ଏହି ସ୍ୱତନ୍ତ୍ର ରୋଗନ କଳାର ଏକମାତ୍ର ପଥପ୍ରଦର୍ଶକଙ୍କୁ ଖୋଜି ବାହାର କରିବା ପାଇଁ, ଆପଣଙ୍କୁ ବହୂଦୂରରେ ଅବସ୍ଥିତ ନିରୋନା ଗ୍ରାମକୁ ଯାତ୍ରା କରିବାକୁ ହେବ। ନିରୋନା ହେଉଛି ଗୁଜୁରାଟର କଚ୍ଛ ଜିଲ୍ଲାର ଏକ ଗ୍ରାମ ।
ଏଠାରେ ଅବ୍ଦୁଲ ଗଫୁର ଖତ୍ରି, ୫୫, ଓ ତାଙ୍କ ଭାଇ ସୁମେର୍ ଖତ୍ରି, ୩୬, ମିଳିତ ଭାବେ ତିନି ଶହ ବର୍ଷ ପୁରୁଣା ଖତ୍ରୀ ପରିବାରର ପରମ୍ପରାକୁ ଆଗକୁ ବଜାୟ ରଖିଛନ୍ତି । ଏହି କଳା ପାଇଁ ୧୯୯୭ରେ ଗଫୁର୍ଭାଇଙ୍କୁ ଓ ୨୦୦୩ ରେ ସୁମେର୍ଭାଇ ଜାତୀୟ ପୁରସ୍କାର ମିଳିଛି ।
ରୋଗନ କଳା ଗଭୀର ଭାବେ ପର୍ସିଆର ସଂସ୍କୃତି ଦ୍ୱାରା ପ୍ରଭାବିତ ଓ ପାର୍ସୀ ଭାଷାରେ ‘ରୋଗନ’ର ଅର୍ଥ ହେଉଛି ‘ତେଲ ଆଧାର ଯୁକ୍ତ’ । ଖତ୍ରୀ ବଂଶ ପ୍ରବାସରେ କଚ୍ଛକୁ ଆସିବା ସହିତ ଏଠାକୁ ରୋଗନ୍ କଳା ମଧ୍ୟ ଆସିଥିଲା ।









