କେହଲ୍ୟ ବାସବେ ଗୋଟିଏ ମଶାରୀ ଆବଦ୍ଧ ଖଟିଆରେ ଶୋଇ ରହି କଷ୍ଟ ଓ ଯନ୍ତ୍ରଣା ଯୋଗୁଁ ଅସ୍ଥିର ହୋଇ କରୁଣ ବିଳାପ କରୁଥିଲେ। ତାଙ୍କର ବ୍ୟଥା ଦେଖି ଯନ୍ତ୍ରଣାର ଉପଶମ ପାଇଁ ୧୮ ବର୍ଷର ଝିଅ ଲୀଳା ପାଦ ଦୁଇଟିକୁ ଘଷିବାକୁ ଆରମ୍ଭ କଲେ।
କିଛି ମାସ ଧରି ସେ ସେହି ଖଟିଆରେ ପଡି ରହିଛନ୍ତି। ତାଙ୍କର ବାମ ଗାଲରେ ଗୋଟିଏ କ୍ଷତ ଏବଂ ଡାହାଣ ନାକପୁଡାରେ ଏକ ଖାଦ୍ୟନଳୀ - ୪୨ ବର୍ଷୀୟା ତାଙ୍କ ସ୍ତ୍ରୀ ପେସ୍ରି କହନ୍ତି "ସେ ବିଶେଷ ହଲଚଲ ହୋଇପାରନ୍ତି ନାହିଁ, ଏପରିକି କଥା ମଧ୍ୟ କହିପାରନ୍ତି ନାହିଁ। କ୍ଷତ କଷ୍ଟ ଦେଉଛି।’’
ଚଳିତ ବର୍ଷ ଜାନୁୟାରୀ ୨୧ ରେ, ୪୫ ବର୍ଷୀୟ କେହଲ୍ୟ ଉତ୍ତର ପଶ୍ଚିମ ମହାରାଷ୍ଟ୍ରର ନନ୍ଦୁରବର ଜିଲ୍ଲାରେ ଥିବା ଚିଞ୍ଚପଡା ଖ୍ରୀଷ୍ଟିୟାନ ଚିକିତ୍ସାଳୟରେ ତାଙ୍କର ଭିତର ଗାଲ କର୍କଟ ରୋଗରେ (ବୁକ୍କାଲ ମକୋସା ) ଆକ୍ରାନ୍ତ ହୋଇଥିବାର ଚିହ୍ନଟ ହେଲା।
ତାଙ୍କର ଅସୁସ୍ଥତା - କର୍କଟ ରୋଗ - ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ତାଲିକାଭୁକ୍ତ ହୋଇଥିବା ୨୦ ଟି ସାଂଘାତିକ ରୋଗ ମଧ୍ୟରୁ ଗୋଟିଏ - ଭାରତରେ ମାର୍ଚ୍ଚ ୧ ରୁ ହେଉଥିବା କୋଭିଡ - ୧୯ ର ଦ୍ଵିତୀୟ ପର୍ଯ୍ୟାୟ ଟୀକାକରଣ ନିୟମାବଳି ଅନୁସାରେ ୪୯ ରୁ ୫୯ ବର୍ଷ ସମୂହରେ ତାଙ୍କର ଯୋଗ୍ୟତା ଆସୁଛି। ଏହି ନିୟମାବଳିରେ ସମସ୍ତଙ୍କ ପାଇଁ ମୁକ୍ତ ଟୀକାକରଣ ବ୍ୟବସ୍ଥା "ବୟସାନୁପାତିକ ନିର୍ଣ୍ଣୟ ରୂପେ ପ୍ରଥମରେ ୬୦ ବର୍ଷରୁ ଉର୍ଦ୍ଧ୍ୱ ଏବଂ ୪୫ ରୂ ୬୦ ବର୍ଷ ମଧ୍ୟରେ ଥିବା ନିର୍ଦ୍ଦିଷ୍ଟ ରୋଗାକ୍ରାନ୍ତ ବ୍ୟକ୍ତିଙ୍କ ପାଇଁ ; ( ଏପ୍ରିଲ ୧ ରୁ ୪୫ ବର୍ଷରୁ ଉର୍ଦ୍ଧ୍ୱ ବୟସ ସମସ୍ତଙ୍କ ପାଇଁ ଟୀକାକରଣ ଖୋଲା ଯାଇଅଛି ରୋଗ ଥାଉ ବା ନଥାଉ। )
କିନ୍ତୁ ନିର୍ଦ୍ଦିଷ୍ଟ ବୟସ, ତାଲିକାଭୁକ୍ତ ନିର୍ଦ୍ଦିଷ୍ଟ ରୋଗ କିମ୍ବା ପରିବର୍ଦ୍ଧିତ ଯୋଗ୍ୟତା ଏ ସବୁଉର ଅର୍ଥ କେହଲ୍ୟ ଓ ପେସ୍ରିଙ୍କ ପାଇଁ କିଛି ନାହିଁ - " ବାସବେ ପରିବାର - ସେମାନେ ଭୀଲ ସମ୍ପ୍ରଦାୟ, ଏକ ଅନୁସୂଚିତ ଜନଜାତି - କେବଳ ଟୀକା ପାଇବାକୁ ସକ୍ଷମ ନୁହନ୍ତି। ଆକ୍ରାନି ତାଲୁକାରେ ଥିବା ସେମାନଙ୍କର ପଲ୍ଲୀଗ୍ରାମ କୁମ୍ଭାରୀ ଠାରୁ ନିକଟତମ ଟୀକାକରଣ କେନ୍ଦ୍ର ଧଡଗାଁ ଗ୍ରାମ୍ୟ ଚିକିତ୍ସାଳୟ ୨୦ କିଲୋମିଟର ଦୂରରେ। " ଆମକୁ ଚାଲିବାକୁ ପଡିବ। ଅନ୍ୟ କୌଣସି ବିକଳ୍ପ ନାହିଁ ବୋଲି ପେସ୍ରି କୁହନ୍ତି। "












