ଜାନୁୟାରୀ ମାସ ୨୬ ତାରିଖରେ ଦିଲ୍ଲୀରେ କୃଷକମାନଙ୍କ ଟ୍ରାକ୍ଟର ରାଲି ସମୟରେ ମୃତ୍ୟୁବରଣ କରିଥିବା ନଭରିତ ସିଂହଙ୍କ ବାପା ସିର୍ଭିକ୍ରମଜିତ ସିଂହ ହୁଣ୍ଡାଲ କହିଲେ,"କୌଣସି ବାପା-ମାଙ୍କୁ ସନ୍ତାନ ହରାଇବାର ଝଟ୍‍କା ଲାଗିବା କଥା ନୁହେଁ"।

ଉତ୍ତରପ୍ରଦେଶର ଡିବଡିବାରେ ଥିବା ସେମାନଙ୍କ ଘରେ ନଭରିତଙ୍କ ଫଟୋ ଘରର ଏକ କାନ୍ଥକୁ ଲାଗିରହିଥିଲା, ଯେଉଁଠାରେ ୪୫ବର୍ଷୀୟ ସିର୍ଭିକ୍ରମଜିତ ଏବଂ ତାଙ୍କ ପତ୍ନୀ ୪୨ବର୍ଷୀୟା ପରମଜିତ କୌର, ସମବେଦନା ଜଣାଇବାକୁ ଆସୁଥିବା ଲୋକମାନଙ୍କୁ ଦେଖା କରୁଥିଲେ। ସେମାନଙ୍କ ପୁଅର ମୃତ୍ୟୁ ବାପା-ମାଙ୍କ ଜୀବନ ଅପୁରଣୀୟ ଶୂନ୍ୟତା ଭରିଦେଲା। ସିର୍ଭିକ୍ରିମଜିତ କହିଲେ,"ସେ ମୋତେ କୃଷିକାର୍ଯ୍ୟରେ ସାହାଯ୍ୟ କରୁଥିଲା। ସେ ଆମର ଯତ୍ନ ନେଉଥିଲା। ସେ ଏକ ଦାୟିତ୍ୱବାନ୍‍ ପିଲା ଥିଲା"।

ଦିଲ୍ଲୀରେ ହେଉଥିବା ସାଧାରଣତନ୍ତ୍ର ଦିବସ ରାଲିରେ ଭାଗ ନେବାପାଇଁ ୨୫ ବର୍ଷୀୟ ନଭରିତ ଦିଲ୍ଲୀ-ୟୁପି ସୀମାରେ ଥିବା ଘାଯିପୁରକୁ ଯାଇଥିଲେ। ୨୦୨୦, ନଭେମ୍ବର ୨୬ରେ ଦିଲ୍ଲୀର ସୀମାରେ କୃଷକମାନଙ୍କ ବିକ୍ଷୋଭ ଆରମ୍ଭ ହେବାଠାରୁ ତାଙ୍କ ଜେଜେବାପା,୬୫ ବର୍ଷୀୟ ହରଦିପ ସିଂହ ଡିବଡିବା ସେଠାରେ କ୍ୟାମ୍ପକରି ରହିଆସୁଥିଲେ।ନଭରିତ ଗୋଟିଏ ଟ୍ରାକ୍ଟର ଚଲାଉଥିଲେ,ଯାହିକି ଦିନ୍‍ ଦୟାଲ ଉପାଧ୍ୟାୟ ମାର୍ଗରେ ଦିଲ୍ଲୀ ପୁଲିସ୍‍ ଦ୍ୱାରା କରାଯାଇଥିବା ସୁରକ୍ଷା ବ୍ୟାରିକେଡ୍‍ ପାଖରେ ଓଲଟିପଡିଲା।

ଯେତେବେଳେ ପୁଲିସ୍‍ କୁହେ ଯେ ନଭରିତ ଟ୍ରାକ୍ଟର ଓଲଟି ପଡିବା ଜନିତ କ୍ଷତରୁ ମୃତ୍ୟୁବରଣ କରିଛନ୍ତି, ପରିବାରର ବିଶ୍ୱାସ ତାଙ୍କୁ ଦୁର୍ଘଟଣା ଆଗରୁ ଗୁଳି କରାଯାଇଥିଲା। "ଆମେ ଏହା ବିଚାରାଳୟରେ ପ୍ରମାଣ କରିବୁ," ଦିଲ୍ଲୀର ଉଚ୍ଚ ନ୍ୟାୟାଳୟରେ ନଭରିତଙ୍କ ମୃତ୍ୟୁ ମାମଲାର ସରକାରୀ ସ୍ତରରେ ତଦନ୍ତ କରିବା ପାଇଁ ହରଦିପ ସିଂହଙ୍କ ଦ୍ୱାରା  ଦାଖଲ କରାଯାଇଥିବା ପିଟିସନ୍‍ କୁ ସୁଚାଇ, ସିର୍ଭିକ୍ରମଜିତ କହିଲେ।

ଦୁଃଖଦ ଘଟଣା ପରଠାରୁ ଉତ୍ତରପଶ୍ଚିମ ୟୁପିର ସୀମା ଜିଲ୍ଲା ରାମପୁରର କୃଷକମାନେ- ଯେଉଁଠାରେ ଡିବଡିବା ଅବସ୍ଥିତ-ଦୃଢ ନିଶ୍ଚିନ୍ତ ହେଲେ ଯେ ସେପ୍ଟେମ୍ବର ୨୦୨୦ରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣିତ ନୂତନ କୃଷି ଆଇନ ରଦ୍ଦ ଦାବିରେ ଅଟଳ ରହିବେ। ରାମପୁର ସୀମାଠାରୁ ଉତ୍ତରାଖଣ୍ଡର ଉଧାମସିଂହ ନଗର ଓ କାଶିପୁର ଜିଲ୍ଲା, କୁମାୟୁନ ଅଞ୍ଚଳର, କୃଷକମାନଙ୍କ ସଂକଳ୍ପ ଦୃଢ ହୋଇଛି।

The death of their son, Navreet Singh (in the framed photo), has left a void in Paramjeet Kaur (left) and Sirvikramjeet Singh Hundal's lives.
PHOTO • Parth M. N.
PHOTO • Parth M. N.

ବାମ: ସେମାନଙ୍କ ପୁଅ, ନଭରିତ ସିଂହ (ବନ୍ଧେଇ ହୋଇଥିବା ଫଟୋରେ) ମୃତ୍ୟୁ ପରମଜିତ କୌର (ବାମ) ଏବଂ ସିର୍ଭିକ୍ରମଜିତ ସିଂହ ହୁଣ୍ଡାଲଙ୍କ ଜୀବନରେ ଏକ ଶୂନ୍ୟସ୍ଥାନ ଛାଡିଦେଇ ଯାଇଥିଲା। ଡାହାଣ: ପରିବାରକୁ ସା ନ୍ତ୍ୱନା ଦେବା ନିମନ୍ତେ ସିର୍ଭିକ୍ରମଜିତ କୃଷକମାନଙ୍କ ସହିତ ପଞ୍ଜାବରୁ ଡିବଡିବା ଆସିଲେ

ଡିବଡିବା ଠାରୁ ପ୍ରାୟ ୧୫ କିଲୋମିଟର ଦୂର, ଉଧମ ସିଂହ ନଗରର ସୈଜନି ଗାଁର ୪୨ ବର୍ଷୀୟ କୃଷକ ସୁଖଦେବ ସିଂହ କହିଲେ,"ସେହି ପୁଅ [ନଭରିତ] ପାଖ ଗାଁର ଥିଲା,ଏଠାରୁ ବହୁତ ଦୂର ନୁହେଁ। ତା’ର ମୃତ୍ୟୁ ପରେ,ଏଠାର କୃଷକମାନେ ଅଧିକ ଅନୁପ୍ରଣିତ ହେଲେ [ବିକ୍ଷୋଭ ପାଇଁ]।"

ଯେବେଠାରୁ ଦିଲ୍ଲୀ ସୀମାରେ ପ୍ରଥମେ ଏହି ବିକ୍ଷୋଭ ଆରମ୍ଭ ହୋଇଥିଲା, ଉତ୍ତରାଖଣ୍ଡର କୃଷକମାନେ ମୁଖ୍ୟତଃ ପଞ୍ଜାବ, ହରିୟାନ ଓ ୟୁପିର କୃଷକମାନଙ୍କ ସହ ତିନୋଟି କୃଷି ଆଇନକୁ ବିରୋଧ କରିବା ପାଇଁ ସେଠାରେ ଥିଲେ। ଅନ୍ୟ ତିନୋତି ରାଜ୍ୟ ତୁଳନାରେ ଉତ୍ତରାଖଣ୍ଡ ଦେଶର ରାଜଧାନୀଠାରୁ ଅଧିକ ଦୂରରେ ଅବସ୍ଥିତ, କିନ୍ତୁ ଏହି ଦୂରତା କୃଷକମାନଙ୍କୁ ଘାଯିପୁରରେ ନିଜର ସ୍ୱର ଉତ୍ତୋଳନ କରିବାରୁ ନିରୁତ୍ସାହିତ କରିପାରିନଥିଲା।

ସୁଖଦେବ କହିଲେ, ଯେତେବେଳେ ଉଧମ ସିଂହ ନଗର ଏବଂ କାଶିପୁରରୁ କୃଷକମାନେ ନଭେମ୍ବରରେ ଦିଲ୍ଲୀ ଅଭିମୁଖେ ବିକ୍ଷୋଭକାରୀ ପଦଯାତ୍ରା ଆରମ୍ଭ କଲେ, ସେଠାରେ ପହଁଚିବା ସହଜ ନଥିଲା। ୟୁପିର ପୋଲିସ ସେମାନଙ୍କୁ ରାଜ୍ୟର ସୀମାରେ ଥିବା ରାମପୁର-ନୈନିତାଲ ଜାତୀୟ ରାଜପଥରେ (ଜାତୀୟ ରାଜପଥ ୧୦୯)ଅଟକାଇଲେ। "ଆମେ ସେହି ରାଜପଥରେ ତିନି ଦିନ ଏବଂ ତିନି ରାତି ରହିଥିଲୁ। ଆମକୁ ଫେରାଇଦେବା ପାଇଁ ପୋଲିସ ସମସ୍ତ ପ୍ରୟାସ କଲେ। ସେମାନେ ଯେବେ ବୁଝିପାରିଲେ ଯେ ଆମେ ପଛଘୁଞ୍ଚା ଦେବୁନାହିଁ, ଆମକୁ ଯିବା ପଇଁ ଅନୁମତି ମିଳିଲା।’’

ଉଧମ ସିଂହ ନଗରର ରୁଦ୍ରପୁର ତହସିଲର ସୈଜନିରେ ୨୫ ଏକର ଜମି ମାଲିକ ସୁଖଦେବ କହିଲେ, କୃଷକମାନଙ୍କର ଘର ଠାରୁ ଏହି ଲମ୍ବାଯାତ୍ରା କରିବାର କାରଣ ଏହି ନୂତନ କୃଷି ଆଇନ ସେମାନଙ୍କ ଜୀବିକା ଧ୍ୱଂସ କରିଦେବ। ଯେଉଁ ଆଇନକୁ ସେମାନେ ବିରୋଧ କରୁଛନ୍ତି ସେଗୁଡିକ ହେଲା କୃଷକଙ୍କ ଉତ୍ପାଦିତ ସାମଗ୍ରୀର ବ୍ୟବସାୟ ଓ ବାଣିଜ୍ୟ ଓ (ପ୍ରସାର ଓ ସୁବିଧା ପ୍ରଦାନ) ଆଇନ,୨୦୨୦ ; ଦରଦାମ ପ୍ରତିଶ୍ରୁତି ଓ କୃଷିକ୍ଷେତ୍ର ସେବା ସଂପର୍କିତ କୃଷକଙ୍କ (ସଶକ୍ତୀକରଣ ଏବଂ ସୁରକ୍ଷା) ବୁଝାମଣା ଆଇନ,୨୦୨୦ ; ଏବଂ ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ଆଇନ ୨୦୨୦

କୃଷକମାନେ କୁହନ୍ତି,ଏହି ଆଇନଗୁଡିକ କୃଷି  ଓ କୃଷକମାନଙ୍କୁ ସହଯୋଗ କରୁଥିବା କ୍ଷେତ୍ର ସହିତ ଫସଲର ନ୍ୟୂନତମ ସମର୍ଥନ ମୂଲ୍ୟ (MSP), କୃଷିଜାତ ସାମଗ୍ରୀ ବିପଣନ କମିଟି (APMC),ରାଜ୍ୟସଂଗ୍ରହ ଓ ଅନ୍ୟାନ୍ୟ କ୍ଷେତ୍ରକୁ ଦୁର୍ବଳ କରୁଛି।

ସୁଖଦେବ ଗ୍ରହଣ କଲେ ଯେ ପ୍ରଚଳିତ APMC ମଣ୍ଡି ବ୍ୟବସ୍ଥା କୃଷକମାନଙ୍କ ପାଇଁ ସର୍ବୋତ୍କୃଷ୍ଟ ବିକ୍ରୟସ୍ଥଳ ନୁହେଁ।"ଆମେ କେବେ କହିନାହୁଁ ଯେ ଏହା ହେଉଛି ଉପଯୁକ୍ତ। ଆମେ ସଂସ୍କାର ଚାହୁଁ।"କିନ୍ତୁ ପ୍ରଶ୍ନ ହେଉଛି ସଂସ୍କାର କହାପାଇଁ-କୃଷକ ନା ବୃହତ୍‍ କର୍ପୋରେଟ ଜଗତ ପାଇଁ?

PHOTO • Parth M. N.
Sukhdev Singh in Saijani village on tractor
PHOTO • Parth M. N.

କୃଷକମାନଙ୍କ ବିକ୍ଷୋଭ ଆରମ୍ଭରୁ ସୈଜନି ଗାଁର ସୁଖଦେଓ ଚଞ୍ଚଲ ସିଂହ (ବାମ)ଏବଂ ସୁଖଦେ ସିଂହ ଏହି କୃଷି ଆଇନକୁ ବିରୋଧ କରିଆସୁଛନ୍ତି

ସୁଖଦେବ କହିଲେ, ବେଳେ ବେଳେ ମଣ୍ଡିଗୁଡିକ ଶସ୍ୟର ମାନକୁ ଖରାପ କହି କିଣିବାକୁ ମନାକରନ୍ତି। "ସେମାନେ ଆମଠାରୁ କିଣିବାର ବହୁତ ଦିନ ଆଗରୁ ଆମକୁ ମଣ୍ଡି ଆଗରେ କ୍ୟାମ୍ପକରି ରହିବାକୁ ପଡୁଥିଲା। ଏବଂ ଏହାପରେ ମଧ୍ୟ,ପଇସା ଠିକ୍‍ ସମୟରେ ମିଳିପାରୁ ନାହିଁ," ସୁଖଦେବ କହିଲେ। "ମୁଁ ଅକ୍ଟୋବର ୨୦୨୦ରେ ଏକ ମଣ୍ଡିରେ ୨୦୦ କୁଇଣ୍ଟାଲ ଧାନ ବିକ୍ରି କରିଥିଲି। "ମୁଁ ଏ ପର୍ଯ୍ୟନ୍ତ  ୪ ଲକ୍ଷ ଟଙ୍କା ପାଇନାହିଁ।"

ଡିବଡିବା ଯେଉଁଠାରେ ସିର୍ଭିକିରମଜିତ ଏବଂ ପରମଜିତଙ୍କର ସାତ ଏକର ଚାଷଜମି ଥିଲା, ସେଠାର ପରିସ୍ଥିତି ସାମାନ୍ୟ ଅଲଗା ଥିଲା। "ସରକାରୀ ମଣ୍ଡି ପାଖରେ ଥିବାରୁ ମୁଁ ମୋର ଅଧିକାଂଶ ଫସଲ ସର୍ବନିମ୍ନ ସହାୟକ ମୂଲ୍ୟରେ ବିକିଲି। ସିର୍ଭିକ୍ରମଜିତ କହିଲେ, ଯିଏକି ଖରିଫରେ ଧାନ ଏବଂ ରବି ସମୟରେ ଗହମ ଫସଲ କରନ୍ତି, ଏହା ଆମ ବଞ୍ଚି ରହିବା ପାଇଁ ବହୁତ ଜରୁରି"

ସୀମା ପାଖ, ସୈଜନିର କୃଷକମାନେ ବେସରକାରୀ ସଂସ୍ଥାକୁ ସେମାନଙ୍କର ବିକା ନ ହୋଇଥିବା ଶସ୍ୟ ବିକିଲେ। ସୁଖଦେବ କୁହନ୍ତି,"ଆମେ ସେମାନଙ୍କୁ ଏହା କମ୍‍ ମୂଲ୍ୟରେ ବିକ୍ରିକରୁ"। ସିର୍ଭିକ୍ରମଜିତ କହିଲେ, ଯଦିଓ ସର୍ବନିମ୍ନ ସହାୟକ ମୂଲ୍ୟ ଆମ ପାଇଁ ନିର୍ଣ୍ଣାୟକ ଯେତେବେଳେ ମଣ୍ଡିଗୁଡିକ କିଣନ୍ତି ନାହିଁ। ସେ କହିଲେ,"ଯଦି ଚାଉଳର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ୍‍ ପ୍ରତି ୧୮୦୦ଟଙ୍କା, ବେସରକାରୀ ସଂସ୍ଥା ଏହାକୁ ୧୪୦୦-୧୫୦୦ଟଙ୍କାରେ କିଣୁଛନ୍ତି"। ‘‘ଯଦି ସରକାରୀ ମଣ୍ଡିଗୁଡିକ ନିଜର ଉପଯୋଗିତା ହରାନ୍ତି, ତେବେ ବେସରକାରୀ ସଂସ୍ଥାଗୁଡିକ ଲଗାମ୍‍ଛଡା ହୋଇଯିବେ"।

ସୁଖଦେବ କୁହନ୍ତି, ସରକାର ଯେଉଁ ସଂସ୍କାର ଆଣିଛନ୍ତି କୃଷକମାନଙ୍କ ଦ୍ୱାରା ଗ୍ରହଣୀୟ ନୁହେଁ। ଏମିତି ଏକ ଆଇନ ଯାହାକି ମଣ୍ଡି ବ୍ୟବସ୍ଥାକୁ ଦୁର୍ବଳ କରୁଛି ତାକୁ ଗୃହିତ କରିବା ପରିବର୍ତ୍ତେ, ସରକାର ଏହାକୁ ପ୍ରସାରିତ କରିବାରେ ଦୃଷ୍ଟି ରଖିବା ଦରକାର ଯାହାଫଳରେ ଅନେକ କୃଷକଙ୍କୁ ଏକ ସ୍ଥିର ବଜାର ମିଳିବ।

କୃଷି ଓ କୃଷକମାନଙ୍କ ଅପେକ୍ଷା ବୃହତ୍ତ ବ୍ୟବସାୟିକ ସଂସ୍ଥାଗୁଡିକୁ ଅଧିକ କ୍ଷମତା ପ୍ରଦାନ କରୁଥିବାରୁ ଏହି ଆଇନକୁ ସମାଲୋଚନା କରାଯାଇଛି। "ବେସରକାରୀ ସଂସ୍ଥାର ପ୍ରବେଶ କେବେବି ଭଲ ଖବର ନୁହେଁ। ସେମାନଙ୍କର ଏକ ସାଧାରଣ ନିୟମ ହେଉଛି: ଯେକୌଣସି ମୂଲ୍ୟରେ ଲାଭ ଅର୍ଜନକରିବା। ସୁଖଦେବ କୁହନ୍ତି,"ସେମାନେ କୃଷକମାନଙ୍କୁ ଶୋଷଣ କରିବା ଆଗରୁ କେବେବି ଚିନ୍ତାକରନ୍ତି ନାହିଁ"।

କୃଷକମାନଙ୍କ ଆନ୍ଦୋଳନର ପ୍ରାରମ୍ଭରେ ଦିଲ୍ଲୀ ଅଭିମୁଖେ ସେମାନଙ୍କର ଶୃଙ୍ଖଳିତ ପଦଯାତ୍ରା ପରେ, ଉତ୍ତରାଖଣ୍ଡର କୃଷକମାନେ ଏକ ବିଶେଷ ଉଦ୍ଦେଶ୍ୟ ସାଧନ କରି ପନ୍ଥା ଅବଲମ୍ବନ କଲେ। ଜାନୁୟାରୀର ଶେଷ ପର୍ଯ୍ୟନ୍ତ ପ୍ରତି ଗ୍ରାମରୁ ୫ରୁ୧୦ ଜଣ ଲେଖାଏଁ ଘାଯିପୁରରେ କ୍ୟାମ୍ପରେ ପାଳିକରି ରହି ୧ରୁ୨ ସପ୍ତାହ ମଧ୍ୟରେ ଗାଁକୁ ଫେରିଆସନ୍ତି।

Baljeet Kaur says, the whole village is supporting one another, while cooking
PHOTO • Parth M. N.

ବଳଜିତ କୌର କହିଲେ,ଗ୍ରାମର ସମସ୍ତେ ପରସ୍ପରକୁ ସମର୍ଥନ ଅରୁଛନ୍ତି

କୃଷକମାନଙ୍କ ଆନ୍ଦୋଳନର ପ୍ରାରମ୍ଭରେ ଦିଲ୍ଲୀ ଅଭିମୁଖେ ସେମାନଙ୍କର ଶୃଙ୍ଖଳିତ ପଦଯାତ୍ରା ପରେ, ଉତ୍ତରାଖଣ୍ଡର କୃଷକମାନେ ଏକ ବିଶେଷ ଉଦ୍ଦେଶ୍ୟ ସାଧନ କାରି ପନ୍ଥା ଅବଲମ୍ବନ କଲେ। ଜାନୁୟାରୀର ଶେଷ ପର୍ଯ୍ୟନ୍ତ ପ୍ରତି ଗ୍ରାମରୁ ୫ରୁ୧୦ ପାଳିକରି ଯାଆନ୍ତି

"ଆମ୍ଭେମାନେ ସୀମାରେ [ଦିଲ୍ଲୀ]ଉପସ୍ଥିତ ରହିବା ସହିତ, ଆମର ଗ୍ରାମକୁ ଆସି କୃଷିକାର୍ଯ୍ୟ କରିଥାଉ। ଆମେ ଥରକେ ଗୋଟିଏ କିମ୍ବା ଦୁଇ ସପ୍ତାହରୁ ଅଧିକ ସମୟ ରହିନଥାଉ। ଏହା ସମସ୍ତଙ୍କୁ ସତେଜ କରିଥାଏ," କୁହନ୍ତି ୫୨ ବର୍ଷୀୟ ସୁଖଦେଓ ଚଞ୍ଚଲ ସିଂହ ଯାହାର ସୈଜନିରେ ୨୦ ଏକର ଚାଷଜମି ରହିଛି। "ଏହି ଉପାୟରେ, ଆମ୍ଭେମାନେ ବିକ୍ଷୋଭକୁ ଆଗକୁ ନେଇ ପାରିବୁ ଯେତେ ଦୂର ସମ୍ଭବ।"

୪୫ ବର୍ଷୀୟା ବଲଜିତ କୌର କୁହନ୍ତି, ଯେତେବେଳେ ପରିବାରର ଜଣେ ସଦସ୍ୟ ଦୂରରେ ଥାଆନ୍ତି, ପରିବାରର ଅନ୍ୟ ସଦସ୍ୟମାନେ ଘରକାମକୁ ଆଗେଇ ନିଅନ୍ତି। ସୈଜନିରେ ଥିବା ତାଙ୍କ ଘର ବାରଣ୍ଡାରେ ବାସନ ଧୋଉଥିବା ସମୟରେ, ସେ କହିଲେ,"ଆମର ତିନୋଟି ମଇଁଷି ଅଛନ୍ତି ଯେଉଁମାନଙ୍କର ମୁଁ ଯତ୍ନ ନିଏ,"।

ଘରକାମ ଦେଖିବା ବ୍ୟତୀତ, ସଫାକରିବା ଏବଂ ରାନ୍ଧିବା ଆଦି ମୋ ଉପରେ। ଯେତେବେଳେ ତା’ର ବାପା ଦୂରରେ ଥାଆନ୍ତି ମୋ ୨୧ବର୍ଷୀୟ ପୁଅ କୃଷିକ୍ଷେତ୍ରର ଯତ୍ନ ନିଏ।"

ବଲଜିତଙ୍କ ସ୍ୱାମୀ, ୫୦ବର୍ଷୀୟ ଜସପାଲ, ଘାଯିପୁରକୁ ଦୁଇଥର ଯାଇଛନ୍ତି - ଶେଷଥର ପାଇଁ ସେ ଫେବୃୟାରୀ ଶେଷଠାରୁ ମାର୍ଚ୍ଚର ପ୍ରଥମ ସପ୍ତାହ ଯାଏଁ ଥିଲେ। ସେ କୁହନ୍ତି, ଯେତେବେଳେ ସେ ଦୂରରେ ଥାଆନ୍ତି ସେ ଠିକ୍‌ରେ ଶୋଇପାରନ୍ତି ନାହିଁ। "ଭଲକଥା ଏଇଆ କି ସମଗ୍ର ଗ୍ରାମ ପରସ୍ପରକୁ ସହାୟ ହେଉଛନ୍ତି। ଯଦି ମୋ ସ୍ୱାମୀ ନାହାନ୍ତି, ତେବେ ଅନ୍ୟ କେହି ଜଣେ ଫସଲରେ ପାଣି ଦେଇଦିଅନ୍ତି ଯଦି ମୋ ପୁଅ ଦେଇପାରିଲାନି।"

ଏହି ପ୍ରକାରର  ସହାନୁଭୁତି ଓ ସଂହତି ସିର୍ଭିକ୍ରମଜିତ ଓ ପରମଜିତଙ୍କୁ ତାଙ୍କ ଦୁଃଖ ସମୟରେ ସହାୟ ହେଲା। ସିର୍ଭିକ୍ରିମଜିତ କୁହନ୍ତି,"ଆମ୍ଭେମାନେ ଆମର ପେଶା[କୃଷି]ଦ୍ୱାରା ଯୋଡିହୋଇ ରହିଚୁ"। "ଉତ୍ତରାଖଣ୍ଡ, ପଞ୍ଜାବ ଏବଂ ହରିୟାନାରୁ ବହୁତ ଅଚିହ୍ନା କୃଷକ ଆମକୁ ସମ୍ବେଦନା ଜଣାଇବାକୁ ଆସିଛନ୍ତି।"

ସିର୍ଭିକ୍ରିମଜିତ କୁହନ୍ତି,"ଆମ ଚାରିପଟେ ଥିବା ଲୋକମାନଙ୍କର ସହଯୋଗ ଯୋଗୁଁ ଆମେ ଆଗେଇ ଚାଲିଛୁ"। "ଯଦି ଏହି ସରକାର କୃଷକ ଗୋଷ୍ଠୀ ପରି ଅନୁଭବ କରୁଥାଆନ୍ତେ,ଏହି ତିନୋଟି ଆଇନକୁ ଖାରଜ କରିଥାଆନ୍ତେ।"

ଅନୁବାଦ: ଓଡ଼ିଶାଲାଇଭ୍‍

Parth M. N.

Parth M.N. is a 2017 PARI Fellow and an independent journalist reporting for various news websites. He loves cricket and travelling.

Other stories by Parth M. N.
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE