हम सब कटुए हैं
हम सब कटुए हैं, आमात्य!
अपने कटे हुए सर
कटी हुई बाहें
कटे हुए पैर
और क्षत विक्षत आत्माएं लेकर
हम भटक रहें हैं
हम कातर कबंध…
हम सब कटुए हैं, राजन!
हम उस मां के कटे हुए सर हैं
जिसे पातकी पितृत्व की मदिरा से चूर
पाखंडी परशु ने धड़ से अलग कर दिया था
हम अधूरे धड़ से
मां के कटे हुए शीश के कल्ले
माटी में बोते हैं…
हम सब कटुए हैं, राजपुरूष!
हम उस तापस कुमार के भूलुंठित शीश हैं
जिसे खोखली मर्यादा की म्यान से निकाली गई
और जाति दर्प से विष बुझाई तलवार ने
काट दिया था...
जिसे किसी ने नहीं सुना
और जो अट्टहास गूंजता है हमारी संस्कृति कंदराओं में
हम उस कटे हुए शीश के अट्टहास हैं...
हम सब कटुए हैं, राजदंडाधिकारियो!
हम युगों युगों से
उस युवती की रक्त स्रावित नाक हैं
जिसे पुरुष के अहम ने
जिसे राज पुरुष दंभ ने काट दिया था
हमारी नककटी सभ्यता उस युवती के रक्त में
स्नान कर रही है और डुबकी मार
अपना ईश्वर खोज रही है
हम सब कटुए हैं, चक्रवर्ती!
हम उस योद्धा का कटा हुआ अंगूठा हैं
जिसे एक कपटी गुरुता ने काट लिया था
और फिर लगातार कटते रहे अंगूठे
कटते रहे सर
कटती रहीं बांहे
कटती रही उंगलियां
देखो आक्षितिज बिखरे हैं कटे हुए अंगूठे|
देखो उन कटे हुए अंगूठों के निशान ले रही है मंत्रिपरिषद
देखो उन कटे हुए अंगूठों की माला पहन रहे हैं महामात्य
हम सब कटुए हैं, अभिजात्यों!
हम सब कटुए हैं और बहुमत में हैं
हम खड़े हैं इतिहास के राजपथों पर
अपनी कटी हुई पहचान हथेलियों पर सजाए
आप इस देश को छोड़ें सम्राट
अपने नवनीत वदन और संपूर्ण कलेवर के साथ
ये देश हमारा है
ये आर्यावर्त कटुओं का है
ଆମର ବିଖଣ୍ଡିତ ଶରୀର
ଆମେ ସମସ୍ତେ ଖଣ୍ଡ ଖଣ୍ଡ ବିଖଣ୍ଡିତ ମାଂସ, ଖଣ୍ଡିତ।
ଆମେ ସମସ୍ତେ ଭଗ୍ନ, ବିଚ୍ଛିନ୍ନ ସତ୍ତା, ଅମାତ୍ୟ।
ଘୁରି ବୁଲୁଛନ୍ତି ଆମେ କଟା ମୁଣ୍ଡ,
କଟା ହାତ, କଟା ଗୋଡ଼ ଧରି,
ଓ ଆମର ଆତ୍ମା ବିଖଣ୍ଡିତ।
ଧାଡ଼ି କରି ଚାଲନ୍ତି ଆମ ମୁଣ୍ଡ ବିହୀନ ଶରୀର ସମୂହ
ହେ ଭଗବାନ, ଆମେ ସବୁ ବିଖଣ୍ଡିତ ମାଂସ ଖଣ୍ଡ ଖଣ୍ଡ।
ଆମେ ସବୁ କଟା-ମୁଣ୍ଡ
ସେହି ମା’ର ଯାହାର
କପଟୀ ପୁଅ ପର୍ଶୁଙ୍କର ପିତୃତ୍ୱ ପ୍ରତି ଘୋର ଆସକ୍ତିରୁ
ଫାର୍ଶା ଚୋଟରେ ଭୂପତିତ ହୋଇଥିଲା ଶିର।
ଆମ ମା’ମାନଙ୍କର କଟା-ମୁଣ୍ଡଗୁଡ଼ିକୁ
ଭୁଇଁରେ ରୋପିବା ପରେ,
ଆମେ ସମସ୍ତେ, ଆମ ଶିରହୀନ ଶରୀର ସହ,
ବିଖଣ୍ଡିତ ମାଂସର ଟୁକୁଡ଼ା, ହେ ମନ୍ତ୍ରୀ ମହୋଦୟ।
ଆମେ ସମସ୍ତେ ସେହି ଯୁବ ସନ୍ନ୍ୟାସୀଙ୍କ
ଶୂନ୍ୟ ଗରିମା କୋଷରୁ ଭିଡ଼ା ହୋଇ ଆସିଥିବା
ଖଣ୍ଡା ଚୋଟରେ ତଳେ ଗଡ଼ୁଥିବା ଶିର,
ଜାତି ଅହଂକାରରେ ବିଷାକ୍ତ ବିଭୋର...
ଆମେ ସବୁ କେହି ଶୁଣୁ ନଥିବା ଅଟ୍ଟହାସ୍ୟ,
ଯାହା କେବଳ ପ୍ରତିଧ୍ଵନିତ ହୁଏ ଆମ ସଂସ୍କୃତିର ଗୁମ୍ଫାଗୁଡ଼ିକରେ।
ଆମେ କେବଳ କଟା-ମୁଣ୍ଡଗୁଡ଼ିକର ହସ...
ଆମେ, ବିଖଣ୍ଡିତ ମାଂସର ଟୁକୁଡ଼ା, ହେ ଭଗବାନ,
ହେ ରାଷ୍ଟ୍ରର ଶାସକ ବର୍ଗ!
ଯୁଗ ଯୁଗ ଧରି ବର୍ତ୍ତମାନ ସୁଦ୍ଧା ଆମ
ସ୍ତ୍ରୀ ଲୋକମାନଙ୍କର
ପୁରୁଷଙ୍କ ଅହଙ୍କାର ଓ ରାଜା
ପାରିଷଦଙ୍କ ଦ୍ୱାରା କଟା ଯାଇଥିବା
ନାକରୁ ବୋହି ଚାଲିଛି ରକ୍ତ ଧାର।
ସେହି ସ୍ତ୍ରୀ ଲୋକର ରକ୍ତରେ ଭିଜୁଛି
ଆମ ଦୁଷ୍ଟ ସଭ୍ୟତା,
ଲମ୍ଫ ମାରି ତା’ ଭିତରକୁ
ଖୋଜୁଛି ଦେବତାମାନଙ୍କୁ।
ଆମେ ସମସ୍ତେ ବିଖଣ୍ଡିତ ମାଂସର ଟୁକୁଡ଼ା, ହେ ମହାମହିମ।
ଆମେ ସେହି ଯୋଦ୍ଧାର କଟି ଯାଇଥିବା ବୃଦ୍ଧାଙ୍ଗୁଷ୍ଠି
ଜଣେ ଶିକ୍ଷକର ମହାନ ଛଳନା ଦ୍ଵାରା କାଟି ଦିଆ ଯାଇଛି
କଟି ଯାଇଛି ବୃଦ୍ଧାଙ୍ଗୁଷ୍ଠି
ମୁଣ୍ଡ ସବୁ ଗଡ଼ୁଛି
ହାତ ଦୋହଲୁଛି
ଆଙ୍ଗୁଠି ସବୁ କଟା ଯାଇଛି
ଦିଗବଳୟକୁ ଚାହିଁ ଦେଖ କଟା ବୁଢ଼ା ଆଙ୍ଗୁଠିଗୁଡ଼ିକର ଧାଡ଼ି ଲମ୍ବି ରହିଛି
ମନ୍ତ୍ରୀ ପରିଷଦକୁ ଚାହିଁ ଦେଖ ବୁଢ଼ା ଆଙ୍ଗୁଠିର ଛାପ ସଂଗ୍ରହ କରୁଛି
ମହାମାତ୍ୟ, ମୁଖ୍ୟମନ୍ତ୍ରୀ ପିନ୍ଧିଛନ୍ତି
କଟା ବୁଢ଼ା ଆଙ୍ଗୁଠିଗୁଡ଼ିକର ମାଳା
ହେ ବୁଦ୍ଧିଜୀବୀମାନେ, ଆମେ ସମସ୍ତେ ବିଖଣ୍ଡିତ ମାଂସର ଟୁକୁଡ଼ା।
ଆମେ ସମସ୍ତେ ବିଭଗ୍ନ, ବିଚ୍ଛିନ୍ନ ଅସ୍ତିତ୍ଵ
ଆମେ ସଂଖ୍ୟାଗରିଷ୍ଠ।
ଇତିହାସର ରାଜରାସ୍ତାରେ ଆମେ ହୋଇଛୁ ଠିଆ
ଆମେ ହରାଇଥିବା ପରିଚୟରେ ଆମ ପାପୁଲିଗୁଡ଼ିକୁ ସଜାଇ।
ତୁମେ ତୁମ ନିଖୁଣ ଶରୀର ଓ ସର୍ବଦା ବଦଳୁଥିବା ମୁହଁ ସହ,
ଏ ଦେଶକୁ ଛାଡି ତୁମେ ଚାଲିଯାଅ, ହେ ମହାମହିମ।
ଏ ଦେଶ ଆମର,
ଆର୍ଯ୍ୟାବର୍ତ୍ତ, ଆର୍ଯ୍ୟମାନଙ୍କର ଭୂମି
ଖଣ୍ଡିତମାନଙ୍କ ନିଜର, ବିଖଣ୍ଡିତ ଲୋକମାନଙ୍କର।