ଏକଦା କୌଣସି ଏକ ସ୍ଥାନରେ ରହୁଥିଲେ ତିନି ପଡ଼ୋଶୀ- କାଥେରିନ୍ କୌର, ବୋଧି ମୁର୍ମୁ ଏବଂ ମହମ୍ମଦ ତୁଲସୀରାମ । କାଥି ଥିଲେ ଜଣେ କୃଷକ; ବୋଧି ଝୋଟକଳରେ କାମ କରୁଥିଲେ; ଏବଂ ମହମ୍ମଦ ଥିଲେ ଗୋପାଳକ । ଭାରତୀୟ ସମ୍ବିଧାନ ଶୀର୍ଷକ ଯେଉଁ ବୃହଦାକାର ଏବଂ ଓଜନିଆ ପୁସ୍ତକକୁ ନେଇ ସାରା ସହରର ପଣ୍ଡିତମାନେ ହୋ-ହଲ୍ଲାରେ ମାତିଥିଲେ, ସେହି ପୁସ୍ତକ ବଳରେ କ’ଣ ସବୁ କରାଯାଇପାରିବ ବୋଲି ତିନି ଜଣଙ୍କ ମଧ୍ୟରୁ କେହି ଜଣେ କିଛି ହେଲେ ଜାଣି ନଥିଲେ । କାଥି ଏହାକୁ ଅଦରକାରୀ ବୋଲି କହିଲେ, ବୋଧି ଭାବିଲେ ବୋଧହୁଏ ଏହା ଥିଲା ଅଲୌକିକ, ଏବଂ ମହମ୍ମଦ ତ ପଚାରି ବସିଲେ, “ଏହା କ’ଣ ଆମ ପିଲାମାନଙ୍କୁ ଖାଇବାକୁ ଦେବ, ହେଁ ? ”
ଜଣେ ଦାଢ଼ିଆ ରାଜା ନିର୍ବାଚିତ ହୋଇସାରିଥିଲେ, ଏବଂ ତିନି ଜଣ ଯାକ ପଡ଼ୋଶୀ ଏହି ଘଟଣାକୁ ହାଲୁକା ଭାବରେ ନେଇ ପାରୁନଥିଲେ । ‘ ଆଖିର ଇତନି ୱକ୍ତ କିସକେ ପାସ୍ ହୈ ? ” ଆଉ ତା ପରେ ବର୍ଷା ହେଲା ନାହିଁ, ଋଣଭାର ବଢ଼ିବାରେ ଲାଗିଲା, ଏବଂ କାଥେରିନ୍ ଜାଣିପାରିଲେ ଯେ କୀଟନାଶକ ବୋତଲଟି ବି ଫିସଫିସ୍ ହୋଇ ତାଙ୍କରି ନାଁ କହୁଛି । ତା’ପରେ ଝୋଟକଳଟି ଦେବାଳିଆ ହୋଇଗଲା । ଆନ୍ଦୋଳନରତ ଶ୍ରମିକଙ୍କ ଉପରେ ପୋଲିସ ଲୁହବୁହା ବାଷ୍ପ ପ୍ରୟୋଗ କଲା ଏବଂ ସେମାନଙ୍କ ନେତୃତ୍ବ ନେଉଥିବାରୁ ବୋଧି ମୁର୍ମୁଙ୍କ ବିରୋଧରେ ଆତଙ୍କବାଦୀ କାର୍ଯ୍ୟକଳାପ ଅଭିଯୋଗ ଲଗାଇଲା । ଶେଷରେ ମହମ୍ମଦ ତୁଲସୀରାମଙ୍କ ପାଳି ପଡ଼ିଲା । ଥରେ, ଗୋଟିଏ ସନାତନୀ (ପବିତ୍ର) ସନ୍ଧ୍ୟାରେ ତାଙ୍କ ଗାଈମାନେ ଘରକୁ ଫେରିଲେ, ସେମାନଙ୍କ ପଛେ ପଛେ ଆସିଲେ ଖଣ୍ଡା ବୁଲାଉଥିବା ଦୁଇଗୋଡ଼ିଆ ବାଛୁରୀମାନେ। “ ଗୌ-ମାତା କୀ ଜୟ ! ଗୌ-ମାତା କୀ ଜୟ !”
ସେହି ପୈଶାଚିକ ଚିତ୍କାର
ଭିତରେ କେଜାଣି କେଉଁଠି ବହିର କେତେକ ପୃଷ୍ଠା ଓଲଟିଲା, ଗୋଟିଏ ନୀଳ ସୂର୍ଯ୍ୟ ଉଇଁଲା, ଆଉ ରହି
ରହି ଶୁଭୁଥିଲା ଗୋଟିଏ ଚାପା କଣ୍ଠର ସ୍ୱର:
“ଆମେ, ଭାରତର ଲୋକମାନେ, ଦୃଢ଼ ସଂକଳ୍ପ ନେଇଛୁ....
ଏକ
ସାମ୍ବିଧାନିକ ବିଳାପ
1.
ଆମ
ଦେଶ
ସାର୍ବଭୌମ
ଠିକ୍
ସେମିତି ଆମର ତୃଷା,
ଲୋହିତ
ଓ କଳଙ୍କିତ
ଖଣ୍ଡେ
ବାଦଲର ଫାଶରେ ବନ୍ଧା
2.
ସମାଜବାଦୀ
ବନ୍ଦିଶ
,
କାହିଁକି
ଆମେ ସ୍ୱପ୍ନ ଦେଖୁ ? ପୃଥିବୀ ସାରା
ଆର୍ତ୍ତନାଦ
କରୁଥା’ନ୍ତି ଆମ ଶ୍ରମିକମାନେ
3.
ମନ୍ଦିର,
ମସଜିଦ୍, ଚର୍ଚ୍,
ଏବଂ
ଏକ ସମାଧି- ତ୍ରିଶୂଳବିଦ୍ଧ
ଏକ
ଧର୍ମନିରପେକ୍ଷ
ଜଠର।
4.
ହେ
ଗଣତନ୍ତ୍ର
!
କେବଳ
ଖଣ୍ଡିଏ ଭୋଟ୍ ପାଇଁ,
‘ମୃତ୍ୟୁ ଏକ କରଜ,’
ବୋଲି ଲେଖିଦେଲେ
ଆମ
ପଣ୍ଡିତମଣ୍ଡଳୀ ।
5.
ଏକଦା
ଜଣେ ରାଜାଙ୍କ ଆଗରେ
ଏକ
ଜନତନ୍ତ୍ର
ର ଶପଥ, ବୁଦ୍ଧମାନେ
ଭୂଲୁଣ୍ଠିତ
ଏବଂ ବାୟୋନେଟ୍ ତୋଳେ ଝଙ୍କାର
6.
ନ୍ୟାୟ
ଆଖିରେ ବନ୍ଧା ଅନ୍ଧପୁଟଳି
କିନ୍ତୁ
ତା ତଳେ ଆଖି ନାହିଁ,
ଆଉ
ନାହିଁ ।
7.
ମଲରେ,
ମିଠା ମିଠା ଫଲିଡଲର
କାଚ
ବୋତଲରେ ବିକା ହୁଏ
ତାଜା
ତାଜା
ସ୍ୱା
ଧୀନତା
8.
ପବିତ୍ର
ଗୋମାତା ଏବଂ କଳା କଳା
ମାଂସର
କବାବ - ସେଇ ରୁଟି,
ଯାହାକୁ
ସେକନ୍ତି ଆମ
ସାମ୍ୟବାଦୀମାନେ
9.
ଭାଇଚାରା
ଚିତ୍କାର
କରେ -
ସୋରିଷ
କ୍ଷେତରେ
ଶୂଦ୍ରମାନେ
ଦୀର୍ଘଶ୍ୱାସ
ପକାନ୍ତି,
ଏବଂ
ବ୍ରାହ୍ମଣ
ଗରଜି ଉଠେ
ଏହି କବିତା ରଚନାର ମୂଳରେ ରହିଥିବା କେତେକ ଭାବୋଦ୍ଦୀପକ ବାର୍ତ୍ତାଳାପ ନିମନ୍ତେ ଏହି କବି ସ୍ମିତା ଖାଟୋରଙ୍କୁ ଧନ୍ୟବାଦ ଦେଉଛନ୍ତି
ଅନୁବାଦ: ଶ୍ୱେତ ସୁନ୍ଦର ସାମନ୍ତରା