ବୟସର ଅଶି ବର୍ଷ ଅତିକ୍ରମ କରିଥିବା ଶେରିଙ୍ଗ ଦୋର୍ଜୀ ଭୁତିୟା ପାଞ୍ଚ ଦଶକ ହେବ ହାତରେ ଧନୁ ତିଆରି କରୁଛନ୍ତି। ବୃତ୍ତିରେ ଜଣେ ବଢ଼େଇ ହୋଇଥିବା ଦୋର୍ଜୀ ଆସବାବପତ୍ର ମରାମତି କରି ଜୀବିକା ନିର୍ବାହ କରନ୍ତି, କିନ୍ତୁ ତାଙ୍କୁ ପ୍ରେରଣା ମିଳେ ଧନୁର୍ବିଦ୍ୟାରୁ – ଯାହା ତାଙ୍କର ନିଜ ରାଜ୍ୟ ସିକ୍କିମର ସଂସ୍କୃତିରେ ନିମ୍ମଜିତ ହୋଇରହିଛି।
ସ୍ଥାନୀୟ ଲୋକମାନେ କହନ୍ତି ସିକ୍କିମର ପାକିଓଙ୍ଗ ଜିଲ୍ଲାରେ ଥିବା କାର୍ଥୋକ ଗାଁରେ ଏକଦା ଅଧିକ ଧନୁ ନିର୍ମାତା ଥିଲେ, କିନ୍ତୁ ଏବେ କେବଳ ଶେରିଙ୍ଗ ଅଛନ୍ତି। ସେ ବାଉଁଶରେ ତାଙ୍କ ଧନୁ ତିଆରି କରନ୍ତି ଏବଂ ସେଗୁଡ଼ିକ ବୌଦ୍ଧ ପର୍ବ ଲୋସୁଙ୍ଗ ସମୟରେ ବିକ୍ରି ହୁଏ।
ଆପଣ ଏଠାରେ ତାଙ୍କ ବିଷୟରେ ଅଧିକ ପଢ଼ିପାରିବେ: ଶେରିଂ: ପାକ୍ୟୋଙ୍ଗର ସିଧା-ତୀର ଧନୁ ନିର୍ମାତା
ଅନୁବାଦ : ଓଡ଼ିଶାଲାଇଭ୍