ଭୁବନେଶ୍ୱରରେ ଅନୁଷ୍ଠିତ ଗଣତନ୍ତ୍ର ଦିବସ ସମାରୋହ ଓ ତା ପରେ ରାଜଭବନରେ ଚା’ ଭୋଜିରେ ସାମିଲ ହେବାଲାଗି ଓଡ଼ିଶାର ରାଜ୍ୟପାଳ ଓ ତାଙ୍କ ପତ୍ନୀଙ୍କ ପକ୍ଷରୁ ନିମନ୍ତ୍ରଣକୁ ଲକ୍ଷ୍ମୀ ‘ଇନ୍ଦିରା’ପଣ୍ଡା ଗ୍ରହଣ କରିନଥିଲେ। ସେମାନେ ତାଙ୍କ କାର୍ର ପାର୍କିଂ ପାଇଁ ଏକ ସ୍ୱତନ୍ତ୍ର ପାର୍କିଂ ପାସ୍ର ମଧ୍ୟ ବ୍ୟବସ୍ଥା କରିଥିଲେ। କିନ୍ତୁ ଏହି ନିମନ୍ତ୍ରଣର ଲକ୍ଷ୍ମୀ କୌଣସି ଉତ୍ତର ଦେଇନଥିଲେ। କିମ୍ବା ତା’ ପରେ ସ୍ୱାଧୀନତା ଦିବସ ସମାରୋହରେ ମଧ୍ୟ ସେ ଯୋଗ ଦେଲେନାହିଁ ।
ଲକ୍ଷ୍ମୀ ପଣ୍ଡାଙ୍କର କାର୍ ନାହିଁ ଏବଂ ସେ କୋରାପୁଟ ଜିଲ୍ଲାର ଜୟପୁର ଟାଉନରେ ଥିବା ଏକ ବସ୍ତିର ଗୋଟିଏ ଛୋଟ କୋଠରୀରେ ରହନ୍ତି। ପୂର୍ବରୁ ଦୁଇ ଦଶନ୍ଧି ଧରି ସେଠାରେ ସେ ରହିଛନ୍ତି। ଗତବର୍ଷ ସ୍ଥାନୀୟ ଶୁଭେଚ୍ଛୁମାନେ ତାଙ୍କପାଇଁ ଟ୍ରେନ୍ ଟିକେଟ କରିଦେଇଥିଲେ, ଯାହାଫଳରେ ସେ ସ୍ୱାଧୀନତା ଦିବସ ସମାରୋହରେ ସାମିଲ ହୋଇପାରିଥିଲେ। ଏବର୍ଷ ସେ ଏଥିପାଇଁ ତାଙ୍କର ସାମର୍ଥ୍ୟ ନଥିଲା। ଆମକୁ ନିମନ୍ତ୍ରଣପତ୍ର ଏବଂ ପାର୍କିଂ ପାସ ଦେଖାଇ ସେ ହସି ପକାଇଲେ। କାର୍ ସହିତ ତାଙ୍କର ଏକମାତ୍ର ସଂପର୍କ ଥିଲା ଯେ: ଚାରି ଦଶନ୍ଧି ପୂର୍ବରୁ ମୋ ସ୍ୱାମୀ ଡ୍ରାଇଭର ଥିଲେ । ଇଣ୍ଡିଆନ୍ ନ୍ୟାସନାଲ୍ ଆର୍ମି ଏବେ ବି ଲକ୍ଷ୍ମୀଙ୍କର ପ୍ରକାଶିତ ଏକ ଫଟୋକୁ ଗର୍ବର ସହ ରଖିଛି, ଯେଉଁଥିରେ ସେ ହାତରେ ରାଇଫଲ୍ ଧରିଛନ୍ତି ।





