ବାରମ୍ବାର ଫୋନ୍ ଆସିବା ପରେ ଯାଇ ପ୍ରମୋଦ କୁମାର ତାଙ୍କର ଆଧାର ନମ୍ବର ଦେଇଥିଲେ । ଫୋନ୍ କରିଥିବା ଲୋକ ଜଣକ କହିଥିଲେ, “ତୁମ ଆଧାର ନମ୍ବର ସଂଯୋଗ କର ନ ହେଲେ ମୋବାଇଲ୍ ନମ୍ବର ବନ୍ଦ ହୋଇଯିବ ।’’
୨୦୧୮ର ପ୍ରଥମାର୍ଦ୍ଧଠାରୁ କୁମାରଙ୍କ ଗାଁ ଦାଡେଓରାରେ ଲୋକମାନଙ୍କୁ ଏଭଳି ଫୋନ୍ କଲ୍ ଆସୁଥିଲା । ତେଣୁ ଯଦିଓ ସେ ମୋବାଇଲ୍ ନମ୍ବରକୁ ଏଭଳି କୌଣସି ପରିଚୟପତ୍ର ବିନା ୩ ବର୍ଷ ଧରି ବ୍ୟବହାର କରିଆସୁଥିଲେ, ତେବେ ଫୋନ୍ ପାଇବା ପରେ ୨୦୧୮ର ମଝାମଝି କୌଣସି ଏକ ଦିନ ସକାଳେ ୪ କିମି ସାଇକେଲ୍ ଚଳାଇ ପରସଦା ମାର୍କେଟùe [òବା ଏକ ସିମ୍ କାର୍ଡ ଦୋକାନୀଙ୍କର ଦୋକାନକୁ ଗଲେ । କୁମାର ମନେ ପକାଇଲେ, “ମୋତେ କୌଣସି ପ୍ରଶ୍ନ ପଚରାଯାଇନଥିଲା । ଦୋକାନୀ ମୋର ଆଧାର କାର୍ଡ ନେଲେ ଏବଂ ମୋତେ ଏକ ଛୋଟ କଳା ରଙ୍ଗର ମେସିନରେ ଥିବା ଏକ ବଟନକୁ ଦୁଇ ଥର ଦବାଇବାକୁ କହିଲେ । କମ୍ପ୍ୟୁଟର ସ୍କ୍ରିନ୍ରେ ମୁଁ ମୋର ଫଟୋ ଦେଖିପାରିଲି । ସେ କହିଲେ ଯେ ପୂର୍ବ ଭଳି ମୋର ସିମ୍ କାର୍ଡ କାମ କରିବା ଜାରି ରହିବ ।’’
ବିନା ପରିଶ୍ରମରେ ସେ କରିଥିବା ସେହି କାର୍ଯ୍ୟ ଯୋଗୁ ପରେ କୁମାରଙ୍କର ମଜୁରୀ ଅନ୍ତର୍ଦ୍ଧାନ ହୋଇଗଲା ।
୨୦୦୫ ମସିହାରୁ ଟେଲିକମ୍ୟୁନିକେସନ୍ ବିଭାଗ (ଡିଓଟି) ସିମ୍ କାର୍ଡଧାରୀମାନଙ୍କର ପରିଚୟ ଯାଂଚ କରିବାର ଆବଶ୍ୟକତା ସଂପର୍କରେ କହିଥିଲା । ବିଭାଗ ଏହାକୁ ‘ସୁରକ୍ଷା ଜଡ଼ିତ ଗୁରୁତର ପ୍ରସଙ୍ଗ ବୋଲି ଦର୍ଶାଇ ଏକ ଚିନ୍ତାର ବିଷୟ ବୋଲି ବ୍ୟକ୍ତ କରିଥିଲା’ । ୨୦୧୪ ସୁଦ୍ଧା, ଟେଲିକମ୍ୟୁନିକେସନ୍ ବିଭାଗ ଏଥିରେ ପରିବର୍ତ୍ତନ ଆଣିଥିଲା-ଏବେ ଜଣେ ଗ୍ରାହକଙ୍କୁ ଏଥିପାଇଁ ତାଙ୍କର ଆଧାର ନମ୍ବର ଦେବାକୁ ପଡ଼ିବ ।
ଜାନୁୟାରୀ ୨୦୧୭ରେ ଏୟାରଟେଲ ଭାରତର ପ୍ରଥମ ମୋବାଇଲ୍ ସେବା ପ୍ରଦାନକାରୀ କଂପାନି ଭାବେ ପେମେଣ୍ଟ ବ୍ୟାଙ୍କ୍ ଆରମ୍ଭ କଲା; ତାର ୱେବସାଇଟରେ ‘ପ୍ରତି ଭାରତୀୟଙ୍କୁ ସମାନ, ପ୍ରଭାବଶାଳୀ ଏବଂ ବିଶ୍ୱାସଯୋଗ୍ୟ ବ୍ୟାଙ୍କିଂ ଅଭିଜ୍ଞତା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା ।’
ସୀତାପୁର ଜିଲ୍ଲାର ଗାଁରେ ଏହି ବିକାଶ ୩୩ ବର୍ଷୀୟ କୁମାରଙ୍କ ଜୀବନକୁ ପରିବର୍ତ୍ତନ କରିଦେଲା । କୁମାର ଜଣେ କ୍ଷୁଦ୍ର ଚାଷୀ ଓ ଶ୍ରମିକ। ସେ ତାଙ୍କ ପରିବାର ଏବଂ ତାଙ୍କ ଗାଁର ଅନେକ ଏୟାରଟେଲ ସିମ୍ କାର୍ଡ ବ୍ୟବହାର କରିଥିଲେ ।





