ଏହା ହେଉଛି ସେପ୍ଟେମ୍ବର ୨୦୨୩ର ସମୟ ଏବଂ ଆମେ ପଶ୍ଚିମ ଘାଟର ‘ଫୁଲ ଘାଟୀ’ରେ ପୁଷ୍ପ ଋତୁ ସମୟରେ ଉପସ୍ଥିତ ଅଛୁ। ଏଠାରେ ପ୍ରତି ବର୍ଷ ଶତାଧିକ ପ୍ରଜାତିର ଗୋଲାପୀ ଓ ବାଇଗଣୀ ଫୁଲ ଫୁଟିଥାଏ। ଏଥିମଧ୍ୟରୁ ଅଧିକାଂଶ ଫୁଲ ଏହି ଜୈବବିବିଧତା କେନ୍ଦ୍ରସ୍ଥଳୀର ମୂଳ ପ୍ରଜାତି ଅଟନ୍ତି।

କିନ୍ତୁ ଚଳିତ ବର୍ଷ, କେବଳ ମଉଳି ଯାଇଥିବା ଫୁଲ ମାଟି ଉପରେ ପଡ଼ି ରହିଛନ୍ତି।

ସମୁଦ୍ର ପତ୍ତନଠାରୁ ୧,୨୦୦ ମିଟର ଉଚ୍ଚତାରେ ଅବସ୍ଥିତ କାସ୍‌ ମାଳଭୂମିକୁ ୨୦୧୨ରେ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳୀ ମାନ୍ୟତା ମିଳିଥିଲା। ସେବେଠାରୁ, ଏହା ମହରାଷ୍ଟ୍ରରେ ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବେ ପରିଗଣିତ ହେଉଛି, ବିଶେଷ କରି ଅଗଷ୍ଟଠାରୁ ଅକ୍ଟୋବର ପର୍ଯ୍ୟନ୍ତ ଫୁଲ ଋତୁରେ ଏଠାକୁ ବହୁ ସଂଖ୍ୟକ ପର୍ଯ୍ୟଟକ ଆସନ୍ତି। ଆଉ ଏଥିରେ ହିଁ ସମସ୍ୟା ରହିଛି।

‘‘ପୂର୍ବେ ଏଠାକୁ କେହି ଆସୁନଥିଲେ। କାସ୍‌ ଆମ ପାଇଁ କେବଳ ଏକ ପାହାଡ଼ ଥିଲା। ଆମେ ଗାଈଗୋରୁ ଓ ଛେଳି ଚରାଉଥିଲୁ,’’ ସୁଲାବାଇ ବଦାପୁରୀ କୁହନ୍ତି। ‘‘ଏବେ ଲୋକମାନେ ଫୁଲ ଉପରେ ଚାଲୁଛନ୍ତି, ଫଟୋ ଉଠାଉଛନ୍ତି, ସେଗୁଡ଼ିକୁ ମୂଳରୁ ଉପାଡ଼ି ଦେଉଛନ୍ତି!’’ ସେଗୁଡ଼ିକର ଦୟନୀୟ ସ୍ଥିତିକୁ ଦେଖି ନିରାଶ ଏହି ୫୭ ବର୍ଷୀୟ ମହିଳା ଆହୁରି କୁହନ୍ତି, ‘‘ଏହା କୌଣସି ବାଗ୍‌ (ବଗିଚା) ନୁହେଁ; ଏସବୁ ଫୁଲ ଚଟାଣରେ ଫୁଟନ୍ତି।’’

କାସ୍‌ ମାଳଭୂମି ସତାରା ଜିଲ୍ଲାର ସତାରା ତାଲୁକା ରେ ଥିବା ଏକ ୧,୬୦୦ ହେକ୍ଟର ପରିମିତ ଏକ ପର୍ବତ ଚଟାଣ ଏବଂ ଏହା କାସ୍‌ ପଠାର୍‌ ନାମରେ ମଧ୍ୟ ପରିଚିତ।

Sulabai Badapuri (left) is among the 30 people working on Kaas Plateau as guards, waste collectors, gatekeepers and guides with the Kaas forest management committee.
PHOTO • Jyoti Shinoli
The average footfall of tourists (right) crosses 2,000 every day during the flowering season
PHOTO • Jyoti Shinoli

ସୁଲାବାଇ ବଦାପୁରୀ (ବାମ) କାସ୍‌ ପଠାରରେ କାସ୍‌ ବନ୍ୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଅଧୀନରେ ଜଣେ ସୁରକ୍ଷାକର୍ମୀ, ବର୍ଜ୍ୟ ସଂଗ୍ରହକାରୀ, ଜଗୁଆଳି ଓ ଗାଇଡ୍‌ ଭାବେ କାମ କରନ୍ତି। ଏଠାରେ ତାଙ୍କ ଭଳି ୩୦ ଜଣ ଲୋକ କାମ କରୁଛନ୍ତି। ଫୁଲ ଋତୁରେ ପ୍ରତିଦିନ ପ୍ରାୟ ୨,୦୦୦ ପର୍ଯ୍ୟଟକ ଆସନ୍ତି

Kaas Plateau was awarded UNESCO's World Heritage Site in 2012. Since then, it has become a major tourist attraction in Maharashtra, especially from August to October
PHOTO • Jyoti Shinoli
Kaas Plateau was awarded UNESCO's World Heritage Site in 2012. Since then, it has become a major tourist attraction in Maharashtra, especially from August to October
PHOTO • Jyoti Shinoli

କାସ୍‌ ମାଳଭୂମିକୁ ୨୦୧୨ରେ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳୀ ମାନ୍ୟତା ମିଳିଥିଲା। ସେବେଠାରୁ ଏହା ମହାରାଷ୍ଟ୍ରର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀରେ ପରିଣତ ହୋଇଛି, ବିଶେଷ କରି ଅଗଷ୍ଟରୁ ଅକ୍ଟୋବର ପର୍ଯ୍ୟନ୍ତ

ସକାଳ ୯ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମାଳଭୂମିକୁ ସୁରକ୍ଷା ଦେଉଥିବା ସୁଲାବାଇ କୁହନ୍ତି, ‘‘ଭିଡ଼ ପରିଚାଳନା କରିବା ଅସମ୍ଭବ ହୋଇପଡ଼ୁଛି।’’ ସଂରକ୍ଷଣ ଉଦ୍ଦେଶ୍ୟରେ ପ୍ରତିଷ୍ଠା କରାଯାଇଥିବା କାସ୍ ବନ୍ୟ ପରିଚାଳନା କମିଟି ଅଧୀନରେ ଜଣେ ସୁରକ୍ଷାକର୍ମୀ, ବର୍ଜ୍ୟ ସଂଗ୍ରହକାରୀ, ଜଗୁଆଳି ଓ ଗାଇଡ୍ ଭାବେ ସେ କାମ କରନ୍ତି। ଏଠାରେ ତାଙ୍କ ଭଳି ୩୦ ଜଣ ଲୋକ କାମ କରୁଛନ୍ତି।

ସତାରା ଯୁଗ୍ମ ପରିଚାଳନା ବନ୍ୟ ସମିତିର ତଥ୍ୟ ଅନୁଯାୟୀ, ଫୁଲ ଋତୁରେ ପ୍ରତ୍ୟେକ ଦିନ ହାରାହାରୀ ୨,୦୦୦ରୁ ଅଧିକ ପର୍ଯ୍ୟଟକ ଆସନ୍ତି । ଆଉ ଯେତେବେଳେ ସୁଲାବାଇ ସେମାନଙ୍କୁ ଅନୁରୋଧ କରନ୍ତି, ‘‘ ଅହୋ ମେଡମ୍‌! ଦୟାକରି ଫୁଲ ଉପରେ କୁଦନ୍ତୁ ନାହିଁ। ସେଗୁଡ଼ିକ ଅତି କୋମଳ ଏବଂ ଖୁବ୍‌ଶୀଘ୍ର ଏଇ ଅକ୍ଟୋବରରେ ମରିଯିବେ,’’ ଦୌଡ଼ୁଥିବା ପର୍ଯ୍ୟଟକମାନେ କିଛି ସମୟ ପର୍ଯ୍ୟନ୍ତ ଅଟକି ଯାଆନ୍ତି, କିନ୍ତୁ ଆକସ୍ମିକ କ୍ଷମା ପ୍ରାର୍ଥନା କରି ସେମାନେ ପୁଣିଥରେ ନିଜର ଫଟୋ ସେସନ୍‌ ଜାରି ରଖନ୍ତି।

ଫୁଲ ଋତୁରେ ଏହି ମାଳଭୂମିରେ ପ୍ରାୟ ୮୫୦ ପ୍ରଜାତିର ଉଦ୍ଭିଦ ଦେଖିବାକୁ ମିଳନ୍ତି, ଏଥିମଧ୍ୟରୁ ୬୨୪ଟି ପ୍ରଜାତି ରେଡ୍‌ ଡେଟା ବୁକ୍‌ରେ ତାଲିକାଭୁକ୍ତ ରହିଛନ୍ତି। ରେଡବୁକ୍‌ ହେଉଛି ସମସ୍ତ ବିଲୁପ୍ତପ୍ରାୟ ପ୍ରଜାତିର ଏକ ଦସ୍ତାବିଜ। ଏହାଛଡ଼ା ୩୯ଟି ପ୍ରଜାତି କେବଳ କାସ୍‌ ଅଞ୍ଚଳର ସ୍ଥାନୀୟ ପ୍ରଜାତି ଅଟନ୍ତି। ଏଠାରେ ୪୦୦ରୁ ଅଧିକ ଔଷଧୀୟ ଉଦ୍ଭିଦ ଉଠିଥାଏ। ‘‘ପୂର୍ବରୁ କିଛି ବୟସ୍କ ଥିଲେ ଯେଉଁମାନେ ଆଣ୍ଠୁ ଦରଜ, ସର୍ଦ୍ଦି, ଜ୍ୱର ଆଦି ରୋଗ ପାଇଁ ଏସବୁ ଔଷଧୀୟ ଉଦ୍ଭିଦର ପ୍ରୟୋଗ ଜାଣିଥିଲେ। ସମସ୍ତେ ଏହା ବିଷୟରେ ଜାଣିନଥିଲେ,’’ ନିକଟସ୍ଥ ବଞ୍ଜୋଲବାଡ଼ି ଗ୍ରାମର ୬୨ ବର୍ଷ ବୟସ୍କ ଚାଷୀ ଲକ୍ଷ୍ମଣ ଶିନ୍ଦେ କୁହନ୍ତି।

ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ଉଦ୍ଭିଦ ବ୍ୟତୀତ କାସ୍‌ କ୍ଷେତ୍ର ବିଭିନ୍ନ ପ୍ରକାର ବେଙ୍ଗ ସମେତ ପ୍ରାୟ ୧୩୯ଟି ଉଭୟଚର ପ୍ରଜାତିର ପ୍ରାଣୀଙ୍କ ବାସସ୍ଥଳୀ। ଏଠାରେ ରହୁଥିବା ସ୍ତନ୍ୟପାୟୀ, ସରୀସୃପ ଓ କୀଟପତଙ୍ଗ ପରିବେଶ ପରିତନ୍ତ୍ରର ପରିଚାଳନାରେ ସହାୟତା କରିଥା’ନ୍ତି।

କାସ୍‌କୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସିବା କାରଣରୁ ପରିବେଶ ପରିତନ୍ତ୍ର ଉପରେ ପଡ଼ୁଥିବା ପ୍ରଭାବକୁ ନେଇ ପୁଣେର ଜଣେ ନିରପେକ୍ଷ ଗବେଷଣାକାରୀ ପ୍ରେରଣା ଅଗ୍ରୱାଲ ପାଞ୍ଚ ବର୍ଷରୁ ଅଧିକ ସମୟ ଧରି ଗବେଷଣା କରୁଛନ୍ତି। ‘‘ଏସବୁ ସ୍ଥାନୀୟ ପ୍ରଜାତିକୁ ଲୋକଙ୍କ ଭିଡ଼ ଓ ପାଦରେ ଦଳି ହୋଇଯିବା ଭଳି ବିପଦ ରହିଥାଏ। ପର୍ପଲ୍‌ ବ୍ଲେଡରୱର୍ଟ (ୟୁଟ୍ରିକୁଲେରିଆ ପର୍ପର୍‌ସେନ୍ସ) ଭଳି ଫୁଲ କ୍ଷତିଗ୍ରସ୍ତ ହୋଇଥାନ୍ତି। ମାଲାବାର୍‌ ହିଲ୍‌ ବୋରେଜ୍‌ ( ଏଡେଲୋକେରିୟମ ମାଲାବାରିକମ୍‌ ) ପ୍ରଜାତି ମଧ୍ୟ ହ୍ରାସ ପାଇଛି,’’ ସେ କୁହନ୍ତି।

Purple bladderwort (left) and opposite-leaved balsam (right) are endemic flora of this valley which are sensitive to external threats like crowd and trampling
PHOTO • Jyoti Shinoli
Purple bladderwort (left) and opposite-leaved balsam (right) are endemic flora of this valley which are sensitive to external threats like crowd and trampling
PHOTO • Jyoti Shinoli

ପର୍ପଲ ବ୍ଲେଡରୱର୍ଟ (ବାମ) ଏବଂ ଅପୋଜିଟ୍‌-ଲିଭ୍‌ଡ୍‌ ବାଲସାମ୍‌(ଡାହାଣ) ଏହି ଉପତ୍ୟାକାର ସ୍ଥାନୀୟ ଉଦ୍ଭିଦ ଅଟନ୍ତି ଯାହା ଉପରେ ଭିଡ଼ ଓ ପାଦରେ ଦଳି ହୋଇଯିବାର ବିପଦ ରହିଛି

The local jangli halad [Hitchenia caulina] found on the plateau is effective for knee and joint aches.
PHOTO • Jyoti Shinoli
The Malabar crested lark (right) is among the many birds and mammals that aid the ecosystem’s functioning here.
PHOTO • Jyoti Shinoli

ମାଳଭୂମିରେ ଦେଖିବାକୁ ମିଳୁଥିବା ସ୍ଥାନୀୟ ଜଙ୍ଗଲିହଲଦ (ହିଚେନିୟା କଲିନା) ଆଣ୍ଠୁଗଣ୍ଠି ଯନ୍ତ୍ରଣା ପାଇଁ ବେଶ୍‌ ପ୍ରଭାବଶାଳୀ ଅଟେ। ମାଲାବାର କ୍ରେଷ୍ଟେଡ୍‌ ଲାର୍କ (ଡାହାଣ) ଏଠାରେ ଦେଖିବାକୁ ମିଳୁଥିବା ଅନେକ ପକ୍ଷୀ ଓ ସ୍ତନ୍ୟପାୟୀ ପ୍ରାଣୀଙ୍କ ମଧ୍ୟରୁ ଅନ୍ୟତମ ଯାହା ଏଠାକାର ପରିବେଶ ପରିତନ୍ତ୍ର ପରିଚାଳନାରେ ସହାୟତା କରିଥାଏ

ବିଡ଼ମ୍ବନାର ବିଷୟ ହେଉଛି, ଏହି ପର୍ଯ୍ୟଟନ କାରଣରୁ ଅଗଷ୍ଟ ଓ ଅକ୍ଟୋବର ମାସ ମଧ୍ୟରେ ଆଖପାଖ ଗାଁର ଲୋକମାନଙ୍କୁ ଋତୁକାଳୀନ ରୋଜଗାର ସୁଯୋଗ ମିଳିପାରିଛି । ‘‘ମୋତେ ଗୋଟିଏ ଦିନରେ ୩୦୦ ଟଙ୍କା ମିଳିଥାଏ। (ଏହା) କୃଷି ଶ୍ରମ ଠାରୁ ଭଲ,’’ ସୁଲାବାଇ କୁହନ୍ତି । କସାନୀ, ଏକିଭ୍‌ ଓ ଅଟାଲି ଗାଁରେ କୃଷି ଶ୍ରମିକ ଭାବେ କାମ କରି ତାଙ୍କୁ ମିଳୁଥିବା ୧୫୦ ଟଙ୍କାର ମଜୁରି ସହିତ ସେ ଏହାର ତୁଳନା କରିଥା’ନ୍ତି।

ବର୍ଷର ଅବଶିଷ୍ଟ ସମୟ, ସେ ନିଜ ପରିବାରର ଗୋଟିଏ ଏକର ବର୍ଷା ଆଧାରିତ ଜମିରେ ଧାନ ଚାଷ କରିଥାନ୍ତି। ‘‘ଚାଷ ବ୍ୟତୀତ ଯଥେଷ୍ଟ କାମ ନାହିଁ। ଏହି ତିନି ମାସରେ କିଛି ଭଲ ରୋଜଗାର ମିଳିଥାଏ,’’ ସୁଲାବାଇ କୁହନ୍ତି। ସେ କାସ୍‌ ଠାରୁ ଚାରି କିଲୋମିଟର ଦୂର କସାନୀ ଗାଁରେ ରୁହନ୍ତି। ସେ ନିଜ ଘରଠାରୁ ଚାଲି ଚାଲି ଯିବା ଆସିବା କରନ୍ତି ଯେଉଁଥିରେ ‘‘ମୋତେ ଗୋଟିଏ ଘଣ୍ଟା ସମୟ ଲାଗିଥାଏ।’’

ପ୍ରତିବର୍ଷ ଏହି ମାଳଭୂମିରେ ୨,୦୦୦-୨,୫୦୦ ମିଲିମିଟର ମଧ୍ୟରେ ବହୁତ ଅଧିକ ବର୍ଷା ହୁଏ। ବର୍ଷା ଋତୁରେ ଏହି ପର୍ବତ ଚଟାଣ ଉପରେ ଥିବା ଦୁର୍ଲଭ ମାଟିରେ ଅଭିନବ ଓ ସ୍ଥାନୀୟ ପ୍ରଜାତିର ଉଦ୍ଭିଦ ଓ ବୃକ୍ଷଲତା ପ୍ରସ୍ଫୁଟିତ ହୋଇଥାଏ। ଡକ୍ଟର ଅପର୍ଣ୍ଣା ବାଟୱେ କୁହନ୍ତି, ‘‘କାସ୍‌ରେ ଲ୍ୟାଟେରାଇଟ୍‌ ଚଟାଣ ନିଜର ଛିଦ୍ରପୂର୍ଣ୍ଣ ଢାଞ୍ଚାରେ ପାଣିକୁ ଧରି ରଖିଥାଏ ଏବଂ ଧୀରେ ଧୀରେ ଏହାକୁ ନିକଟସ୍ଥ ଜଳଧାରାରେ ବିତରଣ କରିବା ସହିତ ସ୍ପଞ୍ଜ ଭଳି କାମ କରିଥାଏ।’’ ପୁଣେର ପରିବେଶ ସଂରକ୍ଷଣକାରୀ ତଥା ଉଦ୍ଭିଦ ବିଜ୍ଞାନୀ ଡକ୍ଟର ଯାଦବ ଆହୁରି ଚେତାବନୀ ଦେଇ କୁହନ୍ତି, ‘‘ଏହି ମାଳଭୂମି ପ୍ରତି କୌଣସି କ୍ଷତି ହେଲେ ସ୍ଥାନୀୟ ଅଞ୍ଚଳରେ ଜଳସ୍ତର ନଷ୍ଟ ହୋଇଯିବ ।’’

ମହାରାଷ୍ଟ୍ରର ଉତ୍ତର ପଶ୍ଚିମଘାଟ ଓ କୋଙ୍କଣରେ ଥିବା ୬୭ଟି ମାଳଭୂମି ଉପରେ ଡକ୍ଟର ୱାଟୱେ କ୍ଷେତ୍ରୀୟ ଅଧ୍ୟୟନ କରିଛନ୍ତି। ଏହି ମାଳଭୂମି ଆଖପାଖ ୧୫ କିମି ପରିଧି ମଧ୍ୟରେ ଦ୍ରୁତ ଗତିରେ ବଢ଼ୁଥିବା ପର୍ଯ୍ୟଟନ ଓ ଭିଡ଼, ହୋଟେଲ୍‌ ଓ ରିସୋର୍ଟ ବିଷୟରେ ଉଲ୍ଲେଖ କରି ସେ କୁହନ୍ତି, ‘‘ଏହା (କାସ୍‌) ହେଉଛି ଏକ ସମ୍ବେଦନଶୀଳ ସ୍ଥାନ। ଅତ୍ୟଧିକ ମୌଳିକ ଭିତ୍ତିଭୂମି କାର୍ଯ୍ୟକଳାପ ପରିବେଶ ପରିତନ୍ତ୍ର ପରିଚାଳନାକୁ ପ୍ରଭାବିତ କରିଥାଏ।’’

This 1,600-hectare bedrock shelters 850 plant species . 'The laterite rock on Kaas acts like a sponge by retaining water in its porous structure, and slowly distributing it to the streams nearby,' explains Dr. Aparna Watve. Extreme infrastructure activities causing damage to these plateaus disturbs the water table in the region
PHOTO • Jyoti Shinoli
This 1,600-hectare bedrock shelters 850 plant species . 'The laterite rock on Kaas acts like a sponge by retaining water in its porous structure, and slowly distributing it to the streams nearby,' explains Dr. Aparna Watve. Extreme infrastructure activities causing damage to these plateaus disturbs the water table in the region
PHOTO • Jyoti Shinoli

୧,୬୦୦ ହେକ୍ଟର ପରିମିତ ଏହି ପଥର ଚଟାଣରେ ୮୫୦ ପ୍ରକାରର ଉଦ୍ଭିଦ ପ୍ରଜାତି ଦେଖିବାକୁ ମିଳନ୍ତି। ଡକ୍ଟର ଅପର୍ଣ୍ଣା ୱାଟୱେ କୁହନ୍ତି, ଲ୍ୟାଟେରାଇଟ୍‌ ଚଟାଣ ନିଜର ଛିଦ୍ରପୂର୍ଣ୍ଣ ଢାଞ୍ଚାରେ ପାଣିକୁ ଧରି ରଖିଥାଏ ଏବଂ ଧୀରେ ଧୀରେ ଏହାକୁ ନିକଟସ୍ଥ ଜଳଧାରାରେ ବିତରଣ କରିବା ସହିତ ସ୍ପଞ୍ଜ ଭଳି କାମ କରିଥାଏ।’ ଅତ୍ୟଧିକ ମୌଳିକ ଭିତ୍ତିଭୂମି କାର୍ଯ୍ୟକଳାପ ଏହି  ଅଞ୍ଚଳରେ ଜଳସ୍ତରକୁ ନଷ୍ଟ କରିଦେଇଥାଏ

Laxman Shinde (left) from Vanjolwadi collects plastic and non-disposable debris on Kaas during the flowering season. Ironically, it is the tourism that has opened seasonal employment opportunities between August and October for Laxman, Sulabai (right) and others from the surrounding villages
PHOTO • Jyoti Shinoli
Laxman Shinde (left) from Vanjolwadi collects plastic and non-disposable debris on Kaas during the flowering season. Ironically, it is the tourism that has opened seasonal employment opportunities between August and October for Laxman, Sulabai (right) and others from the surrounding villages
PHOTO • Jyoti Shinoli

ବଞ୍ଜୋଲବାଡ଼ିର ଲକ୍ଷ୍ମଣ ଶିନ୍ଦେ (ବାମ) ଫୁଲ ଋତୁରେ କାସ୍‌ରେ ପ୍ଲାଷ୍ଟିକ୍‌ ଓ ନନ୍‌-ଡିସ୍ପୋଜେବଲ୍‌ ବର୍ଜ୍ୟବସ୍ତୁ ସଂଗ୍ରହ କରିଥା’ନ୍ତି। ବିଡ଼ମ୍ବନାର ବିଷୟ ହେଉଛି ଏହି ପର୍ଯ୍ୟଟନ ହିଁ ଲକ୍ଷ୍ମଣ, ସୁଲାବାଇ (ଡାହାଣ) ଏବଂ ଆଖପାଖ ଗାଁର ଲୋକମାନଙ୍କୁ ଅଗଷ୍ଟରୁ ଅକ୍ଟୋବର ମାସ ମଧ୍ୟରେ ଋତୁକାଳୀନ ରୋଜଗାର ସୁଯୋଗ ଦେଇଥାଏ

ଏଠାରେ ରହୁଥିବା ଅନେକ ସ୍ତନ୍ୟପାୟୀ, ସରୀସୃପ ଏବଂ କୀଟପତଙ୍ଗଙ୍କ ପାଇଁ ଏବେ ଖାଦ୍ୟାଭାବ ଦେଖା ଦେଇଛି କାରଣ ମାନବଜନିତ କାରଣରୁ କୀଟପତଙ୍ଗ ଓ ଫୁଲ ଲୋପ ପାଇ ଯାଉଛନ୍ତି। ‘‘(ଜୀବମାନଙ୍କର) ଦସ୍ତାବିଜ ପ୍ରସ୍ତୁତ କରିବା ଆବଶ୍ୟକ କାରଣ ସେମାନଙ୍କ ପାଖରେ ସ୍ଥାନାନ୍ତର ହେବା ପାଇଁ ଖୁବ୍‌ କମ୍‌ ଜାଗା ରହିଛି ଏବଂ ସେମାନେ ଅନ୍ୟ କୌଣସି ସ୍ଥାନରେ ଜୀବିତ ରହିପାରିବେ ନାହିଁ । ଯଦି ଆପଣ ଏପରି ବାସସ୍ଥଳୀକୁ ପ୍ରଦୂଷିତ କିମ୍ବା ନଷ୍ଟ କରିବେ ତା’ହେଲେ ସେମାନଙ୍କ ରହିବା ପାଇଁ ଆଉ କେଉଁଠି ସୁରକ୍ଷିତ ସ୍ଥାନ ମିଳିବ ନାହିଁ। ସେମାନେ ବିଲୁପ୍ତ ହୋଇଯିବେ’’, ବୈଜ୍ଞାନିକ ସମୀର ପାଧ୍ୟେ କୁହନ୍ତି। ସେ ଆହୁରି କହିଥା’ନ୍ତି, କୀଟପତଙ୍ଗ ଓ ଫୁଲ ବିଲୁପ୍ତ ହୋଇଯାଉଥିବାରୁ ଫୁଲ ଫୁଟିବା ଧାରା ମଧ୍ୟ କମି ଯାଇପାରେ। ଏହାବ୍ୟତୀତ, ସ୍ଥାନୀୟ ପ୍ରଜାତିଗୁଡ଼ିକର କ୍ଷତି ଦ୍ୱାରା ମାଳଭୂମି ନିକଟବର୍ତ୍ତୀ ଗାଁରେ ପରାଗସଙ୍ଗମ ଓ ଜଳ ସମ୍ପଦ ଉପରେ ମଧ୍ୟ ପ୍ରଭାବ ପଡ଼ିବ ବୋଲି ପାଧ୍ୟେ କୁହନ୍ତି।

ଆଣ୍ଠୁ ଓ ଗଣ୍ଠି ଯନ୍ତ୍ରଣା ପାଇଁ ଉପକାରୀ ଜଙ୍ଗଲିହଲଦ (ହିଚେନିଆକଲିନା) ଉଦ୍ଭିଦକୁ ଦେଖାଉଛନ୍ତି ଲକ୍ଷ୍ମଣ। ଚାରି ଦଶନ୍ଧି ପୂର୍ବ ସମୟ କଥା ସ୍ମରଣ କରି ସେ କୁହନ୍ତି, ‘‘ସେତେବେଳେ (କାସ୍‌ରେ) ଖୁବ୍‌ ଘଞ୍ଚ ଫୁଲ ଫୁଟୁଥିଲା।’’ ଫୁଲ ଋତୁରେ ସେ କାସ୍‌ରେ ପ୍ଲାଷ୍ଟିକ୍‌ ଓ ନନ୍‌-ଡିସ୍ପୋଜେବଲ ଆବର୍ଜନା ସଂଗ୍ରହ କରନ୍ତି। ଏଥିରୁ ଦୈନିକ ୩୦୦ ଟଙ୍କା ରୋଜଗାର କରନ୍ତି। ବର୍ଷର ବାକି ସମୟ ସେ ନିଜର ଦୁଇ ଏକର ଜମିରେ ଧାନ ଚାଷ କରନ୍ତି।

‘‘ଆମେ ଏଠି ଜନ୍ମ ନେଇଛୁ। ଆମେ ପ୍ରତ୍ୟେକ କୋଣ ଅନୁକୋଣକୁ ଜାଣିଛୁ,’’ ସୁଲାବାଇ କୁହନ୍ତି। ‘‘ତଥାପି ଆମେ ଅଶିକ୍ଷିତ ହୋଇଥିବାରୁ ଆମକୁ କେହି ଗୁରୁତ୍ୱ ଦିଅନ୍ତି ନାହିଁ । କିନ୍ତୁ ଶିକ୍ଷିତ ଲୋକମାନେ ପ୍ରକୃତି ସହ କିଭଳି ବ୍ୟବହାର କରୁଛନ୍ତି?’’

କାସ୍‌ ଆଜି ଭିନ୍ନ ଦେଖାଯାଉଛି। ‘‘ଏହା ବେକାର ଦେଖାଯାଉଛି। ଏହା ମୋ ପିଲାଦିନର କାସ୍‌ ନୁହେଁ,’’ ସୁଲାବାଇ ଦୁଃଖର ସହ କୁହନ୍ତି।

ଅନୁବାଦ : ଓଡ଼ିଶାଲାଇଭ୍‍

Jyoti Shinoli

جیوتی شنولی پیپلز آرکائیو آف رورل انڈیا کی ایک رپورٹر ہیں؛ وہ پہلے ’می مراٹھی‘ اور ’مہاراشٹر۱‘ جیسے نیوز چینلوں کے ساتھ کام کر چکی ہیں۔

کے ذریعہ دیگر اسٹوریز جیوتی شنولی
Editor : Siddhita Sonavane

سدھیتا سوناونے ایک صحافی ہیں اور پیپلز آرکائیو آف رورل انڈیا میں بطور کنٹینٹ ایڈیٹر کام کرتی ہیں۔ انہوں نے اپنی ماسٹرز ڈگری سال ۲۰۲۲ میں ممبئی کی ایس این ڈی ٹی یونیورسٹی سے مکمل کی تھی، اور اب وہاں شعبۂ انگریزی کی وزیٹنگ فیکلٹی ہیں۔

کے ذریعہ دیگر اسٹوریز Siddhita Sonavane
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

کے ذریعہ دیگر اسٹوریز OdishaLIVE