ଭିଡିଓ ଦେଖନ୍ତୁ : ବର୍ଷା କୁହନ୍ତି ମୁଁ ଚେରେ ଦିଲେ ସୋନାର ଗୌର ଗାଇବାକୁ ଭଲ ପାଏ।

ବର୍ଷା ଗରାଇ ଚାରି ବର୍ଷ ବୟସରୁ ସେ ବାଉଲ ସଂଗୀତ ଗାଇ ଆସୁଛନ୍ତି। ଅଗଷ୍ଟ ୨୦୧୬ରେ ଆମେ ଯେତେବେଳେ ତାଙ୍କୁ ଭେଟିଲୁ, ସେତେବେଳେ ତାଙ୍କ ବୟସ ସାତ ବର୍ଷ (ବର୍ତ୍ତମାନ ସାଢେ ଆଠ ବର୍ଷ ହେବ)। ବୋଲପୁର ଅଞ୍ଚଳର ଶାନ୍ତିନିକେତନରେ ରହୁଥିବା ସୁନାମ ଧନ୍ୟ ବାଉଲ ସଂଗୀତଜ୍ଞ ବାସୁଦେବଠାରୁ ସେ ତାଲିମ ନେଉଛନ୍ତି। ( ଦେଖନ୍ତୁ Basudeb Baul: singing the ballads of Bengal )

ବର୍ଷାଙ୍କ ଘର ପଶ୍ଚିମବଙ୍ଗ ବୀରଭୂମ ଜିଲ୍ଲା ବୋଲାପୁର ଡିଭିଜନ୍‌ର ଶ୍ୟମବତୀ ଗାଁରେ। ସଂଗୀତ ଶିକ୍ଷକଙ୍କ ଘରୁ ତାଙ୍କ ଘର ମାତ୍ର କେଇ ମିନିଟର ଚଲାବାଟ। ସେ ତାଙ୍କ ପରିବାର ସହ ରହନ୍ତି। ଘରେ ସାନ ଭାଇ, ବାପା ଆଉ ପୋଷା ବିଲେଇ ମିନି। ୨୦୧୬ରେ ତାଙ୍କ ମା’ କ୍ରିଷ୍ଣାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ବାପା ଗୌରଚନ୍ଦ୍ର ଗରାଇ ମଧ୍ୟ ଜଣେ ବାଉଲ ସଂଗୀତଜ୍ଞ। ସେ ଢୋଲକ, ତବଲା, ମଞ୍ଜିରା ଏବଂ ଦୋତାରା ବଜାନ୍ତି। ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ବାଉଲ ମେଳା ଆଦି କାର୍ଯ୍ୟକ୍ରମରେ ବାସୁଦେବ ବାଉଲଙ୍କ ସହ ସେ ସଂଗୀତ ପରିବେଷଣ କରିଥାନ୍ତି। ବାସୁଦେବ ଦାସ ଓ ତାଙ୍କ ବାପାଙ୍କ ଗୀତ ଶୁଣିଶୁଣି ବର୍ଷାଙ୍କର ସଂଗୀତ ପ୍ରତି ଆଗ୍ରହ ବଢିଥିଲା।

PHOTO • Ananya Chakroborty

ଶ୍ୟାମବତୀସ୍ଥିତ ନିଜ ଘରେ ବପା ଗୌରଚନ୍ଦ୍ର ଗରାଇଙ୍କ ସହ ବର୍ଷା

ବର୍ଷା କହିଲେ, "ମତେ ପାଠ ପଢିବା ସହ ଗୀତ ଗାଇବା ଏବଂ ପେଣ୍ଟିଂ କରିବାକୁ ଭଲଲାଗେ।" ପଶ୍ଚିମବଙ୍ଗରେ ସାଧାରଣତଃ କମ୍ ବୟସର ଝିଅମାନେ ବାଉଲ ଗୀତ ଶିଖନ୍ତି ନାହିଁ। ଯଦିଓ କିଛି ବାଉଲ ଗାୟିକା ଅଛନ୍ତି, ଏମାନଙ୍କ ସଂଖ୍ୟା କିନ୍ତୁ ପୁରୁଷଙ୍କଠାରୁ ଯଥେଷ୍ଟ କମ। ବାସୁଦେବ ଦାସଙ୍କଠାରୁ ତାଲିମ ନେବାରେ ବର୍ଷା ହେଉଛି ତା ବୟସର ଏକମାତ୍ର ଝିଅ।

ବାଉଲ ସଂଗୀତ ହେଉଛି ରହସ୍ୟବାଦ ସଂଗୀତ, ଏହି ସଂଗୀତରେ ରହିଛି ଜୀବନ ଦର୍ଶନ ଏବଂ ସଂସ୍କୃତିର ପ୍ରତିଫଳନ। ବାଉଲମାନେ ସଙ୍ଗୀତ ତଥା ନିଜର ସୁନ୍ଦର ପ୍ରାର୍ଥନା ମାଧ୍ୟମରେ ଦିବ୍ୟତାର ସନ୍ଧାନ ପାଇଁ କାର୍ଯ୍ୟ କରନ୍ତି, ସେମାନେ ନିଜକୁ ଆନ୍ତରିକ ସତ୍ୟର ସାଧକ ଭାବେ ପରିଗଣିତ କରନ୍ତି। ବାଉଲମାନେ ସେମାନଙ୍କ ସଂଗୀତ ମାଧ୍ୟମରେ ଈଶ୍ୱର ଏବଂ ସତ୍ୟର ସନ୍ଧାନ କରନ୍ତି। ବାଉଲ ସଂଗୀତରେ ରହିଛି ନିଃସର୍ତ୍ତ ଭଗବତ ପ୍ରେମ, ଦେହ ସାଧନା ଏବଂ ମନ ସାଧନାର ବାଣୀ। ଶିଶୁ ମନ ପାଇଁ ଏହା ଏକ ଜଟିଳ ତଥ୍ୟ। କିନ୍ତୁ ବର୍ଷା ଏହି ଦୁନିଆ ଭିତରକୁ ତାଙ୍କ ଯାତ୍ରା ଆରମ୍ଭ କରି ସାରିଛନ୍ତି।

Ananya Chakroborty

اننیا چکروبورتی کے پاس وشو بھارتی یونیورسٹی، شانتی نکیتن سے جرنلزم اور ماس کمیونی کیشن کی ماسٹر ڈگری ہے۔ وہ اب فری لانسر کے طور پر کام کر رہی ہیں۔

کے ذریعہ دیگر اسٹوریز Ananya Chakroborty
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

کے ذریعہ دیگر اسٹوریز OdishaLIVE