ଗୀଦା ୱଡ଼ଚଲ କୁହନ୍ତି, ‘‘ଚଳିତ ବଜେଟ୍‌ ଆମ ଅସ୍ଥିତ୍ୱର ଅସ୍ତିତ୍ୱର କୌଣସି ଗୋଟିଏ ସମସ୍ୟାର ସମାଧାନ କରୁନାହିଁ। ଲାଗୁଛି ଯେମିତି ଏହା ମୁଖ୍ୟତଃ ମଧ୍ୟବିତ୍ତ ବର୍ଗ, ବିଶେଷ କରି ବେତନଭୋଗୀ ବ୍ୟକ୍ତିଙ୍କ ସହ ଜଡ଼ିତ।’’

ଅତି ଆପଦଗ୍ରସ୍ତ ଆଦିବାସୀ ସମ୍ପ୍ରଦାୟ (ପିଭିଟିଜି) ରୂପରେ ବର୍ଗୀକୃତ କାଡ଼ର ସମ୍ପ୍ରଦାୟର ସଦସ୍ୟ ହୋଇଥିବା ୩୬ ବର୍ଷୀୟ ଗୀଦା କେରଳର ତ୍ରିଶୁର ଜିଲ୍ଲାରେ ପ୍ରସ୍ତାବିତ ଆଦିରପିଲ୍ଲୀ ଜଳବିଦ୍ୟୁତ ପ୍ରକଳ୍ପର ଜଳଗ୍ରହଣ କ୍ଷେତ୍ରରେ ରହିଥା’ନ୍ତି।

ଏହି ନଦୀବନ୍ଧ ଚାଳାକୁଡ଼ି ନଦୀ ଉପତ୍ୟାକାରେ ଅବସ୍ଥିତ ଏବଂ ଏହାର କାରଣରୁ ସେମାନଙ୍କ ସମ୍ପ୍ରଦାୟକୁ ଚତୁର୍ଥ ଥର ପାଇଁ ବିସ୍ଥାପିତ ହେବାକୁ ପଡ଼ିବ। ନଦୀବନ୍ଧ ବିରୋଧରେ ଜନ ଆନ୍ଦୋଳର ଚେହେରା ପାଲଟିଥିବା ଗୀଦା କୁହନ୍ତି, ‘‘ସାରା ଦେଶରେ ବ୍ୟାପକ ଆକାରରେ ମୌଳିକ ଭିତ୍ତିଭୂମି ପ୍ରକଳ୍ପ କାରଣରୁ ଆମକୁ ଅଧିକ ପରିମାଣରେ ବିସ୍ଥାପନର ସାମ୍ନା କରିବାକୁ ପଡ଼ୁଛି। ଏହାବ୍ୟତୀତ ଆମ ଜଙ୍ଗଲ, ଜମି ଏବଂ ସମ୍ବଳ ଉପରେ କମ୍ପାନୀଗୁଡ଼ିକର ଅଧିଗ୍ରହଣ ବିଷୟରେ କୌଣସି ଉଲ୍ଲେଖ କରାଯାଉନାହିଁ।’’

କେରଳର ଏକମାତ୍ର ଆଦିବାସୀ ମହିଳା ମୁଖିଆ ଗୀଦା କୁହନ୍ତି, ‘‘ଜଙ୍ଗଲରେ ରହୁଥିବା ଆଦିବାସୀ ସମ୍ପ୍ରଦାୟ ପାଇଁ ଜଳବାୟୁ ପରିବର୍ତ୍ତନ ଅଭୂତପୂର୍ବ ଅସ୍ତିତ୍ୱର ଆହ୍ୱାନ ସୃଷ୍ଟି କରିଥାଏ। ଆମେ ପ୍ରତିକୂଳ ପାଣିପାଗ, ନଷ୍ଟ ହୋଇ ଚାଲିଥିବା ଜଙ୍ଗଲ ଏବଂ ସୀମିତ ଜୀବିକା ବିକଳ୍ପର ସାମ୍ନା କରୁଛୁ।

PHOTO • Courtesy: keralamuseum.org
PHOTO • Courtesy: keralamuseum.org

ବାମ: ଗୀଦା ଓ ତାଙ୍କର ଛାତ୍ରଛାତ୍ରୀ। ଡାହାଣ: କେରଳ ତ୍ରିଶୁର ଜିଲ୍ଲାରେ ଥିବା ପ୍ରସ୍ତାବିତ ଅଦିରପ୍ପିଲ୍ଲୀ ଜଳବିଦ୍ୟୁତ ପ୍ରକଳ୍ପର କ୍ୟାଚମେଣ୍ଟ ଏରିଆରେ ଗୀଦା ରୁହନ୍ତି

କାଡ଼ର ସମ୍ପ୍ରଦାୟର ଅନ୍ୟ ଲୋକମାନଙ୍କ ଭଳି ଗୀଦାଙ୍କ ପୂର୍ବଜମାନେ ବନବାସୀ ଥିଲେ। ୧୯୦୫ରେ ଇଂରେଜମାନେ କାଠକୁ କୋଚି ବନ୍ଦର ପର୍ଯ୍ୟନ୍ତ ପହଞ୍ଚାଇବା ଏବଂ ସେଠାରୁ ଗ୍ରେଟ୍‌ ବ୍ରିଟେନ ପଠାଇବା ଲାଗି ପରମ୍ବିକୁଲମ ବ୍ୟାଘ୍ର ଅଭୟାରଣ୍ୟ କ୍ଷେତ୍ରକୁ ଯୋଡ଼ିବା ପାଇଁ ଟ୍ରାମ ୱେ ନିର୍ମାଣ କରିଥିଲେ, ଏହି ସମୟରେ ସେମାନଙ୍କୁ ଏହି ଅଞ୍ଚଳ ଛାଡ଼ିବା ଲାଗି ବାଧ୍ୟ କରାଯାଇଥିଲା।

ଗୀଦାଙ୍କ ପରିବାର ପେରିଙ୍ଗଲକୁତୁ ଏବଂ ତା’ପରେ ଶୋଲାୟାର ଜଙ୍ଗଲକୁ ଚାଲି ଯାଇଥିଲା, ସେଠାରୁ ପୁଣିଥରେ ସେମାନଙ୍କୁ ବିସ୍ଥାପିତ ହେବାକୁ ପଡ଼ିବ।

ସେ କୁହନ୍ତି ଯଦିଓ ବଜେଟରେ ଆଦିବାସୀ କଲ୍ୟାଣ ପାଇଁ ପାଣ୍ଠି ବୃଦ୍ଧି କରାଯାଇଛି, ‘‘ଆବଣ୍ଟନରେ ମୁଖ୍ୟତଃ ଆଦର୍ଶ ଆବାସିକ ବିଦ୍ୟାଳୟ, ମୌଳିକ ଭିତ୍ତିଭୂମିର ବିକାଶ ଏବଂ ଯୋଗାଯୋଗ ବିକାଶ ପ୍ରତି ପ୍ରାଥମିକତା ଦିଆଯାଇଛି। ଏହାର କେବଳ ଲୋକଦେଖାଣିଆ ପ୍ରଭାବ ପଡ଼ିବ। ସଡ଼କ ଏବଂ ମୌଳିକ ଭିତ୍ତିଭୂମିରେ ସୁଧାର ସେହି ଦୁର୍ବଳ ଆଦିବାସୀ ସମ୍ପ୍ରଦାୟ ପାଇଁ ମୂଲ୍ୟହୀନ ହେବ ଯେଉଁମାନଙ୍କର ଜମି, ଜଙ୍ଗଲ, ଜଳ ସମ୍ବଳ ଏବଂ ଜୀବିକା ଛଡ଼େଇ ନିଆଯାଇଛି।’’

କେରଳରେ ଅନେକ ଲୋକମାନେ ଆଶା କରୁଥିଲେ ଯେ ବଜେଟରେ ୱାୟନାଡ଼ ଜିଲ୍ଲାର ମୁଣ୍ଡକଈ ଏବଂ ଚୁରଲମାଲାର ଭୂସ୍ଖଳନ ପୀଡ଼ିତଙ୍କ ପାଇଁ ସହାୟତାର ଏକ ଉପଯୁକ୍ତ ଭାଗ ଆବଣ୍ଟନ କରାଯିବ। ‘‘ଲାଗୁଛି ଯେମିତି ଭାରତର ସମ୍ପୂର୍ଣ୍ଣ ଦକ୍ଷିଣ ଭାଗକୁ ଅଣଦେଖା କରାଯାଇଛି।’’

କେରଳ ସଂଗ୍ରହାଳୟ, ମାଧବନ ନାୟାର ଫାଉଣ୍ଡେସନ କୋଚିର ଜନଲ୍‌ ଆର୍କାଇଭରୁ ଅନୁମତି ନେଇ ଫଟୋଗୁଡ଼ିକ ବ୍ୟବହାର କରାଯାଇଛି।

ଅନୁବାଦ : ଓଡ଼ିଶାଲାଇଭ୍‍

K.A. Shaji

کے اے شاجی کیرالہ میں مقیم ایک صحافی ہیں۔ وہ انسانی حقوق، ماحولیات، ذات، پس ماندہ برادریوں اور معاش پر لکھتے ہیں۔

کے ذریعہ دیگر اسٹوریز K.A. Shaji
Editor : Priti David

پریتی ڈیوڈ، پاری کی ایگزیکٹو ایڈیٹر ہیں۔ وہ جنگلات، آدیواسیوں اور معاش جیسے موضوعات پر لکھتی ہیں۔ پریتی، پاری کے ’ایجوکیشن‘ والے حصہ کی سربراہ بھی ہیں اور دیہی علاقوں کے مسائل کو کلاس روم اور نصاب تک پہنچانے کے لیے اسکولوں اور کالجوں کے ساتھ مل کر کام کرتی ہیں۔

کے ذریعہ دیگر اسٹوریز Priti David
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

کے ذریعہ دیگر اسٹوریز OdishaLIVE