ମୋ ଜେଜେମାଆ, ଭବାନୀ ମାହାତୋଙ୍କର ସ୍ୱାଧୀନତା ସଂଗ୍ରାମର ଲଢ଼େଇ ବ୍ରିଟିଶ୍ କବଳରୁ ଦେଶକୁ ସ୍ୱାଧୀନ କରିବା ପାଇଁ ଆରମ୍ଭ ହୋଇଥିଲା। ଶେଷରେ ଦେଶ ସ୍ୱାଧୀନ ହେଲା। ସେହିଦିନଠାରୁ ଠାକୁମା (ଉପରୋକ୍ତ ଫଟୋରେ ମଝିରେ ବସିଛନ୍ତି) ତାଙ୍କର ଅସୀମ ତ୍ୟାଗ ଓ ଦୀର୍ଘ କଷ୍ଟରୁ ଅର୍ଜିତ ସ୍ୱାଧୀନତାର ଗଣତାନ୍ତ୍ରିକ ଅଧିକାର ପ୍ରୟୋଗ କରୁଛନ୍ତି। (ତାଙ୍କ ଡାହାଣରେ ବସିଛନ୍ତି ତାଙ୍କର ଭଉଣୀ, ଉର୍ମିଳା ମାହାତୋ ଏବଂ ତାଙ୍କ ବାମରେ ବସିଛନ୍ତି ନାତି ପାର୍ଥ ସାରଥି ମାହାତୋ)।

ଏପରିକି ୨୦୨୪ ସାଧାରଣ ନିର୍ବାଚନ ତାଙ୍କ ପାଇଁ ବ୍ୟତିକ୍ରମ ନଥିଲା। ତାଙ୍କର ବୟସ ପ୍ରାୟ ୧୦୬ ବର୍ଷ, ରୁଗ୍‌ଣ ସ୍ୱାସ୍ଥ୍ୟ କିନ୍ତୁ ଭୋଟ୍ ଦେବା କଥା ଆସିଲେ ମନରେ ଭରପୁର ଉତ୍ସାହ। ସେ ଭଲ ଭାବରେ ଦେଖିବାକୁ ଓ ଶୁଣିବାକୁ ସକ୍ଷମ କିନ୍ତୁ ତାଙ୍କ ହାତରେ ଆଉ ଯଥେଷ୍ଟ ବଳ ନାହିଁ। ତେଣୁ ସେ ମୋତେ ତାଙ୍କୁ ସାହାଯ୍ୟ କରିବାକୁ କହିଲେ। ପଶ୍ଚିମବଙ୍ଗର ପୁରୁଲିଆ ଜିଲ୍ଲାରେ ମନ ବଜାର ୧ ବ୍ଲକ୍‌ରେ ଚେପୁଆରେ ଆମ ଗ୍ରାମରେ ମେ ୨୫ ତାରିଖରେ ଭୋଟ୍ ପଡ଼ୁଛି। କିନ୍ତୁ ନିର୍ବାଚନ କମିଶନଙ୍କର ନିର୍ଦ୍ଦେଶକ୍ରମେ ୮୫ ବର୍ଷରୁ ଅଧିକ ବୟସର ବରିଷ୍ଠ ନାଗରିକଙ୍କ ପାଇଁ ଘରେ ଭୋଟ୍‌ଦାନ ବ୍ୟବସ୍ଥା ରହିଛି। ସେ ଆଜି (ମେ ୧୮, ୨୦୨୪) ଚେପୁଆରେ ଭୋଟ୍ ଦେଇଛନ୍ତି।

ପୋଲିଂ ଅଧିକାରୀଙ୍କଠାରୁ ଆବଶ୍ୟକ ଅନୁମୋଦନ ସହିତ ମୁଁ ଏହି ପ୍ରକ୍ରିୟାରେ ତାଙ୍କର ସହାୟତା କରିଥିଲି। ପୋଲିଂ ପାର୍ଟି ଚାଲିଯିବା ପରେ ସେ ପୁରୁଣା ଦିନ କଥା ମନେ ପକାଇବା କଥା ଆରମ୍ଭ କଲେ। ବ୍ରିଟିଶ୍ ଶାସନ ବେଳେ କିପରି ରାଜୁତି ଚାଲୁଥିଲା ଏବଂ ଧୀରେ ଧୀରେ କିପରି ଆମେ ଆଜିର ଦିନରେ ପହଞ୍ଚିଲେ। ନିଜର କାହାଣୀ ଶେଷ କଲେ।

ତାଙ୍କର କାହାଣୀ ଶୁଣି ମୁଁ ପୁଣି ଥରେ ମୋର ଜେଜେମାଆଙ୍କ ପାଇଁ ଗର୍ବିତ ଅନୁଭବ କଲି।

ବିପ୍ଳବୀ ଭବାନୀ ମାହାତୋଙ୍କ ବିଷୟରେ ଅଧିକ ଜାଣିବା ପାଇଁ ପଢ଼ନ୍ତୁ, ପି.ସାଇନାଥଙ୍କର, ଯେତେବେଳେ ଭବାନୀ ମାହାତୋ ବିପ୍ଳବ ପାଇଁ ଖାଦ୍ୟ ପରଷିଥିଲେ

ପ୍ରଚ୍ଛଦ ଫଟୋ ସୌଜନ୍ୟ ପ୍ରଣବ କୁମାର ମାହାତୋ

ଅନୁବାଦ : ଓଡ଼ିଶାଲାଇଭ୍‍

Partha Sarathi Mahato

پارتھ سارتھی مہتو، مغربی بنگال کے پرولیا ضلع میں ٹیچر کے طور پر کام کرتے ہیں۔

کے ذریعہ دیگر اسٹوریز Partha Sarathi Mahato
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

کے ذریعہ دیگر اسٹوریز OdishaLIVE