ପଶ୍ଚିମବଙ୍ଗର ବାଙ୍କୁରା ଜିଲ୍ଲା ଅନ୍ତର୍ଗତ ପଞ୍ଚମୁରା ଗ୍ରାମର ତୃତୀୟ ପିଢିର କୁମ୍ଭାର, ବୁଦ୍ଧଦେବ କୁମ୍ଭକାର, ତାଙ୍କ କାମ ଓ ଜୀବନ ବିଷୟରେ କହିଛନ୍ତି । ଏହି କ୍ଷେତ୍ରର କୁମ୍ଭାର ନିଜର ଲାଲ୍‌ଟେରାକୋଟା ଘୋଡା ପାଇଁ ପ୍ରସିଦ୍ଧ।

ଏହି ଫିଲ୍ମରେ ଆପଣ ବୁଦ୍ଧଦେବଙ୍କ ନିୟମିତ କାର୍ଯ୍ୟ ଦିବସର କାର୍ଯ୍ୟନିର୍ଘଣ୍ଟ ଓ କଠୋରତା ଦେଖିପାରିବେ- ଏକ ନିର୍ଦ୍ଦିଷ୍ଟ ଛିଟାର କାଦୁଅ ମାଟି ପାଇବା ପାଇଁ ଖାତ ଖୋଳିବା, ପାଦରେ ତାହା ଚକୁଟିବା, ସେହି ମାଟି ଗୁଳାଗୁଡିକୁ ଘୋଡାର ବିଭିନ୍ନ ଅଂଶର ଆକାର ପ୍ରଦାନ କରିବା ଓ ତା’ପରେ ଦକ୍ଷ ଭାବେ ସେଗୁଡ଼ିକୁ ଏକତ୍ର କରିବା ଓ ଘୋଡ଼ାକୁ ସଜେଇବା । ତା’ପରେ ସେ ଭାଟିରେ ଘୋଡ଼ାକୁ ରଖି ତାହା ଲାଲ୍‌ହେବା ପର୍ଯ୍ୟନ୍ତ ପୋଡିଥାନ୍ତି ।

ପରବର୍ତ୍ତୀ ସମୟରେ ଏହି ଘୋଡ଼ାଗୁଡ଼ିକୁ ସେ ଏଜେଣ୍ଚମାନଙ୍କୁ ବିକ୍ରି କରିଦିଅନ୍ତି, ଯେଉଁମାନେ ଏସବୁକୁ କଲ୍‌କୋତା, ବାଙ୍କୁରା, ବିଷ୍ଣୁପୁର, ଦୁର୍ଗାପୁର ଓ ଏପରିକି ଦିଲ୍ଲୀରେ ଥିବା ବିଗ୍‌ବଜାରଗୁଡିକରେ ରଖିବା ପାଇଁ ସ୍ୱଳ୍ପ ପାରିଶ୍ରମିକ ଦେଇ କିଣିଥାନ୍ତି ।

କିନ୍ତୁ ମାସ ଶେଷରେ ବୁଦ୍ଧଦେବ କେବଳ ୩୦୦୦ଟଙ୍କା ଉପାର୍ଜନ କରିବାକୁ ସମର୍ଥ ହୁଅନ୍ତି ।


ଅନୁବାଦ: ଓଡ଼ିଶାଲାଇଭ୍‍

Kavita Carneiro

کویتا کارنیرو، پونے کی آزاد فلم ساز ہیں اور گزشتہ ایک دہائی سے سماجی امور سے متعلق فلمیں بنا رہی ہیں۔ ان کی فلموں میں رگبی کھلاڑیوں پر مبنی فیچر لمبائی کی ڈاکیومینٹری فلم ’ظفر اینڈ توڈو‘ شامل ہے۔ حال ہی میں، انہوں نے دنیا کے سب سے بڑے لفٹ سینچائی کے پروجیکٹ پر مرکوز ڈاکیومینٹری ’کالیشورم‘ بھی بنائی ہے۔

کے ذریعہ دیگر اسٹوریز کویتا کارنیرو
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

کے ذریعہ دیگر اسٹوریز OdishaLIVE