‘‘ଏଠାରେ ଏହା ଗୋଣ୍ଡି ଭାଷା ଏବଂ ହଲବିରେ ଏହା ଘୋଡଣ୍ଡୀ ଭାବରେ ଜଣାଶୁଣା । ଏହାର ଅର୍ଥ ଘୋଡ଼ା ଚଢିବା । କିବଇଵାଲେଙ୍ଗା ଗ୍ରାମ ନିବାସୀ (ଜନଗଣନାରେ କିବଇଵାଲେଙ୍ଗା ଭାବେ ତାଲିକାଭୁକ୍ତ) ଯୁବ ଶିକ୍ଷକ ଗୌତମ ସେଠିୟା କହନ୍ତି, ଏହି ବାଡ଼ିର ସହାୟତାରେ ଚାଲିବ କିମ୍ବା ଦୌଡିବା ସମୟରେ ଆପଣ ଏକ ଅଶ୍ୱ ଉପରେ ବସିଥିବା ଭଳି ଅନୁଭବ କରିବା ସହିତ ଆନନ୍ଦିତ ହେବେ ।
ଛତିଶଗଡ଼ ବସ୍ତର ଅଞ୍ଚଳର କୋଣ୍ଡାଗାଁ ଜିଲ୍ଲା ଅନ୍ତର୍ଗତ କୋଣ୍ଡାଗାଁ ବ୍ଲକର ଏକ କ୍ଷୁଦ୍ର ଗ୍ରାମ ଝଗଡହିନପାରାର ପ୍ରାକ କିଶୋର ବାଳକମାନଙ୍କ ମଧ୍ୟରୁ ଜଣେ - ମୁଁ ଏଠାରେ କୌଣସି ବାଳିକାମାନଙ୍କୁ ଘୋଡଣ୍ଡୀ ଖେଳିବାର ଦେଖିନାହିଁ -ହରେଲି ଅମାବାସ୍ୟାର ( ଜୁଲାଇ ଅଗଷ୍ଟ ମଧ୍ୟରେ) ମାଙ୍ଗଳିକ ଦିନରେ ବାଡ଼ି ଉପରେ ଆରୋହଣ ହୋଇଥାଏ । ଏହି ଆରୋହଣ ଏବଂ କ୍ରୀଡ଼ାଦି ନୟାଖାନି ( କିମ୍ବା ନୱାଖାନି - ଛତିଶଗଡର ଅନ୍ୟ ପ୍ରାନ୍ତରେ ) ଅଗଷ୍ଟ ସେପ୍ଟେମ୍ବର ଗଣେଶ ପୂଜାର କିଞ୍ଚିତ ସମୟ ପର୍ଯ୍ୟନ୍ତ ଜାରି ରହିଥାଏ ।