ବାନ୍ଦିପୁର ଜାତୀୟ ଉଦ୍ୟାନର ଠିକ୍ ପରେ ପରେ ଅବସ୍ଥିତ ମଙ୍ଗଳା ଗାଁର ଜଣେ କୃଷକ ଏନ୍. ସ୍ୱାମୀ ବାସବାନ୍ନା ତାଙ୍କ ସ୍ତ୍ରୀ ଓ ପିଲାମାନଙ୍କ ସହ ସେହି ଗାଁରେ ରହନ୍ତି ।
କର୍ଣ୍ଣାଟକର ଚାମରାଜନଗର ଜିଲ୍ଲାରେ ଥିବା ଭାରତର ଏକ ପ୍ରମୁଖ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ସୀମାବର୍ତ୍ତୀ ଅଞ୍ଚଳରେ ଛଅ ମାସ ଭିତରେ ସ୍ୱାମୀ ତାଙ୍କ ନିତିଦିନିଆ ଜୀବନର ଫଟୋଗୁଡ଼ିଏ ଉଠାଇଛନ୍ତି। ତାଙ୍କ ପରିବାର, ପଡ଼ୋଶୀ, କାମ, କ୍ଷେତ, ଫସଲ ଏବଂ ଗୃହପାଳିତ ପ୍ରାଣୀଙ୍କର ଫଟୋ । ତାଙ୍କ ଫଟୋ ନିବନ୍ଧ, ବନ୍ୟପ୍ରାଣୀଙ୍କ ସହ ରହିବା ଉପରେ ଏକ ବୃହତ୍ ସହଯୋଗିତାମୂଳକ ଫଟୋଗ୍ରାଫି ପ୍ରକଳ୍ପର ଅଂଶବିଶେଷ ଏବଂ ପରୀର ଛଅଟି ନିବନ୍ଧ ଶୃଙ୍ଖଳର ଷଷ୍ଠ ଭାଗ। (ପ୍ରଥମଟି, ଯେତେବେଳେ ଜୟାମ୍ମା ଚିତାବାଘକୁ ଦେଖିଲେ, ୮ମାର୍ଚ୍ଚ, ୨୦୧୭ରେ ପ୍ରକାଶିତ ହୋଇଥିଲା ।)











