‘‘ଏହିସବୁ ଓଟିପିକୁ ନେଇ ମୁଁ ଅତ୍ୟନ୍ତ ଭୟଭୀତ। ସହା ଆକଡ଼େ ଆଣି ପୈସା ଗାୟବ (ଛଅଟି ସଂଖ୍ୟା ଆଉ ଟଙ୍କା ଗାଏବ),’’ ଅନୀଳ ଠୋମ୍ବ୍ରେ ମୋତେ ରାଜ୍ୟ ପରିବହନ ବସ୍‌ଷ୍ଟାଣ୍ଡରେ କୁହନ୍ତି। ସେହି ସ୍ଥାନ ବସ୍‌ ହର୍ଣ୍ଣ, ଜଳଖିଆ ଓ ପାଣି ବୋତଲ ବିକ୍ରି କରୁଥିବା ବୁଲା ବିକାଳିଙ୍କ ଡାକ ଏବଂ ଆଗମନ ଓ ପ୍ରସ୍ଥାନ ଘୋଷଣାରେ କୋଳାହଳ ଥାଏ। କେହି ଜଣେ ତାଙ୍କୁ ଓଟିପି (ୱାନ ଟାଇମ୍‌ ପାସୱାର୍ଡ) ମାଗିଲା ଏବଂ ସେ ମୋତେ ସହାୟତା ପାଇଁ କହିଲେ।

ସେ ବଜେଟ୍‌, ତାଙ୍କ ଶବ୍ଦରେ ଅର୍ଥସଂକଳ୍ପ ବିଷୟରେ ଶୁଣିଥିଲେ। ‘‘ଜାନୁଆରୀ ୩୧ ତାରିଖରେ, ରେଡିଓରେ ଏହାକୁ ନେଇ କିଛି ସମାଚାର ପ୍ରସାରିତ ହୋଇଥିଲା। ସରକାର ପ୍ରତ୍ୟେକ ବିଭାଗ ପାଇଁ କିଛି ଘୋଷଣା କରିଥା’ନ୍ତି। ମୁଁ ଏହା ବିଷୟରେ ଜାଣିଛି। କିଛି ନହେଲେ, ଅତିକମ୍‌ରେ ରୂପାୟାତ ଦାହା ପୈସେ (ଗୋଟିଏ ଟଙ୍କାରେ ଦଶ ପଇସା)!’’ ସେ କୁହନ୍ତି, ଅଡ଼କିତ୍ତା (ଖିଲିକାତି)ରେ ଗୁଆ କାଟୁ କାଟୁ ସେ କୁହନ୍ତି।

ଆମେ ଗୋଟିଏ ଶାନ୍ତ ସ୍ଥାନ ଖୋଜୁ ଖୋଜୁ ତାଙ୍କର ନାଲି ଓ ଧଳା ବାଡ଼ି ତାଙ୍କୁ କ୍ୟାଣ୍ଟିନ ଆଡ଼କୁ ନେଇଗଲା। ଠୋମ୍ବ୍ରେ ଜଣେ ଦୃଷ୍ଟିଶକ୍ତିହୀନ ବ୍ୟକ୍ତି। ସେ ପ୍ଲାଟଫର୍ମ, ଲୋକଭିଡ଼, କ୍ୟାଣ୍ଟିନ କାଉଣ୍ଟର ଏବଂ ଶିଢ଼ିକୁ ନେଇ ଅଭ୍ୟସ୍ତ। ‘‘ମାତ୍ର ଗୋଟିଏ ମାସ ବୟସରେ ମିଳିମିଳା ରୋଗ କାରଣରୁ ମୋର ଦୃଷ୍ଟି ଶକ୍ତି ଚାଲିଯାଇଥିବା, ମୁଁ ଶୁଣିଛି।’’

PHOTO • Medha Kale

ଅନୀଲ ଠୋମ୍ବ୍ରେ, ବାରୁଲର ଜଣେ ସଂଗୀତକାର, ବଜେଟ୍‌ରେ ଭିନ୍ନକ୍ଷମଙ୍କ ପ୍ରତି ବିଶେଷ ଧ୍ୟାନ ଦିଆଯିବାର ଆବଶ୍ୟକତା ରହିଛି ବୋଲି ସେ ଭାବନ୍ତି

ଧାର୍ମିକ ଗୀତ ଗାଉଥିବା ଓ ପରିବେଷଣ କରୁଥିବା ଗୋଟିଏ ଦଳ ଭଜନୀ ମଣ୍ଡଳ ପାଇଁ ଠୋମ୍ବ୍ରେ ତବଲା ଓ ପଖଜ ବଜାଇଥା’ନ୍ତି। ତୁଲଜାପୁର ସହରଠାରୁ ୨୦ କିଲୋମିଟର ଦୂର ବାରୁଲ ଗାଁରେ ତାଙ୍କ ଘର। ଏହି ଗାଁର ଜନସଂଖ୍ୟା ପ୍ରାୟ ୨,୫୦୦ ହେବ। ଆୟୋଜକଙ୍କଠାରୁ ଆର୍ଥିକ ସହାୟତା ସହିତ ସେ ୧,୦୦୦ ଟଙ୍କାର ଭିନ୍ନକ୍ଷମ ଭତ୍ତା ପାଆନ୍ତି। ‘‘ଏହା କେବେ ବି ଠିକ୍‌ ସମୟରେ ଆସେ ନାହିଁ,’’ ସେ କୁହନ୍ତି। ଅଧିକନ୍ତୁ, ତାଙ୍କୁ ଏହାକୁ ବ୍ୟାଙ୍କରୁ ଆଣିବା ଲାଗି ତୁଲଜାପୁର ଯିବାକୁ ପଡ଼ିଥାଏ। ନିକଟରେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ତାଙ୍କୁ ଗୋଟିଏ ଘର ଆବଣ୍ଟନ କରାଯାଇଛି ଏବଂ ଖୁବ୍‌ ଶୀଘ୍ର ସେ କାମ ଆରମ୍ଭ କରିବେ। ‘‘ସେଥିପାଇଁ ମଧ୍ୟ ମୋତେ ବ୍ୟାଙ୍କରୁ ପ୍ରଥମ କିସ୍ତି ପାଇବାକୁ ହେବ ଏବଂ ସେଥିପାଇଁ ମୋର କେୱାଇସି ହେବା ଦରକାର,’’ ୫୫ ବର୍ଷ ବୟସ୍କ ଠୋମ୍ବ୍ରେ କୁହନ୍ତି।

ବାରୁଲର ତାଙ୍କର ଜଣେ ବନ୍ଧୁ ତୁଲଜାପୁରରେ ଲଣ୍ଡ୍ରିଟିଏ କରିଛନ୍ତି, ସେଠାରୁ ନିଜର ପୋଷାକ ସଂଗ୍ରହ କରିବା ଲାଗି ଆଜି ସେ ଆସିଛନ୍ତି। ‘‘ମୁଁ ଏକା ଏବଂ ନିଜେ ହିଁ ସବୁ ଘର କାମ କରିଥାଏ। ମୁଁ ନିଜେ ରୋଷେଇ କରେ ଏବଂ ଟ୍ୟାପରୁ ପାଣି ସଂଗ୍ରହ କରେ। ପୋଷାକ ସଫା କରି କରି ମୁଁ ବିରକ୍ତ ହୋଇଗଲିଣି, ତୁମେ ଜାଣିଛ!’’ ସେ ମନଖୋଲା ହସ ହସି କୁହନ୍ତି।

ଠୋମ୍ବ୍ରେ ମତ ଦିଅନ୍ତି ଯେ, ‘‘ ମାଇ-ବାପ୍‌ ସରକାର ସମସ୍ତଙ୍କର ଧ୍ୟାନ ଦେବା ଉଚିତ୍‌। କିନ୍ତୁ ଯଦି ତୁମେ ମୋତେ ପଚାରିବ, ଆମ ଭଳି ଭିନ୍ନକ୍ଷମମାନଙ୍କ ପ୍ରତି, ବଜେଟରେ ଅଧିକ ଧ୍ୟାନ ଦିଆଯିବାର ଆବଶ୍ୟକତା ରହିଛି।’’

ଠୋମ୍ବ୍ରେ ଏହା ଜାଣନ୍ତି ନାହିଁ ଯେ ୨୦୨୫ କେନ୍ଦ୍ର ବଜେଟ ଅଭିଭାଷଣରେ ଭିନ୍ନକ୍ଷମ ବା ଦିବ୍ୟାଙ୍ଗଜନଙ୍କ ବିଷୟରେ ଥରେ ହେଲେ ଉଲ୍ଲେଖ କରାଯାଇନାହିଁ।

ଅନୁବାଦ : ଓଡ଼ିଶାଲାଇଭ୍‍

Medha Kale

میدھا کالے پونے میں رہتی ہیں اور عورتوں اور صحت کے شعبے میں کام کر چکی ہیں۔ وہ پیپلز آرکائیو آف رورل انڈیا (پاری) میں مراٹھی کی ٹرانس لیشنز ایڈیٹر ہیں۔

کے ذریعہ دیگر اسٹوریز میدھا کالے
Editor : Sarbajaya Bhattacharya

سربجیہ بھٹاچاریہ، پاری کی سینئر اسسٹنٹ ایڈیٹر ہیں۔ وہ ایک تجربہ کار بنگالی مترجم ہیں۔ وہ کولکاتا میں رہتی ہیں اور شہر کی تاریخ اور سیاحتی ادب میں دلچسپی رکھتی ہیں۔

کے ذریعہ دیگر اسٹوریز Sarbajaya Bhattacharya
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

کے ذریعہ دیگر اسٹوریز OdishaLIVE