ବର୍ଷା ଏବଂ ଜଳର ଅଭାବ ପାଇଁ ଜଣାଶୁଣା ଏହି ଭୂମିରେ, ଏକ ଲୋକ ଗୀତ ଅଛି ଯାହା 'ମଧୁର ଜଳ' – କଚ୍ଛ (କଚ୍ଛ ଭାବରେ ମଧ୍ୟ ବନାନ କରାଯାଏ) ଅଞ୍ଚଳର ଅସଂଖ୍ୟ ସାଂସ୍କୃତିକ ବିବିଧତା ଏବଂ ଏହାର ବାସିନ୍ଦାମାନଙ୍କର ଖୁସି ମନେଇଥାଏ

ଲାଖୋ ଫୁଲାନି (୯୨୦ ଖ୍ରୀଷ୍ଟାବ୍ଦରେ ଜନ୍ମ) ହଜାରରୁ ଅଧିକ ବର୍ଷ ପୂର୍ବେ କଚ୍ଛ, ସିନ୍ଧ୍‌ ଏବଂ ସୌରାଷ୍ଟ୍ରର ଅଞ୍ଚଳକୁ ଶାସନ କରୁଥିଲେ। ସେ ନିଜ ଲୋକମାନଙ୍କ ପ୍ରତି ଜଣେ ସ୍ନେହଶୀଳ ଏବଂ ଉତ୍ସର୍ଗୀକୃତ ରାଜା ହୋଇଥିବାର ସୁନାମ ଅର୍ଜନ କରିଥିଲେ। ତାଙ୍କର ଉଦାର ଶାସନକୁ ମନେ ପକାଇ ଲୋକମାନେ ଆଜି ମଧ୍ୟ କୁହନ୍ତି, ‘‘ଲାଖ ତୋ ଲାଖୋ ମଲାଶେ ପାନ୍ ଫୁଲାନି ଇ ଫେର୍ [ଲାଖୋ ନାମକ ଅନେକ ଲୋକ ରହିବେ କିନ୍ତୁ ମାତ୍ର ଲାଖୋ ଫୁଲାନି କେବଳ ଜଣେ, ଯିଏ ଆମ ଲୋକଙ୍କ ହୃଦୟରେ ରାଜତ୍ୱ କରନ୍ତି]।’’

ଏହି ଗୀତ ତାଙ୍କୁ ମନେପକାଏ ଏବଂ ଏହି ଅଞ୍ଚଳର ସଂସ୍କୃତିର ମୂଳରେ ଥିବା ଧାର୍ମିକ ସୌହାର୍ଦ୍ଦ୍ୟର ଭାବନାକୁ ମଧ୍ୟ ପରିପ୍ରକାଶ କରେ। କଚ୍ଛରେ ଅନେକ ଉପାସନା ସ୍ଥଳ ଅଛି ଯେଉଁସ୍ଥାନଙ୍କୁ ଉଭୟ ହିନ୍ଦୁ ଏବଂ ମୁସଲମାନ ପରିଦର୍ଶନ କରନ୍ତି, ଯେପରିକି ହାଜିପିର ଭାଲିଙ୍କ ଦର୍‌ଘା ଏବଂ ଦେଶଦେବୀଠାରେ ଆଶାପୁରଙ୍କ ମନ୍ଦିର। ଏହି ଗୀତରେ ଫୁଲାନି ଦ୍ୱାରା ନିର୍ମିତ କରାକୋଟ ଗାଁର ଦୁର୍ଗ ପରି ଐତିହାସିକ ସନ୍ଦର୍ଭ ବ୍ୟବହାର ହୋଇଛି।

ଏହି ଗୀତ, ଏହି ସଂଗ୍ରହରେ ଥିବା ଅନ୍ୟ ଗୀତଗୁଡ଼ିକ ପରି ପ୍ରେମ, ବିରହ, ବିଚ୍ଛେଦ, ବିବାହ, ମାତୃଭୂମିଠାରୁ ଲିଙ୍ଗ ସଚେତନତା, ଗଣତାନ୍ତ୍ରିକ ଅଧିକାର ଏବଂ ଅନ୍ୟାନ୍ୟ ବିଷୟବସ୍ତୁକୁ ଉପରେ ସ୍ପର୍ଶ କରେ।

ପରୀ କଚ୍ଛର ୩୪୧ଟି କଚ୍ଛି ଲୋକଗୀତକୁ ମଲ୍ଟିମିଡିଆ ଅଭିଲେଖାଗାରରେ ସ୍ଥାନିତ କରିବ। ଏହି ଅଡିଓ ଫାଇଲ୍ ହେଉଛି ସ୍ଥାନୀୟ କଳାକାରଙ୍କ ଦ୍ୱାରା ମୂଳ ଭାଷାରେ ଗୀତର ଉପସ୍ଥାପନା। ପାଠକମାନଙ୍କ ପାଇଁ ଏହି ଲୋକ ଗୀତ ଗୁଜୁରାଟୀ ଲିପି ସହ ଇଂରାଜୀ ଏବଂ ଅନ୍ୟ ୧୪ଟି ଭାଷାରେ ଅନୁବାଦ କରି ଉପସ୍ଥାପନା କରାଯାଇଛି ଯାହା ନିକଟରେ ପରି ପ୍ରକାଶ କରିଛି।

କଚ୍ଛ ୪୫,୬୧୨ କିଲୋମିଟର୍‌ ବ୍ୟାପ୍ତ ଅଞ୍ଚଳରେ ଏକ ସୂକ୍ଷ୍ମ ପରିସଂସ୍ଥାନକୁ ଅନ୍ତର୍ଭୁକ୍ତ କରେ; ଦକ୍ଷିଣରେ ଏକ ସମୁଦ୍ର ଏବଂ ଉତ୍ତରରେ ଏକ ମରୁଭୂମି। ଭାରତର ଅନ୍ୟତମ ବୃହବୃହତ୍ତମ ଜିଲ୍ଲାଗୁଡ଼ିକ ମଧ୍ୟରୁ ଅନ୍ୟତମ ହୋଇଥିବା ଏହି ଜିଲ୍ଲା ଏକ ଅର୍ଦ୍ଧଶୁଷ୍କ ଅଞ୍ଚଳରେ ଆସିଥାଏ ଯାହା ନିୟମିତ ଭାବରେ ଜଳାଭାବ ଏବଂ ମରୁଡ଼ି ପରି ସମସ୍ୟା ସହ ସଂଘର୍ଷ କରିଥାଏ।

ଅନେକ ଜାତି, ଧର୍ମ ଏବଂ ସମ୍ପ୍ରଦାୟ କଚ୍ଛରେ ବାସ କରନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ସେହି ଲୋକମାନଙ୍କର ବଂଶଧର ଯେଉଁମାନେ ୧୦୦୦ ବର୍ଷ ମଧ୍ୟରେ ଏହି ଅଞ୍ଚଳକୁ ଆସି ଏଠାରେ ରହିଯାଇଥିଲେ। ସେମାନେ ହେଉଛନ୍ତି ହିନ୍ଦୁ, ମୁସଲମାନ, ଜୈନ, ସେମାନଙ୍କ ମଧ୍ୟରେ ରାବାରି, ଗାଧ୍ୱୀ, ଜାଟ୍‌, ମେଘଓ୍ୱାଲ୍‌, ମୁଟ୍‌ଓ୍ୱା, ସୋଧା ରାଜପୁତ୍‌, କୋଲି, ସିନ୍ଧି, ଏବଂ ଦରବାର ପରି ଉପ ଗୋଷ୍ଠୀ ଅଛନ୍ତି। କଚ୍ଛର ସମୃଦ୍ଧ ଏବଂ ବିବିଧ ଐତିହ୍ୟ ଏହାର ଅନନ୍ୟ ପୋଷାକ, ଏମ୍ବ୍ରୋଡୋରୀ, ସଙ୍ଗୀତ ଏବଂ ଅନ୍ୟାନ୍ୟ ସାଂସ୍କୃତିକ ପରମ୍ପରାରେ ପ୍ରତିଫଳିତ ହୁଏ। ୧୯୮୯ରେ ସ୍ଥାପିତ ହୋଇଥିବା କଚ୍ଛ ମହିଳା ବିକାଶ ସଂଗଠନ (କେଏମ୍‌ଭିଏସ୍‌) ଏହି ଅଞ୍ଚଳରେ ବିଭିନ୍ନ ସମୂହ ଏବଂ ସେମାନଙ୍କର ପରମ୍ପରାକୁ ସଂଗଠିତ ଏବଂ ସମର୍ଥନ ଦେଇ ଆସୁଛି।

ପରୀ କେଏମ୍‌ଭିଏସ୍‌ ସହ ସହବନ୍ଧନରେ କଚ୍ଛି ଲୋକଗୀତର ଏହି ସମୃଦ୍ଧ ଅଭିଲେଖକୁ ଉପସ୍ଥାପନା କରୁଛି। ଏଠାରେ ଉପସ୍ଥାପନା କରାଯାଇଥିବା ଏହି ଗୀତଗୁଡ଼ିକ କେଏମ୍‌ଭିଏସ୍‌ ଦ୍ୱାରା କରାଯାଇଥିବା ଉପକ୍ରମ ସୁରବାଣୀର ଏକ ଅଂଶ। ମହିଳାମାନଙ୍କ ସଶକ୍ତିକରଣକୁ ସୁବିଧାଜନକ କରିବା ପାଇଁ ଏବଂ ସେମାନଙ୍କୁ ସାମାଜିକ ପରିବର୍ତ୍ତନର ମାଧ୍ୟମ ହେବା ପାଇଁ ବଳିଷ୍ଠ କରିବାକୁ ଏକ ତୃଣମୂଳ ସ୍ତରର ଉଦ୍ୟମ ଭାବରେ ଆରମ୍ଭ ହୋଇଥିବା ଏହି ସଂଗଠନ ନିଜର ସମର୍ପିତ ମେଡିଆ ସେଲ୍‌ ସୃଷ୍ଟି କରିଛି। ସେମାନେ କଚ୍ଛର ସମୃଦ୍ଧ ସଙ୍ଗୀତମୟ ସଂସ୍କୃତିକୁ ପ୍ରେତ୍ସାହିତ କରିବା ପାଇଁ ଏକ ନିୟମିତ ସମୂହ ଦ୍ୱାରା ଚାଳିତ ରେଡିଓ ପ୍ରସାରଣ ସୁରବାଣୀ ଆରମ୍ଭ କରିଥିଲେ। ୩୮ ଟି ଭିନ୍ନ ଭିନ୍ନ ସଙ୍ଗୀତ ପ୍ରକାରକୁ ପ୍ରତିନିଧିତ୍ୱ କରୁଥିବା ୩୦୫ଜଣ ସଙ୍ଗୀତଜ୍ଞଙ୍କ ଅନୌପଚାରିକ ଅନୁଷ୍ଠାନ ସୁରବାଣୀ ଅଞ୍ଚଳର ଲୋକ ସଙ୍ଗୀତ ପରମ୍ପରାର ସଂରକ୍ଷଣ, ଦୀର୍ଘସ୍ଥାୟିତ୍ୱ, ପୁନରୁଦ୍ଧାର ଏବଂ ପ୍ରୋତ୍ସାହନ ପାଇଁ କଠିନ ପରିଶ୍ରମ କରି କଚ୍ଛି ଲୋକ ସଙ୍ଗୀତଜ୍ଞମାନଙ୍କର ସ୍ଥିତି ଏବଂ ପରିସ୍ଥିତି ଉନ୍ନତ କରିବାକୁ ଉଦ୍ୟମ କରିଛି।

ଅଞ୍ଜାର୍‌ର ନସିମ୍‌ ଶେଖ୍‌ଙ୍କ ଦ୍ୱାରା ଗାନ କରାଯାଉଥିବା ଳୋକ ଗୀତ ଶୁଣନ୍ତୁ

કરછી

મિઠો મિઠો પાંજે કચ્છડે જો પાણી રે, મિઠો મિઠો પાંજે કચ્છડે જો પાણી રે
મિઠો આય માડૂએ  જો માન, મિઠો મિઠો પાંજે કચ્છડે જો પાણી.
પાંજે તે કચ્છડે મેં હાજીપીર ઓલિયા, જેજા નીલા ફરકે નિસાન.
મિઠો મિઠો પાંજે કચ્છડે જો પાણી રે. મિઠો મિઠો પાંજે કચ્છડે જો પાણી રે
પાંજે તે કચ્છડે મેં મઢ ગામ વારી, ઉતે વસેતા આશાપુરા માડી.
મિઠો મિઠો પાંજે કચ્છડે જો પાણી. મિઠો મિઠો પાંજે કચ્છડે જો પાણી રે
પાંજે તે કચ્છડે મેં કેરો કોટ પાણી, ઉતે રાજ કરીએ લાખો ફુલાણી.
મિઠો મિઠો પાંજે કચ્છડે જો પાણી રે. મિઠો મિઠો પાંજે કચ્છડે જો પાણી રે


ଓଡ଼ିଆ

ମିଠା ମିଠା ମିଳେ କଚ୍ଛରେ ଯେଉଁ ପାଣି। ଓ! ମିଠା ମିଠା ମିଳେ କଚ୍ଛରେ ଯେଉଁ ପାଣି
ଏଇ ମାଟିର ଲୋକେ ଏତେ ସ୍ନେହି ଆଉ ପ୍ରେମୀ। ଓ!
ମିଠା ମିଠା ମିଳେ କଚ୍ଛରେ ଯେଉଁ ପାଣି।
ହାଜିପୀର ଦରଘାରେ, ଉଡେ ସେଠି
ସବୁଜର ସଙ୍କେତ।
ମିଠା ମିଠା ମିଳେ କଚ୍ଛରେ ଯେଉଁ ପାଣି।
ମାଧ ଗାଁରେ, ମା’ ଆଶାପୁରାଙ୍କ ମନ୍ଦିରରେ
ମିଠା ମିଠା ମିଳେ କଚ୍ଛରେ ଯେଉଁ ପାଣି।
କେରା ଦୁର୍ଗ ଅବଶେଷରେ, ଯେଉଁଠି ରାଜା ଥିଲେ ଦିନେ ଲାଖା ଫୁଲାନି।
ମିଠା ମିଠା ମିଳେ କଚ୍ଛରେ ଯେଉଁ ପାଣି
ଏଇ ମାଟିର ଲୋକେ ଏତେ ସ୍ନେହି ଆଉ ପ୍ରେମୀ,
ପାଣି ଏଠି ଲାଗେ ମିଠା ମହୁ ପରି।
ମିଠା ମିଠା ମିଳେ କଚ୍ଛରେ ଯେଉଁ ପାଣି। ଓ! ମିଠା ମିଠା ମିଳେ କଚ୍ଛରେ ଯେଉଁ ପାଣି।


PHOTO • Antara Raman

ଗୀତର ପ୍ରକାର : ଲୋକ ଗୀତ

ସମୂହ : ମାଟିର ସଙ୍ଗୀତ, ସ୍ଥାନ ଏବଂ ଲୋକମାନେ

ଗୀତ :୧

ଗୀତର ଶୀଷର୍କ : ମିଥୋ ମିଥୋ ପାଞ୍ଜେ କଚ୍ଛଡେ ଜୋ ପୋନି ରେ

ଲେଖକ : ନସିମ୍‌ ଶେଖ୍‌

ସଙ୍ଗୀତ ପ୍ରସ୍ତୁତି : ଦେବାଲ୍‌ ମେହଟା

ଗାୟିକା : ଅଞ୍ଜାର୍‌ର ନସିମ୍‌ ଶେଖ୍‌

ବୃବହୃତ ବାଦ୍ୟଯନ୍ତ୍ର : ହାର୍ମୋନିୟମ୍‌, ବେଞ୍ଜୋ, ହ୍ରମ୍‌, ଟାମ୍ବୋରିନ୍‌

ରେକଡିଂ ହୋଇଥିବା ବର୍ଷ : ୨୦୦୮, କେଏମ୍‌ଭିଏସ୍‌ ରେଡିଓ

ଗୁଜରାଟି ଅନୁବାଦ : ଅମଦ ସମେଜା, ଭାରତୀ ଗୋର


ପ୍ରୀତି ସୋନି, ଅରୁଣା ଢୋଲକିଆ, ସଂପାଦକ, କେଏମ୍‌ଭିଏସ୍‌, ଅମଦ୍‌ ସମେଜା, କେଏମ୍‌ଭିଏସ୍‌ର ପ୍ରୋଜେକ୍ଟ କୋର୍ଡିନେଟର୍‌ ସେମାନଙ୍କର ସହଯୋଗ ପାଇଁ ଏବଂ ଭାରତୀବେନ୍‌ ଗୋର୍‌ଙ୍କୁ ଗୁଜରାଟି ଅନୁବାଦରେ ତାଙ୍କର ଅମୂଲ୍ୟ ସାହାଯ୍ୟ ପାଇଁ ଏକ ବିଶେଷ ଧନ୍ୟବାଦ।

ଅନୁବାଦ: ଓଡ଼ିଶାଲାଇଭ୍‍

Editor : Pratishtha Pandya

Pratishtha Pandya is a Senior Editor at PARI where she leads PARI's creative writing section. She is also a member of the PARIBhasha team and translates and edits stories in Gujarati. Pratishtha is a published poet working in Gujarati and English.

Other stories by Pratishtha Pandya
Illustration : Antara Raman

Antara Raman is an illustrator and website designer with an interest in social processes and mythological imagery. A graduate of the Srishti Institute of Art, Design and Technology, Bengaluru, she believes that the world of storytelling and illustration are symbiotic.

Other stories by Antara Raman
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE