ଗୋଟିଏ ଛେଳି ଓ ତାର ମାସକର ଛୁଆକୁ ଧରି ହାଟରେ କିଣାଳିଙ୍କୁ ଅପେକ୍ଷା କରିଥିଲେ ବିଠବ ଯାଦବ। ଏ ହେଉଛି ସତାର ଜିଲ୍ଲା ମନ ତାଲୁକର ମହସ୍ୱାଦ ସହରର ଛେଳି ବଜାର। ଗୋଟିଏ ପାସେଞ୍ଜର ଜିପ୍ରେ ଛେଳିଙ୍କୁ  ଧରି ସକାଳ ପ୍ରାୟ ୧୦ଟା ୩୦ରେ ପହଞ୍ଚିଗଲେ।

ଗୋଟିଏ ଦୁହାଁଳିଆ ଛେଳି ପ୍ରାୟ ୭,୦୦୦ ରୁ ୮,୦୦୦ ଟଙ୍କାରେ ଏଠି ବିକ୍ରି ହୁଏ। କିନ୍ତୁ ୮୦ ବର୍ଷୀୟ ଯାଦବ ନିଜ ଛେଳିର ଦାମ ୩,୦୦୦ ଟଙ୍କା ପର୍ଯ୍ୟନ୍ତ ଖସେଇ ଦେବାକୁ ଚାହୁଁଛନ୍ତି। ତଥାପି ଛେଳିଟି ବିକ୍ରି ହୋଇପାରୁନି। ଏଠାରୁ ୧୬ କିଲୋମିଟର ଦୂର ଭାଲାଇ ଗାଁରୁ ସେ ଆସିଛନ୍ତି। ଗାଁକୁ ଫେରିଯିବା ପାଇଁ ଜିପ୍ ଧରିବାକୁ ତରତର ହେଉଥିଲେ। ହତାଶ ଭାବରେ କହିଲେ, ‘‘ମୂଲଚାଲ କଥା ଛାଡ, କେହି ପାଖକୁ ଆସିଲେନି କି ଦାମ୍ ବି ପଚାରିଲେନି।’’

Old man with goats.
PHOTO • Binaifer Bharucha
Trucks, Goats all around
PHOTO • Binaifer Bharucha

ବାମ: ଉଦାସ ବିଠବ ଯାଦବ କହିଲେ, ‘ମୁଁ ଗୋଟିଏ ବି ପ୍ରସ୍ତାବ ପାଇଲିନି’। ମଝି: ଛେଳି ମେଣ୍ଢା ବୋହିବା ପାଇଁ ବିକାଳି ଏବଂ ବେପାରୀ ବ୍ୟବହାର କରୁଥିବା ଜିପ୍ ଓ ଟେମ୍ପୋ। ଉପରେ କଭର ଫଟୋ: ଅନ୍ୟ ବିକାଳିମାନେ ମହସ୍ୱାଦ ବଜାରରେ ଅପେକ୍ଷା କରି ରହିଛନ୍ତି

୨୦୧୭ ରୁ ଏଠି ମରୁଡି ମାରିଛି। ମଙ୍ଗ ଦଳିତ ସଂପ୍ରଦାୟର ଯାଦବଙ୍କ କଳି ଲୋକଙ୍କ ପାଇଁ ଛେଳି ମେଣ୍ଢା ପାଳିବା ବି ଅସମ୍ଭବ ହୋଇ ପଡ଼ିଛି। ଅଣ୍ଡିରା ଛେଳିଗୁଡ଼ିକ ମାଂସ ପାଇଁ ବିକ୍ରି ହୋଇପାରେ, କିନ୍ତୁ ମାଇ ଛେଳି ଗୁଡ଼ିକ ସାଧାରଣତଃ ପାଳିବା ପାଇଁ କିଣାଯାଏ। ଏବେ କେହି କିଣିବାକୁ ଚାହୁଁନାହାନ୍ତି କାରଣ ଖାଦ୍ୟ ଆଉ ପାଣିର ଉତ୍କଟ ଅଭାବ।

ବିଠବ ଯାଦବଙ୍କ ଭଳି ଭୂମିହୀନ ଲୋକଙ୍କ ପାଇଁ ଏକମାତ୍ର ଆୟର ପନ୍ଥା ହେଉଛି ଛେଳି। ସଂକଟ ସମୟରେ ଯାହା ‘ବୀମା’ ଭଳି କାମ ଦିଏ। କିନ୍ତୁ ଇଏ ବି ଟଙ୍କା ଦେବା ବନ୍ଦ କରି ଦେଇଛି।

ଅନୁବାଦ: ଓଡ଼ିଶାଲାଇଭ୍

Medha Kale

میدھا کالے پونے میں رہتی ہیں اور عورتوں اور صحت کے شعبے میں کام کر چکی ہیں۔ وہ پیپلز آرکائیو آف رورل انڈیا (پاری) میں مراٹھی کی ٹرانس لیشنز ایڈیٹر ہیں۔

کے ذریعہ دیگر اسٹوریز میدھا کالے
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

کے ذریعہ دیگر اسٹوریز OdishaLIVE