ଯମୁନା ନଦୀକୁ ଲାଗି ଦିଲ୍ଲୀ-ନୋଇଡାକୁ ସିଧା ସଳଖ ସଂଯୋଗ କରୁଥିବା ଫ୍ଲାଏୱେ ନିକଟରେ ଗୋଟିଏ ମାଟି ରାସ୍ତା ଭାଗ ଭାଗ ହୋଇ ସବୁଜ କ୍ଷେତକୁ ଲମ୍ବି ଯାଇଛି। ଚିଲ୍ଲା ଖଦର ନାମକ ଅଞ୍ଚଳକୁ ଏହି ରସ୍ତା ପଡ଼ିଛି (ଜନଗଣନାରେ ଏହାକୁ ଚିଲ୍ଲା ସରୋଦା ଖଦର ଭାବେ ଉଲ୍ଲେଖ କରାଯାଇଛି)।

ଏଠାରେ ଥିବା ଅଧିକାଂଶ ରାସ୍ତା ଧୂଳିଆ ଏବଂ ଅବଡାଖବଡ଼ା; ଏହି ବାଟ ଦେଇ ବିଦ୍ୟୁତ ଟାୱାର ଯାଇଛି କିନ୍ତୁ ଏଠାକାର ଲୋକ କହନ୍ତି, ତାଙ୍କୁ ବିଜୁଳି ସଂଯୋଗ ଦିଆଯାଇ ନାହିଁ। ଏଠି ପ୍ରାୟ ୫୦ ବର୍ଷ ହେବ ରହିଲେଣି ୭୦ ବର୍ଷୀୟ ସୁବେଦାର ସିଂ ଯାଦବ। ଖରଭୁଜ ଫାର୍ମ ଅଞ୍ଚଳକୁ ସେ ତାଙ୍କ ଦାଦାଙ୍କ ସହ ଚାଲି ଆସିଥିଲେ। ତାଙ୍କ ମୂଳ ଘର ଉତ୍ତର ପ୍ରଦେଶ ଘାଜିପୁର ଜିଲ୍ଲା କରନ୍ଦା ତହସିଲର ଧର୍ମରପୁର ଉପରୱାର ଗାଁରେ। ତରଭୁଜ ଚାଷରୁ ପରିବା ଚାଷ ତା ପରେ ଗହମ ଓ ଧାନ ଚାଷ କରିବା ସହ ପଶୁ ପାଳନ ମଧ୍ୟ କରୁଛନ୍ତି। ଜଣେ ଭାଗ ଚାଷୀ ଭାବେ ୧୫ ବିଘା (ପ୍ରାୟ ୩ ଏକର) ଜମିରେ ସେ ଚାଷ କରନ୍ତି। ଏଥିରେ ପରିବାର ଲୋକଙ୍କ ସହ ଦୁଇ ଜଣ କୃଷି ଶ୍ରମିକ ନିୟୋଜିତ ଅଛନ୍ତି।

ଯମୁନା ନଦୀର ଜଳ ପ୍ରଦୂଷିତ ହେବା ଫଳରେ ଚାଷ ଜମିରେ ପାଣି ମଡ଼ାଇବାକୁ ଲୋକେ ଏଠି ନଳକୂଅ ଖୋଳିଛନ୍ତି। ଚିଲ୍ଲା ଖଦର, ଯାଦବ କହନ୍ତି ଏଠି ବନ୍ୟା ଏବଂ ବନ୍ୟଜନ୍ତୁ ଦାଉ ସାଧନ୍ତି। କିନ୍ତୁ କ୍ଷୟକ୍ଷତି ପାଇଁ ରାଜ୍ୟ ସରକାରଙ୍କଠାରୁ ଜମିର ମାଲିକମାନେ କ୍ଷତିପୂରଣ ପାଆନ୍ତି- ଭାଗଚାଷୀ ପାଆନ୍ତିନି। ସେମିତି ଚାଷୀର ଫସଲର ମୂଲ୍ୟ କେତେ ହେବ, ମଣ୍ଡିରେ ତାର ନିର୍ଣ୍ଣୟ କରନ୍ତି ଦଲାଲ। ଚାଷୀଙ୍କୁ କ୍ଷତି ସହିବାକୁ ବାଧ୍ୟ କରାଯାଏ।

ଯଦିଓ ଚାଷୀମାନେ ଏଠି ଦଶନ୍ଧି ଦଶନ୍ଧି ଧରି ଚାଷ କରୁଥିବା କହନ୍ତି, କର୍ତ୍ତୃପକ୍ଷ କିନ୍ତୁ ଏମାନଙ୍କୁ ଜବରଦଖଲକାରୀ ଦୃଷ୍ଟିରେ ଦେଖନ୍ତି ଆଉ ମଝିରେ ମଝିରେ ତାଙ୍କ ଘର ଭାଙ୍ଗିଦେବା ସହ ଫସଲ ନଷ୍ଟ କରି ଦିଅନ୍ତି। ଯାଦବ କହିଲେ, ‘‘୧୦ ଦିନ ତଳେ ଡିଡିଏ [ଦିଲ୍ଲୀ ଡେଭଲପମେଣ୍ଟ ଅଥରିଟି] ଜଣେ ଚାଷୀଙ୍କ କ୍ଷେତରେ ବୁଲଡୋଜର ଚଢେଇଦେଲା।’’ ‘‘ଜମିରେ ଥିବା ଫସଲ ଆଉ ଆମ ଝୁଗି  [କୁଡିଆ] ନଷ୍ଟ ହୋଇଗଲା। ଯଦି ସରକାର ଏଇ ଜମି ଚାହାନ୍ତି, ଆମେ ତୁମ ରାସ୍ତାରେ ଛିଡା ହେବୁନି ବୋଲି ତାଙ୍କୁ କହି ସାରିଛୁ। କିନ୍ତୁ ଆମ ଘର ଭାଂଗିବା ତାଙ୍କର ଭୁଲ।’’

ଏହି ଭିଡିଓରେ ଚିଲ୍ଲା ଖଦର ଅଞ୍ଚଳର ଯାଦବ ଏବଂ ଅନ୍ୟମାନେ ସେମାନଙ୍କ କଥା​କହୁଛନ୍ତି ।

ବସ୍ତି ସୁରକ୍ଷା ମଞ୍ଚର ଅବଦୁଲ ଶକିଲ ବଶା , ଚିଲ୍ଲା ଖଦର ଅଞ୍ଚଳରେ ଇନଫର୍ମାଲ ସ୍କୁଲ ଚଳାଉଥିବା ସଂଗଠନ ଏବଂ ଘର ଉଛେଦ ବେଳେ ଏମାନଙ୍କ ପାଇଁ ଛିଡା ହେଉଥିବା ଆଇନଜୀବୀମାନଙ୍କୁ ଲେଖକ ଧନ୍ୟବାଦ ଜଣାଉଛନ୍ତି।

ଅନୁବାଦ: ଓଡ଼ିଶାଲାଇଭ୍

Subuhi Jiwani

ممبئی میں رہنے والی صبوحی جیوانی ایک قلم کار اور ویڈیو میکر ہیں۔ وہ ۲۰۱۷ سے ۲۰۱۹ تک پاری کے لیے بطور سینئر ایڈیٹر کام کر چکی ہیں۔

کے ذریعہ دیگر اسٹوریز سبوہی جیوانی
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

کے ذریعہ دیگر اسٹوریز OdishaLIVE