‘‘କେହି ବି ମା ବୋନବିବିଙ୍କର ଡାକରାକୁ ଉପେକ୍ଷା କରି ପାରିବେନାହିଁ," ଭକ୍ତିର ସହ ଆକାଶକୁ ଅନାଇ କୁହନ୍ତି ଶାମ୍ପା। "ଜୟ ମା’ ବୋନବିବି!" ସେ ଏବଂ ତାଙ୍କ ସ୍ୱାମୀ ରଘୁ ଗୁଚାଇ, ଏବଂ ସେମାନଙ୍କର ତିନି ବର୍ଷର ପୁଅ ତାଙ୍କ ଗାଁର ଦକ୍ଷିଣ ମୁଣ୍ଡରେ ସ୍ଥିତ ମା’ ବୋନବିବିଙ୍କର ୧୫୦ ବର୍ଷର ପୁରୁଣା ମନ୍ଦିର ଆଡ଼େ ମାଡ଼ି ଚାଲିଥିଲେ। ଏହା ଜାନୁୟାରୀ ମାସର ମଧ୍ୟଭାଗ ଥିଲା, ଏବଂ ପଶ୍ଚିମବଙ୍ଗ ଦକ୍ଷିଣ ଚବିଶ ପ୍ରଗଣା ଜିଲ୍ଲାର ରାମରୁଦ୍ରପୁରର ସମସ୍ତ ଜନସାଧାରଣ ସେ ହିନ୍ଦୁ ହୁଅନ୍ତୁ ବା ମୁସଲିମ, ସେଠା ଅଭିମୁଖେ ଯାତ୍ରାରେ ବାହାରି ଯାଇଥିଲେ। "ମା’ ବୋନବିବି ହେଉଛନ୍ତି ଜଙ୍ଗଲର ରାଣୀ," ଘୋଷଣା କଲେ ଫୁଲ ମାସୀ(ମାଉସୀ), ଗାଁ ର ଜଣେ ବୟସ୍କା ମହିଳା।"ଆଜି ଏଠାରେ ଆଉ ଜଙ୍ଗଲ ନାହିଁ , କିନ୍ତୁ ତାର ଆର୍ଶୀବାଦ ଏଠାରେ ଏବେବି ଅଛି। ବୋନବିବି ଶକ୍ତିର ଚଳନ୍ତି ପ୍ରତିମା ଏବଂ ଏହି ମେଳା ଏହି ଗାଁର ପୂର୍ବ-ପ୍ରଚଳିତ ପରମ୍ପରା।"

ମା ବୋନବିବିଙ୍କର ଉତ୍ସବ ବର୍ଷକୁ ଥରେ ଜାନୁୟାରୀ କିମ୍ବା ଫେବୃୟାରୀ ମାସରେ ଅନୁଷ୍ଠିତ ହୁଏ, ଏବଂ ରାମରୁଦ୍ରପୁରର ମେଳା ହେଉଛି ସର୍ବ ପୁରାତନ ଏବଂ ସବୁଠାରୁ ବଡ଼, ରଘୁ ନିଜ ଭାଇ ଶିବୁ ସହ ସେଠାରେ କରିଥିବା ଷ୍ଟଲକୁ ମୋତେ ନେଇ ଯାଇଥିଲେ। ସେ କଲିକତାର ଏକ ବ୍ୟବସାୟୀଙ୍କଠାରୁ ଆଣିଥିବା ବିଭିନ୍ନ ରଙ୍ଗ ବେରଙ୍ଗର ଚୁଡ଼ି ଓ ଅଳଙ୍କାରରେ ଏହି ଷ୍ଟଲଟି ଭରି ଯାଇଥିଲା। ଭାଇ ଦୁଇଜଣ ବୋନବିବିଙ୍କର ଆର୍ଶୀବାଦ ପାଇବା ନିମନ୍ତେ କଦାପି ଆଗ୍ରହୀ ନଥିଲେ, କିନ୍ତୁ ସେମାନେ ନିଜର ଷ୍ଟଲଟିକୁ ମନ୍ଦିରର ଏମିତି ସୁବିଧା ଯାଗାରେ ପକାଇ ଥିଲେ, ଯେପରି ମହିଳାମାନଙ୍କର ସବୁଠାରୁ ଅଧିକା ଗହଳି ସେଠାରେ ହେବ। ସକିନା ମଣ୍ଡଳ, ସେହି ଗାଁର ମଧ୍ୟ, ମୋତେ ହସିକରି ପଚାରିଲେ, "ଦିଦି(ବଡ ଭଉଣୀ) ତୁମେ ମନ୍ଦିର ଯାଇଥିଲ କି?’’ ଏବଂ ନିଜ ଝିଅ ସକିନାକୁ ମୋ ସହ ଯିବା ପାଇଁ ସେଠାକୁ ପଠାଇଥିଲେ।

PHOTO • Shatarupa Bhattacharyya

ରାମରୁଦ୍ରପୁରର ବୋନବିବି ମେଳାରେ ଜନସାଧାରଣ; ସଂଗଠକମାନଙ୍କ କହିବା ଅନୁଯାୟୀ ଅଂଶଗ୍ରହଣକାରୀମାନଙ୍କ ସଂଖ୍ୟା ପ୍ରତିବର୍ଷ ବୃଦ୍ଧି ପାଉଛି

ଏହା ବିଶ୍ୱାସ କରାଯାଏ ଯେ କୌଣସି ଧର୍ମର ବାଛବିଚାର ନକରି, ବୋନବିବି ତାଙ୍କର ସମସ୍ତ ଭକ୍ତମାନଙ୍କର ସକଳ ମନୋବାଞ୍ଚା ପୂରଣ କରନ୍ତି। ଉଭୟ ହିନ୍ଦୁ ଓ ମୁସଲିମ ସଂପ୍ରଦାୟର ମହିଳାମାନେ ପୁରା ଉତ୍ସବ ଦିନ ଉପବାସ କରନ୍ତି, ଏବଂ ସନ୍ଧ୍ୟାପରେ କେବଳ ଖାଦ୍ୟ ଗ୍ରହଣ କରନ୍ତି। ଲୋକମାନଙ୍କର ଉପାସନା କରିବାର ଆଗ୍ରହରୁ ତାଙ୍କ ଆର୍ଶୀବାଦ ଉପରେ ପ୍ରଗାଢ ଭରସା ଥିବାର ଜଣାଯାଏ। ଆରତି ଏବଂ ବିଭାଶନସ୍କର, ଏକ ପୂର୍ଣ୍ଣଥାଳି ମିଠା ଅର୍ପଣ କରି ଏକ ସନ୍ତାନ ନିମନ୍ତେ ମା’ଙ୍କ ନିକଟରେ ପ୍ରାର୍ଥନା କଲେ; ଶାମ୍ପା ପରିବାରର ସର୍ବ କୁଶଳ ପାଇଁ ପ୍ରାର୍ଥନା କଲେ; ସଞ୍ଜୟ  ଏକ ଭଲ ଅମଳ ପାଇଁ; ଏବଂ ମଫୁଜା ଏବଂ ଅଲ୍‍ତାଫ ମାନ୍ନ ଆର୍ଶୀବାଦ ଭିକ୍ଷା ନିମନ୍ତେ ତାଙ୍କର ନବ-ଜାତକ ଝିଅକୁ ଆଣିଥିଲେ।

ସବିନା ଏବଂ ମୁଁ ପରିଶେଷରେ ଥାନ (ମନ୍ଦିର) ନିକଟରେ ପହଚିଁଲୁ ଏବଂ ୧୫ ବର୍ଷୀୟ ଦେବଲ ଆମକୁ ସ୍ୱାଗତ ଜଣାଇଲେ, ଯିଏକି ଚିତ୍କାର କରି କହିଲେ,ଦିଦି "ନିଜର ପ୍ରାର୍ଥନା ଜଣାଅ, ଏହି ସମୟ ହେଉଛି ଅତି ଶୁଭ।"

PHOTO • Shatarupa Bhattacharyya
PHOTO • Shatarupa Bhattacharyya

ବାମ: ଗ୍ରାମବାସୀ ଓ ସହରର ଲୋକମାନେ ରାମରୁଦ୍ରପୁରର ବୋନବିବି ମେଳାକୁ ଚାଲିକରି ଯାଆନ୍ତି, ଡି ସେମ୍ବର କିମ୍ବା ଜାନୁ ୟାରୀ ମାସରେ ବାର୍ଷିକ ଅମଳ ସରିବା ପରେ ସୁନ୍ଦରବନର ଜମିଗୁ ଡ଼ି କ ଖାଲି ପ ଡ଼ି ଛି ଡାହାଣ: ବୋନବିବି ମନ୍ଦିର, ଯାହାର ଚାରିପଟେ ରାମରୁଦ୍ରପୁର ମେଳା ଅନୁଷ୍ଠିତ ହୁଏ; ୨୦୧୩ରେ ଅଂଶଗ୍ରହଣକାରୀମାନଙ୍କର ଦାନରେ ମନ୍ଦିରର ନବୀକରଣ କାର୍ଯ୍ୟ କରାଯାଇଛି

ସାଂସ୍କୃତିକ କାର୍ଯ୍ୟକ୍ରମ ସଂଗେ ସଂଗେ ଆରମ୍ଭ ହେଲା। ସ୍ଥାନୀୟ କଳାକାରମାନଙ୍କ ସହ କଲିକତାରୁ ଆସିଥିବା କଳାକାରମାନେ  ବିଭିନ୍ନ କୋଣରେ କରାଯାଇଥିବା ଟେଣ୍ଟଗୁଡ଼ିକରେ ବସି ଗଲେଣି। ସ୍ଥାନୀୟ କଳାକାରମାନେ ତୋର୍ଜାଗାନ (ପୌରାଣିକ ଚରିତ୍ର କିମ୍ବା ଦୈନନ୍ଦିନ ଜୀବନ ଉପରେ ବଙ୍ଗଳା ଲୋକଗୀତ) ବା କୀର୍ତ୍ତନ(ଧାର୍ମିକ ସଂଗୀତ) ଗାନ କରିବେ ଏବଂ ଯାତ୍ରା(ଐତିହାସିକ କିମ୍ବା ପୌରାଣିକ ଦୃଶ୍ୟ ଉପରେ ଅଭିନୟ) କରିବେ। ବାହାରୁ ଆସିଥିବା କଳାକାରମାନେ "ଅର୍କେଷ୍ଟ୍ରା ନାଇଟ୍ସ" ପରିବେଷଣ କରିବେ- ବଲିଉଡ୍‍ କିମ୍ବା ଟଲିଉଡ୍‍ ଗୀତ- ଯାତ୍ରା ଏବଂ ନୃତ୍ୟ ପ୍ରୋଗ୍ରାମ୍‍।

ସେହି ମେଳାରେ ପ୍ରତ୍ୟେକ ଆତ୍ମାରେ ନୂତନ ଉତ୍ସାହ, ଉଦ୍ଦୀପନ ଓ ସନ୍ତୋଷରେ ଭରି ରହିଥିବାର ମନେ ହେଉଥିଲା: ଅଳଙ୍କାରଗୁଡ଼ିକୁ ଦେଖି ମାଆମାନେ ଚକିତ ହେଉଯାଉଥିଲେ, ବାପାମାନେ ସେମାନଙ୍କର ପିଲାମାନଙ୍କର ଅଳି ଅଝଟ ପୂରଣ କରୁଥିଲେ, କିଛି ପ୍ରେମୀଯୁଗଳ ଏଣେତେଣେ ବୁଲୁଥିଲେ, ବନ୍ଧୁମାନେ ହସଖୁସି ଗପରେ ମସଲଗୁଲ ଥିଲେ- ସବୁକିଛି ବୋନବିବିଙ୍କର ଡାକରାରେ ଘଟୁଛି।

PHOTO • Shatarupa Bhattacharyya

କେନିଂର କଳାକାରମାନେ, ରାମରୁଦ୍ରପୁର ମେଳାରେ ପୌରାଣିକ ଚରିତ୍ରଗୁଡ଼ିକ ଉପରେ ‘ତୋର୍ଜାଗାନ ’(ଲୋକ ଗୀତଗୁଡ଼ିକ) ଗାଉଛନ୍ତି

ମୁଁ ଫୁଲ ମାସିଙ୍କୁ ଅତି ଆନନ୍ଦରେ ରସଗୋଲା ଖାଉଥିବାର ଦେଖିଲି ଏବଂ ତାଙ୍କୁ ପଚାରିଲି ଯେତେବେଳେ ମେଳା ବନ୍ଦ ହୋଇଯିବ କ’ଣ ହେବ? "ଏହା ଆର ବର୍ଷ ଆଉ ଥରେ ପଡ଼ିବ", ସେ ଉତ୍ତର ଦେଲେ। "ଏହି ମେଳା ହେଉଛି ସମସ୍ତଙ୍କର ଜୀବନ ଏବଂ ସହଚର।"

ସୁନ୍ଦରବନର ଏହିସବୁ ଉଚ୍ଚ ଅଂଚଳ ଯେଉଁଠାରେ ଜଙ୍ଗଲ ଅଂଚଳ ଶେଷ ହେଉଛି, ସେଠାରେ ବୋନବିବିଙ୍କର ଆରାଧାନାର ଏହି ଦର୍ଶନୀୟ ଏବଂ ଉତ୍ସଵମୁଖର ସମାରୋହର ରୀତି ସଂପୂର୍ଣ୍ଣ ରୂପେ ସାଧାରଣ ଏବଂ ଯାହା ଏବେବି ପୂଜାର ସେହି ମୂଳ ରୀତିନୀତି ଜଙ୍ଗଲର ନୀଚ୍ଚା ଅଂଚଳରେ ଉତ୍ସାହର ସହ ପାଳନ କରାଯାଉଛି। ଏହି "ନୀ଼ଚା" ଦ୍ୱୀପଗୁଡ଼ିକରେ, ଜଙ୍ଗଲକୁ ପ୍ରବେଶ କରିବାର ସମସ୍ତ ପଥ ସମ୍ଭାବ୍ୟ ମୃତ୍ୟୁ ସହ ମିଳନର ସୁଯୋଗ ସୃଷ୍ଟି କରେ, ଏବଂ ବୋନବିବିଙ୍କର ଭୂମିକା ହେଉଛି ସାଧାରଣ କିନ୍ତୁ ଗୁରୁତ୍ୱପୂର୍ଣ୍ଣ: ବାଘ ଓ ସାପମାନଙ୍କର ଦୌରାତ୍ମରୁ ସାଧାରଣ ଲୋକମାନଙ୍କୁ ରକ୍ଷା କରିବା।

PHOTO • Shatarupa Bhattacharyya

ମୋଲ୍ଲାଖଲି, ବସନ୍ତିରେ ବୋନବିବିଙ୍କର ଏକ ମନ୍ଦିର,: ସାଧାରଣତଃ ବୋନବିବିଙ୍କର ଖୋଲା ପୀଠସ୍ଥଳୀ ମୁଖ୍ୟ ରାସ୍ତା କ ରେ ରହିଥାଏ ଯଦି ପୀଠ ସ୍ଥଳୀର କବାଟ ଥାଏ, ଏହା ତାଲା ପ ଡ଼ି ନଥାଏ, ଯାହା ଦ୍ୱାରା ଯେ କୌଣସି ବ୍ୟକ୍ତି ଆସି ପାରିବେ ଏବଂ ତାଙ୍କର ଆଶୀର୍ବାଦ ଭିକ୍ଷା କରିପାରିବେ

ବାସ୍ତବରେ ମା’ ବୋନବିବିଙ୍କର ଆବିର୍ଭାଵ "ଅତି ଶକ୍ତିଶାଳୀ" ଅବତାର ରୂପେ ହୋଇଥିଲା ଯିଏକି ମତ୍ସଜୀବୀ  ସଂପ୍ରଦାୟ, ମହୁ- ସଂଗ୍ରହକାରୀ, ଗଛ କଟାଳୀ ଓ ଅନ୍ୟମାନେ ଯେଉଁମାନେ ଜଙ୍ଗଲକୁ ଯାଉଥିଲେ ସେମାନଙ୍କୁ ବାଘମାନଙ୍କ ଆକ୍ରମଣରୁ ସୁରକ୍ଷା ପ୍ରଦାନ କରୁଥିଲେ। ଏକ ୧୯ଶହ ଶତାବ୍ଦୀର ବହି ବୋନବିବିଜୋହୁରାନାମା, ତାଙ୍କର କାହାଣୀ ବର୍ଣ୍ଣନା କରେ, ବୋଧହୁଏ ଜଣେ ମୁସଲିମ ଲେଖକଙ୍କ ଦ୍ୱାରା ଲେଖା ଯାଇଥିଲା- ଏହା ବଙ୍ଗାଳିରେ, ବାମରୁ ଡାହାଣ ଲେଖା ଯାଇଛି, କିନ୍ତୁ ପଛରୁ ଆଗ ଆରବିକ୍‍ ବର୍ଣ୍ଣମାଳାରେ ଲେଖା ଯାଇଛି।

ଏହି କିମ୍ବଦନ୍ତୀ ଅନୁସାରେ, ବୋନବିବିଙ୍କର ମହାନ ପ୍ରତିଦ୍ୱନ୍ଦ୍ୱୀ ହେଉଛନ୍ତି ଦୋକ୍ଷିନ୍‍ ରାୟ, ଜଣେ ବ୍ରାହ୍ମଣ ସାଧୁ ଯିଏ ଜଙ୍ଗଲରେ ରହୁଥିଲେ ଏବଂ ଯିଏକି କ୍ରୋଧର ବଶବର୍ତ୍ତୀ ହୋଇ ମନୁଷ୍ୟମାନଙ୍କୁ ଖାଇ ବଞ୍ଚିବା ପାଇଁ ନିଷ୍ପତ୍ତି ନେଇଥିଲେ।  ତେଣୁ ସେ ଏକ ବାଘର ରୂପ ନେଇଥିଲେ। ଲୋଭୀ ହୋଇ, ସେ ଜଙ୍ଗଲ ସମ୍ପଦକୁ ମାନବ ଜାତି ସହ ସହ ଭାଗ କରିବା ବନ୍ଦ କରିଦେଲେ ଏବଂ ମାନବ ହତ୍ୟାକୁ କୱରର୍‍ ଟିକସର ଏକ ଅଂଶ କରିଦେଲେ। ଦୋକ୍ଷିନ୍‍ ରାୟ ଏକ ଅତିଲୋଭୀ ଜମିଦାର କିମ୍ବା ଭୁସ୍ୱାମୀଙ୍କୁ ପ୍ରତିନିଧିତ୍ୱ କରୁଥିବା ପରି ମନେହୁଏ। ଶେଷରେ ସେ ନିଜକୁ ଏହି ଦ୍ୱୀପର  ଏକକ ମାଲିକ ଘୋଷଣା କଲେ ଏବଂ ଏକ ରାକ୍ଷୋସର ଦାନବରେ ପରିଣତ ହେଲେ ଯାହା ମଣିଷମାନଙ୍କର ଶିକାର କଲା। ଜଙ୍ଗଲର ସମସ୍ତ ବାଘ ଏବଂ ଆତ୍ମାମାନେ ତାଙ୍କର ପ୍ରଜା ହେଲେ ଏବଂ ମନୁଷ୍ୟମାନଙ୍କୁ ଆତଙ୍କିତ କରିବାକୁ ଲାଗିଲେ, ଏବଂ ପୂର୍ବରୁ ପ୍ରାଣୀ ଏବଂ ମଣିଷଙ୍କ ମଧ୍ୟରେ ଥିବା ସଂହତି ଭାଙ୍ଗିଗଲା।

PHOTO • Shatarupa Bhattacharyya

ନୋଙ୍ଗେନବାଦ କୁଲତାଲିରେ, ମା’ ବୋନବିବି ଏକ ଜଙ୍ଗଲି କୁକୁଡା ଉପରେ ବିରାଜମାନ କରିଛନ୍ତି (ବାମ), ଏବଂ ବନ ବିଭାଗ କାର୍ଯ୍ୟାଳୟରେ ପଥର ପ୍ରତିମାରେ ଦୁଖେ ଓ ଶାହ ଜୋଙ୍ଗୋଲିଙ୍କ ସହ ଏକ ବାଘ ଉପରେ ବିରାଜମାନ କରିଛନ୍ତି

ଲୋକମାନଙ୍କର ଦୁର୍ଦ୍ଦଶା ଦେଖି, ଆଲ୍ଲା, ଦୋକ୍ଷିନ୍‍ ରାୟଙ୍କ ରାଜତ୍ୱକୁ ଶେଷ କରିବା ପାଇଁ, ଜଙ୍ଗଲରେ ରହୁଥିବା ଜଣେ ଯୁବତୀ ବୋନବିବିଙ୍କୁ ବାଛିଲେ। ଯେତେବେଳେ ସେ ଏକ ଶିଶୁ ଥିଲେ, ମା’ଙ୍କ ଦ୍ୱାରା ପରିତ୍ୟକ୍ତ ହୋଇ ବୋନବିବି ଏକ ହରିଣ ଦ୍ୱାରା ଲାଳିତପାଳିତ ହୋଇଥିଲେ। ଯେତେବେଳେ ସେ ଆଲ୍ଲାଙ୍କର ଡାକ ପାଇଲେ, ସେତେବେଳେ ସେ ତାଙ୍କ ଯାଆଁଳା ଭାଇ ଶାହା ଜୋଙ୍ଗୋଲିଙ୍କୁ (ଉଭୟ ବନ୍ ଏବଂ ଜୋଙ୍ଗୋଲର ଅର୍ଥ ଜଙ୍ଗଲ) ତାଙ୍କ ପାଖକୁ ଡାକିଲେ। ଭାଇଭଉଣୀମାନେ ଫାତିମାଙ୍କ ଆଶୀର୍ବାଦ ପାଇବା ପାଇଁ ମଦିନାକୁ ଗଲେ, ଏବଂ ପରେ ମକ୍କାକୁ ଗଲେ, ଯେଉଁଠାରୁ ସେମାନେ ସୁନ୍ଦରବନକୁ କିଛି ପବିତ୍ର ମାଟି ଫେରାଇ ଆଣିଲେ।

ଦୋକ୍ଷିନ୍‍ ରାୟ, ଅନୁନୟ କରିବା କାରଣରୁ ଆଲ୍ଲାଙ୍କ ଉପରେ କ୍ରୋଧିତ ହୋଇ ସେମାନଙ୍କୁ ଘଉଡାଇ ଦେବାକୁ ସ୍ଥିରକଲେ। କିନ୍ତୁ ନାରାୟଣୀ, ତାଙ୍କ ମାଆ, ଜଣେ ମହିଳାଙ୍କ ଜଣେ ମହିଳା ସହିତ ଯୁଦ୍ଧ କରିବା ଉଚିତ୍‍ ବୋଲି କହିଥିଲେ ଏବଂ ନିଜେ ବୋନବିବିଙ୍କ ସହ ଯୁଦ୍ଧ କରିଥିଲେ। ଯେତେବେଳେ ସେ ଦେଖିଲେ ଯେ ସେ ଯୁଦ୍ଧରେ ହାରି ଯାଉଛନ୍ତି, ନାରାୟଣୀ ବୋନବିବିଙ୍କୁ ତାଙ୍କ ସାଇ (ବନ୍ଧୁ) ବୋଲି ସମ୍ବୋଧନ କଲେ। ବୋନବିବି ସନ୍ତୋଷ ଲାଭ କଲେ ଏବଂ ବିବାଦର ସମାଧାନ ଘଟିଲା।

PHOTO • Shatarupa Bhattacharyya

ବନ୍ୟ ଜନ୍ତୁର ପାଦଚିହ୍ନ, ବୋନି କ୍ୟାମ୍ପ, କୁଲତାଲି (ବାମ): ଏହି ଶିବିରଟି ବଙ୍ଗୋପସାଗର ନିକଟରେ ୫୦ ଫୁଟ ଉଚ୍ଚର ୱାଚ୍ ଟାୱାର ଅଟେ, ଏବଂ ଏହାର ଆଖପାଖରେ ବାଘମାନେ ପ୍ରାୟତଃ ଦେଖାଯାନ୍ତି। ସୁନ୍ଦରବନରେ ଥିବା ଅନେକ ଶାଖା ନଦୀମାନଙ୍କ ମଧ୍ୟରୁ ଗୋଟିଏ (ଡାହାଣ)

ସେହି ବର୍ଷ ୨୦୧୪ରେ, ରାମରୁଦ୍ରପୁରରେ ଆୟୋଜିତ ଏହି ଉତ୍ସବରେ ପରିବେଷିତ ନାଟକଟି ଥିଲା 'ଦୁଖେର କାହାଣୀ' (ଦୁଖୋରୁ, ଅର୍ଥାତ୍ ଦୁଃଖ)। ଏହି କାହାଣୀଟି ବାଘ, ଦୋକ୍ଷିନ୍‍ ରାୟ ଏବଂ ମନୁଷ୍ୟମାନଙ୍କୁ ପ୍ରତିନିଧିତ୍ୱ କରୁଥିବା ଦୁଖେ ମଧ୍ୟରେ ଦେବୀ କରିଥିବା ଚୁକ୍ତିନାମାକୁ  ସ୍ପଷ୍ଟ କରେ। ସ୍ୱାମୀଙ୍କୁ ଏକ ବାଘ ଆକ୍ରମଣରେ ହରାଇଥିବା ଫୁଲ ମାସି କୁହନ୍ତି, “ଦୁଖେର କାହାଣୀ ଆମ କାହାଣୀ ପରି ଅଟେ। । "ଦୁଖେ ଆମ ପୁଅ ପରି ଏବଂ ତା’ର ଦୁଃଖ ହେଉଛି ଆମର ଦୁଃଖ, ଯେଉଁଥିପାଇଁ ଆମେ ଜଙ୍ଗଲର ମହତ୍ତ୍ୱ ବୁଝିପାରୁ। ଜଙ୍ଗଲ ଲୋଭୀ ଲୋକଙ୍କୁ ଏହା ମଧ୍ୟକୁ ଆସିବାକୁ ଅନୁମତି ଦିଏ ନାହିଁ। ଲୋଭ ଏଠାରେ ନିଷେଧ ଏବଂ ଦୁଖେଙ୍କ କାହାଣୀ ଏହା ସୂଚିତ କରେ।"

ଦୁଖେ ଜଣେ ଅତି ଗରିବ ପିଲା ଥିଲା ଯିଏ ନିଜର ବିଧବା ମା’ଙ୍କ ସହିତ ରହୁଥିଲା।  ସେ ତାଙ୍କ ମାମୁଁ ଧୋନାଙ୍କ (ଧୋନର ଅର୍ଥ ଧନ) ଦ୍ୱାରା କେଡୋଖାଲିରେ ପରିତ୍ୟକ୍ତ ହୋଇଥିଲେ ଯାହାକି ଏବେବି ଦୋକ୍ଷିନ୍‍ ରାୟଙ୍କ ଅଧୀନରେ ଥିବା ଏକମାତ୍ର ଦ୍ୱୀପ  ବୋଲି ବିଶ୍ୱାସ କରାଯାଉଥିଲା। ଦୁଖେଙ୍କୁ ବାଘକୁ ଖାଇବାକୁ ଦିଆଯିବାର ଥିଲା, କିନ୍ତୁ ବୋନବିବି ତାଙ୍କୁ ଉଦ୍ଧାର କଲେ ଏବଂ  ପୁନର୍ବାର ତାଙ୍କ ମାଙ୍କ ନିକଟକୁ ପଠାଇ ଦେଲେ। ଦୋକ୍ଷିନ୍‍ ରାୟ ତାଙ୍କର ଏକମାତ୍ର ବନ୍ଧୁ ଏବଂ ସମର୍ଥକ ଗାଜିଙ୍କ ନିକଟକୁ ପରାମର୍ଶ ପାଇଁ ଗଲେ ଏବଂ ତାଙ୍କ ପରାମର୍ଶରେ ବୋନବିବିଙ୍କ ନିକଟରେ କ୍ଷମା ପ୍ରାର୍ଥନା କଲେ। ଦେବୀ ଦୋକ୍ଷିନ୍ ରାୟଙ୍କୁ କ୍ଷମା କରି ତାଙ୍କୁ ତାଙ୍କ ପୁତ୍ର ଭାବରେ ଗ୍ରହଣ କଲେ - ତାଙ୍କୁ ଏବଂ ଅନ୍ୟମାନଙ୍କୁ ପ୍ରତିଜ୍ଞା କରାଇଲେ  ଯେ ମଣିଷ ସମେତ ସମସ୍ତ ପ୍ରାଣୀ ବର୍ତ୍ତମାନଠାରୁ ଭାଇ ଓ ଭଉଣୀ ହୋଇ ମିଳିମିଶି ଚଳିବେ ଏବଂ ସୁନ୍ଦରବନର ପ୍ରାକୃତିକ ସଂପଦକୁ ସମସ୍ତେ ସମାନ ଭାବରେ ଭାଗ କରିବେ। ମଣିଷମାନେ, ନିଜ ଭାଇଭଉଣୀ, ଜଙ୍ଗଲର ଜୀବମାନଙ୍କଠାରୁ, କେବଳ ସେମାନେ ବଞ୍ଚିବା ପାଇଁ ଯାହା ଆବଶ୍ୟକ ତାହା ନେବେ ବୋଲି ପ୍ରତିଶୃତି ଦେଇଥିଲେ,ଏବଂ  ଆଉ କିଛି ନୁହେଁ।

PHOTO • Shatarupa Bhattacharyya

ନୋଗେନବାଦ, କୁଲତାଲିରେ ବୋନବିବିଙ୍କର ମନ୍ଦିର: ଜଙ୍ଗଲର ଠିକ୍‍ ମଧ୍ୟବର୍ତ୍ତୀ ଅଞ୍ଚଳରେ, ଯେଉଁଠାରେ ଏହି ଅଞ୍ଚଳର ସବୁଠାରୁ ବ ବୋନବିବି ଉତ୍ସବ ଏପ୍ରିଲରେ ଆୟୋଜିତ ହୋଇଥାଏ

ଏହି ବିଶ୍ୱାସ ବିଦ୍ୟମାନ - ବୋନବିବି ମଣିଷକୁ ସୁରକ୍ଷା ଦେବେ, କିନ୍ତୁ ଯଦି ସେମାନେ ଆବଶ୍ୟକ କରୁଥିବା ସର୍ବନିମ୍ନ ପଦାର୍ଥ ନିଅନ୍ତି, ତେବେ ସରଳତା ଏବଂ ଭକ୍ତିଭାବରେ ତାଙ୍କୁ ସୁନ୍ଦରବନର ଜଙ୍ଗଲ ଅଞ୍ଚଳରେ ପୂଜା କରାଯାଏ। ହିନ୍ଦୁ କିମ୍ବା ମୁସଲମାନ ଯେ ହେଉନା କାହିଁକି, ବୋନବିବିଙ୍କର ବୋନବିବିଜୋହରନାମା ର ଆରମ୍ଭ ଏବଂ ଶେଷ ଭାଗ ନିଜେ ପାଠ କରିବା ସହିତ ଏହାର ମଧ୍ୟ ଅଂଶକୁ ସାଥୀମାନଙ୍କ ସହ ପାଠ କରି ବୋନବିବିଙ୍କର ଆଶୀର୍ବାଦ ଭିକ୍ଷା କରିପାରିବେ। ଏକ ଜଙ୍ଗଲ ପଥରେ ଚାଲିକରି ଏହାର ଅଭ୍ୟନ୍ତର ଅଂଚଳରେ ପହଞ୍ଚିବା ମଧ୍ୟରେ ଏହି ସଂକ୍ଷିପ୍ତ ବହିଟିର ପଠନ ଶେଷ ହୋଇଯାଏ।

ଏଥିସହ, କୌଣସି ବନ କର୍ମଚାରୀ ବାଉଲିଅର ବାଘ-ବଶକାରୀଙ୍କ ବିନା ବା ସେମାନଙ୍କ ନିର୍ଦ୍ଦେଶ ବିନା ଜଙ୍ଗଲ ମଧ୍ୟରେ ପ୍ରବେଶ କରନ୍ତି ନାହିଁ କିମ୍ବା - ଯିଏକି ଅନ୍ୟମାନଙ୍କୁ ବାଘଙ୍କ କବଳରୁ ରକ୍ଷା କରିବା ପାଇଁ ବୋନବିବିଙ୍କ ଠାରୁ କ୍ଷମତା ପାଇଥିବାର ଦାବି କରନ୍ତି।  ବାଉଲିମାନେ ଉଚ୍ଚାରଣ କରୁଥିବା ମନ୍ତ୍ରଗୁଡିକ ଆରବୀୟ ଭାଷାରେ ଅଛି, ତାହା ସୁଫି ସାଧୁମାନଙ୍କ ବାଣୀରୁ ଆସିଥିବାର  ପ୍ରତିଫଳିତ ହେଉଛି, ଯେଉଁମାନେ ଏହି ଗ୍ରୀଷ୍ମମଣ୍ଡଳୀ ଜଙ୍ଗଲରୁ ଜମି ପୁନରୁଦ୍ଧାର, ବାଘ ନିୟନ୍ତ୍ରଣ ଏବଂ ଏହି ଅଞ୍ଚଳରେ ଇସଲାମର ବିସ୍ତାର କରିଥିଲେ। (ଯଦିଓ ବାଉଲିମାନେ ମଧ୍ୟ ହିନ୍ଦୁ ହୋଇପାରନ୍ତି, ମୁଁ ଯେଉଁମାନଙ୍କୁ ଭେଟିଥିଲି ସେମାନେ ସମସ୍ତେ ମୁସଲମାନ ଥିଲେ।)

PHOTO • Shatarupa Bhattacharyya

ମା ବୋନବିବି ଅପେରା ପରିବେଷଣ କରୁଛନ୍ତି ଦୁଖେର ର ଗୋଲପୋ ଏକ ଯାତ୍ରା ଯାହା ଦୁଖେଙ୍କ କାହାଣୀ ବର୍ଣ୍ଣନା କରେ ବୋନବିବି ଏକ ବାଘ , ଦୋକ୍ଷିନ୍‍ ରାୟ ଉପରେ ବିରାଜମାନ କରିଛନ୍ତି ଏବଂ ତାଙ୍କ ବାମ ପାର୍ଶ୍ୱରେ ତାଙ୍କ ଯାଆଁଳା ଭାଇ ଶାହ ଜୋଙ୍ଗୋଲି ଅଛନ୍ତି ଦୁଖେ ହାତ ଯୋଡ଼ି ବସିଛନ୍ତି , ଏବଂ ଅନ୍ୟ ପାର୍ଶ୍ୱରେ , ଧଳା ଶାଢୀରେ , ତାଙ୍କ ମାଆ

ସୁନ୍ଦରବନରେ, ଅନେକ ଇସଲାମକୁ ଅତୃପ୍ତ ଆତ୍ମା ଏବଂ ଭୂତମାନଙ୍କୁ ନିୟନ୍ତ୍ରଣ କରିବାର ଏକ ଯାଦୁକରୀ କୌଶଳ ଭାବରେ ଦେଖନ୍ତି, ଏବଂ ବାଉଲି ଆର ଙ୍କୁ ନମ୍ର ଏବଂ ଶାନ୍ତ ହେବାର ଆଶା କରାଯାଏ। ବନ କର୍ମଚାରୀମାନଙ୍କ ଉପରେ ସେମାନଙ୍କର ଗଭୀର ପ୍ରଭାବ ରହିଛି। ଅନେକ ସମୟରେ ତଥାପି, ଜଙ୍ଗଲ ଅଧିକାରୀମାନେ ବାଘ-ବଶକାରୀମାନଙ୍କୁ ପରିହାସ କରନ୍ତି, ଯେଉଁମାନେ ସ୍ଥାନୀୟ ଲୋକଙ୍କ ସରଳତାର ସୁଯୋଗ ନେଇ ବଞ୍ଚୁଛନ୍ତି ଏବଂ ସେମାନଙ୍କର କୌଣସି  କ୍ଷମତା ନାହିଁ ବୋଲି ସେମାନେ ଦାବି କରନ୍ତି।

କୌତୁହଳର ବିଷୟ, ସୁନ୍ଦରବନ ବାହାରେ ଆମମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ମନରେ ବାଘର ଭୟକୁ ଦୃଷ୍ଟିରେ ରଖି ଯେ ଏହି ଜଙ୍ଗଲ ଅଞ୍ଚଳରେ ରହୁଥିବା ଲୋକମାନେ ବାହାର ଲୋକଙ୍କ ସହ ପାରସ୍ପରିକ ସଂପର୍କକୁ  ହିଂସାତ୍ମକ ଏବଂ ଭେଦଭାବପୂର୍ଣ୍ଣ  ଭାବରେ ଦେଖନ୍ତି।  ଅପରପକ୍ଷେ, ସେମାନଙ୍କ ପାଇଁ ଜଙ୍ଗଲ ସେମାନଙ୍କୁ ଏକତାସୂତ୍ରରେ ବାନ୍ଧି ରଖିଛି ଏବଂ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖୁଛି। ଏହି କାରଣରୁ ଅଧିକାଂଶ ବୋନବିବିଙ୍କର ଆରାଧନା ସ୍ଥଳୀ, ବିଶେଷ କରି ଦ୍ୱୀପ ପୁଞ୍ଜରେ ଥିବା, କୌଣସିଟିର  ଦ୍ୱାର ନାହିଁ ଏବଂ ରାସ୍ତା ଏବଂ ନଦୀ କୂଳ ପରି ସାଧାରଣ ଅଞ୍ଚଳରେ ଅବସ୍ଥିତ। ସେଗୁଡ଼ିକ ସମସ୍ତଙ୍କ ପାଇଁ ଉପଲବ୍ଧ। ବାଘ ବିଚରଣ କରୁଥିବା ଅଂଚଳ ମଧ୍ୟରେ ପ୍ରବେଶ କରିବା ପୂର୍ବରୁ ଲୋକମାନେ ଗଛ ଡାଳ ଓ ପତ୍ରରେ  ଅସ୍ଥାୟୀ କୁଡ଼ିଆ ଘର ତିଆରି କରନ୍ତି ଏବଂ ବେଳେବେଳେ ଏହାକୁ ଫୁଲରେ ସଜାନ୍ତି, ଯେଉଁଠାରେ ସେମାନେ ମା’ଙ୍କର ଆଶୀର୍ବାଦ ପ୍ରାର୍ଥନା କରନ୍ତି।

PHOTO • Shatarupa Bhattacharyya

ଖରିରେ (ବାମ) ମା’ ବୋନବିବି, ପୂଜା ପାଉଛନ୍ତି, ଏବଂ ତାଙ୍କର ପ୍ରତିଦ୍ୱନ୍ଦୀ ବାଘ କିମ୍ବା ଜମିଦାର ଦୋକ୍ଷିନ୍‍ ରାୟ, ଜୟନଗର ଟାଉନ୍ (ଡାହାଣ)ରେ, ଉଭୟ ଜୟନଗର ଓ ସୁନ୍ଦରବନରେ,  ଯଦିଓ ବୋନବିବି ସାଧାରଣତଃ ବାଘ ଉପରେ ବିରାଜମାନ କରିଥାନ୍ତି, ସେ ମଧ୍ୟ ଅନ୍ୟ ପଶୁ ଯଥା ଜଙ୍ଗଲୀ କୁକୁଡା, ହରିଣ, କୁମ୍ଭୀର କିମ୍ବା ମାଛ ଉପରେ ମଧ୍ୟ ବିରାଜମାନ କରିଥାନ୍ତି

ସ୍ଥାନୀୟ ବଜାରରେ ମାଛ ବିକ୍ରୟ କରୁଥିବା ଫୁଲ ମାଶିଙ୍କ ପୁଅ ଜତିନ୍ଦ୍ର କୁହନ୍ତି ଯେ ଜଙ୍ଗଲ ହେଉଛି ଏକ ମନ୍ଦିର ଏବଂ ପବିତ୍ର; ଏହା ଶୁଦ୍ଧ ଏବଂ ଶାନ୍ତ ଅଟେ, ଏବଂ ଏକ ଶୁଦ୍ଧ ଏବଂ ଶାନ୍ତ ଚିତ୍ତରେ ଜଙ୍ଗଲ ମଧ୍ୟରେ ପ୍ରବେଶ କରିବା ଜରୁରୀ। ସେଠାରେ ଯାହାକିଛି ଘଟେ, ସବୁକିଛି ହେଉଛି ବୋନବିବିଙ୍କର ଇଚ୍ଛା, ଏବଂ ତାଙ୍କ ଅଜ୍ଞାତସାରରେ କିଛି କରାଯାଇପାରିବ ନାହିଁ। ସେ ମନେପକାଇ କୁହନ୍ତି, “ପ୍ରାୟ ୧୦ କିମ୍ବା ୧୨ ବର୍ଷ ପୂର୍ବେ, "ସାପ କାମୁଡ଼ାରେ ଏକ କାଠ କଟାଳୀ ଗୋଷ୍ଠୀ ମୃତ୍ୟୁବରଣ କରିଥିଲେ। ସ୍ଥାନୀୟ ଲୋକମାନେ ବିଶ୍ୱାସ କରୁଥିଲେ ଯେ ସେମାନେ ଜଙ୍ଗଲକୁ ଧ୍ୱଂସ କରୁଥିଲେ ଏବଂ ଏହି ଅଞ୍ଚଳର ଭାବଧାରାକୁ ସମ୍ମାନ ଦେଉ ନଥିଲେ। ତେଣୁ ବୋନବିବି ସେମାନଙ୍କୁ ଶାସ୍ତି ଦେଲେ।”

PHOTO • Shatarupa Bhattacharyya

ପଖିରାଲାୟର ଗୋସାବାରେ ମତ୍ସ୍ୟଜୀବୀ ସମ୍ପ୍ରଦାୟ: ସୁନ୍ଦରବନ ଅଧିବାସୀମାନଙ୍କର ମତ୍ସ୍ୟଚାଷ ହେଉଛି ଅନ୍ୟତମ ମୁଖ୍ୟ ଜୀବିକା

ତାଙ୍କର କାହାଣୀଗୁଡ଼ିକ ବିଭିନ୍ନ ଜାତିର ଲୋକମାନଙ୍କ ଦ୍ୱାରା(ବିଭିନ୍ନ, ଜାତି, ସଂପ୍ରଦାୟ, କିମ୍ବା ଧର୍ମ)ବାରମ୍ବାର ପ୍ରକାଶ କରାଯିବା ଦ୍ୱାରା ମା’ ବୋନବିବିଙ୍କର ସମତାବାଦ ପ୍ରତୀକ ପ୍ରତିଷ୍ଠା ଲାଭ କରିଛି ଏବଂ ପ୍ରଚଳିତ ହୋଇଛି। ରାମରୁଦ୍ରପୁରର ବାସିନ୍ଦା ଏବଂ ବୋନବିବି ଅପେରା, ଯାତ୍ରା ଦଳର ଅଭିନେତା ଶାମସୁଦ୍ଦିନ ଅଲି ମୋତେ ବୁଝାଇ କହିଛନ୍ତି: "ଯଦି ଆମେ ଜାତି, ଧର୍ମ ଏବଂ ଅନ୍ୟାନ୍ୟ ଉଚ୍ଚନୀଚ ଭେଦଭାବର ରାଜନୀତିରେ ନିଜକୁ ନିୟୋଜିତ କରିବା, ତେବେ ମା’ ବୋନବିବି ଆମ ମୁଣ୍ଡ ଉପରୁ ତାଙ୍କ ଆର୍ଶୀବାଦର ହାତ ଉଠାଇ ନେବେ। ମା’ ହେଉଛନ୍ତି ସମସ୍ତଙ୍କର ଏବଂ ସେ ଯେତେବେଳେ ସମସ୍ତଙ୍କୁ ମିଳିମିଶି ଚଳିଥିବାର ଦେଖନ୍ତି ତାଙ୍କ ଖୁସିର କୌଣସି ସୀମା ନଥାଏ, ବିଶେଷ କରି ଆମେ ଯେତେବେଳେ ତାଙ୍କର କାହାଣୀ ବର୍ଣ୍ଣନା କରୁ। ଧର୍ମ ଗୁରୁତ୍ୱପୂର୍ଣ୍ଣ ନୁହେଁ। "ବ୍ୟକ୍ତି ହିଁ ଗୁରୁତ୍ୱପୂର୍ଣ୍ଣ।"

ପୋରେଶବ୍ରିହା ନାମକ ଜଣେ ବୟୋଜ୍ୟେଷ୍ଠ ବ୍ୟକ୍ତି ଯିଏ ଏହି ଅଞ୍ଚଳର ଅନ୍ୟ ଏକ ଯାତ୍ରା ଦଳରେ କାମ କରନ୍ତି, ଆହୁରି ମଧ୍ୟ କୁହନ୍ତି ଯେ ଏହି ପରି ଆହୁରି ଅସଂଖ୍ୟ ଯାତ୍ରା ଦଳ ବନ୍ଦ ହୋଇଗଲା କାରଣ ସେମାନେ କେବଳ ଗୋଟିଏ ଜାତିର ଲୋକମାନଙ୍କୁ ନେଇ ଯାତ୍ରା ଆରମ୍ଭ କରିଥିଲେ। ସେ କୁହନ୍ତି, "ଦଳଗୁଡ଼ିକରେ ଆଉ ପର୍ଯ୍ୟାପ୍ତ ସମ୍ପ୍ରଦାୟର ଲୋକମାନେ ପ୍ରତିନିଧିତ୍ୱ କରୁନାହାଁନ୍ତି। ବୋନବିବି ଏକତା ଦାବି କରନ୍ତି ଏବଂ ତାଙ୍କ ପୂଜାପାଠ ପାଇଁ ସମସ୍ତଙ୍କର ସହଯୋଗ ଗୁରୁତ୍ୱପୂର୍ଣ୍ଣ ଅଟେ।।"

PHOTO • Shatarupa Bhattacharyya

ସ୍ଥାନୀୟ ଲୋକମାନେ ସାଧାରଣତଃ ଗୋଟିଏ ଦ୍ୱୀପରୁ ଅନ୍ୟ ଦ୍ୱୀପକୁ ଯାତ୍ରା କରିବା ପାଇଁ ଡଙ୍ଗା ବ୍ୟବହାର କରନ୍ତି; ଡଙ୍ଗାର ଗତି ଜୁଆର ଉପରେ ନିର୍ଭର କରେ ଏବଂ ବର୍ଷାଦିନ ସମୟରେ ସେଗୁଡ଼ିକ ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯାଏ। ଏହି ଡଙ୍ଗାଗୁଡ଼ିକ ମାଧ୍ୟମରେ ମୂଳ ଭୂଖଣ୍ଡରୁ ଦ୍ୱୀପପୁଞ୍ଜକୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀମାନ ମଧ୍ୟ ପଠାଯାଏ

ଅନ୍ୟ ଏକ ସାଧାରଣ ନିୟମ ଯାହା ଜଙ୍ଗଲବାସୀଙ୍କୁ ଏକତା ସୂତ୍ରରେ ବାନ୍ଧି ରଖେ ତାହା ହେଉଛି ବିଶ୍ୱାସ ଯେ ଲୋଭର ବଶବର୍ତ୍ତୀ ହୋଇ ଅନେକ ଜଙ୍ଗଲରେ ପ୍ରବେଶ କରନ୍ତି ଏବଂ ଏହାର ପବିତ୍ରତାକୁ ନଷ୍ଟ କରିଥାନ୍ତି। ଚୁଙ୍ଗୁଡି ଜାଆଁଳ ସଂଗ୍ରହକାରୀ, ଏକ ନୂତନ ପ୍ରଜାତିର ଜଙ୍ଗଲ କର୍ମଚାରୀମାନେ, ଯେତେବେଳେ କିଛି ଅନିଷ୍ଟ ଘଟେ, ସେମାନଙ୍କୁ ଦାୟୀ କରାଯାଏ। କିନ୍ତୁ ଏକ ଚୁଙ୍ଗୁଡି ଜାଆଁଳ ସଂଗ୍ରହକାରୀ କୁସୁମ ମଣ୍ଡଳ କୁହନ୍ତି ଯେ ସେମାନଙ୍କର ଅତ୍ୟଧିକ ଲୋଭ ହେତୁ ମହୁ ସଂଗ୍ରହକାରୀଙ୍କୁ ଏଥିପାଇଁ ଦାୟୀ କରାଯିବା ଉଚିତ୍। ସେ ଚେତାବନୀ ଦେଇ କହିଛନ୍ତି, "ବୋନବିବି ଖୁବ୍ ଶୀଘ୍ର ପ୍ରତିଶୋଧ ନେବେ କାରଣ ବୋନବିବି ଏବଂ ଦୋକ୍ଷିନ୍‍ ରାୟଙ୍କ ମଧ୍ୟରେ ହୋଇଥିବା ବହୁ ପୁରୁଣା ଚୁକ୍ତିନାମା ଶେଷ ହେବାକୁ ଯାଉଛି। ଜଙ୍ଗଲରେ କିଛି ବହୁତ ଖରାପ ଘଟଣା ଘଟିବାକୁ ଯାଉଛି।"

PHOTO • Shatarupa Bhattacharyya
PHOTO • Shatarupa Bhattacharyya

ବାମ: ଜଙ୍ଗଲ କର୍ମଚାରୀମାନେ ବାଘ ବିଚରଣ କରୁଥିବା ଅଂଚଳରେ ପ୍ରବେଶ କରିବା ପୂର୍ବରୁ ମା ବୋନବିବିଙ୍କ ଆଶୀର୍ବାଦ ପାଇବା ପାଇଁ ଅସ୍ଥାୟୀ ମନ୍ଦିର ନିର୍ମାଣ କରନ୍ତି। ଡାହାଣ: ବାଲି ବସନ୍ତିରେ ମହୁ ସଂଗ୍ରହକାରୀଙ୍କ ଦ୍ୱାରା ନିର୍ମିତ ବୋନବିବି ପାଇଁ ଆଉ ଏକ ଜଙ୍ଗଲ ମନ୍ଦିର

ସମସ୍ତ ବନ କର୍ମଚାରୀ ଏକମତ ହୁଅନ୍ତି ଯେ, ନିଜ ମଧ୍ୟରେ ବଢୁଥିବା ବିବାଦ ସହିତ କୋଳାହଳକାରୀ ପର୍ଯ୍ୟଟକଙ୍କ ନିୟମିତ ଅନୁପ୍ରବେଶ ବାଘମାନଙ୍କୁ ଅସୁରକ୍ଷିତ ଏବଂ କ୍ଷୁବ୍‍ଧ କରିଛି।  ଫଳସ୍ୱରୂପ, ବାଘ ଆକ୍ରମଣ ବୃଦ୍ଧି ପାଇଛି। ଗୋସାବା ଦ୍ୱୀପର ଜଣେ ମତ୍ସ୍ୟଜୀବୀ କାଞ୍ଚନ ବର୍ଣ୍ଣନା କରିଛନ୍ତି ଯେ କିପରି ଜମିରେ ନିଜ ଜାଲକୁ ସଫା କରୁଥିବା ସମୟରେ ତାଙ୍କର ସାଥୀକୁ ଏକ ବାଘ ଉଠାଇନେଲା: ବାଘଟି ଶୂନ୍ୟରୁ ଆସି ତାଙ୍କୁ ଉଠାଇନେଲା। କାଞ୍ଚନ କହିଲେ, ଯେ ଯଦି ବାଘ କାହାକୁ ଖାଇବାକୁ ନିଷ୍ପତ୍ତି ନିଏ, ତେବେ କେହି କିଛି କରିପାରିବେ ନାହିଁ। "ତାହା କରିବା ପାଇଁ ଆମକୁ ତାକୁ ଛାଡ଼ିଦେବାକୁ ପଡିବ।" ସେ ମଧ୍ୟ ନିଜର ପିତାଙ୍କୁ ହରାଇଥିଲେ।

ଶାମସୁଦ୍ଦିନ ଦୁଃଖର ସହିତ କହିଛନ୍ତି, "ଅତି କମ୍‌ରେ ୧୨ଜଣଙ୍କୁ ବାଘମାନେ ଉଠାଇ ନେଇ ଯାଇଥିଲେ ଏବଂ ଭଗବାନ ଜାଣନ୍ତି ଆଉ କେତେଜଣ, ଯଦି ଏହିପରି ଜାରି ରୁହେ ବୋନବିବି ମଧ୍ୟ କାହାକୁ ରକ୍ଷା କରିପାରିବେ ନାହିଁ"। ସେ ନିଜକୁ ସଂଯତ କରି କିଛି ସମୟ ପାଇଁ ଅଟକି ଗଲେ। "ଏହା ପ୍ରକୃତରେ ଦୋକ୍ଷିନ୍‍ ରାୟଙ୍କ କ୍ରୋଧ ଅଟେ। ଆମ ମଣିଷମାନଙ୍କ କାରଣରୁ ବାଘମାନେ କ୍ରୋଧିତ  ହୋଇଅଛନ୍ତି। ବର୍ତ୍ତମାନ ତାଙ୍କୁ କିପରି ଶାନ୍ତ କରାଯିବ ତାହା କେବଳ ବୋନବିବି ଜାଣିଛନ୍ତି।"

ଆହୁରି ମଧ୍ୟ ଦେଖନ୍ତୁ: ୧୮ଟି ଜୁଆର ଏବଂ ଜଣେ ଦେବୀଙ୍କ ଭୂମି
ଆହୁରି ମଧ୍ୟ ପଢନ୍ତୁ: ଫେରିଡଙ୍ଗା, ମାଛ, ବାଘ ଓ ପର୍ଯ୍ୟଟନ

ଅନୁବାଦ: ଓଡ଼ିଶାଲାଇଭ୍‍

Shatarupa Bhattacharyya

شتروپا بھٹاچاریہ، بنگلورو کے نیشنل انسٹی ٹیوٹ آف ایڈوانس اسٹڈیز سے ڈیولپمنٹ اسٹڈیز میں پی ایچ ڈی کر رہی ہیں؛ انہوں نے یونیورسٹی آف حیدرآباد سے تاریخ میں ایم فل کیا ہے۔

کے ذریعہ دیگر اسٹوریز Shatarupa Bhattacharyya
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

کے ذریعہ دیگر اسٹوریز OdishaLIVE