‘‘ଏଠାରେ ଏହା ଗୋଣ୍ଡି ଭାଷା ଏବଂ ହଲବିରେ ଏହା ଘୋଡଣ୍ଡୀ ଭାବରେ ଜଣାଶୁଣା । ଏହାର ଅର୍ଥ ଘୋଡ଼ା ଚଢିବା । କିବଇଵାଲେଙ୍ଗା ଗ୍ରାମ ନିବାସୀ (ଜନଗଣନାରେ କିବଇଵାଲେଙ୍ଗା ଭାବେ ତାଲିକାଭୁକ୍ତ) ଯୁବ ଶିକ୍ଷକ ଗୌତମ ସେଠିୟା କହନ୍ତି,  ଏହି ବାଡ଼ିର ସହାୟତାରେ ଚାଲିବ କିମ୍ବା ଦୌଡିବା ସମୟରେ ଆପଣ ଏକ ଅଶ୍ୱ ଉପରେ ବସିଥିବା ଭଳି ଅନୁଭବ କରିବା ସହିତ ଆନନ୍ଦିତ ହେବେ ।

ଛତିଶଗଡ଼ ବସ୍ତର ଅଞ୍ଚଳର କୋଣ୍ଡାଗାଁ ଜିଲ୍ଲା ଅନ୍ତର୍ଗତ କୋଣ୍ଡାଗାଁ ବ୍ଲକର ଏକ କ୍ଷୁଦ୍ର ଗ୍ରାମ ଝଗଡହିନପାରାର ପ୍ରାକ କିଶୋର ବାଳକମାନଙ୍କ ମଧ୍ୟରୁ ଜଣେ - ମୁଁ  ଏଠାରେ କୌଣସି ବାଳିକାମାନଙ୍କୁ ଘୋଡଣ୍ଡୀ ଖେଳିବାର ଦେଖିନାହିଁ -ହରେଲି ଅମାବାସ୍ୟାର ( ଜୁଲାଇ ଅଗଷ୍ଟ ମଧ୍ୟରେ) ମାଙ୍ଗଳିକ ଦିନରେ ବାଡ଼ି ଉପରେ ଆରୋହଣ ହୋଇଥାଏ । ଏହି ଆରୋହଣ ଏବଂ କ୍ରୀଡ଼ାଦି ନୟାଖାନି ( କିମ୍ବା ନୱାଖାନି - ଛତିଶଗଡର ଅନ୍ୟ ପ୍ରାନ୍ତରେ ) ଅଗଷ୍ଟ ସେପ୍ଟେମ୍ବର ଗଣେଶ ପୂଜାର କିଞ୍ଚିତ ସମୟ ପର୍ଯ୍ୟନ୍ତ ଜାରି ରହିଥାଏ ।

ଭିଡିଓ ଦେଖନ୍ତୁ - ଘୋଡଣ୍ଡୀ : ବସ୍ତରର ଆନନ୍ଦଦାୟକ ଭାର ସନ୍ତୁଳନ କାର୍ଯ୍ୟ

ଗୌତମ ଆହୁରି ମଧ୍ୟ କୁହନ୍ତି - "ଆମେ ମଧ୍ୟ ଏହା ସହିତ ବହୁତ ଖେଳୁ ।" ଏହି ସ୍ଥାନୀୟ ଭାବେ ପ୍ରସ୍ତୁତ ପୋଗୋ - ବାଡ଼ି ଛତିଶଗଡ଼ର ଅନ୍ୟ ପ୍ରାନ୍ତରେ ଗେଡି ଭାବେ ପରିଚିତ । "ଆମେମାନେ ଏହାକୁ ନିଜେ ପ୍ରସ୍ତୁତ କରିବୁ (ସାଧାରଣତଃ ଶାଳ କିମ୍ବା କର କାଠ ସହିତ)’

ଶିଶୁର ଉଚ୍ଚତା ଏବଂ ଦକ୍ଷତାର ଉପରେ ନିର୍ଭର କରି ବିଭିନ୍ନ ଉଚ୍ଚତାରେ ବାଡ଼ି ଉପରେ ଏକ ପାଦ ବିଶ୍ରାମ ଦିଆଯାଏ - ଏକ ଭାର ସନ୍ତୁଳନ କାର୍ଯ୍ୟ ଯାହା ସେମାନେ ପତନ ଏବଂ ବିଜୟ ମାଧ୍ୟମରେ ଉଠାନ୍ତି, ଏବଂ ଅନ୍ୟମାନଙ୍କୁ ଅବଲୋକନ କରି, କିମ୍ବା ସ୍ଥାନୀୟ ଟ୍ରୁପରେ ଥିବା ପାରମ୍ପରିକ ନୃତ୍ୟ ଶିଳ୍ପୀମାନଙ୍କୁ ଦେଖି ଏହି ବାଡ଼ିର ବ୍ୟବହାର ଏବଂ ପ୍ରଦର୍ଶନ କରନ୍ତି ।

ଏଠାରେ ନୟାଖାନିର ଦ୍ଵିତୀୟ ଦିନରେ ଘୋଡଣ୍ଡୀର ପ୍ରତୀକାତ୍ମକ ଦେବୀଙ୍କୁ ପୂଜା କରନ୍ତି, ସମସ୍ତ ବାଡ଼ିକୁ ଗୋଟିଏ ସ୍ଥାନରେ ଏକତ୍ରିତ କରି ସେସବୁକୁ ସ୍ଥାନୀୟ ପରମ୍ପରା ଅନୁସାରେ ଭଙ୍ଗା ଯାଇଥାଏ  ।

ଅନୁବାଦ: ଓଡ଼ିଶାଲାଇଭ୍‍

Purusottam Thakur

পুরুষোত্তম ঠাকুর ২০১৫ সালের পারি ফেলো। তিনি একজন সাংবাদিক এবং তথ্যচিত্র নির্মাতা। বর্তমানে আজিম প্রেমজী ফাউন্ডেশনে কর্মরত পুরুষোত্তম সমাজ বদলের গল্প লেখায় নিযুক্ত আছেন।

Other stories by পুরুষোত্তম ঠাকুর
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE