ଠିକ୍‍ ଏକ ବର୍ଷ ପୂର୍ବେ ସର୍ବାଧିକ ଜନସାଧାରଣ, ନାଗରିକମାନଙ୍କ ଦ୍ୱାରା ସାଧାରଣତନ୍ତ୍ର ଦିବସ ପାଳନ କରା ଯାଇଥିଲା। ୨୦୨୦ ସେପ୍ଟେମ୍ବରରେ ସଂସଦରେ ବିବାଦୀୟ ଭାବରେ ପାରିତ ତିନୋଟି କୃଷି ଆଇନକୁ ବିରୋଧ କରି ଦୀର୍ଘ  ଦୁଇମାସ ଧରି ଦିଲ୍ଲୀ ବାହାରେ ଛାଉଣି କରି ରହିଥିବା ଦଶ ହଜାର କୃଷକ ନିଜର ବ୍ୟକ୍ତିଗତ ସାଧାରଣତନ୍ତ୍ର ଦିବସ ସମାବେଶ ଆୟୋଜନ କରିଥିଲେ। ଜାନୁୟାରୀ ୨୬ ୨୦୨୧ ରେ ସିଙ୍ଗୁ, ଟିକ୍ରି, ଗାଜିପୁର ଏବଂ ଦିଲ୍ଲୀ ସୀମାରେ ଥିବା ଅନ୍ୟ ବିକ୍ଷୋଭ ସ୍ଥଳଗୁଡ଼ିକରେ ଏବଂ ସମଗ୍ର ଦେଶରେ ମଧ୍ୟ ଟ୍ରାକ୍ଟର ଶୋଭାଯାତ୍ରା ଆରମ୍ଭ କରାଯାଇଥିଲା ।

କୃଷକମାନଙ୍କ ସମାବେଶ ଏକ ଶକ୍ତିଶାଳୀ, ମର୍ମସ୍ପର୍ଶୀ ସାଙ୍କେତିକ ପଦକ୍ଷେପ ଥିଲା। ଏହା ସାଧାରଣ ନାଗରିକ, କୃଷକ, ଶ୍ରମିକ ଏବଂ ଅନ୍ୟମାନଙ୍କ ଦ୍ୱାରା ଏହା ସାଧାରଣତନ୍ତ୍ରର ପୁର୍ନସ୍ଥାପନା ଥିଲା। ଏବଂ ଯଦିଓ ଏକ ଅପେକ୍ଷାକୃତ ଛୋଟ ବିଶୃଙ୍ଖଳିତ ଗୋଷ୍ଠୀ ଦ୍ୱାରା କିଛି ଅଘଟଣା ଯାହା ଏହି ଅବିଶ୍ୱସନୀୟ କାର୍ଯ୍ୟରୁ ଧ୍ୟାନକୁ କିଛି ସମୟ ପାଇଁ ହଟେଇ ଦେଇଥିଲା, ଏହା ଏକ ଉଲ୍ଲେଖନୀୟ ଘଟଣା ଥିଲା।

ନଭେମ୍ବର ୨୦୨୧ ରେ ସରକାର ଏହି ଆଇନଗୁଡ଼ିକୁ ରଦ୍ଦ କରିବା ପରେ କୃଷକଙ୍କ ବିକ୍ଷୋଭ ସମାପ୍ତ ହୋଇଥିଲା। ସେତେବେଳକୁ ସେମାନେ ଏକ ହାଡଭଙ୍ଗା ଥଣ୍ଡା ଶୀତ, ଅତ୍ୟନ୍ତ ଉତ୍ତପ୍ତ ଗ୍ରୀଷ୍ମ ପ୍ରବାହ ଏବଂ କୋଭିଡ -୧୯ ର ମାରାତ୍ମକ ଦ୍ୱିତୀୟ ଲହରକୁ ସାହସର ସହ ମୁକାବିଲା କରିଥିଲେ - ୭୦୦ ରୁ ଅଧିକ କୃଷକ ପ୍ରାଣ ହରାଇଥିଲେ। ଏହି ଚଳଚ୍ଚିତ୍ରଟି ସେମାନଙ୍କର ଦୀର୍ଘ ସଂଗ୍ରାମ ପାଇଁ ଏକ ଶ୍ରଦ୍ଧାଞ୍ଜଳି।

୨୦୨୧  ସାଧାରଣତନ୍ତ୍ର ଦିବସର  ଟ୍ରାକ୍ଟର ସମାବେଶ ଇତିହାସର ସବୁଠାରୁ ବଡ଼ ବିରୋଧର ମାନ୍ୟତା ଲାଭ କରିଥିଲା - ସମ୍ବିଧାନ ତଥା ପ୍ରତ୍ୟେକ ନାଗରିକଙ୍କ ଅଧିକାର ରକ୍ଷା କରିବା ପାଇଁ ଏକ ଶାନ୍ତିପୂର୍ଣ୍ଣ ତଥା ଶୃଙ୍ଖଳିତ ଆନ୍ଦୋଳନ ଯାହା କୃଷକମାନେ କରିଥିଲେ। ଏବଂ ମନେରଖନ୍ତୁ: ସାଧାରଣତନ୍ତ୍ର ଦିବସ ତାହା ସଠିକ୍ ଭାବରେ ଚିହ୍ନିତ କରେ - ସମ୍ବିଧାନ ଯାହା ସାଧାରଣତନ୍ତ୍ର ଏବଂ ନାଗରିକଙ୍କ ଅଧିକାରର ସୁରକ୍ଷା ପାଇଁ ପରିବର୍ତ୍ତନକୁ ଗ୍ରହଣ କରିଥାଏ।

ଭିଡିଓଟି ଦେଖନ୍ତୁ: ସାଧାରଣତନ୍ତ୍ର ଦିବସରେ କୃଷକଙ୍କ ସମାବେଶ ର ସ୍ମୃତିଚାରଣ

ଆଦିତ୍ୟ କପୁରଙ୍କ ଦ୍ୱାରା ନିର୍ମିତ ଏକ ଚଳଚ୍ଚିତ୍ର

ଅନୁବାଦ: ଓଡ଼ିଶାଲାଇଭ୍‍

Aditya Kapoor

Aditya Kapoor is a Delhi-based visual practitioner with a keen interest in editorial and documentary work. His practice includes moving images and stills. In addition to cinematography, he has directed documentaries and ad films.

Other stories by Aditya Kapoor
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE