ଅହମ୍ମଦ ତରତରରେ କହିଲେ, ‘‘କିତ୍ କିତ୍ [ହପ୍ ସ୍କଚ୍], ଲାଟ୍ଟୁ [ସ୍ପିନିଂ ଟପ୍] ଏବଂ ତାସ୍ ଖେଳ [କାର୍ଡସ୍ ଗେମ୍]’’। ସେହି ୧୦ ବର୍ଷୀୟ ତତ୍କାଳ ନିଜକୁ ସୁଧାରିନେଲେ ଏବଂ ସ୍ପଷ୍ଟୀକରଣ ଦେଲେ ଯେ, ‘‘ମୁଁ ନୁହେଁ, ଆଲ୍ଲାରଖା ହିଁ କିତ୍ କିତ୍ ଖେଳେ।’’

ବର୍ଷକର ଅନ୍ତରକୁ ପ୍ରତିପାଦିତ କରିବା ଏବଂ ନିଜର ଉନ୍ନତ ଖେଳ ଦକ୍ଷତାକୁ ପ୍ରଦର୍ଶନ କରିବାକୁ ଉତ୍ସୁକ ଅହମ୍ମଦ କହିଲେ, ‘‘ମୋତେ ଏ ଝିଅମାନଙ୍କ ଖେଳ ପସନ୍ଦ ନୁହେଁ। ମୁଁ ସ୍କୁଲ ପଡ଼ିଆରେ ବ୍ୟାଟ୍-ବଲ୍ [କ୍ରିକେଟ୍] ଖେଳିଥାଏ। ବର୍ତ୍ତମାନ ସ୍କୁଲ ବନ୍ଦ ରହିଛି, କିନ୍ତୁ ଆମେ କାନ୍ଥ ଉପରେ ଚଢ଼ିଯାଉଛୁ ଏବଂ ପଡ଼ିଆରେ ପ୍ରବେଶ କରୁଛୁ!’’

ଏହି ସଂପର୍କୀୟ ଭାଇମାନେ ଆଶ୍ରମପଡ଼ା ଅଞ୍ଚଳରେ ଥିବା ବାଣୀପୀଠ ପ୍ରାଥମିକ ସ୍କୁଲର ଛାତ୍ର -ଆଲ୍ଲାରଖା ତୃତୀୟ ଶ୍ରେଣୀରେ ଏବଂ ଅହମ୍ମଦ ଚତୁର୍ଥ ଶ୍ରେଣୀରେ ପଢୁଛନ୍ତି।

ଏହା ୨୦୨୧ ଡିସେମ୍ବର ମାସର ପ୍ରଥମ ଭାଗ ଏବଂ ଜୀବନଯାପନ ଲାଗି ବିଡ଼ି ବଳୁଥିବା ମହିଳାମାନଙ୍କୁ ଭେଟିବାକୁ ଆମେମାନେ ପଶ୍ଚିମବଙ୍ଗର ବେଲଡାଙ୍ଗା-୧ ବ୍ଲକ୍‌ରେ ଅଛୁ।

ଆମେ ଯେଉଁଠି ଅଟକିଥିଲୁ ସେଠି କେବଳ ଗୋଟିଏ ଆମ୍ବଗଛ ଥିଲା। ଏହା ଏକ ଅଣଓସାରିଆ ରାସ୍ତା କଡ଼ରେ ରହିଛି ଯାହାକି ଏକ ପୁରୁଣା କବରସ୍ତାନ ଦେଇ ଯାଇଛି; ଦୂରରେ ହଳଦିଆ ସୋରିଷ କ୍ଷେତଗୁଡ଼ିକ ରହିଛି। ମୃତ ଆତ୍ମାମାନେ ସେଠି ମହା ନିଦ୍ରାରେ ଶୟନ କରୁଛନ୍ତି। ଏହା ନୀରବତା ଓ ଶାନ୍ତିର ଏକ ଦୁନିଆ; ବିଶାଳକାୟ ଉପସ୍ଥିତି ଥିବା ଏକାତ୍ମ ଗଛଟି ନୀରବତାର ସହ ସଜାଗ ଭାବେ ଛିଡ଼ା ହୋଇଛି। ଏପରିକି ବସନ୍ତରେ ପୁନର୍ବାର ଫଳ ଧାରଣ  କରିବା ଯାଏ ପକ୍ଷୀମାନେ ବି ଗଛଟିକୁ ଛାଡ଼ି ଦେଇଛନ୍ତି।

ଦୌଡିବାର ଶବ୍ଦ ଦ୍ୱା ରା ନୀରବତା ଭଙ୍ଗ ହେଲା-ଅହମ୍ମହ ଏବଂ ଆଲ୍ଲାରଖା ହଠାତ୍ ଉଭାହେଲେ। ସେମାନେ ସ୍କିପିଂ, ଡେଇଁବା, ହପିଂ-ସମୟ ସମୟରେ ଏକାଥରକେ ସବୁ କିଛି କରିବା ସହ ଆସିଲେ। ସେମାନେ ଆମର ଉପସ୍ଥିତିକୁ ନଜର କରିବା ଭଳି ଲାଗିଲା ନାହିଁ।

Ahmad (left) and Allarakha (right) are cousins and students at the Banipith Primary School in Ashrampara
PHOTO • Smita Khator
Ahmad (left) and Allarakha (right) are cousins and students at the Banipith Primary School in Ashrampara
PHOTO • Smita Khator

ଅହମ୍ମଦ (ବାମ) ଓ ଆଲ୍ଲାରଖା (ଡାହାଣ) ସଂପର୍କୀୟ ଭାଇ ଏବଂ ଆଶ୍ରମପଡ଼ାରେ ବାଣୀପୀଠ ପ୍ରାଥମିକ ସ୍କୁଲର ଛାତ୍ର

Climbing up this mango tree is a favourite game and they come here every day
PHOTO • Smita Khator

ଏହି ଆମ୍ବଗଛ ଚଢ଼ିବା ଏକ ପ୍ରିୟ ଖେଳ ଏବଂ ସେମାନେ ପ୍ରତିଦିନ ଏଠାକୁ ଆସିଥାନ୍ତି

ଗଛ ପାଖରେ ପହଞ୍ଚିବା ପରେ, ସେମାନେ ଏହାର ଗଣ୍ଡି ପାଖରେ ଛିଡ଼ା ହୋଇ ନିଜର ଉଚ୍ଚତାକୁ ମାପିଥାନ୍ତି। ଗଛଛାଲରେ ଦିଆଯାଉଥିବା ଚିହ୍ନରୁ ଜଣାପଡୁଛି ଯେ ଏହା ଏକ ନିତିଦିନିଆ କାମ।

ମୁଁ ସଂପର୍କୀୟ ଭାଇଙ୍କୁ ପଚାରିଲି, ‘‘ଏହା କ’ଣ ଗତକାଲି ତୁଳନାରେ କିଛି ଅଧିକ [ଉଚ୍ଚ]?’’ ଅପେକ୍ଷାକୃତ ସାନ ଆଲ୍ଲାରଖା ଏକ ଦାନ୍ତବିହୀନ ହସ ଖେଳାଇଲେ ଏବଂ ଖୁସିରେ କହିଲେ, ‘‘ସେଠୁ କ’ଣ ହେଲା? ଆମେ ବହୁତ ଶକ୍ତିଶାଳୀ!’’ ନିଜର ସ୍ଥିତିକୁ ପ୍ରମାଣ କରିବା ଲାଗି ସେ ଭାଙ୍ଗି ଯାଇଥିବା ଏକ ଦାନ୍ତ ଆଡ଼କୁ ଇଙ୍ଗିତ କଲେ ଏବଂ କହିଲେ, ‘‘ଦେଖ! ମୂଷା ମୋର କୁନି ଦାନ୍ତ ନେଇଯାଇଛି। ମୁଁ ଖୁବ୍ ଶୀଘ୍ର ଅହମ୍ମଦ ଭଳି ଶକ୍ତିଶାଳୀ ଦାନ୍ତ ପାଇବି।’’

ମାତ୍ର ବର୍ଷେ ବଡ଼ ଅହମ୍ମଦ ସବୁ ଯାକ ଦାନ୍ତ ଦେଖାଇଲେ ଏବଂ ଯୋଗ କଲେ, ‘‘ମୋର ସବୁ ଦୁଧେର ଦାନ୍ତ [କ୍ଷୀର ଦାନ୍ତ] ଚାଲିଯାଇଛି। ଏବେ ମୁଁ ଏକ ବଡ଼ ପିଲା। ଆସନ୍ତାବର୍ଷ ମୁଁ ଏକ ବଡ଼ ସ୍କୁଲକୁ ଯିବି।’’

ସେମାନଙ୍କ ଶକ୍ତିର ଆହୁରି ପ୍ରମାଣ ଦେବାକୁ ଯାଇ ସେମାନେ ଗୁଣ୍ଡୁଚିମୂଷା ଭଳି ଚପଳତାର ସହ ଗଛ ଚଢ଼ିଗଲେ। ଆଖି ପିଛୁଳାକେ ଦୁଇଜଣ ମଝି ଡାଳରେ ପହଞ୍ଚିଗଲେ ଏବଂ ସେଠାରେ ବସିଗଲେ, ସେମାନଙ୍କର ଛୋଟ ଗୋଡ଼ ଝୁଲି ରହିଲା।

ଖୁସିରେ ଫାଟି ପଡ଼ିବା ସହ ଅହମ୍ମଦ କହିଲେ, ‘‘ଏହା ଆମର ପ୍ରିୟ ଖେଳ।’’ ଆଲ୍ଲାରଖା ଯୋଗ କଲେ, ‘‘ଯେତେବେଳେ ଆମର କ୍ଲାସ ଥାଏ ଆମେ ଏହାକୁ ସ୍କୁଲ ପରେ କରିଥାଉ।’’ ବାଳକ ଦୁଇଜଣ ପ୍ରାଥମିକ ଶ୍ରେଣୀରେ ଅଛନ୍ତି ଏବଂ ଏପର୍ଯ୍ୟନ୍ତ ସ୍କୁଲକୁ ଫେରିନାହାନ୍ତି। କୋଭିଡ୍-୧୯ ମହାମାରୀ ପରିପ୍ରେକ୍ଷୀରେ ମାର୍ଚ୍ଚ ୨୫,୨୦୨୦ରୁ ଶିକ୍ଷାନୁଷ୍ଠାନଗୁଡ଼ିକ ବହୁ ଦିନ ଧରି ବନ୍ଦ ରହିଥିଲା। ଯଦିଓ ସ୍କୁଲଗୁଡ଼ିକ ଖୋଲି ସାରିଥିଲା, ତେବେ ଡିସେମ୍ବର ୨୦୨୧ରେ କେବଳ ଉଚ୍ଚ ଶ୍ରେଣୀର ପିଲା କ୍ଲାସରେ ସାମିଲ ହେଉଥିଲେ।

ଅହମ୍ମଦ କହିଲେ, ‘‘ମୁଁ ମୋର ସାଙ୍ଗମାନଙ୍କୁ ଝୁରୁଛି।’’ ‘‘ଆମେ ଏହି ଗଛ ଚଢୁଥିଲୁ ଏବଂ ଖରାଦିନେ କଞ୍ଚା ଆମ୍ବ ଚୋରି କରୁଥିଲୁ।’’ ସ୍କୁଲ ଚାଲିଥିବା ସମୟରେ ସେମାନେ ପାଉଥିବା ସୋୟାବିନ୍ ତରକାରୀ ଏବଂ ଅଣ୍ଡାକୁ ପିଲାମାନେ ଝୁରୁଛନ୍ତି। ଏବେ ସେମାନଙ୍କର ମା’ ମାନେ ମାସରେ ଥରେ ମଧ୍ୟାହ୍ନଭୋଜନ [କିଟ୍] ସଂଗ୍ରହ କରିବାକୁ ସ୍କୁଲ ଯାଉଛନ୍ତି, ଆଲ୍ଲାରଖା କହିଲେ। କିଟ୍‌ରେ ଚାଉଳ, ମସୁର ଡାଲି, ଆଳୁ ଏବଂ ଏକ ସାବୁନ ଥାଏ।

The boys are collecting mango leaves for their 10 goats
PHOTO • Smita Khator

ପିଲାମାନେ ସେମାନଙ୍କର ୧୦ଟି ଛେଳି ପାଇଁ ଆମ୍ବ ପତ୍ର ସଂଗ୍ରହ କରୁଛନ୍ତି

'You grown up people ask too many questions,' says Ahmad as they leave down the path they came
PHOTO • Smita Khator

ସେମାନେ ଆସିଥିବା ରାସ୍ତା ଦେଇ ଫେରିବାବେଳେ ଅହମ୍ମଦ କହିଲେ, ‘ତୁମେ ବଡ଼ ଲୋକମାନେ ବହୁତ ବେଶୀ ପ୍ରଶ୍ନ କର’

ଅହମ୍ମଦ କହିଲେ, ‘ଆମେ ଘରେ ପାଠ ପଢୁ ଏବଂ ଆମ ମା’ମାନେ ଆମକୁ ପଢ଼ାନ୍ତି। ମୁଁ ଦିନକୁ ଦୁଇଥର ପଢ଼େ ଏବଂ ଲେଖେ’’

ମୁଁ କହିଲି, ‘‘କିନ୍ତୁ ତୁମ ମା’ ମୋତେ କହିଲେ ଯେ ତୁମେ ବହୁତ ଦୁଷ୍ଟ ଏବଂ କେବେହେଲେ ତାଙ୍କ କଥା ଶୁଣନାହିଁ’’

ଆଲ୍ଲାରଖା କହିଲେ, ‘‘ଆମେ ବହୁତ ସାନ ତୁମେ ଦେଖ…ଆମ୍ମି [ମା’] ବୁଝନ୍ତି ନାହିଁ।’’ ସେମାନଙ୍କର ମା’ମାନେ ପ୍ରତ୍ୟୁଷରୁ ମଧ୍ୟରାତ୍ରି ଯାଏ ଘର କାମରେ ବ୍ୟସ୍ତ ରୁହନ୍ତି, ପରିବାର ଚଳାଇବା ଲାଗି ମଝିରେ ବିଡ଼ି ବଳନ୍ତି; ସେମାନଙ୍କର ବାପାମାନେ ଦୂର ରାଜ୍ୟରେ ନିର୍ମାଣ ପ୍ରକଳ୍ପରେ ପ୍ରବାସୀ ଶ୍ରମିକ ଭାବେ କାମ କରନ୍ତି। ଆଲ୍ଲାରଖା କହିଲେ, ‘‘ଯେତେବେଳେ ଆବ୍ବା [ବାପା] ଘରକୁ ଆସନ୍ତି, ଆମେ ତାଙ୍କର ମୋବାଇଲ୍ ନେଇଥାଉ ଏବଂ ଗେମ୍ ଖେଳୁ, ସେଥିଲାଗି ହିଁ ଆମ୍ମି ରାଗେ।’’

ସେମାନେ ଫୋନ୍‌ରେ ଯେଉଁ ଖେଳ ଖେଳିଥାନ୍ତି ତାହା ଉଚ୍ଚ ଶବ୍ଦବିଶିଷ୍ଟ ହୋଇଥିବା ବେଳେ କୋଳାହଳପୂର୍ଣ୍ଣ: ‘‘ଫ୍ରି-ଫାୟାର। ଆକ୍ସନ ଏବଂ ବନ୍ଧୁକ ମୁକାବିଲାରେ ପରିପୂର୍ଣ୍ଣ।’’ ଯେତେବେଳେ ସେମାନଙ୍କର ମା’ ମାନେ ବିରୋଧ କରନ୍ତି ସେମାନେ ଛାତ କିମ୍ବା ବାହାରକୁ ଫୋନ୍ ଧରି ପଳାଇଥାନ୍ତି।

ଆମେ କଥା ହେଉଥିବା ସମୟରେ, ପିଲା ଦୁଇଟି ଡାଳ ଗହଳରେ ଏପଟ ସେପଟ ହୋଇ ପତ୍ର ସଂଗ୍ରହ କରୁଥିଲେ ଏବଂ ଯେପରି ଗୋଟିଏ ବି ପତ୍ର ନଷ୍ଟ ନ ହେବ ସେଥିପ୍ରତି ଯତ୍ନବାନ ଥିଲେ। ଅହମ୍ମହ କହିବାରୁ ଆମେ ଶୀଘ୍ର ଏହାର କାରଣ ଜାଣିବାକୁ ପାଇଲୁ: ‘‘ଏସବୁ ଆମର ଛେଳି ପାଇଁ। ଆମ ପାଖରେ ୧୦ଟି ଛେଳି ରହିଛି। ଛେଳିଗୁଡ଼ିକ ଏହିସବୁ ପତ୍ର ଖାଇବାକୁ ଭଲ ପାଆନ୍ତି। ଆମର ଆମ୍ମିମାନେ ସେଗୁଡ଼ିକୁ ଚରାଇବାକୁ ନେଇଥାନ୍ତି।’’

ସଙ୍ଗେ ସଙ୍ଗେ ସେମାନେ ଗଛରୁ ଓହ୍ଲାଇଲେ ଏବଂ ବିରାଟ ଗଣ୍ଡି ନିକଟରେ ପହଞ୍ଚିବା ପରେ ଡେଇଁଲେ ଓ ଆମ୍ବ ପତ୍ରକୁ ଅକ୍ଷତ ଅବସ୍ଥାରେ ଧରି ତଳେ ପଡ଼ିଲେ। ଅହମ୍ମଦ ଆମକୁ ଚିଡ଼ାଇବା ସହ କହିଲେ, ‘‘ତୁମେ ବଡ଼ ଲୋକମାନେ ବହୁତ ବେଶୀ ପ୍ରଶ୍ନ କର। ଆମର ବିଳମ୍ବ ହେଉଛି।’’ ଏହାପରେ ପିଲାଦୁଇଟି ସେହି ମଇଳା ରାସ୍ତା ଯାହା ସେମାନଙ୍କୁ ଏଠାକୁ ଆଣିଥିଲା ସେଠାରେ ଚାଲିବା, ସ୍କିପିଂ ଏବଂ ଡେଇଁବା ଆରମ୍ଭ କଲେ।

ଅନୁବାଦ : ଓଡ଼ିଶାଲାଇଭ୍‍

Smita Khator

Smita Khator, originally from Murshidabad district of West Bengal, is now based in Kolkata, and is Translations Editor at the People’s Archive of Rural India, as well as a Bengali translator.

Other stories by Smita Khator
Editor : Priti David

Priti David is a Journalist with the People’s Archive of Rural India, and Education Editor, PARI. She works with educators to bring rural issues into the classroom and curriculum, and with young people to document the issues of our times.

Other stories by Priti David
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE