ସେ ରୋଷେଇ ଘରେ ତାଜା ପରିବା ଏବଂ ଫଳର ବ୍ୟାଗ୍ ନେଇ ପହଞ୍ଚିଲା। ଯେତେବେଳେ ସେ ଚାଲିଗଲେ, ସେଠାରେ ବର୍ଜ୍ୟବସ୍ତୁରେ ଗୋଟିଏ ଚୋପା ବି ନ ଥିଲା। ବିଜୟଲକ୍ଷ୍ମୀ ସମର ତାଙ୍କର ଖାଦ୍ୟ ପ୍ରସ୍ତୁତିରେ ସମ୍ପୂର୍ଣ୍ଣ ଫଳ ବା ପନିପରିବା ଉପଯୋଗ କରନ୍ତି। ସେ ଏପରିକି ଚୋପାକୁ ବି ବାସନରେ ଫିଙ୍ଗି ଦିଅନ୍ତି। ଅସାଧାରଣ ?
ରାଜସ୍ଥାନର ଉଦୟପୁରରେ ତରକାରୀ (ରନ୍ଧା ହୋଇଥିବା ପରିବା)ରୁ ନେଇ ଛଣା ସ୍ନାକ୍ସ ଯାଏଁ ବ୍ୟଞ୍ଜନ ପ୍ରସ୍ତୁତି ପାଇଁ ଚୋପା, ମଞ୍ଜି, ଶଶ ଏବଂ ଏମିତିକି ତରଭୂଜ ଚୋପାର ବ୍ୟବହାର କରିବାର ପରମ୍ପରା ରହିଛି। ଚୋପା ଓ ଶଶର ଔଷଧୀୟ ଉପଯୋଗ ବି ହୁଏ। ଉଦାହରଣ ସ୍ୱରୂପ, ଗୋଟିଏ ଆମ୍ବ ଟାକୁଆ ଭିତରେ ଥିବା ଉପାଦାନ ପେଟ କାଟିବା ଏବଂ ମାସିକ ଧର୍ମ ଯନ୍ତ୍ରଣା ଉପଶମ କରିବାରେ ସାହାଯ୍ୟ କରେ।
ଉଦୟପୁରରେ ବୟସ୍କମାନେ ଆମକୁ କହନ୍ତି ପୂର୍ବକାଳରେ ପନିପରିବାର କୌଣସି ବି ଅଂଶ ନଷ୍ଟ ହେଉନଥିଲା। କିଛି ବି ଯାହା ମଣିଷର ବ୍ୟବହାର ପାଇଁ ରୋଷେଇରେ ବ୍ୟବହାର ହେଉ ନ ଥିଲା, ସେ ସବୁ ପଶୁ ଖାଦ୍ୟ ବା ଜମିରେ ଖତ ହୋଇଯାଉଥିଲା। ଏହି ପ୍ରକ୍ରିୟା ପାଇଁ କୌଣସି ପାରମ୍ପରିକ ନାମ ନାହିଁ । ପୂର୍ବ ପିଢ଼ି ଆମକୁ କୁହନ୍ତି ଯେ ସେମାନଙ୍କ ପାଖରେ କିଛି ବି ନଷ୍ଟ କରିବାର ଅବସର ନ ଥିଲା।

















