ଶୁଣନ୍ତୁ ଯୋ ଶୁଆ ବୋଧିନେତ୍ରଙ୍କ ଦ୍ଵାରା କବିତାଗୁ ଡ଼ି କର ଆବୃତ୍ତି


ସରସ୍ଵତୀ ବାଉରୀର ବୁଦ୍ଧି ହଜିଗଲା।

ଯେବେଠାରୁ ତା’ର ସବୁଜ ସାଥୀ ସାଇକେଲ୍ ଚୋରି ହେଇଗଲା, ସ୍କୁଲ ଯିବା ତା’ ପାଇଁ କାଠିକର ପାଠ ହେଇଯାଇଛି। ସରସ୍ଵତୀର ମନେପଡ଼େ ଯେଉଁ ଦିନ ତାଙ୍କ ସରକାରୀ ସ୍କୁଲରେ ରାଜ୍ୟର ଗୋଟିଏ ଯୋଜନା ଅନୁଯାୟୀ ନବମ ଓ ଦଶମ ଶ୍ରେଣୀ ପିଲାମାନଙ୍କୁ ଦିଆ ଯାଉଥିବା ସେହି ଭବ୍ୟ ଯନ୍ତ୍ରଟି ତାକୁ ମିଳିଥିଲା। ଓଃ! କି ଉଜ୍ଜ୍ଵଳ ଦିଶୁଥିଲା ସେଇଟି ପୋଡ଼ାମାଟିଆ ସୂର୍ଯ୍ୟ ଆଲୁଅରେ!

ଆଜି ସେ ବହୁତ ଆଶା ରଖି ଗାଁ ମୁଖିଆଙ୍କ ପାଖକୁ ନୂଆ ସାଇକେଲଟିଏ ପାଇଁ ଦରଖାସ୍ତ ନେଇ ଆସିଛି। ସାଇକେଲ ତୋ ଦେୟେ ଜାବେରେ ଛୁରି, କିନ୍ତୁ ତୋର ଇସ୍କୁଲ-ଟା ଆର କୋଦିନ ଥାକବେ ସେଟା ଦାଖ ଆଗେ” [“ସାଇକେଲ ତ ଦିଆଯିବରେ ଛୁଆ, କିନ୍ତୁ ତୋର ଇସ୍କୁଲଟା ଆଉ କେତେ ଦିନ ଏଠି ରହିବ ଆଗକୁ ଦେଖାଯାଉ”], କାନ୍ଧକୁ ନଚେଇ କହିଲେ ସରପଞ୍ଚ। ସରସ୍ଵତୀକୁ ପାଦ ତଳୁ ମାଟି ଖସିଗଲା ପରି ଲାଗିଲା। ଗାଁ ମୁଖିଆଙ୍କ କଥାର ଅର୍ଥ କ’ଣ? ଏମିତି ତ ତାକୁ ସ୍କୁଲରେ ପହଞ୍ଚିବାକୁ ପାଞ୍ଚ କିଲୋମିଟର ସାଇକେଲ ଚଲେଇବାକୁ ପଡ଼େ। ଏବେ ଯଦି ତାକୁ ୧୦ କି ୨୦ କିଲୋମିଟର କି ତା’ଠୁ ଅଧିକ ରାସ୍ତା ଯିବାକୁ ପଡ଼ିବ, ତେବେ ତା’ ଅବସ୍ଥା କ’ଣ ହେବ! ତାକୁ ବାହା କରିଦେବାକୁ ବସିଥିବା ତା’ ବାପା ସହ ଲଢ଼ିବାକୁ କନ୍ୟାଶ୍ରୀ ଯୋଜନାରେ ମିଳୁଥିବା ବର୍ଷକୁ ହଜାରେ ଟଙ୍କା ତାକୁ ଜମା ସାହାଯ୍ୟ କରିବନି।

ସାଇକେଲ

କୁନି ଝିଅ, କୁନି ଝିଅ, ଇସ୍କୁଲ ଯିବାକୁ ଗଲ କି ବାହାରି
ସରକାରୀ ସାଇକେଲରେ ବସି ମହୁଲ ବଣ ଆରପାରି...
ଲଙ୍ଗଳର ଲୁହା ପରି ଶକ୍ତ,
ବାବୁଙ୍କର ଏବେ ଦରକାର ଜମି ସମସ୍ତ,
ସ୍କୁଲ ବନ୍ଦ ହେଇଗଲେ କ’ଣ ଆଉ ହେବ?
କୁନି ଝିଅ, କୁନି ଝିଅ, ତୁମେ କାହିଁକି ରାଗୁଛ?

*****

ଫୁଲକୀ ଟୁଡୁର ପୁଅ ଏବେ ବୁଲଡୋଜର ଚିହ୍ନ କରି ଯାଇଥିବା ରାସ୍ତାରେ ଖେଳୁଛି।

କୌଣସି ଆଶା ରଖିବା ତା’ ପାଇଁ ସହଜ କଥା ନୁହେଁ। ବିଶେଷ କରି କୋଭିଡ୍ ପରବର୍ତ୍ତୀ ସମୟରେ। ବିଶେଷ କରି ସେ ଚପ୍‌-ଘୁଗୁନି ବିକୁଥିବା ଚାଳିଘର ଉପରେ ବୁଲ୍‌ଡୋଜର ଚଢ଼େଇ ସରକାର ଭାଙ୍ଗିଦେଲା ପରେ। ସେହି ସମାନ ସରକାର ଆମ ଶିଳ୍ପାୟାନର ପରାକାଷ୍ଠା ଭାବେ ଫାଷ୍ଟ ଫୁଡ୍‌ ଓ ପକୋଡ଼ାକୁ ପ୍ରସଂଶା କରୁଥିବା ବେଳେ। ଏକଦା ସେ ଯେତେବେଳେ ଏଠି ଦୋକାନ ଆରମ୍ଭ କଲା ସେତେବେଳେ ତା’ର ସବୁ ସଞ୍ଚୟକୁ ହଡ଼ପ କରି ନେଇଥିବା ସେହି ସମାନ ଲୋକମାନେ ଯେଉଁମାନେ ଏବେ ଦଖଲ ହଟେଇବା ଅଭିଯାନ ଚଳେଇଛନ୍ତି।

ବଢ଼ି ଚାଲିଥିବା କରଜ ଶୁଝିବା ପାଇଁ ତା’ ସ୍ୱାମୀ ଦିନ ମଜୁରିଆ ଭାବେ କନଷ୍ଟ୍ରକ୍ସନ କାମ କରିବାକୁ ମୁମ୍ବାଇ ପଳେଇ ଯାଇଛି। “ଗୋଟେ ପାର୍ଟି କହୁଛି ‘ଆମେ ତୁମକୁ ମାସକୁ ୧୨୦୦ ଟଙ୍କା ଦେବୁ’ ତ ଆର ପାର୍ଟି କହୁଛି ‘ଆମେ ସ୍ଵୟଂ ଭଗବାନଙ୍କୁ ଆଣି ଦେବୁ ତୁମକୁ’! ରକତଖିଆ ଲକ୍ଷ୍ମୀ ଭଣ୍ଡାର, ରକତଖିଆ ମନ୍ଦିର-ମସଜିଦ, ମୋର କଉ କାମରେ ଲାଗିବ ବା?”, ଫୁଲକୀ ଦିଦି ବିଡ଼ିବିଡ଼ି ହୁଏ ଓ ତା’ ରାଗ ତୁଟେଇବାକୁ କହି ଉଠେ, “ହତୋଭାଗାର ଦଳ, ଆଗେ ଆମାର ୫୦ ହାଜାର ଟାକାର କଟ-ମନି ଫେରୋତ ଦେ” [“ହତଭାଗାର ଦଳ, ମତେ ଆଗ ମୋଠୁ ଲାଞ୍ଚ ନେଇଥିବା ୫୦ ହଜାର ଟଙ୍କା ଫେରାଅ”]।

ବୁଲଡୋଜର

ଋଣ ଆମର ଜନ୍ମ ଅଧିକାର, ଆଶା ପାଲଟିଛି ନରକ,
ଆମେ ବିକୁଥିବା ତେଲ ଛଣା ପରି ଫଡ଼ଫଡ଼ାଏ ଆମ ଜୀବନ।
ଲକ୍ଷ୍ମୀର ଭଣ୍ଡାର,
ପତିତ ଓ ଅସାର,
ଝାଳ ଭିଜା ପିଠିରେ ବୋହି ନେଉଛୁ ଦେଶ,
ପନ୍ଦର ଲକ୍ଷ ଦେଇଛି କେହି ତୁଟେଇବାକୁ ଦ୍ଵେଷ?

*****

ଅନ୍ୟ କାହା ଭଳି ନହୋଇ ସେ ମନରେଗାରେ ୧୦୦ରୁ ୧୦୦ ଭାଗ ସ୍କୋର କଲା, ଯେଉଁଥି ପାଇଁ ଖୁସି ମନେଇବା କଥା। ନା! ଲାଲୁ ବାଗଡ଼ି ନା ଏପଟକୁ ହେଲା ନା ସେପଟକୁ। ସେ ସମ୍ପୂର୍ଣ୍ଣ କରିଥିବା କର୍ମ ଦିବସ କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଭାରତ ଯୋଜନାରେ ନା ରାଜ୍ୟର ମିସନ ନିର୍ମଳ ବାଂଲା ଯୋଜନାରେ କରିଥିଲା ସେ ବାବଦରେ ସରକାରୀ ବାବୁମାନେ ଜାଣି ପାରୁ ନଥିଲେ, ତା’ର ପ୍ରାପ୍ୟ ଅମଲାତାନ୍ତ୍ରିକ ଦୁଃସ୍ଵପ୍ନ ଭିତରେ ନୈରାଶ୍ୟଜନକ ଭାବେ ଅଟକି ରହିଲା।

ସବ ଶାଲା ମକାଲ ଫଲ [ସମସ୍ତେ ଶଳା ମହାକାଳ ଫଳ]”, ଲାଲୁ ବାଗଡ଼ି ଅଭିସମ୍ପାତ କରି ଚାଲିଥିଲା। ଝାଡୁ ମାରିବା ମାନେ ଝାଡୁ ମାରିବା, ଅଳିଆ ମାନେ ଖାଲି ଅଳିଆ, ନୁହେଁ? ଯୋଜନାର ନାଁରେ ଅଛି କ’ଣ? କେନ୍ଦ୍ର, ରାଜ୍ୟର ମାନେ କ’ଣ? ହଁ, ମାନେ ଅଛି। ବୃଥା ଆସ୍ଫାଳନ କରୁଥିବା ବୋକାମାନଙ୍କ ଦେଶରେ ଅଳିଆ ବି ଭାଗ କରାହୁଏ।

ଅଳିଆ ଝୁ ଡ଼ି

ଆରେ ହେ ନିର୍ମଳ, କେମିତି ଅଛ?
“ପ୍ରାପ୍ୟ ମିଳି ନଥିବା ଝାଡୁକରାଳିମାନେ ଧାଡ଼ିରେ ରହିଛନ୍ତି ଠିଆ”।
ନଦୀରେ ଭାସି ଯାଉଥିବା କୌଣସି ଶବ ନାହିଁ ଏଠି...
ଶ୍ରମ ଅଧିକାର? ସେସବୁ ଅଦୃଶ୍ୟ ଏଇଠି...
ହେ, ହୋ’ ସ୍ୱଚ୍ଛଭାଇ, ସବୁ କିଛି ଚାଲିଛି କେମିତି?
“ନାରଙ୍ଗି ମୋ ଝାଳର ରଙ୍ଗ, ରକ୍ତର ସବୁଜ ରଙ୍ଗ ମୋଅଠି”!

*****

ଫାରୁକ ମଣ୍ଡଳ ପାଇଁ କାମରୁ ତ୍ରାହି ନାହିଁ! ମାସ ମାସ ଧରି ମରୁଡ଼ି ପଡ଼ିବା ପରେ ବର୍ଷା ହେଲା ଯେ ସେ ଅମଳ କରିବା ପୂର୍ବରୁ ବନ୍ୟାରେ ତା’ ଚାଷଘର ଧୋଇ ହେଇଗଲା। “ହେ ଆଲ୍ଲା, ହେ ମା’ ଗନ୍ଧେଶ୍ଵରୀ, ଏତୋ ନିଠୁର କ୍ୟନେ ତୋମରା? [ହେ ଆଲ୍ଲା, ହେ ମା’ ଗନ୍ଧେଶ୍ଵରୀ, କାହିଁକି ଏତେ ନିଷ୍ଠୁର ହେଉଛ ତୁମେ?]”, ସେ ଖାଲି ପଚାରି ଚାଲିଲା।

ଜଙ୍ଗଲମହଲ – ସେଠି ସବୁବେଳେ ପାଣିର ଅଭାବ, କିନ୍ତୁ ପ୍ରତିଶ୍ରୁତି, ନୀତି ନିଷ୍ପତ୍ତି, ଯୋଜନାର କୌଣସି ଅଭାବ ନାହିଁ। ସଜ୍ଜଳ ଧାରା, ଅମୃତ ଜଳ। ଏହି ନାଁରେ ରହିଥିଲା ସାମ୍ପ୍ରଦାୟିକ ଅଭିଯୋଗ, ଜଳ ନା ପାଣି? ପାଇପ୍ ବିଛେଇ ଦିଆଗଲା, ଚିରାଚରିତ ଅନୁଦାନର ସୁଅ ଛୁଟିଲା, କିନ୍ତୁ ବିଶୁଦ୍ଧ ଓ ନିରାପଦ ପାଣି ଟୋପାଏ ବି ମିଳିଲାନି। ନିରାଶ ହୋଇ ଫାରୁକ ଓ ତାଙ୍କ ବିବିଜାନ କୂଅଟିଏ ଖୋଳିବା ଆରମ୍ଭ କଲେ, ନାଲିମାଟି ପରେ ଆହୁରି ଲାଲ ମାଟି ପଡ଼ିଲା, ହେଲେ ପାଣିର କୌଣସି ଚିହ୍ନବର୍ଣ୍ଣ ଦେଖାଗଲା ନାହିଁ। ହେ ଆଲ୍ଲା, ହେ ମା’ ଗନ୍ଧେଶ୍ଵରୀ, ଏତୋ ପାଷାଣ କ୍ୟନେ ତୋମରା? [ହେ ଆଲ୍ଲା, ହେ ମା’ ଗନ୍ଧେଶ୍ଵରୀ, କାହିଁକି ଏତେ ପାଷାଣ ହୃଦୟ ତୁମର?]”।

ଶୁଷ୍କତା

ଅମୃତ? ଅମ୍ରିତ? କେମିତି ତୁମେ କରିବ ବନାନ?
ଆମେ ଆମ ମାତୃଭାଷାକୁ ପାଣି ଦେଇ ବଢ଼ାଉ,
ନା ବିଦାୟ ଜଣାଉ?
ସାଫ୍ରନ୍... ଜାଫ୍ରାନ... କଷ୍ଟ କେଉଁଠି ଲାଗେ?
ଆମେ କ’ଣ ଭୋଟ ଦିଅନ୍ତି ଗୋଟେ ନେତି ନେତିର ଦେଶରେ,
ନା ତାହା ବିଭାଜିତ କରେ?

*****

ସୋନାଲୀ ମହାତୋ ଓ ସାନପିଲା ରାମୁ ହସପିଟାଲ ଗେଟ୍ ପାଖରେ ଭୟ ଜର୍ଜ୍ଜରିତ ହେଇ ଠିଆ ହେଇଥିଲେ। ପ୍ରଥମେ ବାବା, ଓ ଏବେ ମା’। ଗୋଟିଏ ବର୍ଷ ଭିତରେ ଦୁଇ ଦୁଇଜଣଙ୍କର ଦୂରାରୋଗ୍ୟ ବ୍ୟାଧି।

ହାତରେ ସରକାରୀ ସ୍ଵାସ୍ଥ୍ୟ ବୀମା କାର୍ଡ ଧରି ସେମାନେ ଦପ୍ତରରୁ ଦପ୍ତରକୁ ଧାଉଁଥିଲେ, ନେହୁରା ହେଉଥିଲେ, ହାତଗୋଡ଼ ଧରୁଥିଲେ, ପ୍ରତିବାଦ କରୁଥିଲେ। ସ୍ୱାସ୍ଥ୍ୟ ସାଥୀରେ ଦିଆ ଯାଇଥିବା ୫ ଲକ୍ଷ ଟଙ୍କାର ନିଶ୍ଚିତ ବୀମାରାଶି ନୈରାଶ୍ୟଜନକ ଭାବେ ଯଥେଷ୍ଟ ନଥିଲା। ଭୂମିହୀନ ଥିଲେ, ଖୁବ ଶୀଘ୍ର ଗୃହହୀନ ହେବାକୁ ଯାଉଥିବା ସେମାନେ ଆୟୁଷ୍ମାନ ଭାରତ ପାଇଁ ଦରଖାସ୍ତ କରିବାକୁ ଚେଷ୍ଟା କଲେ। କିନ୍ତୁ କେହି ବି ତାହା ସମ୍ଭବ କି ବୋଲି ଜାଣି ନଥିଲେ, କିମ୍ବା ତା’ ଦ୍ଵାରା କୌଣସି ସହାୟତା ମିଳିବ କି ନାହିଁ ସେ ବିଷୟରେ କୌଣସି ଧାରଣା ନଥିଲା। କେହି କେହି କହିଲେ ରାଜ୍ୟ ସେଥିରୁ ଓହରି ଆସିଛି, ତ ଆଉ କିଏ କହିଲେ ପୁନଃରୋପଣ ସର୍ଜରି ସେଥିରେ କରିହେବ ନାହିଁ। ଅନ୍ୟ କେହି କେହି କହିଲେ କି ସେହି ଅର୍ଥ ଯଥେଷ୍ଟ ନୁହେଁ। ସୂଚନା ପାଇବା ତ ଛାଡ଼, ସେମାନଙ୍କ ମନ ଅସ୍ଥିର ହେଲା।

ଦି-ଦି-ଦିଦିରେ, ତୋବେ ଯେ ଇସ୍କୁଲଏ ବୋଲେ ସୋରକାର ଆମାଦେର ପା-ପା-ପାଶେ ଆଛେ [କିନ୍ତୁ ଦିଦି, ଆମକୁ ଇସ୍କୁଲରେ କହି ନଥିଲେ ଯେ ସରକାର ଆମ ସହ ଅଛି ବୋଲି]?” ତା’ ବୟସ ତୁଳନାରେ ଅଧିକ ଜାଣୁଥିବା ରାମୁ ଖନେଇ ଖନେଇ କହିଲା।

ପ୍ରତି ଶ୍ରୁ ତି

ଆଶା ଦିଦି! ଆଶା ଦିଦି, ଆମକୁ ସାହାଯ୍ୟ କର!
ବାବାର ଗୋଟିଏ ନୂଆ ହୃତପିଣ୍ଡ ଦରକାର, ଓ କିଡନୀ ମା’ର।
ସ୍ଵାସ୍ଥ୍ୟ ହିଁ ସତ୍ୟ, ସାଥୀମାନେ ବନ୍ଧୁ,
ଆମ ଶରୀର-ଓ-ଜମି ଶେଷକୁ ଦେବା ବିକି।
ଆୟୁଷ, ଆମ ଦୁଃଖରୁ ବଞ୍ଚେଇବାକୁ ତୁମେ ଉଠି ଆସିବ କି?
ନା ତୁମେ ସମସ୍ତେ ଭୁକିବା ଜାଣ, ଥରେ ବି କାମୁଡ଼ିବନି?

*****

ଏହି ପ୍ରଚେଷ୍ଟାର କେନ୍ଦ୍ରରେ ରହିଥିବା ସ୍ମିତା ଖା ଟୋ ରଙ୍କ ଭାବନା ପାଇଁ ଏହି କବି ତାଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି

ଅନୁବାଦ : ଓଡ଼ିଶାଲାଇଭ୍‍

Joshua Bodhinetra

جوشوا بودھی نیتر پیپلز آرکائیو آف رورل انڈیا (پاری) کے ہندوستانی زبانوں کے پروگرام، پاری بھاشا کے کانٹینٹ مینیجر ہیں۔ انہوں نے کولکاتا کی جادوپور یونیورسٹی سے تقابلی ادب میں ایم فل کیا ہے۔ وہ ایک کثیر لسانی شاعر، ترجمہ نگار، فن کے ناقد اور سماجی کارکن ہیں۔

کے ذریعہ دیگر اسٹوریز Joshua Bodhinetra
Illustration : Aunshuparna Mustafi

انشوپرنا مُستافی نے کولکاتا کی جادوپور یونیورسٹی سے تقابلی ادب میں تعلیم حاصل کی ہے۔ ان کی دلچسپی کہانی کہنے کے نئے نئے طریقوں، سفرنامہ لکھنے، تقسیم سے متعلق کہانیوں اور تعلیم نسواں جیسے موضوعات میں ہے۔

کے ذریعہ دیگر اسٹوریز Aunshuparna Mustafi
Editor : Pratishtha Pandya

پرتشٹھا پانڈیہ، پاری میں بطور سینئر ایڈیٹر کام کرتی ہیں، اور پاری کے تخلیقی تحریر والے شعبہ کی سربراہ ہیں۔ وہ پاری بھاشا ٹیم کی رکن ہیں اور گجراتی میں اسٹوریز کا ترجمہ اور ایڈیٹنگ کرتی ہیں۔ پرتشٹھا گجراتی اور انگریزی زبان کی شاعرہ بھی ہیں۔

کے ذریعہ دیگر اسٹوریز Pratishtha Pandya
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

کے ذریعہ دیگر اسٹوریز OdishaLIVE