ନାରାୟଣ କୁଣ୍ଡାଲିକ ହଜାରେ ବଜେଟ୍‌ ଶବ୍ଦ କ’ଣ ବୁଝନ୍ତି କାରଣ ତାଙ୍କ ପାଖରେ ସେତେ ବେଶୀ ବଜେଟ୍‌ ନାହିଁ।

‘‘ଆପଲା ତେଓଢ଼ା ବଜେଟ୍‌ଚ ନାହିଁ (ମୋ ପାଖରେ ସେମିତି ବଜେଟ୍‌ ନାହିଁ)!’’ ମାତ୍ର ଚାରି ଶବ୍ଦରେ ନାରାୟଣ କାକା ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟିକସମୁକ୍ତ ଆୟର ନୂଆ ବ୍ୟବସ୍ଥାକୁ ନେଇ ଚାଲିଥିବା ଚର୍ଚ୍ଚାକୁ ପ୍ରଶମିତ କରିଦେଇଥା’ନ୍ତି।

କେନ୍ଦ୍ର ବଜେଟ ବିଷୟରେ ପଚରାଯାଇଥିବା ପ୍ରଶ୍ନ ୬୫ ବର୍ଷୀୟ ଚାଷୀ ଏବଂ ଫଳ ବିକ୍ରେତାଙ୍କୁ ଚିନ୍ତା କରିବା ଲାଗି ବାଧ୍ୟ କରି ଦେଇଥାଏ। ସେ ସମ୍ପୂର୍ଣ୍ଣ ବିଶ୍ୱାସର ସହିତ ଉତ୍ତର ଦେଇଥା’ନ୍ତି, ‘‘ମୁଁ ଏ ବିଷୟରେ କିଛି ଶୁଣିନାହିଁ। ଏତେ ବର୍ଷ ମଧ୍ୟରେ କେବେ ନୁହେଁ।’’

ନାରାୟଣ କାକା ଙ୍କ ପାଖରେ ଏ ବିଷୟରେ ଜାଣିବା ଲାଗି କୌଣସି ସୁଯୋଗ ନାହିଁ। ‘‘ମୋ ପାଖରେ ମୋବାଇଲ ଫୋନ ନାହିଁ। ଆମ ଘରେ ଟିଭି ମଧ୍ୟ ନାହିଁ।’’ କିଛି ଦିନ ପୂର୍ବରୁ ଜଣେ ସାଙ୍ଗ ମୋତେ ଗୋଟିଏ ରେଡିଓ ଉପହାର ଦେଇଥିଲା। କିନ୍ତୁ ଲୋକସେବା ପ୍ରସାରଣ ସେବା ତାଙ୍କୁ ବର୍ତ୍ତମାନ ସୁଦ୍ଧା ଏହି ବାର୍ଷିକ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇନାହିଁ। ‘‘ ଆମଚା ଆଦାନି ମନସାଚା କେ ସମ୍ବନ୍ଧ , ତୁମହିଚ୍ ସାଙ୍ଗା (ଆମ ଭଳି ଅପାଠୁଆ ଲୋକଙ୍କର କୌଣସି ସମ୍ପର୍କ ରହିଛି)?’’ ସେ ପ୍ରଶ୍ନ କରିଥା’ନ୍ତି। ‘କିଷାନ କ୍ରେଡିଟ୍‌ କାର୍ଡ’ କିମ୍ବା ଏହିସବୁ କାର୍ଡର ‘ବର୍ଦ୍ଧିତ ଋଣ ସୀମା’ ଭଳି ବିଷୟ ନାରାୟଣ ହଜାରେ ଙ୍କ ପାଇଁ ସମ୍ପୂର୍ଣ୍ଣ ଅଜଣା।

PHOTO • Medha Kale

ମହାରାଷ୍ଟ୍ର ତୁଲଜାପୁରର ଜଣେ ଚାଷୀ ଏବଂ ଫଳ ବିକ୍ରେତା ନାରାୟଣ ହଜାରେ ବଜେଟ୍ ବିଷୟରେ କେବେ କିଛି ଶୁଣିନାହାନ୍ତି ଏତେ ଦିନ ହେବ କେବେ ନୁହେଁ ,’ ଏହି ୬୫ ବର୍ଷୀୟ ବ୍ୟକ୍ତି ଜଣଙ୍କ କୁହନ୍ତି

ନିଜର କାଠ ଠେଲା ଗାଡ଼ିରେ ନାରାୟଣ କାକା ସବୁ ପ୍ରକାର ଋତୁକାଳୀନ ଫଳ ବିକ୍ରି କରିଥା’ନ୍ତି। ‘‘ଏହା ହେଉଛି ଶେଷ ପର୍ଯ୍ୟାୟ ପିଜୁଳି। ଆସନ୍ତା ସପ୍ତାହରୁ, ଆପଣ ଅଙ୍ଗୁର ଏବଂ ତା’ପରେ ଆମ୍ବ ପାଇବେ।’’ ଧରାଶିବ (ପୂର୍ବରୁ ଓସମାନାବାଦ ନାମରେ ପରିଚିତ) ଜିଲ୍ଲାରେ ଥିବା ତୁଲଜାପୁର ସହରର ଧାକାଟା ତୁଲଜାପୁର (ଆକ୍ଷରିକ ଅର୍ଥ ହେଉଛି ‘ସାନ ଭାଇ’)ର ଜଣେ ବାସିନ୍ଦା ହୋଇଥିବା କାକା ତିନି ଦଶନ୍ଧିରୁ ଅଧିକ ସମୟ ହେବ ଫଳ ବିକ୍ରି କରି ଆସୁଛନ୍ତି। ଦିନ ଭଲ ଥିଲେ ସେ ରାସ୍ତାରେ ୮-୧୦ ଘଣ୍ଟା ବିତେଇବା ପରେ ୨୫-୩୦ କିଲୋଗ୍ରାମ ଫଳ ବିକ୍ରି କରି ୩୦୦-୪୦୦ ଟଙ୍କା ରୋଜଗାର କରିଥା’ନ୍ତି।

କିନ୍ତୁ ନାରାୟଣ ହଜାରେ ବଜେଟର ଗୋଟିଏ କି ଦୁଇଟି କଥା ବୁଝିପାରନ୍ତି। ‘‘ଟଙ୍କା ବିଷୟରେ କେବେ ଚିନ୍ତା କର ନାହିଁ। ଯାହା ଚାହୁଁଛ କିଣି ନିଅ। ତୁମେ ସବୁବେଳେ ମୋତେ ପରେ ଟଙ୍କା ଦେଇଦେବ।’’ ସେ ମୋତେ ଆଶ୍ୱାସନା ଦିଅନ୍ତି ଏବଂ ସେଦିନ ମୋଠାରୁ ବିଦାୟ ନିଅନ୍ତି।

ଅନୁବାଦ : ଓଡ଼ିଶାଲାଇଭ୍‍

Medha Kale

میدھا کالے پونے میں رہتی ہیں اور عورتوں اور صحت کے شعبے میں کام کر چکی ہیں۔ وہ پیپلز آرکائیو آف رورل انڈیا (پاری) میں مراٹھی کی ٹرانس لیشنز ایڈیٹر ہیں۔

کے ذریعہ دیگر اسٹوریز میدھا کالے
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

کے ذریعہ دیگر اسٹوریز OdishaLIVE