ରାତି ୨ଟା ବାଜିଥିଲା। ଏହା ଘନ ଅନ୍ଧକାର ଥିଲା। ଏବଂ ଆମେ ତାମିଲନାଡୁର ରାମନାଥପୁରମ ଜିଲ୍ଲାର (ଯାହା ସାଧାରଣରେ ରାମନାଡ଼ ନାମରେ ପରିଚିତ) ଉପକୂଳରୁ ଏକ ବୋଟରେ ଯାତ୍ରା କରିଥିଲୁ ଯେଉଁଟିକୁ ଗର୍ବର ସହିତ ‘ମେକାନାଇଜଡ୍‍ ବୋଟ୍‍’ କୁହାଯାଇଥାଏ।

ମେକାନାଇଜଡ୍‍ ବୋଟଟି ମୁଖ୍ୟତଃ ଏକ ଦଦରା ଡଙ୍ଗା ଥିଲା, କିଛିମାତ୍ରାରେ ଏକ ପୁରାତନ ନୌକାରେ ଏକ ଲେଲ୍ୟାଣ୍ଡ ବସର ଇଞ୍ଜିନ(୧୯୬୪ରେ ଏହା ଅକ୍ଷମ ହୋଇଯାଇଥିଲା, କିନ୍ତୁ ଏହାକୁ ପୁନଃ କାର୍ଯ୍ୟକ୍ଷମ କରି ଏହି ଯନ୍ତ୍ର ବ୍ୟବହାର ଉପଯୋଗୀ କରାଯାଇଥିଲା- ୧୯୯୩ ମସିହାରେ ଏବେବି ଏହା କାର୍ଯ୍ୟକ୍ଷମ ଅଛି ଯେବେ ମୁଁ ଏହି ଯାତ୍ରା କରିଥିଲି)ସଂଯୋଗ କରାଯାଇଥିଲା। ଆମେମାନେ ପ୍ରକୃତରେ କେଉଁ ସ୍ଥାନରେ ଥିଲୁ ସେ ବିଷୟରେ ସ୍ଥାନୀୟ ମତ୍ସଜିବୀମାନଙ୍କ ବ୍ୟତୀତ ମୋର କୌଣସି ଧାରଣା ନଥିଲା। ମୋର ସର୍ବୋତ୍ତମ ଧାରଣା ଅନୁସାରେ ମୁଁ କହିପାରିବି ଯେ ଏହା ବଙ୍ଗୋପସାଗରର କୌଣସି ଏକ ସ୍ଥାନ।

ଆମେ ପ୍ରାୟ ୧୬ ଘଣ୍ଟା ସମୁଦ୍ରରେ ଯାତ୍ରା କରିସାରିଛୁ, କିଛି ଖରାପ ପରିସ୍ଥିତିରେ ମଧ୍ୟ। କିନ୍ତୁ ପାଞ୍ଚ ସଦସ୍ୟ ବିଶିଷ୍ଟ ନାବିକମାନଙ୍କ ହସକୁ ଏହା କମ୍‍ କରିବାରେ ସକ୍ଷମ ହୋଇନଥିଲା, ସମସ୍ତଙ୍କର ଉପନାମ  ‘ଫର୍ଣ୍ଣାଣ୍ଡୋ’ ଥିଲା - ଯାହାକି ଏଠାର ମତ୍ସ୍ୟଜୀବୀ ସମ୍ପ୍ରଦାୟ ମଧ୍ୟରେ ଅତି ସାଧାରଣ।

'ମେକାନାଇଜଡ୍ ବୋଟ୍‌'ରେ ଫର୍ଣ୍ଣାଣ୍ଡୋସ୍ ମଧ୍ୟରୁ ଜଣେ ଧରିଥିବା ଏକ ବାଡ଼ି ଶେଷରେ ଜଳୁଥିବା କିରୋସିନି-ଭିଜାଯାଇଥିବା ଛିଣ୍ଡା କପଡ଼ା ବ୍ୟତୀତ ଆଲୋକର ଅନ୍ୟ କୌଣସି ଉତ୍ସ ନଥିଲା। ଯାହାକି ମୋତେ ଚିନ୍ତିତ କରିଥିଲା। ଏହି ଅନ୍ଧକାରରେ କିପରି ମୁଁ ଫଟୋ ଉଠାଇବି?

ମାଛଟି ମୋର ସମସ୍ୟାର ସମାଧାନ କରିଦେଲା।

ସେମାନେ ଫସଫୋରସେନ୍ସ ଆଲୋକରେ ଆଲୋକିତ ହେଉଥିବା ଜାଲ ସହ ଆସିଥିଲେ (ଏବଂ ମୁଁ ସଂପୂର୍ଣ୍ଣ ରୂପେ ନିଶ୍ଚିତ ନୁହେଁ ଯେ ଏହା କ’ଣ) ଏବଂ ସେମାନେ ଥିବା ବୋଟ୍‌ର ଗୋଟିଏ ଅଂଶରେ ନିଆଁ ଜାଳିଥିଲେ। ଫ୍ଲାସ୍ ବାଉନ୍ସ କରିବା ବାକି ସବୁ କାମ କରିଦେଲା। ମୁଁ ଫ୍ଲାସ୍ ବ୍ୟବହାର ନକରି କେତେଗୁଡ଼ିଏ  ଫଟୋ ଉଠାଇବାକୁ ମଧ୍ୟ ସକ୍ଷମ ହୋଇଥିଲି (ଯାହା ମୁଁ ସର୍ବଦା ନାପସନ୍ଦ କରେ)।

ଏହାପରେ ଏକ ଘଣ୍ଟା ପରେ, ମୋତେ ସବୁଠାରୁ ତାଜା ମାଛ ପରଷା ଯାଇଥିଲା ଯାହାକି ମୁଁ କେବେବି ଖାଇ ନଥିଲି,ତାହାକୁ ଏକ ବଡ଼ ରନ୍ଧ୍ରଥିବା ଟିଣ ପାତ୍ରକୁ ଓଲଟାଯାଇ ରନ୍ଧା ଯାଇଥିଲା। ଟିଣର ତଳେ ଓ ଭିତରେ କୌଣସି ପ୍ରକାରରେ ସେମାନେ ନିଆଁ ଜଳାଇ ରଖିଥଲେ। ଆମେ ଦୁଇ ଦିନ ଧରି ସମୁଦ୍ରରେ ରହିଥିଲୁ, ୧୯୯୩ ମସିହାରେ ମୁଁ ରାମନାଡ଼ ଉପକୂଳରେ କରିଥିବା ତିନୋଟି ଯାତ୍ରା ମଧ୍ୟରୁ ଏହା ଅନ୍ୟତମ। ମତ୍ସ୍ୟଜୀବୀମାନେ ପ୍ରାଚୀନ ଯନ୍ତ୍ରପାତି ସହିତ କଠିନ ପରିସ୍ଥିତିରେ ଆନନ୍ଦ ଏବଂ ବହୁତ ଦକ୍ଷତା ସହିତ କାର୍ଯ୍ୟ କରୁଥିଲେ।

Out on a two-night trip with fishermen off the coast of Ramnad district in Tamil Nadu, who toil, as they put it, 'to make someone else a millionaire'
PHOTO • P. Sainath

ଦୁଇଥର କୋଷ୍ଟ ଗାର୍ଡ ଆମ ପାଖକୁ ଆସି ଆମକୁ ଯାଞ୍ଚ କରିଥିଲେ- ଏହା ଏଲଟିଟିଇ ଯୁଗ ଥିଲା ଏବଂ କିଛି କିଲୋମିଟର ଦୂରରେ ଶ୍ରୀଲଙ୍କା ଅବସ୍ଥିତ ଥିଲା। କୋଷ୍ଟ ଗାର୍ଡ ଜଣକ ବିରକ୍ତିର ସହ ମୋର ପରିଚୟ ପତ୍ର ଗ୍ରହଣ କରିଥିଲେ- ଯାହାକି ଥିଲା ରାମନାଡ଼ ଜିଲ୍ଲାପାଳଙ୍କଠାରୁ ମିଳିଥିବା ଏକମାତ୍ର ପତ୍ର ଯେଉଁଥିରେ ଉଲ୍ଲେଖ କରାଯାଇଥିଲା ଯେ ମୁଁ ଜଣେ ପ୍ରକୃତ ସାମ୍ବାଦିକ।

ଏହି ଉପକୂଳରେ ରହୁଥିବା ଅଧିକାଂଶ ମତ୍ସ୍ୟଜୀବୀ ଋଣଗ୍ରସ୍ତ ଅଟନ୍ତି ଏବଂ ନଗଦ ଓ ଉତ୍ପାଦକୁ ଆଧାର କରି ବହୁତ କମ୍ ମଜୁରୀରେ କାମ କରନ୍ତି। ସେମାନଙ୍କ ମଧ୍ୟରେ ସବୁଠାରୁ ଶିକ୍ଷିତ ଯାହାକୁ ମୁଁ ଭେଟିଥିଲି ସେ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରିଥିଲେ। ସେମାନେ ଯେଉଁ ଅସୁମାରି ବିପଦର ସାମ୍ନା କରନ୍ତି ତାହା ତୁଳନାରେ ସେମାନଙ୍କର ପାରିଶ୍ରମିକ ହେଉଛି ନଗଣ୍ୟ, ଯଦିଓ ସେମାନେ ଧରୁଥିବା (ଉଦାହରଣସ୍ୱରୁପ) ଚୁଙ୍ଗୁଡିର ମୂଲ୍ୟ ଜାପାନରେ ଦୁର୍ମୁଲ୍ୟ ଅଟେ। ବିସ୍ମୟକର କଥା, ଏହିପରି  ଯନ୍ତ୍ର ଚାଳିତ ବୋଟ୍‌ରେ ଥିବା ଲୋକ ଏବଂ ପାରମ୍ପରିକ ଅଣ-ଯାନ୍ତ୍ରିକ ମତ୍ସ୍ୟଜୀବୀ ଜାହାଜ କିମ୍ବା ଦେଶୀ ଡଙ୍ଗା ମଧ୍ୟରେ ଥିବା ଲୋକଙ୍କ ଶ୍ରେଣୀ ପୃଷ୍ଠଭୂମିରେ ସେତେ ଅଧିକ ପାର୍ଥକ୍ୟ ନାହିଁ, କିନ୍ତୁ ବେଳେବେଳେ ସେମାନେ ପରସ୍ପର ସହ ସଂଘର୍ଷ କରିଥାନ୍ତି।

ଉଭୟ ଗୋଷ୍ଠୀ ଦରିଦ୍ର ଏବଂ ଅଳ୍ପ କେତେକ ଡଙ୍ଗାର ମାଲିକ ଅଟନ୍ତି। ବାସ୍ତବରେ,ଏହି କ୍ଷେତ୍ରରେ କୌଣସି ବୋଟ୍‍ 'ଯାନ୍ତ୍ରିକ' ନୁହେଁ। ଆମେ ସକାଳେ ସମୁଦ୍ର ମଧ୍ୟକୁ ଆଉ ଏକ ଯାତ୍ରା କରିଥିଲୁ - ଏବଂ ପରେ ସ୍ଥଳଭାଗକୁ ଫେରିଥିଲୁ। ଫର୍ଣ୍ଣାଣ୍ଡୋସମାନେ  ହସୁଥିଲେ। ଏଥର, ମୁଁ ସେମାନଙ୍କ ଅସ୍ତିତ୍ୱର ଅର୍ଥନୀତିକୁ ବୁଝିବାକୁ ଚେଷ୍ଟା କରୁଥିବା ବେଳେ ମୋ ବିସ୍ମିତ ଚେହେରାକୁ ଦେଖି ଅଧିକ ଉଲ୍ଲାସର ସହ ହସୁଥିଲେ।

ସେମାନଙ୍କ ମଧ୍ୟରୁ ଜଣେ କହିଲେ ଏହା ଅତି ସାଧାରଣ: "ଆମେ କାମ କରୁ ଅନ୍ୟ ଜଣଙ୍କୁ ଧନୀ କରିବା ପାଇଁ।"


ଏହାର ଏକ ସଂକ୍ଷିପ୍ତ ସଂସ୍କରଣ ଦି ହିନ୍ଦୁ ବିଜନେସ୍‍ଲାଇନରେ ୧୯୯୬ ମସିହା ଜାନୁଆରୀ ୧୯ରେ ପ୍ରକାଶିତ ହୋଇଥିଲା

ଅନୁବାଦ : ଓଡ଼ିଶାଲାଇଭ୍‍

P. Sainath

পি. সাইনাথ পিপলস আর্কাইভ অফ রুরাল ইন্ডিয়ার প্রতিষ্ঠাতা সম্পাদক। বিগত কয়েক দশক ধরে তিনি গ্রামীণ ভারতবর্ষের অবস্থা নিয়ে সাংবাদিকতা করেছেন। তাঁর লেখা বিখ্যাত দুটি বই ‘এভরিবডি লাভস্ আ গুড ড্রাউট’ এবং 'দ্য লাস্ট হিরোজ: ফুট সোলজার্স অফ ইন্ডিয়ান ফ্রিডম'।

Other stories by পি. সাইনাথ
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE