୍ଷୁଧାର ଜ୍ୱାଳାକୁ ଶୋଚନୀୟ କରିଦେଇଛି"। ସୁପ୍ରିମକୋର୍ଟଙ୍କ ବାରମ୍ବାର ନିର୍ଦ୍ଦେଶ ସତ୍ତ୍ୱେ ବହୁ ସଂଖ୍ୟକ ଲୋକଙ୍କର ରାସନ କାର୍ଡ ନାହିଁ ଏବଂ ସରକାର ସେମାନଙ୍କ ପାଇଁ କୌଣସି ବିକଳ୍ପ ବ୍ୟବସ୍ଥା କରୁନାହାଁନ୍ତି।"

ଶିକ୍ଷା, ବିଭିନ୍ନ ପ୍ରକାରର ଡକ୍ୟୁମେଣ୍ଟେସନ୍ ଏବଂ ଅନ୍ୟାନ୍ୟ ବିଷୟ ଉପରେ କାମ କରୁଥିବା ମସାନଯୋଗୀ ମହାସଂଘକୁ  ପରିଚାଳନା କରୁଥିବା ନଣ୍ଡେଡସ୍ଥିତ ୪୮ ବର୍ଷୀୟ ଗୋଷ୍ଠୀ କର୍ମୀ ଲକ୍ଷ୍ମଣ ଘନସର୍ୱାଡ କହନ୍ତି, "ଆମ ସମ୍ପ୍ରଦାୟ [ମସାନଯୋଗୀ]ର ୫୦ ପ୍ରତିଶତରୁ ଅଧିକ ଲୋକଙ୍କର ରାସନ କାର୍ଡ କିମ୍ବା ଅନ୍ୟ କୌଣସି ପ୍ରକାରର ପରିଚୟ ପତ୍ର ନାହିଁ"। ସେ ଆକଳନ କରନ୍ତି ଯେ ମହାରାଷ୍ଟ୍ରରେ ମୋଟ ମସାନଯୋଗୀମାନଙ୍କ ସଂଖ୍ୟା ପ୍ରାୟ ୧ ଲକ୍ଷ, ସେମାନଙ୍କ ମଧ୍ୟରୁ ୮୦ ପ୍ରତିଶତ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇ ସ୍କ୍ରାପ୍ ସଂଗ୍ରହ କରିବାରେ ନିୟୋଜିତ ଅଛନ୍ତି।

For Naresh and Suvarna Pawar, and their kids in Yavatmal (they belongs to the Phanse Pardhi community), bajri bhakris have become a rare meal item
PHOTO • Jyoti Shinoli
For Naresh and Suvarna Pawar, and their kids in Yavatmal (they belongs to the Phanse Pardhi community), bajri bhakris have become a rare meal item
PHOTO • Jyoti Shinoli

ନରେଶ ଏବଂ ସୁବର୍ଣ୍ଣା ପାୱାର ଏବଂ ୟାଭାଟମାଲରେ ଥିବା ସେମାନଙ୍କ ପିଲାମାନଙ୍କ ପାଇଁ (ସେମାନେ ଫନସେ ପାର୍ଧି ସମ୍ପ୍ରଦାୟର ଅଟନ୍ତି) ବାଜ୍ରି ଭାକ୍ରି ବିରଳ ଖାଦ୍ୟ ପଦାର୍ଥ ହୋଇ ଯାଇଛନ୍ତି

ଅନ୍ୟାନ୍ୟ ଯାଯାବର ସମ୍ପ୍ରଦାୟ ମଧ୍ୟ ସମାନ ସ୍ଥିତିରେ ଅଛନ୍ତି, ସେମାନଙ୍କ ମଧ୍ୟରେ ନିଜର ପାଞ୍ଚ ବର୍ଷର ପୁଅ ଏବଂ ଚାରି ବର୍ଷର ଝିଅ ସହିତ ସୁବର୍ଣ୍ଣା ଏବଂ ନରେଶ ପାୱାର ଯେଉଁମାନେ ୟାଭାଟମାଲ ଜିଲ୍ଲାର ନେର ତାଲୁକାରେ ରୁହନ୍ତି, ଯାହାଙ୍କୁ ମୁଁ ୨୦୧୯ ମସିହା ମେ ମାସରେ ଭେଟିଥିଲି (ଏବଂ ଏହି କାହାଣୀ ପାଇଁ ଫୋନରେ କଥା ହୋଇଥିଲେ)। ସେମାନେ ଫନସେ ପାର୍ଧି ଯାଯାବର ସମ୍ପ୍ରଦାୟର ଅଟନ୍ତି (ଏକ ଅନୁସୂଚିତ ଜନଜାତି ଭାବରେ ତାଲିକାଭୁକ୍ତ), ଏବଂ ୭୦ ଟି କୁଡିଆ ବିଶିଷ୍ଟ ଏକ ବସ୍ତିରେ ଥିବା ୩୫ଟି ପରିବାରରେ ବିଭକ୍ତ ହୋଇ ରୁହନ୍ତି, ଯେଉଁମାନଙ୍କର ରାସନ କାର୍ଡ ନାହିଁ ।

୨୬ ବର୍ଷୀୟା ସୁବର୍ଣ୍ଣା ନିଜର ସାନ ଝିଅ ସହିତ ପାଖ ଗାଁକୁ ପ୍ରତ୍ୟେକ ଦିନ ସକାଳୁ ଭିକ୍ଷା କରିବାକୁ ଯାଇଥାନ୍ତି। ସେ କୁହନ୍ତି, "ମୁଁ ପ୍ରତ୍ୟେକ ଘର ବାହାରେ ଡାକିଥାଏ....କିନ୍ତୁ ବର୍ତ୍ତମାନ ସମୟରେ ଭିକ୍ଷା କରିବା ସହଜ ନୁହେଁ," "କାରଣ ଗାଁ ଲୋକମାନଙ୍କ ମନରେ ଏବେ କରୋନା ସଂକ୍ରମିତ ହେବାର ଭୟ ରହିଛି। ଅନେକ ଆମକୁ ଗାଁ ଭିତରକୁ ଯିବାକୁ ଅନୁମତି ଦେଉନାହାଁନ୍ତି। ଯେଉଁ ଅଳ୍ପ କିଛି ଲୋକଙ୍କର ଆମ ପ୍ରତି ଦୟା ଆସେ, ସେମାନେ କିଛି ଚାଉଳ ଶସ୍ୟଏବଂ ବେଳେବେଳେ ବଳକା ଭାକ୍ରି ଦେଇଥାନ୍ତି।" (ଦେଖନ୍ତୁ ତାଲାବନ୍ଦ ସମୟରେ ପାର୍ଧିମାନଙ୍କୁ - ଭିକ୍ଷା ମଧ୍ୟ ମିଳୁ ନାହିଁ )

ସୁବର୍ଣ୍ଣା ଖାଦ୍ୟ ଅନୁସନ୍ଧାନରେ ବୁଲାବୁଲି କରୁଥିବା ବେଳେ ତାଙ୍କର ୨୮ ବର୍ଷୀୟ ସ୍ୱାମୀ ନରେଶଏବଂ ବସ୍ତିର ଅନ୍ୟ କେତେକ ବ୍ୟକ୍ତି ନିକଟ ଜଙ୍ଗଲ ଅଞ୍ଚଳରେ ଟି ଇଟର (ଶିକାର ପକ୍ଷୀ) ଶିକାର କରିବାକୁ ଯାଇଥାନ୍ତି। ପରିବାରଗୁଡିକ ପକ୍ଷୀମାନଙ୍କୁ ଖାଇଥାନ୍ତି କିମ୍ବା ବିକ୍ରି କରି ଦିଅନ୍ତି। "ଶିକାର କରିବା ନିଷେଧ ଅଟେ। ଅନେକ ଥର ବନବିଭାଗ [ଜଙ୍ଗଲ ଅଧିକାରୀ] ଆମକୁ ଚେତାବନୀ ଦିଅନ୍ତି। ନରେଶ କୁହନ୍ତି,"ଆମେ ପ୍ରାୟତଃ ଖାଲି ହାତରେ ଫେରିଥାଉ"।

ଏକ ଦୀର୍ଘ ଦିନର ଶେଷରେ, ସେମାନଙ୍କର ଖାଦ୍ୟ ସାଧାରଣତଃ ବିଭିନ୍ନ ପରିବାରରୁ ମିଳୁଥିବା ଅଳ୍ପ ଚାଉଳ ଏବଂ ଲଙ୍କା ଗୁଣ୍ଡ କିମ୍ବା କଳା ରାଶିର ଚଟଣୀ ହୋଇଥାଏ। ବହୁତ କ୍ୱଚିତ୍, ସେମାନଙ୍କ ପାଖରେ କିଛି ପନିପରିବା ଥାଏ। ସୁବର୍ଣ୍ଣା କୁହନ୍ତି, "ଯଦି ଆମେ ମାଗୁ ତେବେ କିଛି କୃଷକ ଆମକୁ ବାଇଗଣ କିମ୍ବା ଆଳୁ ଦିଅନ୍ତି।

Suvarna begs for food now, and says: 'A few who take pity on us give some rice grains, and sometimes leftover bhakri'
PHOTO • Jyoti Shinoli

ସୁବର୍ଣ୍ଣା ବର୍ତ୍ତମାନ ପାଇଁ ଭିକ୍ଷା ମାଗିଛନ୍ତି, ଏବଂ କୁହନ୍ତି: ‘ଯେଉଁ ଅଳ୍ପ କିଛି ଲୋକଙ୍କର ଆମ ପ୍ରତି ଦୟା ଆସେ ସେମାନେ କିଛି ଚାଉଳ ଶସ୍ୟ ଓ ବେଳେବେଳେ ବଳକା ଭାକ୍ରି ଦେଇଥାନ୍ତି’

୨୦୧୧-୧୨ର ଜାତୀୟ ନମୁନା ସର୍ଭେ କାର୍ଯ୍ୟାଳୟର ଘରୋଇ ଉପଭୋକ୍ତା ଖର୍ଚ୍ଚ ସର୍ଭେର ଟିପ୍ପଣୀ ଅନୁସାରେ ମହାମାରୀ ଆରମ୍ଭ ହେବାର ଏକ ଦଶନ୍ଧି ପୂର୍ବରୁ ମଧ୍ୟ ଭାରତରେ ଅନେକଙ୍କର ଖାଦ୍ୟ ଖର୍ଚ୍ଚ ହ୍ରାସ ପାଇଥିଲା -୧୯୯୩ ମସିହାରେ ଏହା ୬୩.୨ ପ୍ରତିଶତରୁ ୪୮.୬ ପ୍ରତିଶତକୁ ହ୍ରାସ ପାଇଥିଲା

ପରିଚୟପତ୍ରଗୁଡିକ ଯାହାକି ତାଙ୍କ ପରିବାର ଏବଂ ଅନ୍ୟମାନଙ୍କୁ ସରକାରୀ ଯୋଜନାରେ ପ୍ରବେଶ କରିବାକୁ ଅନୁମତି ଦେବ, ସେଗୁଡିକ ହାସଲ କରିବା ପାଇଁ ଉପୁଜୁଥିବା ସମସ୍ୟା ବିଷୟରେ ନ୍ୟାସନାଲ କମିଶନ ଫର ଡିନୋଟିଫାଏଡ୍, ନୋମାଡିକ୍ ଏବଂ ସେମି-ନୋମାଡିକ୍ ଟ୍ରାଇବଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ଅନେକ ଆବେଦନ ପତ୍ରରେ ଦର୍ଶାଯାଇଛି। ଆୟୋଗଙ୍କ ୨୦୧୭ ମସିହାର ଏକ ରିପୋର୍ଟରେ କୁହାଯାଇଛି: “ପରିଚୟ ଏବଂ ଡକ୍ୟୁମେଣ୍ଟେସନ୍ ପ୍ରସଙ୍ଗରେ ଗ୍ରହଣ କରାଯାଇଥିବା ମୋଟ ୪୫୪ ଟି ଆବେଦନ ମଧ୍ୟରୁ ୩୦୪ ଟି ମୃତ୍ୟୁ ପ୍ରମାଣପତ୍ର, ବିପିଏଲ୍ [ରାସନ] କାର୍ଡ ଏବଂ ଆଧାର କାର୍ଡ ଭଳି ବିଭିନ୍ନ ଡକ୍ୟୁମେଣ୍ଟ ପାଇବାର ସମସ୍ୟା ସହ ଜଡିତ।

ଏହି ମହାମାରୀ ସେମାନଙ୍କ ଅବସ୍ଥାକୁ ଆହୁରି ଶୋଚନୀୟ କରିଦେଇଛି।

“ସମାଜର ଅସୁରକ୍ଷିତ ଏବଂ ଦୁର୍ବଳ ବର୍ଗ ତଥା ରାସ୍ତାକଡରେ ରହୁଥିବା ବାସିନ୍ଦା, ଛିଣ୍ଡାକନା ସଂଗ୍ରହ କରୁଥିବା ବ୍ୟକ୍ତି, ଫେରିବାଲା, ରିକ୍ସା ଚାଳକ, ପ୍ରବାସୀ ଶ୍ରମିକ ଇତ୍ୟାଦି, ଯେଉଁମାନଙ୍କର କି ଖାଦ୍ୟଶସ୍ୟର ନିତ୍ୟାନ୍ତ ଆବଶ୍ୟକତା ରହିଛି...  ଯେଉଁମାନେ ରାସନ କାର୍ଡ ପାଇପାରୁନାହାନ୍ତି’’, ସେମାନଙ୍କ ପ୍ରତି ରାଜ୍ୟମାନଙ୍କର ଦୃଷ୍ଟି ଆକର୍ଷଣ କରି କେନ୍ଦ୍ର ସରକାର ୨୦୨୧ ମସିହା ଜୁନ୍ ମାସ ୨ ତାରିଖରେ ଏକ ସର୍କୁଲାର ଜାରି କରିଥିଲେ।

ମହାରାଷ୍ଟ୍ର ଭଳି ରାଜ୍ୟରେ, ସରକାର ୨୦୨୦ ମସିହା ଜାନୁୟାରୀ ୨୬ ତାରିଖରୁ ଶିବ ଭୋଜନ ଯୋଜନା ପ୍ରଣୟନ କରିସାରିଛନ୍ତି, ଯେଉଁଥିରେ କି ଲୋକମାନେ କୌଣସି ବି ପରିଚୟ ପତ୍ର ବିନା ୧୦ ଟଙ୍କା ମୂଲ୍ୟରେ ରନ୍ଧା ଖାଦ୍ୟ ପାଇପାରିବେ। ମହାମାରୀ ସମୟରେ ପୁନର୍ବାର ଏହି ଭୋଜନର ମୂଲ୍ୟ ୫ ଟଙ୍କାକୁ ହ୍ରାସ କରାଯାଇଥିଲା। ମହାରାଷ୍ଟ୍ର ୨୦୨୦-୨୧ ମସିହାର ଅର୍ଥନୈତିକ ସର୍ଭେ ଦାବି କରୁଛି ଯେ "ଏହି ଯୋଜନା ଆରମ୍ଭ ହେବାଠାରୁ ଡିସେମ୍ବର ୨୦୨୦ ମସିହା ମଧ୍ୟରେ ୨.୮୧ କୋଟି ଶିବ ଭୋଜନ ଥାଳି ୯୦୬ ଶିବ ଭୋଜନ କେନ୍ଦ୍ର ମାଧ୍ୟମରେ ବଣ୍ଟନ କରାଯାଇଛି।"

କିନ୍ତୁ ଏହି ଭୋଜନ ଶିବ ଓ ନରେଶ ରହୁଥିବା ବସ୍ତିର ପରିବାରଗୁଡିକ ପାଖରେ ପହଁଚି ପାରିନାହିଁ। ଶିବ କୁହନ୍ତି, "ଆମେ ଏହା ବିଷୟରେ ଜାଣିନାହୁଁ"। ନରେଶ କୁହନ୍ତି, "ଯଦି ଆମେ ଏହା ବିଷୟରେ ଜାଣିଥାନ୍ତୁ, ଆମେ କେବେବି ଅଧା ଭୋକରେ ରହିନଥାନ୍ତୁ"।

Naresh and other men from the settlement go hunting for teetar (partridge) in nearby forest areas. The birds are eaten or sold by the families
PHOTO • Jyoti Shinoli
Naresh and other men from the settlement go hunting for teetar (partridge) in nearby forest areas. The birds are eaten or sold by the families
PHOTO • Jyoti Shinoli

ନରେଶ ଏବଂ ବସ୍ତିର ଅନ୍ୟ କେତେକ ବ୍ୟକ୍ତି ନିକଟ ଜଙ୍ଗଲ ଅଞ୍ଚଳରେ ଟିଟର ( ପାର୍ଟ୍ରିଜ୍ ) ଶିକାର କରିବାକୁ ଯାଇଥାନ୍ତି ପରିବାରଗୁଡିକ ପକ୍ଷୀମାନଙ୍କୁ ଖାଇଥାନ୍ତି କିମ୍ବା ବିକ୍ରି କରିଥାନ୍ତି

ଏହା ଏବେ ରାଜ୍ୟ ବନାମ କେନ୍ଦ୍ର ବିଷୟ, ଏବଂ ପରିଣାମ ସ୍ୱରୂପ ଲୋକମାନେ ଏହି ଦୁହିଁଙ୍କ ମଧ୍ୟରେ ଫସି ରହୁଛନ୍ତି। ରାଇଟ୍‍ ଟୁ ଫୁଡ କ୍ୟାମ୍ପେନର ଦିପା ସିହ୍ନା କୁହନ୍ତି, "କେତେକ ରାଜ୍ୟ ଭିନ୍ନ ଭିନ୍ନ ଯୋଜନା କରୁଛନ୍ତି, କିନ୍ତୁ ଆମେ କିଛିବି କେନ୍ଦ୍ର ଓ ରାଜ୍ୟର ମିଳିତ ଯୋଜନା ଦେଖିବାକୁ ପାଉନାହୁଁ।"

ଯେ କୌଣସି ସାମାଜିକ ସୁରକ୍ଷା ଯୋଜନାରୁ ବାଦ ପଡି ନଥିଲେ, ନରେଶଙ୍କୁ ସର୍ବଦା ଶିକାର କରିବାକୁ ପଡି ନଥାନ୍ତା କି ସୁବର୍ଣ୍ଣାଙ୍କୁ ସବୁବେଳେ ଭିକ ମାଗିବାକୁ ପଡିନଥାନ୍ତା। ଏବଂ ସେମାନଙ୍କର ପେଟ ସବୁବେଳେ ଭୋକରେ ଆଉଟୁପାଉଟୁ ହୋଇ ନଥାନ୍ତା। ସେମାନେ କିଛି ଭଲ ଦିନ ଦେଖିଥାନ୍ତେ।

ଡିସେମ୍ବରରୁ ମଇ ମାସ ମଧ୍ୟରେ ମୁମ୍ବାଇ, ନାଗପୁର ଏବଂ ପୁନେ ଭଳି ସହରମାନଙ୍କରେ ବର୍ଷକରୁ ଛଅ ମାସ ରହୁଥିବା ନରେଶ କୁହନ୍ତି, "ଖୋଳିବା, ରାସ୍ତା ନିର୍ମାଣ, ନାଳ ସଫା, ଫୁଲ ବିକ୍ରି ଭଳି କିଛିବି କାମ ଆମେ କରିପାରିବୁ"।ସେମାନେ ଫ୍ଲାଏଓଭର ତଳେ କିମ୍ବା ଅସ୍ଥାୟୀ କୁଟୀରରେ ଶୋଇଥାନ୍ତି, ଏବଂ ଛଅ ମାସର କଠିନ ପରିଶ୍ରମ ପରେ ୩୦ ହଜାରରୁ ୩୫ ହଜାର ସଂଚୟ କରିପାରନ୍ତି।

ଏହି ଅର୍ଥ ବର୍ଷର ଅନ୍ୟ ଛଅ ମାସରେ ସେମାନଙ୍କର ଶସ୍ୟ, ତେଲ ଓ ପରିବାପତ୍ରର କିଣିବାରେ ଖର୍ଚ୍ଚ ହୋଇଥାଏ। ନରେଶ କୁହନ୍ତି, "ତାହା ଆମର ଆୟର ବଡ ଉତ୍ସ ଥିଲା। ଆମେ ପ୍ରତ୍ୟେକ ମାସରେ ୧୫-୨୦ କିଲୋ ଚାଉଳ, ୧୫ କିଲୋ ବାଜରା, ୨-୩ କିଲୋ ମୁଗ [ଖୋଲା ବଜାରରୁ] କିଣିପାରୁଥିଲୁ"।

ତା’ ପରେ ସେମାନଙ୍କ ବାର୍ଷିକ ଆର୍ଥିକ ସନ୍ତୁଳନ ମହାମାରୀ ସହିତ ସଂପୂର୍ଣ୍ଣ ଭାବେ ଭାଙ୍ଗିଯାଇଛି। ତାଲାବନ୍ଦ ସେମାନଙ୍କର ଋତୁକାଳୀନ ସ୍ଥାନାନ୍ତରଣକୁ ସୀମିତ କରିଦେଇଛି ଏବଂ ସେମାନଙ୍କୁ ଭିକ ମାଗିବା ଏବଂ ଶିକାର ଉପରେ ନିର୍ଭର କରିବାକୁ ବାଧ୍ୟ କରିଛି। ନରେଶ କୁହନ୍ତି, "ସରକାର ଯେ କୌଣସି ସମୟରେ ତାଲାବନ୍ଦ ଘୋଷଣା କରିଦେଉଛନ୍ତି ଏବଂ ଆମେ ସହରରେ ଅଟକି ରହିବାକୁ ଚାହୁଁନାହୁଁ, ଭୋକରେ ରହିଲେ ମଧ୍ୟ ଘରେ ରହିବା ଭଲ।" "ନିକଟସ୍ଥ ଗ୍ରାମରେ କାମ ପାଇବା ବହୁତ କଷ୍ଟକର। ସହରଗୁଡିକରେ ପରିଶ୍ରମ କରି ଆମର ଦିନ ଭଲରେ କଟୁଥିଲା, କିନ୍ତୁ ବର୍ତ୍ତମାନ ... ସବୁ ଚୁରମାର ହୋଇଗଲା।"

ଅନୁବାଦ: ଓଡ଼ିଶାଲାଇଭ୍‍

Jyoti Shinoli is a Senior Reporter at the People’s Archive of Rural India; she has previously worked with news channels like ‘Mi Marathi’ and ‘Maharashtra1’.

Other stories by Jyoti Shinoli
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE