‘‘କୱାଡି, କୱାଡି, କୱାଡି, କବାଡ଼ି, କବାଡ଼ି, କବାଡ଼ି....’’
ମାଟି ଉପରେ ଧଳା ଗାର କଟାଯାଇଥିବା ବୃତ୍ତ ମଧ୍ୟରେ ଏହି ସ୍ୱର ଅଧିକରୁ ଅଧିକ ତୀବ୍ର ଭାବରେ ଶୁଭୁଥିଲା - ପାଳି ଧରୁଥିବା ବ୍ୟକ୍ତି ଓ ତାଙ୍କୁ ରୋକୁଥିବା ବ୍ୟକ୍ତିଙ୍କ ମଧ୍ୟରେ ସଂଘର୍ଷର ଦୃଶ୍ୟ। ଏହା ଥିଲା ଦିଲ୍ଲୀ ଉପାନ୍ତରେ ସିଂଘୁ ଏବଂ ଟିକ୍ରି ସୀମାରେ ୨୦୨୦- ୨୦୨୧ କୃଷକ ବିକ୍ଷୋଭର ଦୃଶ୍ୟ। କବାଡ଼ିର ଧାରାବାହିକ ବିବରଣୀ ସହିତ ପ୍ରତିବାଦର ସ୍ଲୋଗାନ ଏବଂ ଭାଷଣ - ଲକ୍ଷ ଲକ୍ଷ ଚାଷୀ ଏବଂ କୃଷି ଶ୍ରମିକ ଏଠାରେ ତିନୋଟି କୃଷି ଆଇନର ପୁନର୍ବିଚାର ପାଇଁ ଧାରଣାରେ ବସିଥିଲେ।
୨୦୨୧ ସେପ୍ଟେମ୍ବରରେ ସପ୍ତାହ ବ୍ୟାପୀ ଟୁର୍ଣ୍ଣାମେଣ୍ଟ ଶେଷରେ ଜଣେ ନୂଆ ଖେଳାଳି ଉଭା ହେଲେ: ହରିୟାଣାର ରୋହତକର ସିଲୁ ବାଲହାରା ସେ ପଞ୍ଜାବ ତରଫରୁ ଲିଗ୍ ଅଫ୍ କବାଡ଼ି ଷ୍ଟାରରେ ଯୋଗ ଦେବାକୁ ଗଲେ। ଯେଉଁଠାରେ କମ୍ ଆୟ ବର୍ଗ ଏବଂ ଅବହେଳିତ ସମ୍ପ୍ରଦାୟର ଯୁବକମାନଙ୍କୁ ଏକ ଦୃଢ଼ ଆର୍ଥିକ ସହାୟତା ପାଇଥାନ୍ତି।
ବୃତ୍ତାକାର ଶୈଳୀର କବାଡ଼ି ହେଉଛି ପଞ୍ଜାବର ଗାଁ ଗହଳିର ଯୁବବର୍ଗର ଅନ୍ୟତମ ପ୍ରଥମ କ୍ରୀଡ଼ା। ଏହାର ବିଶେଷତ୍ୱ ହେଉଛି ଏହାର ସରଳତା: କୌଣସି ଉପକରଣ ଆବଶ୍ୟକ ହୋଇନଥାଏ - ବହୁ ସମୟରେ ଖେଳାଳିମାନେ ଜୋତା ମଧ୍ୟ ପିନ୍ଧନ୍ତି ନାହିଁ। ଏହାର ନିୟମାବଳି ସରଳ ଏବଂ ମାଟି ଉପରେ ଖେଳା ଯାଇଥାଏ।
ଏଥିରେ ଶାରୀରିକ ଶକ୍ତିର ଗୁରୁତ୍ୱ ରହିଥିବାରୁ ଉତ୍ତମ ଶାରୀରିକ ଗଠନରେ ରୁଚି ରଖୁଥିବା ଯୁବକମାନଙ୍କ ପାଇଁ ଆକର୍ଷଣୀୟ ହୋଇଥାଏ। ଏହି ଖେଳ ମଧ୍ୟ ପଞ୍ଜାବ ଶୈଳୀର କବାଡ଼ି ଭାବରେ ଜଣାଶୁଣା - ଯାହାକି ମେଳା ମହୋତ୍ସବ, ସାମାଜିକ ସମ୍ମିଳନୀ ଏବଂ ସ୍ଥାନୀୟ ଟୁର୍ଣ୍ଣାମେଣ୍ଟଗୁଡ଼ିକରେ ଖେଳା ଯାଇଥାଏ।
ପଞ୍ଜାବରେ କବାଡ଼ିର ଋତୁ କୃଷି ପଞ୍ଜିକା ଅନୁଯାୟୀ ଚାଲିଥାଏ। ବୁଣାବୁଣି ସରିବା ପରେ ଅକ୍ଟୋବର ମାସରୁ ଆରମ୍ଭ ହୁଏ ଏବଂ ଅମଳ ପର୍ଯ୍ୟନ୍ତ ଏପ୍ରିଲ୍ ମାସ ଯାଏଁ ଜାରି ରହିଥାଏ।




















