ବର୍ତ୍ତମାନ ମୀନାର ବିବାହ ଯେକୌଣସି ସମୟରେ କରାଯାଇପାରିବ। ଏହାର କାରଣ ହେଉଛି, ସେ କୁହନ୍ତି, କିଛି ମାସ ପୂର୍ବରୁ “ମୁଁ ଏକ ସମସ୍ୟା ହୋଇଗଲି।” ମୀନା ଏକ ସମସ୍ୟା ରୂପେ ଉଭା ହେବାର କିଛି ମାସ ପରେ ତାଙ୍କ ସମ୍ପର୍କୀୟ ସାନ ଭଉଣୀ ସୋନୁ ମଧ୍ୟ ‘ସମସ୍ୟା’ର ମାନ୍ୟତା ପାଇଲେ, ସେ ମଧ୍ୟ ବିବାହ ପାଇଁ ଲାଇନରେ ଅଛନ୍ତି। ‘ସମସ୍ୟା’ ଟି ହେଉଛିର ଝିଅମାନଙ୍କ ଋତୁସ୍ରାବ ଆରମ୍ଭ ହେବା।

୧୪ ବର୍ଷୀୟା ମୀନା ଏବଂ ୧୩ ବର୍ଷୀୟ ସୋନୁ ଏକ ଦଉଡି ମସିଣା ରେ ବସିଛନ୍ତି, ଯେତେବେଳେ ସେମାନେ କଥାବାର୍ତ୍ତା କରନ୍ତି ପରସ୍ପରକୁ ଦେଖନ୍ତି, କିନ୍ତୁ ପ୍ରାୟତଃ ମୀନାଙ୍କ ଘରର ବାଲୁକା ଚଟାଣକୁ ଚାହିଁ ରହିଥାନ୍ତି, ମାସିକ ଋତୁସ୍ରାବର ପରିବର୍ତ୍ତନ ବିଷୟରେ ପରସ୍ପର ସହ ଆଲୋଚନା କରିବାକୁ ଟିକେ ଲାଜ କରନ୍ତି। ସେମାନଙ୍କ ପଛରେ ଥିବା କୋଠରୀରେ, ଏକାକୀ ଛେଳି ଛୁଆ ଭୂମିରେ ଥିବା ଏକ ଛୋଟ ଖୁଣ୍ଟରେ ବନ୍ଧା ହୋଇଛି। ଉତ୍ତରପ୍ରଦେଶର କୋରାନ ବ୍ଲକର ଏକ ହାମଲେଟ୍ ବାଇଥକଭା ଚାରିପାଖରେ ଲୁଚି ରହିଥିବା ବଣୁଆ ଜନ୍ତୁଙ୍କ ଭୟ ପାଇଁ ଏହାକୁ ଛାଡି ଦିଆଯାଇପାରିବ ନାହିଁ । ତେଣୁ ଏହା ଘର ଭିତରେ ରହିଥାଏ, ସେମାନେ ଆମକୁ କୁହନ୍ତି, ଏହି ଛୋଟ ଘରେ ଅନ୍ୟମାନଙ୍କ ଦ୍ୱାରା ଆବଦ୍ଧ ରହିବାକୁ।

ଋତୁସ୍ରାବ କ’ଣ ବୋଲି ଝିଅମାନେ ଅନୁଧ୍ୟାନ କରୁଛନ୍ତି - ଯେଉଁଥିପାଇଁ ସେମାନେ ଲଜ୍ଜିତ ହେଉଛନ୍ତି। ଏବଂ ଭୟ - ଯାହା ସେମାନେ ସେମାନଙ୍କର ପିତାମାତାଙ୍କଠାରୁ ପାଇଛନ୍ତି । ମହିଳାମାନଙ୍କ ସୁରକ୍ଷା ବିଷୟରେ ଚିନ୍ତା ଏବଂ ବିବାହ ପୂର୍ବରୁ ଗର୍ଭଧାରଣ ଏକ ଝିଅ ସାୟାନି (ପରିପକ୍ୱ) ହେବା ପରେ ପ୍ରୟାଗରାଜ (ପୂର୍ବ ଆହ୍ଲାବାଦ) ଜିଲ୍ଲାର ଏହି ହାମଲେଟ୍ ପରିବାରକୁ ନିଜ ଝିଅମାନଙ୍କର ପ୍ରାୟତଃ ୧୨ ବର୍ଷ ଭଳି ଅଳ୍ପ ବୟସରେ ଶୀଘ୍ର ବିବାହର ବ୍ୟବସ୍ଥା କରିବାକୁ ପ୍ରେରିତ କରିଥାଏ।

ମୀନାଙ୍କ ମାତା ୨୭ ବର୍ଷୀୟା ରାନୀ ଯିଏ ନିଜେ ବିବାହିତ ଏବଂ ୧୫ ବର୍ଷ ବୟସରେ ଜଣେ ମା’ ହୋଇଥିଲେ, କୁହନ୍ତି, "ଗର୍ଭବତୀ ହେବା ପାଇଁ ଯୋଗ୍ୟ ହେବାପରେ ଆମ ଝିଅମାନଙ୍କୁ କିପରି ସୁରକ୍ଷିତ ରଖିବୁ ବୋଲି ଭାବିଥାଉ?" ବର୍ତ୍ତମାନ ପ୍ରାୟ ୨୭ ବର୍ଷର ସୋନୁଙ୍କ ମାତା ଚମ୍ପା ମଧ୍ୟ ପାଖାପାଖି ୨୭ ବର୍ଷ ବୟସର, ତାଙ୍କ ଝିଅର ଏବେର ସମାନ ବୟସ ୧୩ ରେ ବିବାହ କରିଥିବାର କଥା ମନେ ରଖିଛନ୍ତି। ଯେଉଁ ଛଅ ଜଣ ମହିଳା ଆମ ଚାରିପାଖରେ ଏକାଠି ହୋଇଥିଲେ କୁହନ୍ତି ଯେ ୧୩ କିମ୍ବା ୧୪ ବର୍ଷର ଝିଅମାନଙ୍କର ବିବାହ ଏହି ହାମଲେଟରେ ବ୍ୟତିକ୍ରମ ପରିବର୍ତ୍ତେ ଆଦର୍ଶ ଅଟେ। ରାନୀ କୁହନ୍ତି, “ହାମାରା ଗାଓଁ ଏକ ଦୁସରା ଜମାନା ମେଁ ରେହତା ହେ [ଆମ ଗାଁ ଭିନ୍ନ ଏକ ଯୁଗରେ ବାସ କରୁଛି]। ଆମର କୌଣସି ପସନ୍ଦ ନାହିଁ। ଆମେ ଅସହାୟ।

ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ବିହାର ଏବଂ ଛତିଶଗଡର ଉତ୍ତର-କେନ୍ଦ୍ରୀୟ ବେଲ୍ଟରେ ଥିବା ଏକ ବୃହତ କ୍ଲଷ୍ଟରରେ ବାଲ୍ୟ ବିବାହ ଏକ ବ୍ୟାପକ ପ୍ରଚଳିତ ପ୍ରଥା। ମହିଳାମାନଙ୍କ ଉପରେ ରିସର୍ଚ କରୁଥିବା ଆନ୍ତର୍ଜାତୀୟ କେନ୍ଦ୍ର ଏବଂ ୟୁନିସେଫ୍ ଦ୍ୱାରା ମିଳିତ ଭାବରେ ୨୦୧୫ ଜିଲ୍ଲାସ୍ତରୀୟ ଅଧ୍ୟୟନରେ ଜଣାଯାଇଛି ଯେ “ଏହି ରାଜ୍ୟଗୁଡିକର ପ୍ରାୟ ଦୁଇ ତୃତୀୟାଂଶ ଜିଲ୍ଲାର ୫୦ ପ୍ରତିଶତରୁ ଅଧିକ ମହିଳା ବିବାହ ଆଇନଗତ ବୟସ ପୂର୍ବରୁ ବିବାହ କରିଛନ୍ତି।”

ବାଲ୍ୟ ବିବାହ ନିଷେଧାଦେଶ ଅଧିନିୟମ, ୨୦୦୬ ରେ ୧୮ ବର୍ଷରୁ କମ୍ ବୟସର ଝିଅ ଏବଂ ୨୧ ବର୍ଷରୁ କମ୍‍ ବୟସର ପୁଅର ବିବାହକୁ ନିଷେଧ କରାଯାଇଛି। ଏହିପରି ବିବାହକୁ ପ୍ରୋତ୍ସାହନ କିମ୍ବା ଅନୁମତି ଦେଲେ ଦୁଇ ବର୍ଷ ପର୍ଯ୍ୟନ୍ତ କଠୋର ଜେଲ ଦଣ୍ଡ ଏବଂ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତର ଜୋରିମାନା ହୋଇପାରେ।

PHOTO • Priti David

ଋତୁସ୍ରାବ କ’ଣ ବୋଲି ମୀନା ଏବଂ ସୋନୁ ବର୍ତ୍ତମାନ ଅନୁଧ୍ୟାନ କରୁଛନ୍ତି - ଏପରି କିଛି ଯେଉଁଥିପାଇଁ ସେମାନେ ଲଜ୍ଜିତ ହେବା ଉଚିତ୍

ଗାଁର ୪୭ ବର୍ଷୀୟ ଅଙ୍ଗନୱାଡି କର୍ମୀ ନିର୍ମଳା ଦେବୀ କୁହନ୍ତି, " କୌଣସି ବେଆଇନ କାମ କରି ଧରାପଡ଼ିବାର  ପ୍ରଶ୍ନ ଉଠୁ ନାହିଁ, କାରଣ ସେଠାରେ ବୟସ ତଦାରଖ କରିବା ପାଇଁ କୌଣସି ଜନ୍ମ ପ୍ରମାଣପତ୍ର ନାହିଁ"। ସେ ଠିକ୍ କହିଛନ୍ତି - ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ (ଏନ୍‍ଏଫଏଚ୍‍ଏସ୍‍-୪,୨୦୧୫-୧୦୧୬) ଅନୁଯାୟୀ ଉତ୍ତରପ୍ରଦେଶର ଗ୍ରାମାଞ୍ଚଳରେ ଜନ୍ମ ହୋଇଥିବା ୪୨% ପିଲାଙ୍କର ଜନ୍ମ ପଞ୍ଜିକୃତ ହୋଇ ନାହିଁ। ପ୍ରୟାଗରାଜ ଜିଲ୍ଲା ପାଇଁ ଏହି ସଂଖ୍ୟା ୫୭ ପ୍ରତିଶତରୁ ଅଧିକ ରହିଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, “ଲୋକମାନେ ଡାକ୍ତରଖାନାକୁ ଯାଆନ୍ତି ନାହିଁ।" “ଏହାପୂର୍ବରୁ ଆମେ କେବଳ ଏକ ଫୋନ୍ କଲ କରି ୩୦ କିଲୋମିଟର ଦୂରରେ ଥିବା କୋରାନ କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ର [ସିଏଚ୍‍ସି] ରୁ ଆମ୍ବୁଲାନ୍ସ ପାଇଥାଉ। କିନ୍ତୁ ବର୍ତ୍ତମାନ ଆମକୁ ଏକ ମୋବାଇଲ୍ ଆପ୍ - ୧୦୮ ବ୍ୟବହାର କରିବାକୁ ବାଧ୍ୟ - ଯାହା 4G ସଂଯୋଗ ଆବଶ୍ୟକ କରେ। କିନ୍ତୁ ଏଠାରେ କୌଣସି ନେଟୱାର୍କ ନାହିଁ ଏବଂ ଆପଣ  ପ୍ରସବ ପାଇଁ ସିଏଚ୍‍ସିକୁ ଯାଇପାରିବେ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଅନ୍ୟ ଅର୍ଥରେ କହିଲେ ଏକ ଆପ୍‍ର ବ୍ୟବହାର ଏକ ଖରାପ ପରିସ୍ଥିତିକୁ ଆହୁରି ଖରାପ କରିଦେଇଛି ।

ଯେଉଁ ଦେଶରେ ସୋନୁ ଏବଂ ମୀନା ପରି ପ୍ରତିବର୍ଷ ୧୫ ଲକ୍ଷ ଶିଶୁ ବାଲ୍ୟ ବିବାହ କରନ୍ତି, କେବଳ ଆଇନ ପରିବାରମାନଙ୍କୁ ଏହି ପ୍ରଥା ଜାରି ରଖିବାରୁ ନିବୃତ କରିପାରିନାହିଁ। ୟୁପିରେ, ପ୍ରତି ପାଞ୍ଚଜଣ ମହିଳାଙ୍କ ମଧ୍ୟରୁ ଜଣେ ଆଇନଗତ ବୟସ ପୂର୍ବରୁ ବିବାହିତ ବୋଲି ଏନ୍‍ଏଫଏଚ୍‍ଏସ୍‍-4 କୁହନ୍ତି।

ବୈଥକଭା ଏବଂ ଏହାର ଆଖପାଖ ହାମଲେଟର ଆଶା କର୍ମୀ ((ସ୍ୱୀକୃତିପ୍ରାପ୍ତ ସାମାଜିକ ସ୍ୱାସ୍ଥ୍ୟ କର୍ମୀ)) ୩୦ ବର୍ଷୀୟା ସୁନୀତା ଦେବୀ ପଟେଲ କଥାହେବାକୁ ଚାହୁଁଥିବା ପିତାମାତାଙ୍କ ବିଷୟରେ କୁହନ୍ତି, “ଭଗା ଦେତେ ହେଁ[ସେମାନେ ମୋତେ ଘଉଡାଇ ଦିଅନ୍ତି] । “ମୁଁ ସେମାନଙ୍କ ନିକଟରେ ନିବେଦନ କରେ ଯେ ଝିଅମାନେ ବିବାହଯୋଗ୍ୟା ବୟସରେ ପହଞ୍ଚିବା ଯାଏଁ ଅପେକ୍ଷା କରନ୍ତୁ। ମୁଁ ସେମାନଙ୍କୁ କୁହେ ଏତେ କମ୍ ବୟସରେ ଗର୍ଭବତୀ ହେବା ସେମାନଙ୍କ ପାଇଁ ବିପଦଜନକ ଅଟେ। ସେମାନେ କୌଣସି ଧ୍ୟାନ ଦିଅନ୍ତି ନାହିଁ ଏବଂ ମୋତେ ପଳାଇଯିବା ପାଇଁ କୁହନ୍ତି। ଯେତେବେଳେ ମୁଁ ସେଠାକୁ ପରବର୍ତ୍ତୀ ଥର ଯାଏ, ବୋଧହୁଏ ଏକ ମାସ କିମ୍ବା ତା’ପରେ, ଝିଅଟିର ବିବାହ ହୋଇସାରିଥାଏ! ”

କିନ୍ତୁ ପିତାମାତାଙ୍କର ଚିନ୍ତା କରିବାର ନିଜସ୍ୱ କାରଣ ରହିଛି  ମୀନାଙ୍କ ମା ରାନୀ ଅଭିଯୋଗ କରି କୁହନ୍ତି, “ଘରେ ଶୌଚାଳୟ ନାହିଁ”। "ପ୍ରତ୍ୟେକ ଥର ସେମାନଙ୍କୁ ଏଥିପାଇଁ ପ୍ରାୟ ୫୦ ରୁ ୧୦୦ ମିଟର ଦୂରରେ ଥିବା କ୍ଷେତକୁ ଯିବାକୁ ପଡ଼େ କିମ୍ବା ଯେତେବେଳେ ସେମାନେ ପଶୁମାନଙ୍କୁ ଚରାଇବାକୁ ବାହାରକୁ ଯାଆନ୍ତି, ସେତେବେଳେ ଆମେ ଚିନ୍ତା କରିଥାଉ ଯେ ସେମାନଙ୍କ ସହ କିଛି ଖରାପ ଘଟଣା ଘଟିପାରେ।" ସେ ୨୦୨୦ ମସିହା ସେପ୍ଟେମ୍ବର ମାସରେ ୟୁପିର ହାଥ୍ରାସ୍ ଜିଲ୍ଲାରେ ଉଚ୍ଚ ଜାତିର ପୁରୁଷଙ୍କ ଦ୍ୱାରା ୧୯ ବର୍ଷୀୟ ଦଳିତ ଝିଅର ଭୟଙ୍କର ବଳାତ୍କାର ଏବଂ ହତ୍ୟାକୁ ମନେ ପକାଇଥିଲେ। "ହମେଁ ହାଥ୍ରାସ୍‍ କା ଡର ହମେଶା ହୈ [ହାଥ୍ରାସ ପରି କିଛି ଘଟିବାର ଭୟରେ ଆମେ ସବୁବେଳେ ଚିନ୍ତିତ]।"

ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ କୋରାନରୁ ବୈଥକଭାକୁ ଯାଉଥିବା ଏକ ନିଛାଟିଆ ରାସ୍ତାରେ ଖୋଲା ବୁଦୁବୁଦିକିଆ ଜଙ୍ଗଲ ରହିଛି ଏବଂ କ୍ଷେତ ଦେଇ ୩୦ କିଲୋମିଟର ବେଗରେ ପବନ ବହିଥାଏ। ଜଙ୍ଗଲ ଏବଂ ପାହାଡ ଦେଇ ଯାଇଥିବା ପାଞ୍ଚ କିଲୋମିଟର ରାସ୍ତା ବିଶେଷ ଭାବରେ ନିଛାଟିଆ ଏବଂ ବିପଜ୍ଜନକ ଅଟେ। ସ୍ଥାନୀୟ ଲୋକମାନେ କହିଛନ୍ତି ଯେ ସେଠାରେ ବୁଦା ଭିତରକୁ ଗୁଳି ବାଜିଥିବା ଶବକୁ ସେମାନେ ଦେଖିଛନ୍ତି। ସେମାନେ କୁହନ୍ତି ଯେ ଏକ ପୋଲିସ୍ ଚୌକ (ପୋଷ୍ଟ) ଏବଂ ଭଲ ରାସ୍ତା ହେଲେ ସେମାନଙ୍କ ପାଇଁ  ଭଲ ହେବ। ମୌସୁମୀ ସମୟରେ ବୈଥକଭାର ଆଖପାଖ ଅଞ୍ଚଳର ପ୍ରାୟ ୩୦ ଟି ଗାଁ ବେଳେବେଳେ ସପ୍ତାହ ପାଇଁ ସଂପୂର୍ଣ୍ଣ ରୂପେ ବିଚ୍ଛିନ୍ନ ହୋଇଯାଏ।

PHOTO • Priti David
PHOTO • Priti David

ବୈଥକଭା ହାମଲେଟ୍‍ : ଏକାଠି ହୋଇଥିବା ମହିଳାମାନେ କୁହନ୍ତି ଯେ ଏଠାରେ ବ୍ୟତିକ୍ରମ ପରିବର୍ତ୍ତେ ୧୩ କିମ୍ବା ୧୪ ବର୍ଷର ଝିଅମାନଙ୍କର ବିବାହ ଏକ ପ୍ରଚଳିତ ପ୍ରଥା ଅଟେ

ହାମଲେଟ୍‌ର ଚାରିପଟେ ଅଳ୍ପ ଉଚ୍ଚ, ବାଦାମୀ ଏବଂ ଶୁଷ୍କ ବିନ୍ଧ୍ୟାଚଳ ପର୍ବତ, ଏହାର ଏକ ପାର୍ଶ୍ୱରେ କଣ୍ଟାଯୁକ୍ତ ବୁଦବୁଦକିଆ ଗୁଳ୍ମ ଦେଖାଯାଇଥାଏ ଏବଂ ଏହା  ମଧ୍ୟପ୍ରଦେଶ ସହିତ ରାଜ୍ୟର ସୀମାକୁ ଚିହ୍ନିତ କରେ। ଏକ ଅଧା-ପିଚୁ ତିଆରି ରାସ୍ତାର ଉଭୟ ପାର୍ଶ୍ୱରେ ଏଣେ ତେଣେ ରହିଥିବା ଘର ଏବଂ କୃଷିକ୍ଷେତ୍ରଗୁଡ଼ିକ ହେଉଛି କୋଲ୍ ସଂପ୍ରଦାୟର ଲୋକମାନଙ୍କର ଯେଉଁମାନେ ମୁଖ୍ୟତଃ ପଛୁଆ ବର୍ଗର ପରିବାର (କେବଳ ଅଳ୍ପ କିଛି ଛୋଟ ପ୍ଲଟର ମାଲିକ ଦଳିତ ସଂପ୍ରଦାୟର ଅଟନ୍ତି)।

ଏହି ହାମଲେଟ୍‍ର ପ୍ରାୟ ୫୦୦ ଅନୁସୂଚିତ ଜାତି ପରିବାରର ଭୟ ଓ ଆଶଂକାରେ ବସବାସ କରୁଛନ୍ତି। ଏଠାର ସମସ୍ତେ କୋଲ୍‍ ଜାତିର ଏବଂ ପ୍ରାୟ ୨୦ଟି ଓବିସି ପରିବାର ରହିଛି। ଚିନ୍ତିତ ସ୍ୱରରେ ରାନୀ କୁହନ୍ତି,"କିଛି ମାସ ପୂର୍ବେ ଆମର ଜଣେ ଝିଅ ଗାଁରେ ବୁଲୁଥିଲା ଏବଂ କିଛି [ଉପର ଜାତିର] ପୁଅ ତାଙ୍କୁ ମୋଟରସାଇକେଲରେ ବସି ସେମାନଙ୍କ ସହ ଯିବାକୁ ବାଧ୍ୟ କରିଥିଲେ। ସେ କୌଣସି ପ୍ରକାରେ ଡେଇଁପଡ଼ିବାରେ ସଫଳ ହେଲା, ତଳୁ ଉଠି ଘରକୁ ଦୌଡ଼ି ପଳାଇଲା।

୨୦୨୧ ମସିହା ଜୁନ୍ ମାସ ୧୨ ତାରିଖରେ, ୧୪ ବର୍ଷର କୋଲ ଝିଅ ଜଣେ ନିଖୋଜ ହୋଇଯାଇଥିଲେ ଏବଂ ଆଜି ପର୍ଯ୍ୟନ୍ତ ସେ ମିଳିନାହିଁ। ତାଙ୍କ ପରିବାର କହିଛନ୍ତି ଯେ ସେମାନେ ପ୍ରଥମ ସୂଚନା ରିପୋର୍ଟ (ଏଫଆଇଆର) ଦାଖଲ କରିଥିଲେ କିନ୍ତୁ ସେଇଟିକୁ ଆମକୁ ଦେଖାଇବାକୁ ଅନିଚ୍ଛା ପ୍ରକାଶ କରିଥିଲେ। ସେମାନେ ନିଜ ପ୍ରତି ଧ୍ୟାନ ଆକର୍ଷଣ କରାଇବାକୁ ଏବଂ ପୋଲିସକୁ କ୍ରୋଧିତ କରିବାକୁ ଭୟ କରୁଥିଲେ, ଅନ୍ୟମାନେ କୁହନ୍ତି ଯେ ଘଟଣାଟି ଘଟିବାର ଦୁଇ ସପ୍ତାହ ପରେ ଘଟଣାର ଅନୁସନ୍ଧାନ କରିବାକୁ ଆସିଥିଲେ ।

ନିର୍ମଳା ଦେବୀ ଧିର ସ୍ୱରରେ କୁହନ୍ତି, “ଆମେ ଏକ ନିର୍ଦ୍ଦିଷ୍ଟ ସ୍ତରର ଗରିବ ଲୋକ [ଅନୁସୂଚିତ ଜାତି]। ତୁମେ ମୋତେ କୁହ, ପୋଲିସ ଆମ ପ୍ରତି ଥିବା ଦାୟିତ୍ୱ ସମ୍ପାଦନ କରୁଛି କି? କେହି ବି ଧ୍ୟାନ ଦେଉଛନ୍ତି କି? ଆମେ ଭୟ ଏବଂ ଲଜ୍ଜା ସହିତ କାଳାତିପାତ କରୁଛୁ [ବଳାତ୍କାର କିମ୍ବା ଅପହରଣ]।

କୋଲ୍‍ ଜାତିରେ ବିଏ ଡିଗ୍ରୀ ହାସଲ କରିଥିବା ନିର୍ମଳାଙ୍କ ଭଳି ହାମଲେଟରେ ବହୁତ କମ୍ ଜଣ ଅଛନ୍ତି ଯାହକି ସେ ମୁରାରିଲାଲ ନାମକ ଜଣେ କୃଷକଙ୍କୁ ବିବାହ କରିବା ପରେ ଅଧ୍ୟୟନ କରି ହାସଲ କରିଥିଲେ। ଚାରିଜଣ ଶିକ୍ଷିତ ପିଲାଙ୍କର ମା’, ନିକଟସ୍ଥ ମିରଜାପୁର ଜିଲ୍ଲାର ଡ୍ରାମାଣ୍ଡଗଞ୍ଜ ସହରର ଏକ ଘରୋଇ ବିଦ୍ୟାଳୟରେ ସେ ସେମାନଙ୍କୁ ନିଜ ରୋଜଗାରରେ ପଢାଇଥିଲେ। ସେ ଭୟମିଶା ହସ ସହିତ କୁହନ୍ତି, “ଶେଷରେ ମୁଁ ମୋର ତୃତୀୟ ଗର୍ଭଧାରଣ ପରେ ଘରୁ ବାହାରକୁ ବାହିରିଲି, ଏବଂ “ମୋ ପିଲାମାନଙ୍କୁ ଶିକ୍ଷିତ କରିବାକୁ ସକ୍ଷମ ହେବାର ଇଚ୍ଛା ମୋତେ ପ୍ରେରଣା ଦେଉଥିଲା”। ନିର୍ମଳା ବର୍ତ୍ତମାନ ପ୍ରୟାଗରାଜ ସହରରେ ଜଣେ ସହାୟକ ନର୍ସ ଧାଈ (ଏଏନ୍‍ଏମ୍‍) ଭାବରେ ତାଙ୍କ ବୋହୂ ଶ୍ରୀଦେବୀଙ୍କ ଶିକ୍ଷା ଏବଂ ତାଲିମକୁ ମଧ୍ୟ ପ୍ରୋତ୍ସାହନ ଦେଉଛନ୍ତି। ଶ୍ରୀଦେବୀ ୧୮ ବର୍ଷ ବୟସର ହେବା ପରେ ତାଙ୍କ ପୁଅକୁ ବିବାହ କରିଥିଲେ।

କିନ୍ତୁ ଗାଁର ଅନ୍ୟ ପିତାମାତାମାନେ ଅଧିକ ଭୟଭୀତ ଅଟନ୍ତି। ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ ଅନୁଯାୟୀ, ୨୦୧୯ ମସିହାରେ ଉତ୍ତରପ୍ରଦେଶ ରାଜ୍ୟରେ ମହିଳାଙ୍କ ଉପରେ ୫୯,୮୫୩ଟି ଅପରାଧ ରେକର୍ଡ କରିଛି। ଅର୍ଥାତ୍ ପ୍ରତିଦିନ ହାରାହାରି ୧୬୪ ଟି ଅପରାଧ ହୋଇଛି। ଏଥିମଧ୍ୟରେ ନାବାଳିକାଙ୍କୁ ବଳାତ୍କାର କରିବା ସହିତ ବୟସ୍କ ବାଳିକା ଏବଂ ମହିଳା, ଅପହରଣ ଏବଂ ମାନବ ଚାଲାଣ ଅନ୍ତର୍ଭୁକ୍ତ।

PHOTO • Priti David
PHOTO • Priti David

ନିର୍ମଳା ଦେବୀ (ଡାହାଣ), ଅଙ୍ଗନୱାଡି କର୍ମୀ (ବାମ) କୁହନ୍ତି ଯେ ଜନ୍ମ ପ୍ରମାଣପତ୍ର ବିରଳ , ତେଣୁ ନାବାଳିକା ବିବାହ ପାଇଁ କାହାକୁ ଧରାଯିବାର ପ୍ରଶ୍ନ ଉଠୁନାହିଁ

ସୋନୁ ଓ ମିନୁଙ୍କର ସଂପର୍କୀୟ ମିଥିଲେଶ କୁହନ୍ତି,"ଯେତେବେଳେ ଝିଅମାନେ ନଜରରେ [ପୁରୁଷମାନଙ୍କ ଦ୍ୱାରା] ପଡିଯାଆନ୍ତି, ସେମାନଙ୍କୁ ସୁରକ୍ଷିତ ରଖିବା ଅସମ୍ଭବ ହୋଇଯାଏ"। ‘‘ଦଳିତମାନଙ୍କର ଗୋଟିଏ ଇଚ୍ଛା: ସେମାନଙ୍କର ନାମ ଓ ମର୍ଯ୍ୟାଦା ବଜାୟ ରଖିବା। କମ୍‍ ବୟସରେ ଆମ ଝିଅମାନଙ୍କୁ ବିବାହ କରାଇବା ତାହା ସୁନିଶ୍ଚିତ କରିପାରିବ।’’

ଯେତେବେଳେ ମିଥିଳେଶଙ୍କୁ ଏକ ଇଟା ଭାଟି କିମ୍ବା ବାଲି ଖାଦାନରେ କାମ ମିଳିଥାଏ, ସେ ନିଜର ୯ବର୍ଷ ଓ ୮ ବର୍ଷର ପୁଅ ଓ ଝିଅଙ୍କୁ ଗାଁରେ ଛାଡି ସେଠାକୁ କାମ କରିବାକୁ ଯାଇଥାନ୍ତି।

ଜାଳେଣୀ କାଠ ବିକ୍ରୟ ଓ ଏବଂ ଅମଳ ସମୟରେ ଅନ୍ୟମାନଙ୍କ କ୍ଷେତରେ କାମ କରି  ତାଙ୍କ ସ୍ତ୍ରୀ କରୁଥିବା ଆୟରେ ତାଙ୍କର ମାସିକ ଆୟ ପ୍ରାୟ ୫୦୦୦ଟଙ୍କା ଯୋଗ ହୋଇଥାଏ। ନିଜସ୍ୱ ହାମଲେଟ୍‌ର ଚାରିପାଖରେ, କୃଷି କାର୍ଯ୍ୟ ଏକ ବିକଳ୍ପ ନୁହେଁ । ମିଥିଳେଶ କୁହନ୍ତି, “ବଣୁଆ ଜନ୍ତୁ ସବୁକିଛି ଖାଇଯାଉଥିବାରୁ ଆମେ କୌଣସି ଫସଲ ଅମଳ କରିପାରିବୁ ନାହିଁ। ଆମେ ଜଙ୍ଗଲ ପାଖରେ ରହୁଥିବାରୁ ବଣୁଆ ଘୁଷୁରୀ ଆମ ହତା ଭିତରକୁ ମଧ୍ୟ ପଶି ଆସନ୍ତି।

୨୦୧୧ ମସିହା ଜନଗଣନା ଅନୁଯାୟୀ, ଦେଓଘାଟର ୬୧% ଜନସଂଖ୍ୟା, ଯେଉଁ ଗ୍ରାମର ବୈଥକଭା ଏକ ହାମଲେଟ୍,  କୃଷି ଶ୍ରମ, ଘରୋଇ ଶିଳ୍ପ ଏବଂ ଅନ୍ୟାନ୍ୟ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ମିଥିଳେଶ କୁହନ୍ତି, “ପ୍ରତ୍ୟେକ ଘରୁ ଜଣକରୁ ଅଧିକ ଲୋକ ମଜୁରୀ କାମ ପାଇଁ ଅନ୍ୟତ୍ର ସ୍ଥାନାନ୍ତରିତ ହେବାକୁ ପଡେ। ରୋଜଗାର ସନ୍ଧାନରେ ସେମାନେ ଆହ୍ଲାବାଦ, ସୁରଟ ଏବଂ ମୁମ୍ବାଇ ଯାଇଥାନ୍ତି, ସେ ଆହୁରି ମଧ୍ୟ କହିଛନ୍ତି ଯେ ଇଟାଭାଟିରେ କିମ୍ବା ଅନ୍ୟାନ୍ୟ କ୍ଷେତ୍ରରେ ଦିନ ମଜୁରିଆ ଭାବରେ କାମ କରି ଦୈନିକ ହାରାହାରି ୨୦୦ଟଙ୍କା ରୋଜଗାର କରୁଛନ୍ତି।

ଡାକ୍ତର ଯୋଗେଶ ଚନ୍ଦ୍ର ଶ୍ରୀବାସ୍ତବ କୁହନ୍ତି, "ପ୍ରୟାଗରାଜ ଜିଲ୍ଲାର ୨୧ଟି ବ୍ଲକ ମଧ୍ୟରୁ କୋରାଓଁ ସବୁଠାରୁ ଅବହେଳିତ"। ସେ ପ୍ରୟାଗରର ସାମ ହିଗ୍ଗିନବୋଥାମ କୃଷି, ପ୍ରଯୁକ୍ତିବିଦ୍ୟା ଏବଂ ବିଜ୍ଞାନ ବିଶ୍ୱବିଦ୍ୟାଳୟର ଜଣେ ବୈଜ୍ଞାନିକ ଏବଂ ଏହି ଅଞ୍ଚଳରେ 25 ବର୍ଷ କାର୍ଯ୍ୟ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ସାମଗ୍ରିକ ଜିଲ୍ଲା ପରିସଂଖ୍ୟାନ ଏହି ଅଂଚଳର ଦୁସ୍ଥିତିକୁ ପ୍ରତିଫଳିତ କରୁନାହିଁ। ଯେକୌଣସି ନିର୍ଦ୍ଧାରିତ ମାନକ ନିଅନ୍ତୁ - ଫସଲ ଅମଳ ଠାରୁ ଆରମ୍ଭ କରି ସ୍କୁଲ ଡ୍ରପଆଉଟ୍ ପର୍ଯ୍ୟନ୍ତ, ନିମ୍ନମାନର ଚାକିରି ପାଇଁ ସ୍ଥାନାନ୍ତରଣ, ଦାରିଦ୍ର, ଶିଶୁ ବିବାହ ଏବଂ ଶିଶୁ ମୃତ୍ୟୁହାର - ବିଶେଷ ଭାବରେ କୋରାଓଁ ବିକଶିତ ନୁହେଁ ।

ଥରେ ବିବାହ ହେବା ପରେ ସୋନୁ ଏବଂ ମୀନା ପ୍ରାୟ ୧୦ କିଲୋମିଟର ଦୂରରେ ଥିବା ଏକ ଗାଁରେ ନିଜ ସ୍ୱାମୀଙ୍କ ଘରକୁ ଯିବେ। ସୋନୁ କୁହନ୍ତି, “ମୁଁ ଏପର୍ଯ୍ୟନ୍ତ ତାଙ୍କୁ [ବର] ସାକ୍ଷାତ କରି ନାହିଁ। “କିନ୍ତୁ ମୁଁ ମୋର ମାମୁଁଙ୍କର ମୋବାଇଲ୍ ଫୋନରେ ତାଙ୍କ ମୁହଁ ଦେଖିଲି। ମୁଁ ତାଙ୍କ ସହିତ ଅନେକ ସମୟରେ କଥାବାର୍ତ୍ତା କରେ । ସେ ମୋ ଠାରୁ କିଛି ବର୍ଷ ବଡ, ପ୍ରାୟ ୧୫ ବର୍ଷ ଏବଂ ସେ ସୁରଟରେ ଏକ ରୋଷେଇ ଘରେ ହେଲପର ଭାବରେ କାର୍ଯ୍ୟ କରନ୍ତି। ”

PHOTO • Priti David
PHOTO • Priti David

ବାମ: "ଯେତେବେଳେ ଝିଅମାନଙ୍କ [ପୁରୁଷମାନେ] ଉପରେ ନଜର ପକାଇବା ଆରମ୍ଭ କରନ୍ତି, ସେତେବେଳେ ସେମାନଙ୍କୁ ସୁରକ୍ଷିତ ରଖିବା କଷ୍ଟକର ହୋଇଯାଏ। ଡାହାଣ: ଡକ୍ଟର ଯୋଗେଶ ଚନ୍ଦ୍ର ଶ୍ରୀବାସ୍ତବ କୁହନ୍ତି," ଯେ କୌଣସି ନିର୍ଦ୍ଧାରିତ ମାନକ ନିଅନ୍ତୁ - ବିଶେଷ ଭାବରେ କୋରାଓଁ ବ୍ଲକ୍ ବିକଶିତ ନୁହେଁ "

ଏହି ଜାନୁୟାରୀ ମାସରେ, ବୈଥକଭା ସରକାରୀ ମଧ୍ୟମିକ ବିଦ୍ୟାଳୟର ସ୍କୁଲ୍ ଛାତ୍ରୀମାନଙ୍କୁ ଏକ ସାବୁନ୍ ଏବଂ ଟାୱେଲ୍ ସହିତ ମାଗଣା ପ୍ୟାଡ୍ ପ୍ରଦାନ କରାଯାଇଥିଲା ଏବଂ ଏକ ପରିଦର୍ଶନକାରୀ ଏନଜିଓ ଦ୍ୱାରା ସେମାନଙ୍କ ବିଦ୍ୟାଳୟରେ ଋତୁସ୍ରାବ ସମୟରେ ସ୍ୱଚ୍ଛତା ଅଭ୍ୟାସ ଉପରେ ଏକ ଭିଡିଓ ଦେଖିବାର ସୁଯୋଗ ଦିଆଯାଇଥିଲା। ଏଥିସହ କେନ୍ଦ୍ର ସରକାରଙ୍କ କିଶୋରୀ ସୁରକ୍ଷା ଯୋଜନା ଅଧୀନରେ ୬ ରୁ ୧୨ ଶ୍ରେଣୀର ବାଳିକାମାନେ ମାଗଣା ସାନିଟାରୀ ନାପକିନ୍ ପାଇବାକୁ ଯୋଗ୍ୟ ଅଟନ୍ତି। ଏହି କାର୍ଯ୍ୟକ୍ରମ ଉତ୍ତରପ୍ରଦେଶରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ଦ୍ୱାରା ୨୦୧୫ ମସିହାରେ ଆରମ୍ଭ କରାଯାଇଥିଲା।

କିନ୍ତୁ ସୋନୁ କିମ୍ବା ମୀନା  ଆଉ କେବେବି ସ୍କୁଲକୁ ଯାଉ ନାହାନ୍ତି। ସୋନୁ କୁହନ୍ତି, "ଆମେ ବିଦ୍ୟାଳୟରେ ପଢିନାହୁଁ, ତେଣୁ ଆମେ ଏ ବିଷୟରେ ଜାଣିନାହୁଁ। ଉଭୟେ ବର୍ତ୍ତମାନ ବ୍ୟବହାର କରୁଥିବା କପଡ଼ା ବଦଳରେ ମାଗଣା ସାନିଟାରୀ ପ୍ୟାଡ୍ ପାଇବାକୁ ପସନ୍ଦ କରିଥାନ୍ତେ।

ଯଦିଓ ବିବାହ କରିବାକୁ ଯାଉଛନ୍ତି, ଉଭୟ ଝିଅଙ୍କର ଯୌନ ସମ୍ପର୍କ, ଗର୍ଭଧାରଣ କିମ୍ବା ଋତୁସ୍ରାବର ସ୍ୱଚ୍ଛତା ବିଷୟରେ କୌଣସି ଧାରଣା ନାହିଁ । ସୋନୁ ଧିର ସ୍ୱରରେ କୁହନ୍ତି,  “ମୋ ମା ମୋତେ ଭାବୀଙ୍କୁ [ବଡବାପାଙ୍କ ପୁଅ ସମ୍ପର୍କୀୟ ଭାଇଙ୍କ ପତ୍ନୀ] ଏହି ବିଷୟରେ ପଚାରିବାକୁ କହିଥିଲେ। ମୋର ଭାବୀ ମୋତେ ବର୍ତ୍ତମାନଠାରୁ କୌଣସି [ପରିବାର] ପୁରୁଷଙ୍କ ପାଖରେ ଶୋଇବାକୁ ମନା କରିଥିଲେ, ନଚେତ୍‍ ଏହା ଏକ ବଡ଼ ସମସ୍ୟା ସୃଷ୍ଟି କରିବ। ପରିବାରରେ ତିନି ଝିଅମାନଙ୍କ ମଧ୍ୟରେ ସୋନୁ ବଡ଼ ଝିଅ ହୋଇଥିବାରୁ ଦ୍ୱିତୀୟ ଶ୍ରେଣୀରେ ପାଠ ପଢୁଥିବା ସମୟରେ ମାତ୍ର ୭ ବର୍ଷ ବୟସରେ ସାନ ଭଉଣୀମାନଙ୍କର ଯତ୍ନ ନେବା ପାଇଁ ସ୍କୁଲ ଛାଡ଼ିଥିଲେ।

ତା’ପରେ ସେ ତାଙ୍କ ମାତା ଚମ୍ପାଙ୍କ ସହିତ କୃଷି କ୍ଷେତ୍ରକୁ କାମ କରିବାକୁ ଯାଇଥିଲେ ଏବଂ ପରେ ତାଙ୍କ ସହିତ ପାହାଡରେ ଥିବା ଜଙ୍ଗଲକୁ ଯାଇ ଜାଳେଣି କାଠ ସଂଗ୍ରହ କରୁଥିଲେ। ସେଥିମଧ୍ୟରୁ କିଛି ନିଜେ ବ୍ୟବହାର କରୁଥିଲେ ଏବଂ କିଛି ବିକ୍ରୟ କରୁଥିଲେ। ଦୁଇ ଦିନର ଜାଳେଣି କାଠ ସଂଗ୍ରହ କରି ମହିଳାମାନେ ୨୦୦ ଟଙ୍କା ରୋଜଗାର କରିପାରନ୍ତି। ମୀନାଙ୍କ ମାତା ରାନୀ କୁହନ୍ତି, “ ଏହା ଆମର କିଛି ଦିନର ତେଲ ଏବଂ ଲୁଣ ଖର୍ଚ୍ଚ ତୁଲାଇବା ପାଇଁ ଯଥେଷ୍ଟ ହୋଇଥାଏ"। ସୋନୁ ପରିବାରର ୮ ରୁ ୧୦ ଛେଳି ଚରାଇବାରେ ମଧ୍ୟ ସାହାଯ୍ୟ କରୁଥିଲେ, ଏହି ସବୁ କାମ ବାଦ୍‍ ସୋନୁ ତାଙ୍କ ମାତାଙ୍କୁ ରୋଷେଇ କରିବା ଏବଂ ଘରର ସମସ୍ତ ଘରୋଇ କାର୍ଯ୍ୟ କରିବାରେ ସାହାଯ୍ୟ କରନ୍ତି।

ଉଭୟ ସୋନୁ ଏବଂ ମୀନାଙ୍କ ପିତାମାତା କୃଷି ଶ୍ରମିକ ଭାବରେ କାର୍ଯ୍ୟ କରନ୍ତି। ଏଠାରେ ଦୈନିକ ମଜୁରି ହାର ମହିଳାମାନଙ୍କ ପାଇଁ ୧୫୦ ଟଙ୍କା ଏବଂ ପୁରୁଷମାନଙ୍କ ପାଇଁ ୨୦୦ ଟଙ୍କା। ଯେତେବେଳେ ସେମାନେ କାମ ପାଇଥାନ୍ତି, ତାହା ହେଉଛି ସେମାନଙ୍କର ସର୍ବୋତ୍ତମ ସମୟର। ଯାହାକି ଏକ ମାସରେ ୧୦-୧୨ ଦିନ ଅଟେ। ସୋନୁଙ୍କ ପିତା ରାମସ୍ୱରୂପ ନିକଟ ସହର ଏବଂ ବଡ ସହରକୁ ମଜୁରିୟା ଭାବରେ କାମ ଖୋଜିବାକୁ ଯାଇଥାନ୍ତି  ଏପରିକି ପ୍ରୟାଗରାଜକୁ ମଧ୍ୟ। ୨୦୨୦ ମସିହାରେ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ନହେବା ପର୍ଯ୍ୟନ୍ତ ସେ କାମ ପାଇବା ପାଇଁ ଯାତ୍ରା କରୁଥିଲେ ଏବଂ ସେହି ବର୍ଷ ସେ ମୃତ୍ୟୁବରଣ କରିଥିଲେ।

ଚମ୍ପା କୁହନ୍ତି, "ତାଙ୍କ ଚିକିତ୍ସା ପାଇଁ ଆମେ ପ୍ରାୟ ୨୦,୦୦୦ ଟଙ୍କା ଖର୍ଚ୍ଚ କରିଥିଲୁ। ମୋତେ ପରିବାର ଏବଂ ଅନ୍ୟମାନଙ୍କଠାରୁ ଋଣ ନେବାକୁ ପଡୁଥିଲା"। ଝୁମ୍ପୁଡି ଘର ମଧ୍ୟରେ ତାଙ୍କ ପଛପଟେ ବନ୍ଧା ହୋଇଥିବା ଏକମାତ୍ର  ଛେଳି ଛୁଆକୁ ଦେଖାଇ ସେ ଆହୁରି କୁହନ୍ତି, "ଯେତେବେଳେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାକୁ ଲାଗିଲା ଏବଂ ଆମେ ଅଧିକ ଟଙ୍କା ଆବଶ୍ୟକ କଲୁ, ସେଥିପାଇଁ ମୁଁ ଗୋଟିଏ ଛେଳିକୁ ପ୍ରାୟ  ୨୦୦୦ ରୁ ୨୫୦୦ ଟଙ୍କାରେ ବିକ୍ରି କରିଦେଲି। ଆମେ କେବଳ ଏହିଟିକୁ ରଖିଛୁ"।

ତାଙ୍କ ହାତରେ ଲିଭିଆସୁଥିବା ମେହେନ୍ଦୀକୁ ଚାହିଁ ଧିର ସ୍ୱରରେ ସୋନୁ କୁହନ୍ତି, "ମୋ ବାପାଙ୍କ ମୃତ୍ୟୁ ପରେ ମୋ ମା’ ମୋର ବିବାହ ବିଷୟରେ କଥାବାର୍ତ୍ତା କରିବାକୁ ଆରମ୍ଭ କଲେ"।

PHOTO • Priti David
PHOTO • Priti David

ମୀନା ଏବଂ ସୋନୁଙ୍କ ଯୌଥ ପରିବାରର ଘର ସୋନୁ ନିଜ ହାତରେ ଲିଭିଆସୁଥିବା ମେହେନ୍ଦୀକୁ ଚାହିଁ କୁହନ୍ତି , “ ମୋ ବାପା ମରିଯିବା ପରେ ମୋ ମା ମୋ ବିବାହ ବିଷୟରେ କଥାବାର୍ତ୍ତା ଆରମ୍ଭ କଲେ"

ସୋନୁ ଏବଂ ମୀନାଙ୍କ ମାତା - ଚମ୍ପା ଏବଂ ରାନୀ  ଦୁଇ ଭଉଣୀ, ଯେଉଁମାନେ ଦୁଇ ଭାଇଙ୍କୁ ବିବାହ କରିଥିଲେ । ୨୫ ଜଣ ସଦସ୍ୟଙ୍କ ମିଳିତ ପରିବାର ୨୦୧୭ ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ନିର୍ମିତ ଦୁଇଟି କୋଠରୀରେ ବାସ କରନ୍ତି, ଯେଉଁଥିରେ  ଦେଖାଯାଉଥିବା ଇଟା କାନ୍ଥ ଏବଂ ସିମେଣ୍ଟ ଛାତ ରହିଛି। ସେମାନଙ୍କ ଘର ପଛପଟେ ପୁରୁଣା ଝାଟିମାଟି ଏବଂ ଚାଳ ଛପର ଘର ରହିଛି, ଯେଉଁଠାରେ ସେମାନେ ରାନ୍ଧନ୍ତି ଏବଂ ସେମାନଙ୍କ ମଧ୍ୟରୁ କେତେଜଣ ସେଠାରେ ଶୋଇଥା’ନ୍ତି।

ଦୁଇ ସମ୍ପର୍କୀୟଙ୍କ ମଧ୍ୟରୁ ପ୍ରଥମେ ମୀନାର ଋତୁସ୍ରାବ ଆରମ୍ଭ ହୋଇଥିଲା ଏବଂ ସେମାନେ ତାଙ୍କ ପାଇଁ ଖୋଜିଥିବା ପୁଅର ଏକ ଭାଇ ଥିଲେ ଏହା ସେମାନଙ୍କୁ ସାହାଯ୍ୟ କଲା। ସୋନୁଙ୍କ ପାଇଁ ମଧ୍ୟ ସମାନ ଘରେ ବିବାହ କରିବା ପାଇଁ ସ୍ଥିର ହୋଇଥିଲା - ମାଆମାନଙ୍କ ପାଇଁ ଏହା ଏକ ସାନ୍ତ୍ୱନା ଥିଲା।

ମୀନା ତାଙ୍କ ଘରେ ସବୁଠାରୁ ବଡ଼ ଥିଲେ ଏବଂ ତାଙ୍କର ଦୁଇ ଭଉଣୀ ଓ ଗୋଟିଏ ଭାଈ ଥିଲେ। ସେ ଏକ ବର୍ଷରୁ ଅଧିକ ସମୟ ପୂର୍ବରୁ ସେ ସପ୍ତମ ଶ୍ରେଣୀରେ ପାଠପଢ଼ା ବନ୍ଦ କରିଦେଲେ। ମୁଁ ପ୍ରାୟ ପେଟରେ ଯନ୍ତ୍ରଣା ଅନୁଭବ କରୁଥିଲି। ମୁଁ ଅଧିକାଂଶ ସମୟ ଘରେ ଶୋଇରହୁଥିଲି। ମୋର ମା’ କ୍ଷେତକୁ କାମ କରିବାକୁ ଚାଲି ଯାଆନ୍ତି ଏବଂ ବାପା ମଜୁରୀ କାମ କରିବାକୁ କୋରାଓଁ ଯାଆନ୍ତି। କେହି ମୋତେ ସ୍କୁଲ ଯିବା ପାଇଁ ବାଧ୍ୟ କଲେ ନାହିଁ, ତେଣୁ ମୁ ଗଲି ନାହିଁ। ପରେ, ତାଙ୍କ କିଡନୀରେ ପଥର ଚିହ୍ନଟ କରାଯାଇଥିଲା, କିନ୍ତୁ ଚିକିତ୍ସା ଖର୍ଚ୍ଚ ଅତ୍ୟନ୍ତ ମହଙ୍ଗା ଥିଲା ଏବଂ ୩୦ କିଲୋମିଟର ଦୂରରେ ଥିବା ଜିଲ୍ଲା ମୁଖ୍ୟାଳୟକୁ ଅନେକ ଥର ଯାତ୍ରା କରିବାକୁ ପଡୁଥିଲା ତେଣୁ ଏହି ଧାରଣା ପରିତ୍ୟାଗ କରାଗଲା। ଏବଂ ସେହିପରି, ଏହା ତାଙ୍କର ଶିକ୍ଷା ସହ ଘଟିଥିଲା ।

ସେ ତଥାପି ପେଟରେ ବେଳେବେଳେ ଯନ୍ତ୍ରଣା ଅନୁଭବ କରନ୍ତି।

ଏପରିକି ସେମାନଙ୍କର ସ୍ୱଳ୍ପ ରୋଜଗାରରୁ ମଧ୍ୟ ଅଧିକାଂଶ କୋଲ ପରିବାର ନିଜ ଝିଅମାନଙ୍କ ବିବାହ ଦିନ ପାଇଁ କିଛି ଟଙ୍କା ସଂଚୟ କରିବାକୁ ସଂଘର୍ଷ କରନ୍ତି । “ଆମେ ସେମାନଙ୍କ ବିବାହ ପାଇଁ ପ୍ରାୟ ୧୦,୦୦୦ ଟଙ୍କା ସଞ୍ଚୟ କରିଛୁ। ରାନୀ କୁହନ୍ତି, "ଆମକୁ ୧୦୦-୧୫୦ ଲୋକଙ୍କ ପାଇଁ ଏକ ଭୋଜି ଆୟୋଜନ କରିବାକୁ ପଡ଼ିବ - ପୁରୀ, ସବଜି ଏବଂ ମିଠା” । ଏପରି ଧାରଣା ଆସୁଅଛି ଯେ ଉଭୟ ଝିଅ ଗୋଟିଏ ଦିନରେ, ସମାନ ଇଭେଣ୍ଟରେ, ଦୁଇ ଭାଇଙ୍କୁ ବିବାହ କରିବେ।

ପିତାମାତାମାନେ ବିଶ୍ୱାସ କରନ୍ତି ଯେ ସେମାନେ ସେମାନଙ୍କର ଦାୟିତ୍ୱରୁ ମୁକ୍ତ ହୋଇଯିବେ ଏବଂ ଝିଅମାନେ ସେମାନଙ୍କ ବାଲ୍ୟାବସ୍ଥାରୁ। ସୋନୁ ଏବଂ ମୀନାଙ୍କର ନିଜସ୍ୱ ତର୍କ ଅଛି, ଯାହା ସେମାନଙ୍କର ପରିସ୍ଥିତି ଏବଂ ସାମାଜିକ ଅବସ୍ଥା ଦ୍ୱାରା ପ୍ରଭାବିତ ହୋଇଛି: “ଖାନା କମ୍ ବନାନା ପଡେଗା। ସେମାନେ କୁହନ୍ତି, ହମ ତୋ ଏକ ସମସ୍ୟା ହୈ ଅବ। “ସେଠାରେ କମ୍‍ ଲୋକଙ୍କ ପାଇଁ ରୋଷେଇ କରିବାକୁ ପଡ଼ିବ। ଆମେ ବର୍ତ୍ତମାନ ଏକ ସମସ୍ୟା।”

PHOTO • Priti David

ଦୁଇ ସମ୍ପର୍କୀୟଙ୍କ ମଧ୍ୟରୁ ପ୍ରଥମେ ମୀନାର ଋତୁସ୍ରାବ ଆରମ୍ଭ ହୋଇଥିଲା ଏବଂ ସେମାନେ ତାଙ୍କ ପାଇଁ ଖୋଜିଥିବା ପୁଅର ଏକ ଭାଇ ଥିଲେ ଏହା ସେମାନଙ୍କୁ ସାହାଯ୍ୟ କରିଥିଲା। ସୋନୁଙ୍କ ପାଇଁ ମଧ୍ୟ ସମାନ ଘରେ ବିବାହ କରିବା ପାଇଁ ସ୍ଥିର ହୋଇଥିଲା

ବାଲ୍ୟ ବିବାହ ଉପରେ ୟୁନିସେଫ୍ ଟିପ୍ପଣୀ କରିଛି ଯେ ସନ୍ତାନ ପ୍ରସବ ଏବଂ ଗର୍ଭଧାରଣ ସମୟରେ ଜଟିଳତା ହେତୁ ଛୋଟ ଝିଅମାନଙ୍କର ମୃତ୍ୟୁ ହେବାର ଆଶଙ୍କା ଅଧିକ ଥାଏ। ଆଶା କର୍ମୀ ସୁନୀତା ଦେବୀ ନୂତନ ମାତା-ମାନଙ୍କ ପାଇଁ ମାନକ ପ୍ରୋଟୋକଲ୍ ବିଷୟରେ ସୂଚାଇ କୁହନ୍ତି, ଏଠାରେ ଝିଅମାନଙ୍କୁ ଏତେ କମ୍ ବୟସରେ ବିବାହ କରିଦିଆଯାଏ ଯେ, “ସେମାନଙ୍କୁ ଆଇରନ୍‍ କିମ୍ବା ଫୋଲିକ୍ ଏସିଡ୍ ଟାବଲେଟ୍ ଦିଆଯାଇଛି ନା ନାହିଁ ତାହା ଜାଣିବାର କୌଣସି ସୁଯୋଗ ନାହିଁ” । ବାସ୍ତବରେ, ଉତ୍ତରପ୍ରଦେଶର ଗ୍ରାମାଞ୍ଚଳର ମାତ୍ର ୨୨ପ୍ରତିଶତ ଯୁବତୀ ମାଆମାନେ ପ୍ରସବର ପୂର୍ବକାଳୀନ ପରିଦର୍ଶନ କରନ୍ତି - ଦେଶର ଯେକୌଣସି ରାଜ୍ୟ ପାଇଁ ଏହା ସର୍ବନିମ୍ନ ସଂଖ୍ୟା।

କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ଏକ ସାମ୍ପ୍ରତିକ ରିପୋର୍ଟରେ ଏହି ସଂଖ୍ୟା ପ୍ରକାଶ ପାଇଛି। ଏହି ରିପୋର୍ଟରେ ଆହୁରି ମଧ୍ୟ ଦର୍ଶାଯାଇଛି ଯେ ୟୁପିରେ ଅଧାରୁ ଅଧିକ ମହିଳା - ୫୨ ପ୍ରତିଶତ - ୧୫-୪୯ ବୟସ ବର୍ଗରେ ରକ୍ତହୀନତାର ଶିକାର ହୁଅନ୍ତି - ଯାହା ସେମାନଙ୍କର ଗର୍ଭାବସ୍ଥାରେ ସ୍ୱାସ୍ଥ୍ୟଗତ ସମସ୍ୟା ବଢାଇଥାଏ, ଯାହାକି  ସେମାନେ ପ୍ରସବ କରୁଥିବା ପିଲାମାନଙ୍କ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଏହା ବ୍ୟତୀତ ୟୁପିରେ ଥିବା ସମସ୍ତ ଗ୍ରାମାଞ୍ଚଳର ୫ ବର୍ଷରୁ କମ୍ ବୟସ ବର୍ଗରେ ୪୯ ପ୍ରତିଶତ ପିଲା ଅପପୃଷ୍ଟିର ଶିକାର ଏବଂ ୬୨ ପ୍ରତିଶତ ରକ୍ତହୀନତାର ଶିକାର - ଅସୁସ୍ଥତା ଏବଂ ବିପଦର ଚକ୍ରକୁ ଚିରସ୍ଥାୟୀ କରି ରଖିଛନ୍ତି ।

ସୁନୀତା କୁହନ୍ତି, "ଝିଅମାନଙ୍କ’ର ପୋଷଣକୁ ଆଦୌ ପ୍ରାଥମିକତା ଦିଆଯାଏ ନାହିଁ। ମୁଁ ଦେଖିଛି ଯେ, ବିବାହ ସ୍ଥିର ହେବା ପରେ ସେମାନେ ଝିଅମାନଙ୍କୁ କ୍ଷୀର ଦେବା ବନ୍ଦ କରିଦିଅନ୍ତି, କାରଣ ସେମାନେ ଅନୁଭବ କରୁଛନ୍ତି ଯେ ସେମାନେ ଘର ଛାଡ଼ି ଚାଲିଯିବେ। ଯେକୌଣସି ସଞ୍ଚୟ ସ୍ୱାଗତଯୋଗ୍ୟ, ଏହା ହେଉଛି ସେମାନଙ୍କର ମଜବୁରୀ [ଅପ୍ରତିହତ ଇଚ୍ଛା]"।

ଏହି ସମୟରେ ରାନୀ ଏବଂ ଚମ୍ପାଙ୍କ ମନ କିନ୍ତୁ ଅନ୍ୟତ୍ର କେନ୍ଦ୍ରିଭୂତ ହେଉଛି।

ରାନୀ କୁହନ୍ତି, "ଆମେ ଚିନ୍ତିତ ଯେ ବିବାହ ପୂର୍ବରୁ ସଂଚୟ କରି ରଖିଥିବା ଟଙ୍କା ଚୋରି ହେବା ଉଚିତ ନୁହେଁ। ଲୋକମାନେ ଜାଣନ୍ତି ଯେ ଆମ ପାଖରେ ନଗଦ ଟଙ୍କା ଅଛି"। "ମୋତେ ମଧ୍ୟ ପ୍ରାୟ ୫୦,୦୦୦ ଟଙ୍କା ଋଣ ନେବାକୁ ପଡ଼ିବ। ” ଏହା ସହିତ ସେ ବିଶ୍ୱାସ କରନ୍ତି ଯେ ସେମାନଙ୍କୁ ଅନୁସରଣ କରୁଥିବା ‘ସମସ୍ୟାଗୁଡିକର’  ପରିସମାପ୍ତି ଘଟିବ।

ତାଙ୍କର ଅମୂଲ୍ୟ ସହାୟତା ଏବଂ ତଥ୍ୟ ପାଇଁ ଏସ୍‍ଏଚ୍‍ଇୟୁଏଟିଏସ୍‍, ଆହ୍ଲାବାଦର ସମ୍ପ୍ରସାରଣ ସେବା ନିର୍ଦ୍ଦେଶକ ପ୍ରଫେସର ଆରିଫ ଏ ବ୍ରଡୱେଙ୍କୁ ଏହି ସାମ୍ବାଦିକ ଧନ୍ୟବାଦ ଅର୍ପଣ କରିଛନ୍ତି ।

କିଛି ଲୋକମାନଙ୍କର ପରିଚୟ ଗୋପନ ରଖିବା ପାଇଁ ଏହି କାହାଣୀରେ ସେମାନଙ୍କର ନାମ ପରିବର୍ତ୍ତନ କରାଯାଇଛି।

ପରୀ ଓ କାଉଣ୍ଟର ମିଡିଆର ସାରା ଦେଶରେ ଗ୍ରାମୀଣ ଭାରତର କିଶୋର ବାଳିକା ଓ ତରୁଣ ମହିଳାମାନଙ୍କ ଉପରେ ଗବେଷଣା ବିବରଣୀ ପ୍ରସ୍ତୁତ କରିବା ଯାହାକି ପପୁଲେସନ୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆ ସହାୟତାରେ ଏହି ଗୁରୁତ୍ୱପୂର୍ଣ୍ଣ ତଥା ଅବହେଳିତ ବର୍ଗଙ୍କ ଅବସ୍ଥା ବିଷୟରେ ସେମାନଙ୍କ ଠାରୁ ଶୁଣି ଓ ସାଧାରଣ ଲୋକଙ୍କ ଜୀବନ୍ତ ଅନୁଭୂତିକୁ ଅନୁଭବ କରି ପରିପ୍ରକାଶ କରିବା ହେଉଛି ଲକ୍ଷ୍ୟ।

ଏହି ଅନୁଚ୍ଛେଦକୁ  ପୁନଃପ୍ରକାଶ କରିବାକୁ ଚାହୁଁଛନ୍ତି କି? [email protected] କୁ cc ସହିତ [email protected] କୁ ଲେଖନ୍ତୁ

ଅନୁବାଦ : ଓଡ଼ିଶାଲାଇଭ୍‍

Priti David

Priti David is the Executive Editor of PARI. She writes on forests, Adivasis and livelihoods. Priti also leads the Education section of PARI and works with schools and colleges to bring rural issues into the classroom and curriculum.

Other stories by Priti David
Illustration : Priyanka Borar

Priyanka Borar is a new media artist experimenting with technology to discover new forms of meaning and expression. She likes to design experiences for learning and play. As much as she enjoys juggling with interactive media she feels at home with the traditional pen and paper.

Other stories by Priyanka Borar

P. Sainath is Founder Editor, People's Archive of Rural India. He has been a rural reporter for decades and is the author of 'Everybody Loves a Good Drought' and 'The Last Heroes: Foot Soldiers of Indian Freedom'.

Other stories by P. Sainath
Series Editor : Sharmila Joshi

Sharmila Joshi is former Executive Editor, People's Archive of Rural India, and a writer and occasional teacher.

Other stories by Sharmila Joshi
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE