ଅଲୀ ମହମ୍ମଦ ଲୋନ୍‌ କୁହନ୍ତି ଯେ କେନ୍ଦ୍ର ବଜେଟ୍‌ ‘‘ଅଧିକାରୀମାନଙ୍କ ପାଇଁ।’’ ତାଙ୍କ କହିବାର ଅର୍ଥ ହେଉଛି ସରକାରୀ ଲୋକ କିମ୍ବା ସରକାରୀ କର୍ମଚାରୀଙ୍କୁ ନେଇ ମଧ୍ୟବିତ୍ତ ବର୍ଗ ଗଠନ କରାଯାଇଛି। ଆଉ ଏଥିରୁ ଏହା ମଧ୍ୟ ଜଣାପଡ଼ିଥାଏ ଯେ, ଏହି ବଜେଟ୍‌ ତାଙ୍କ ଭଳି ଲୋକଙ୍କ ପାଇଁ ନୁହେଁ ବୋଲି କାଶ୍ମୀର ବାରାମୁଲ୍ଲା ଜିଲ୍ଲାର ଗୋଟିଏ ଛୋଟ ବେକରୀ ଦୋକାନ ମାଲିକ ବୁଝିସାରିଛନ୍ତି।

‘‘ମୁଁ ୫୦ କିଲୋଗ୍ରାମ ଅଟା ବସ୍ତାକୁ ୨୦୨୪ରେ ୧୪୦୦ ଟଙ୍କା ଦେଇ କିଣୁଥିଲି, ଯାହାର ଦାମ୍‌ ବର୍ତ୍ତମାନ ୨,୨୦୦ ଟଙ୍କାରେ ପହଞ୍ଚିଛି,’’ ତଙ୍ଗମାର୍ଗ ବ୍ଲକର ମହୀନ ଗାଁରେ ଆମ ସହ କଥା ହୋଇ ଏହି ୫୨ ବର୍ଷ ବୟସ୍କ ପାଉଁରୁଟି ନିର୍ମାତା କୁହନ୍ତି। ‘‘ଯଦି ବଜେଟରେ ଦରଦାମ କମାଇବା ଭଳି କିଛି ବ୍ୟବସ୍ଥା ଥାଆନ୍ତା, ତା’ହେଲେ ସେଥିରେ ମୋର ଆଗ୍ରହ ଥାଆନ୍ତା; ଅନ୍ୟଥା, ଯେମିତି ମୁଁ କହିଲି, ଏ ବଜେଟ୍‌ ଅଧିକାରୀମାନଙ୍କ ପାଇଁ।’’

ଶ୍ରୀନଗରଠାରୁ ପାଖାପାଖି ୪୫ କିଲୋମିଟର ଦୂରରେ ଥିବା ମହୀନ ଗ୍ରାମ ତଙ୍ଗମର୍ଗ ଏବଂ ଦ୍ରାଙ୍ଗର ଶୀତକାଳୀନ ପର୍ଯ୍ୟଟନସ୍ଥଳୀ ମଧ୍ୟରେ ରହିଛି। ଏଠାରେ ପ୍ରାୟ ୨୫୦ ପରିବାର ରୁହନ୍ତି ଯେଉଁମାନେ ମୁଖ୍ୟତଃ ପର୍ଯ୍ୟଟନ ସହ ଜଡ଼ିତ କାର୍ଯ୍ୟକଳାପରେ ନିୟୋଜିତ ରହିଛନ୍ତି, ଯଥା ଘୋଡ଼ା ଭଡ଼ାରେ ଦେବା, ସ୍ଲେଜ୍‌ ଟାଣିବା ଏବଂ ଗାଇଡ୍‌ ସେବା ଯୋଗାଇଦେବା। ଶୀତୁଆ ପାଣିପାଗ କାରଣରୁ ମହୀନରେ ମୁଖ୍ୟତଃ ମକା ଉତ୍ପାଦନ ହୋଇଥାଏ।

PHOTO • Muzamil Bhat
PHOTO • Muzamil Bhat

ବାମ: ଅଲୀ ମହମ୍ମଦ ଲୋନ ମହୀନ ଗ୍ରାମରେ ଥିବା ତାଙ୍କ ବେକରୀ ଦୋକାନ ବାହାରେ ବସିଛନ୍ତି। କେନ୍ଦ୍ର ବଜେଟ ୨୦୨୫ ସରକାରୀ ଚାକିରିଆ ଏବଂ ମଧ୍ୟବିତ୍ତଙ୍କ ପାଇଁ ବୋଲି ସେ ଅନୁଭବ କରନ୍ତି। ଡାହାଣ: ମହୀନର ଏକ ଦୃଶ୍ୟ

PHOTO • Muzamil Bhat
PHOTO • Muzamil Bhat

ବାମ: ତଙ୍ଗମର୍ଗ ଏବଂ ଦ୍ରାଙ୍ଗ ପର୍ଯ୍ୟଟନସ୍ଥଳୀ ମଝିରେ ମହୀନ ଅବସ୍ଥିତ। ଡାହାଣ: ମହୀନର ଏଟିଭି ଡ୍ରାଇଭରମାନେ ତଙ୍ଗମର୍ଗରେ ଗ୍ରାହକମାନଙ୍କୁ ଅପେକ୍ଷା କରି ରହିଛନ୍ତି

ଅଲୀ ମହମ୍ମଦ ନିଜର ପତ୍ନୀ ଏବଂ ଦୁଇ ପୁଅ (ଉଭୟ ଛାତ୍ର)ଙ୍କ ସହିତ ରୁହନ୍ତି ଏବଂ ସେମାନଙ୍କର ବେକରୀର ପାଉଁରୁଟି ଗାଁର ଅଧିକାଂଶ ଲୋକଙ୍କ ଖାଇବା ଟେବୁଲକୁ ଯାଏ। ତାଙ୍କର ବଡ଼ ପୁଅ ୟାସିର ବେକରୀ ଦୋକାନରେ ସହାୟତା କରିଥାଏ। ଦୋକାନ ଭୋର ୫ଟାରେ ଖୋଲେ ଏବଂ ଦ୍ୱିପ୍ରହର ୨ଟାରେ ବନ୍ଦ ହୁଏ। ଏହାପରେ ସେ ବେକରୀ ପାଖରେ ଥିବା ନିଜର ତେଜରାତି ଦୋକାନ ଚଳେଇଥା’ନ୍ତି ଯାହାଫଳରେ ସେ ଅଧିକ ଟଙ୍କା ରୋଜଗାର କରିପାରିବେ ଏବଂ ଦରଦାମ ବୃଦ୍ଧିର ସାମ୍ନା କରିବାକୁ ସକ୍ଷମ ହୋଇପାରିବେ।

‘‘୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଟିକସ ଛାଡ଼ ଏବଂ କିଷାନ କ୍ରେଡିଟ୍ କାର୍ଡ ମାଧ୍ୟମରେ ଉପଲବ୍ଧ ଋଣ ବିଷୟରେ ଲୋକମାନେ ଆଲୋଚନା କରୁଥିବା ମୁଁ ଶୁଣିଛି। ହେଲେ, ମୋତେ ଆଗ ୧୨ ଲକ୍ଷ ଟଙ୍କା ରୋଜଗାର କରିବାକୁ ପଡ଼ିବ। ମୋର ବାର୍ଷିକ ଆୟ ମାତ୍ର ୪ଲକ୍ଷ ଟଙ୍କା ପାଖାପାଖି। କାହିଁକି କେହି ଯୁବବର୍ଗଙ୍କ ପାଇଁ ଚାକିରି ବିଷୟରେ କଥା ହେଉନାହାନ୍ତି ବୋଲି ମୁଁ ଆଶ୍ଚର୍ଯ୍ୟ ହେଉଛି । ବଜେଟରେ ନିଯୁକ୍ତି ସୁଯୋଗ ସହିତ ଜଡ଼ିତ କିଛି ଅଛି କି?’’ ସେ ଜିଜ୍ଞାସାବଶତଃ ପଚାରନ୍ତି।

ଅନୁବାଦ: ଓଡ଼ିଶାଲାଇଭ୍‍

Muzamil Bhat

مزمل بھٹ، سرینگر میں مقیم ایک آزاد فوٹو جرنلسٹ اور فلم ساز ہیں۔ وہ ۲۰۲۲ کے پاری فیلو تھے۔

کے ذریعہ دیگر اسٹوریز Muzamil Bhat
Editor : Sarbajaya Bhattacharya

سربجیہ بھٹاچاریہ، پاری کی سینئر اسسٹنٹ ایڈیٹر ہیں۔ وہ ایک تجربہ کار بنگالی مترجم ہیں۔ وہ کولکاتا میں رہتی ہیں اور شہر کی تاریخ اور سیاحتی ادب میں دلچسپی رکھتی ہیں۔

کے ذریعہ دیگر اسٹوریز Sarbajaya Bhattacharya
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

کے ذریعہ دیگر اسٹوریز OdishaLIVE