ଏହା ଏକ ଗରମ ଓ ରୌଦ୍ରତାପ ଜର୍ଜରିତ ମାର୍ଚ୍ଚ ମାସର ଦ୍ୱି’ପହର ଏବଂ ଅରାପାନି ଗାଁର ବୟସ୍କ ଲୋକମାନେ ଏକ ଛୋଟ ଧଳା ଚର୍ଚ୍ଚ ଭିତରେ ଏକତ୍ରିତ ହୁଅନ୍ତି। କିନ୍ତୁ ସେମାନଙ୍କୁ ଏଠାକୁ ଆସିବା ପାଇଁ କୌଣସି ନୈତିକ ଚାପ ନାହିଁ ।

ଚଟାଣରେ ଏକ ବୃତ୍ତାକାରରେ ବସିଥିବା ଏହି ଗୋଷ୍ଠୀର ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ସମାନ ଥିଲା – ସେମାନଙ୍କର ଉଚ୍ଚ କିମ୍ବା ନିମ୍ନ କ୍ରନିକ୍ ରକ୍ତଚାପ ସମସ୍ୟା ଚିହ୍ନଟ ହୋଇଛି । ତେଣୁ, ରକ୍ତଚାପ ଯାଞ୍ଚ କରିବା ପାଇଁ ସେମାନେ ମାସରେ ଥରେ ଏକାଠି ହୁଅନ୍ତି ଏବଂ ଔଷଧ ପାଇଁ ଅପେକ୍ଷା କରିବା ବେଳେ ବିଭିନ୍ନ ବିଷୟରେ ଆଲୋଚନା କରନ୍ତି ।

ରୂପି ବାଘେଲ, ଯାହାଙ୍କୁ ଲୋକ ଶ୍ରଦ୍ଧାରେ ରୂପି ବାଇ ବୋଲି ଡାକନ୍ତି, ସେ କୁହନ୍ତି, “ମୁଁ ଏହି ବୈଠକକୁ ଆସିବାକୁ ପସନ୍ଦ କରେ କାରଣ ମୁଁ ଏଠାରେ ମୋର ଉଦ୍‌ବେଗ ଜଣାଇଥାଏ।” ୫୩ ବର୍ଷୀୟା ରୂପି ବାଘେଲ ଗତ ପାଞ୍ଚ ବର୍ଷ ଧରି ଏଠାକୁ ଆସୁଛନ୍ତି। ସେ ଜଣେ ବୈଗା ଆଦିବାସୀ, ଜଣେ ସହାୟକ କୃଷକ ଭାବେ କାର୍ଯ୍ୟ କରନ୍ତି ଏବଂ ଆୟ ବୃଦ୍ଧି ପାଇଁ ଜଙ୍ଗଲରୁ ଜାଳେଣୀ କାଠ ଏବଂ ମହୁଆ ପରି ଅଣ-କାଠଗଣ୍ଡି ଜଙ୍ଗଲ ଉତ୍ପାଦନ (NTFP) ଉପରେ ନିର୍ଭର କରନ୍ତି । ବୈଗାମାନେ ଏକ ବିଶେଷ ଦୁର୍ବଳ ଶ୍ରେଣୀର ଆଦିବାସୀ ଗୋଷ୍ଠୀ (PVTG) ଭାବେ ତାଲିକାଭୁକ୍ତ । ଅରାପାନି (ଔରାପାନି ଭାବେ ମଧ୍ୟ ଉଚ୍ଚାରଣ କରାଯାଏ) ଗାଁରେ ଅଧିକାଂଶ ବାଇଗା ସମୁଦାୟର ଲୋକ ବସବାସ କରନ୍ତି ।

ବିଳାସପୁର ଜିଲ୍ଲା କୋଟା ବ୍ଲକରେ ଅବସ୍ଥିତ ଏହି ଗାଁ ଛତିଶଗଡ଼ର ଆଚାନକମାର-ଅମରକଣ୍ଟକ ବାୟୋସ୍ଫିୟର ରିଜର୍ଭ (AABR) ନିକଟରେ ଅବସ୍ଥିତ। “ମୁଁ ଜଙ୍ଗଲକୁ ଯାଇ ଝାଡୁ (ବ୍ରୁମ୍) ତିଆରି କରିବା ପାଇଁ ବାଉଁଶ ସଂଗ୍ରହ କରୁଥିଲି, ଯାହାକୁ ମୁଁ ବିକ୍ରି କରିଥାଏ । କିନ୍ତୁ ମୁଁ ଆଉ ଏତେ ଦୂର ଚାଲି ପାରୁନାହିଁ, ତେଣୁ ମୁଁ ଘରେ ରହୁଛି,” ଉଚ୍ଚ ରକ୍ତଚାପ ଜନିତ ଥକାପଣ ତାଙ୍କ ଜୀବନରେ କିପରି ପ୍ରଭାବ ପକାଇଛି ବର୍ଣ୍ଣନା କରି କୁହନ୍ତି ଫୁଲସୋରୀ ଲାକଡା । ଷାଠିଏ ଦଶକରେ ପହଁଚିଥିବା ଫୁଲସୋରୀ ଏବେ ଘରେ ରହି ନିଜ ଛେଳିର ଯତ୍ନ ନିଅନ୍ତି ଏବଂ ଦିନସାରା ବୁଲି ଗୋବର ସଂଗ୍ରହ କରନ୍ତି। ଅଧିକାଂଶ ବୈଗା ଜୀବିକା ନିର୍ବାହ ପାଇଁ ଜଙ୍ଗଲ ଉପରେ ନିର୍ଭର କରନ୍ତି।

PHOTO • Sweta Daga
PHOTO • Sweta Daga

ବିଳାସପୁର ଜିଲ୍ଲା ଅରୁପାନି ଗ୍ରାମରେ ଏକତ୍ରିତ ହୋଇଥିବା ବ୍ୟକ୍ତିଙ୍କ ଗୋଟିଏ ଜିନିଷ ସମାନ – ସେମାନଙ୍କର କ୍ରନିକ ରକ୍ତଚାପ ସମସ୍ୟା ଥିବା ଚିହ୍ନଟ କରାଯାଇଛି, କାହାର ଉଚ୍ଚ, ଆଉ କାହାର ନିମ୍ନ ରକ୍ତଚାପ । ରକ୍ତଚାପ ମାପିବା ସହ ଏହାକୁ କିପରି ପରିଚାଳନା କରାଯିବ ତାହା ଜାଣିବା ପାଇଁ ସେମାନେ ମାସରେ ଥରେ ଏକାଠି ହୁଅନ୍ତି । (ବେନ୍ ରତ୍ନାକର, ବ୍ଲାକ୍ ଦୁପଟ୍ଟାରେ JSSର କ୍ଲଷ୍ଟର ସଂଯୋଜକ)

ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ-5 (NFHS-5), 2019-2021 କୁହେ, ଛତିଶଗଡରେ ଗ୍ରାମାଞ୍ଚଳର 14% ଲୋକଙ୍କର ଉଚ୍ଚ ରକ୍ତଚାପ ରହିଛି। ଏଥିରେ କୁହାଯାଇଛି, “ଜଣେ ବ୍ୟକ୍ତି ଉଚ୍ଚ ରକ୍ତଚାପ ଶ୍ରେଣୀଭୁକ୍ତ ହୁଅନ୍ତି, ଯଦି ସେହି ବ୍ୟକ୍ତିଙ୍କର ସିଷ୍ଟୋଲିକ୍ ବ୍ଲଡ ପ୍ରେସର ସ୍ତର 140 mmHg କିମ୍ବା ତା’ଠାରୁ ଅଧିକ, କିମ୍ବା ଡାଇଷ୍ଟୋଲିକ୍ ବ୍ଲଡ ପ୍ରେସର ସ୍ତର 90 mmHg କିମ୍ବା ତା’ଠାରୁ ଅଧିକ ।”

ଜାତୀୟ ସ୍ୱାସ୍ଥ୍ୟ ମିଶନ ଅନୁସାରେ ଅଣ-ସଂକ୍ରାମକ ରୋଗର ବୃଦ୍ଧିକୁ ରୋକିବା ପାଇଁ ଉଚ୍ଚ ରକ୍ତଚାପର ଶୀଘ୍ର ଚିହ୍ନଟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବିପି କମ୍ କରିବାକୁ ଜୀବନଶୈଳୀ ପରିବର୍ତ୍ତନ ବିଷୟରେ ସୂଚନା ସହାୟକ ଗୋଷ୍ଠୀ ମାଧ୍ୟମରେ ଦିଆଯାଇଥାଏ । ଫୁଲସୋରୀ କୁହନ୍ତି, ମେ ମିଟିଂ ମେ ଆତି ହୁ, ତୋ ଅଲଗ ଚିଜ୍ ଶିଖ୍‌ନେ କେ ଲିୟା ମିଲତା ହେ, ଯୈସେ ଯୋଗ, ଯୋ ମେରେ ଶରୀର କୋ ମଜବୁତ ରକ୍‌ତା ହେ (ବୈଠକରେ, ମୁଁ ଯୋଗ ଭଳି ଭଲ ଅଭ୍ୟାସ ଶିଖେ, ଯାହା ମୋ ଶରୀରକୁ ମଜଭୁତ କରିବାରେ ସାହାଯ୍ୟ କରେ)।”

ପ୍ରାୟ ତିନି ଦଶନ୍ଧି ଧରି ଏହି ଅଞ୍ଚଳରେ କାର୍ଯ୍ୟ କରୁଥିବା ମେଡିକାଲ୍ ଅଣ-ଲାଭକାରୀ ସଂସ୍ଥା ଜନ ସ୍ୱାସ୍ଥ୍ୟ ସହଯୋଗ (JSS)ର ଜଣେ ବରିଷ୍ଠ ସ୍ୱାସ୍ଥ୍ୟ କର୍ମୀ ୩୧ ବର୍ଷୀୟ ସୁରଜ ବୈଗା ଦେଇଥିବା ସୂଚନା ସଂପର୍କରେ ଉଲ୍ଲେଖ କରିଛନ୍ତି ଫୁଲସୋରୀ । ସୁରଜ ଏହି ଗୋଷ୍ଠୀକୁ ଅତ୍ୟଧିକ ଉଚ୍ଚ କିମ୍ବା ନିମ୍ନ ରକ୍ତଚାପର ପ୍ରଭାବ ସଂପର୍କରେ ବୁଝାନ୍ତି ଏବଂ ରକ୍ତଚାପକୁ ମସ୍ତିଷ୍କରେ ଥିବା ସୁଇଚ୍ ସହିତ ତୁଳନା କରି କୁହନ୍ତି: “ଯଦି ଆମେ ଚାହୁଁନାହୁଁ ଯେ ବିପି ଆମ ମସ୍ତିଷ୍କରେ ଥିବା ସୁଇଚ୍‌ଗୁଡ଼ିକୁ ଦୁର୍ବଳ କରିଦେଉ, ତେବେ ଆମକୁ ନିୟମିତ ଔଷଧ ଖାଇବା, ବ୍ୟାୟାମ କରିବା ଆବଶ୍ୟକ।”

୮୭ ବର୍ଷୀୟ ମନୋହର ଉରନଭ, ଯିଏ ମନୋହର କାକା ଭାବରେ ଜଣାଶୁଣା ଏବଂ ୧୦ ବର୍ଷ ଧରି ସେ ଏହି ସହାୟକ ଗୋଷ୍ଠୀ ସଭାକୁ ଆସୁଛନ୍ତି । ମନୋହର କହିଛନ୍ତି, ‘‘ମୋର ବିପି ବର୍ତ୍ତମାନ ନିୟନ୍ତ୍ରଣରେ ଅଛି, କିନ୍ତୁ କ୍ରୋଧକୁ ନିୟନ୍ତ୍ରଣ କରିବାକୁ ମୋତେ ସମୟ ଲାଗିଛି।” ପୁଣି ସେ କହିଛନ୍ତି, “ମୁଁ ଟେନସନ ନନେବା ଶିଖି ଯାଇଛି!”

ଜେଏସ୍‌ଏସ୍ କେବଳ ଉଚ୍ଚ ରକ୍ତଚାପ ନୁହେଁ ଅନ୍ୟାନ୍ୟ ପୁରୁଣା ରୋଗ ପାଇଁ ଅନ୍ୟ ସହାୟକ ଗୋଷ୍ଠୀ ସଭା ମଧ୍ୟ ଆୟୋଜିତ କରିଆସୁଛି - ୫୦ଟି ଗାଁରେ ଏହିପରି ୮୪ଟି ଗୋଷ୍ଠୀ ପରିଚାଳନା କରୁଛି, ଯେଉଁଠିକୁ ଏକ ହଜାରରୁ ଅଧିକ ଲୋକ ଆସୁଛନ୍ତି । ଯୁବକ ଶ୍ରମଜୀବୀମାନେ ଆସନ୍ତି କିନ୍ତୁ ବହୁସଂଖ୍ୟାରେ ବରିଷ୍ଠ ନାଗରିକମାନେ ସାମିଲ ହୁଅନ୍ତି ।

PHOTO • Sweta Daga
PHOTO • Sweta Daga

ବାମ: ମହାରଙ୍ଗୀ ଏକ୍କା, ଏହି ଗୋଷ୍ଠୀର ଏକ ଅଂଶବିଶେଷ ଡାହାଣ: ବାସନ୍ତୀ ଏକ୍କା, ଜଣେ ଗ୍ରାମ ସ୍ୱାସ୍ଥ୍ୟ କର୍ମୀ ଯିଏ ଗୋଷ୍ଠୀ ସଦସ୍ୟଙ୍କ ରକ୍ତଚାପ ଯାଞ୍ଚ କରନ୍ତି

ଜେଏସଏସର କାର୍ଯ୍ୟକ୍ରମ ସଂଯୋଜକ ମୀନଲ ମଦନକର କୁହନ୍ତି, “ବୟସ୍କମାନେ ଉପାର୍ଜନ କରିପାରୁ ନଥିବାରୁ ସେମାନଙ୍କୁ ଛାଡ଼ି ଦିଆଯାଉଛି। ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟ କ୍ଷତିଗ୍ରସ୍ତ ହେଉଛି, ସେମାନେ ଏକୁଟିଆ ଅନୁଭବ କରୁଛନ୍ତି ଏବଂ ଅନେକ କ୍ଷେତ୍ରରେ ଜୀବନର ଶେଷ ପର୍ଯ୍ୟାୟରେ ସେମାନଙ୍କୁ ସମ୍ମାନ ଟିକିଏ ମିଳୁନାହିଁ ।’’

ମୁଖ୍ୟତଃ ଏହି ବୟସ ବର୍ଗ ହିଁ ଡାକ୍ତରୀ ଚିକିତ୍ସା ଏବଂ ସହାୟତା ଲୋଡିଥାନ୍ତି । ଖାଦ୍ୟ ଉପରେ ପରାମର୍ଶ ଆବଶ୍ୟକ କରନ୍ତି | ରୂପା ବାଘେଲ କୁହନ୍ତି, "ଆମେ ଏପରି ଜିନିଷ ଶିଖିବା, ଯାହା ନିଜର ଯତ୍ନ ନେବାରେ ମୋତେ ସାହାଯ୍ୟ କରିବ, ଯେପରି ଚାଉଳ ଅପେକ୍ଷା ମିଲେଟ ଖାଇବା ମୋ ପାଇଁ ଭଲ, ଏବଂ ଅବଶ୍ୟ ମୁଁ ଏଠାରେ ମୋର ଔଷଧ ପାଉଛି।"

ଅଧିବେଶନ ପରେ ଅଂଶଗ୍ରହଣକାରୀମାନଙ୍କୁ କୋଦୋ ମିଲେଟ ଖିରି ଦିଆଯାଏ | JSS କର୍ମକର୍ତ୍ତା ଆଶା କହନ୍ତି ଯେ ମିଲେଟର ସ୍ୱାଦ ସେମାନଙ୍କୁ ଏହା ଖାଇବା ପାଇଁ ପ୍ରେରିତ କରିବ ଏବଂ ଆସନ୍ତା ମାସରେ ମଧ୍ୟ ସେମାନଙ୍କୁ ଆସିବା ପାଇଁ ଉତ୍ସାହିତ କରିବ। ବିଳାସପୁର ଏବଂ ମୁଙ୍ଗେଲି ଜିଲ୍ଲାର ଯେଉଁ ଗ୍ରାମୀଣ ସମୁଦାୟ ମଧ୍ୟରେ JSS କାର୍ଯ୍ୟ କରୁଛି, ସେଠାରେ ପ୍ରାୟତଃ ମଧୁମେହ ରୋଗୀ ସଂଖ୍ୟା କମ୍‌ ଏବଂ ସେମାନେ ଖାଦ୍ୟ ବଦଳାଇବା ସଙ୍ଗେ ସଙ୍ଗେ ସାଧାରଣ ବଣ୍ଟନ ବ୍ୟବସ୍ଥା (PDS)ରେ ଧଳା ଚାଉଳ ପରି ବିଶୋଧିତ କାର୍ବୋହାଇଡ୍ରେଟ୍ ମିଶ୍ରଣ କରି ଯୋଗାଇବାରୁ ମଧୁମେହ ରୋଗୀ ସଂଖ୍ୟା ହ୍ରାସ ପାଇଛି ।

“କୃଷି ଏବଂ ଖାଦ୍ୟପେୟ ଅଭ୍ୟାସରେ ପରିବର୍ତ୍ତନ ଆସିଛି। ଏଠାରେ ଥିବା ସମ୍ପ୍ରଦାୟଗୁଡ଼ିକ ବିଭିନ୍ନ ପ୍ରକାରର ମିଲେଟ ଚାଷ କରନ୍ତି ଏବଂ ଖାଇଥାନ୍ତି, ଯାହାକି ଅଧିକ ପୁଷ୍ଟିକର ଏବଂ ସ୍ୱାସ୍ଥ୍ୟପ୍ରଦ, କିନ୍ତୁ ଏବେ କେବଳ ପଲିସ୍ ଧଳା ଚାଉଳକୁ ଏହା ବଦଳି ଯାଇଛି ବୋଲି ମୀନାଲ କହିଛନ୍ତି। ଅନେକ ଅଂଶଗ୍ରହଣକାରୀ କହିଥିଲେ ଯେ ସେମାନେ ଅଧିକ ଚାଉଳ ଏବଂ ଗହମ ଖାଇଲେ, ମିଲେଟଗୁଡ଼ିକୁ ସମ୍ପୂର୍ଣ୍ଣ ଛାଡ଼ିଦେଲେ ।

PHOTO • Sweta Daga
PHOTO • Sweta Daga

ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ -5 (NFHS-5), ୨୦୧୯-୨୦୨୧ କୁହେ, ଛତିଶଗଡରେ ଗ୍ରାମାଞ୍ଚଳର ୧୪% ଲୋକଙ୍କର ଉଚ୍ଚ ରକ୍ତଚାପ ରହିଛି। ସହାୟକ ଗୋଷ୍ଠୀ ମାଧ୍ୟମରେ ଜୀବନଶୈଳୀରେ ପରିବର୍ତ୍ତନ ଏବଂ ବିପି କମ୍ କରିବାକୁ ଯୋଗ ବିଷୟରେ ସୂଚନା ଦିଆଯାଏ

ପୂର୍ବରୁ ହେଉଥିବା ଚାଷ ପଦ୍ଧତିରେ ଏକ ପରିବର୍ତ୍ତନ ଆସିଛି । ସେମାନେ ବିଭିନ୍ନ ପ୍ରକାର ଡାଲି ଏବଂ ତିଲହାନ୍ (ଡାଲି, ଡାଲିଜାତୀୟ ଏବଂ ତୈଳବୀଜ) ଚାଷ କରୁଥିଲେ, ପ୍ରୋଟିନ୍ ଏବଂ ଅତ୍ୟାବଶ୍ୟକ ଭିଟାମିନ୍ ଗ୍ରହଣକୁ ସୁନିଶ୍ଚିତ କରୁଥିଲେ, କିନ୍ତୁ ଆଉ ନୁହେଁ । ଏପରିକି ବିଭିନ୍ନ ମଞ୍ଜିରେ ପୁଷ୍ଟିକର ତେଲ ରହିଥାଏ, ଯେପରିକି ସୋରିଷ, ବାଦାମ, ଅଳସୀ ଏବଂ ତିଳ ମଧ୍ୟ ସେମାନଙ୍କ ଖାଦ୍ୟରୁ ପ୍ରାୟ ଦୂରେଇ ଯାଇଛି ।

ଆଲୋଚନା ଏବଂ ରକ୍ତଚାପ ଯାଞ୍ଚ ପରେ, ମଜା ଆରମ୍ଭ ହୁଏ - ଷ୍ଟ୍ରେଚିଂ ଅଧିବେଶନ ଏବଂ ଯୋଗ ସହ ଚିତ୍କାର ଓ ବଡ଼ ପାଟିରେ ଚିଲ୍ଲାଇବା ପରେ ହାସ୍ୟରୋଳ ସୃଷ୍ଟି ହୁଏ ।

ସୂରଜ କୁହନ୍ତି, “ଯେତେବେଳେ ଆମେ ଏକ ମେସିନ୍‌ରେ ତେଲ ଦେଇଥାଉ, ଏହା କାର୍ଯ୍ୟ କରିବା ଜାରି ରଖିଥାଏ । ସେହିପରି ଆମ ମାଂସପେଶୀକୁ ତେଲ ଦେବା ଆବଶ୍ୟକ । ଏକ ମୋଟରସାଇକେଲ ଭଳି, ଆମ ଇଞ୍ଜିନକୁ ତେଲ ଲଗାଇବା ଜାରି ରଖିବାକୁ ପଡ଼ିବ ।” ଗ୍ରୁପ୍ ଅଲଗା ହେବା ଏବଂ ସେମାନେ ଘରକୁ ଫେରିବା ପୂର୍ବରୁ ହସଖୁସି ଅଧିକ ହୋଇଥାଏ।

ଅନୁବାଦ : ଓଡ଼ିଶାଲାଇଭ୍‍

Sweta Daga

شویتا ڈاگا بنگلورو میں مقیم ایک قلم کار اور فوٹوگرافر، اور ۲۰۱۵ کی پاری فیلو ہیں۔ وہ مختلف ملٹی میڈیا پلیٹ فارموں کے لیے کام کرتی ہیں اور ماحولیاتی تبدیلی، صنف اور سماجی نابرابری پر لکھتی ہیں۔

کے ذریعہ دیگر اسٹوریز شویتا ڈاگا
Editor : PARI Desk

پاری ڈیسک ہمارے ادارتی کام کا بنیادی مرکز ہے۔ یہ ٹیم پورے ملک میں پھیلے نامہ نگاروں، محققین، فوٹوگرافرز، فلم سازوں اور ترجمہ نگاروں کے ساتھ مل کر کام کرتی ہے۔ ڈیسک پر موجود ہماری یہ ٹیم پاری کے ذریعہ شائع کردہ متن، ویڈیو، آڈیو اور تحقیقی رپورٹوں کی اشاعت میں مدد کرتی ہے اور ان کا بندوبست کرتی ہے۔

کے ذریعہ دیگر اسٹوریز PARI Desk
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

کے ذریعہ دیگر اسٹوریز OdishaLIVE