ଏହି ପ୍ୟାନେଲ ଗ୍ରାମୀଣ ମହିଳାମାନଙ୍କ ଦ୍ଵାରା କରାଯାଉଥିବା ବ୍ୟାପକ କାର୍ଯ୍ୟ ପରିସରକୁ ଦର୍ଶାଉଥିବା ଦୃଶ୍ୟମାନ କାର୍ଯ୍ୟ , ଅଦୃଶ୍ୟ ମହିଳା , ଏକ ଫଟୋ ପ୍ରଦର୍ଶନୀ ର ଅଂଶବିଶେଷ । ୧୯୯୩ ଏବଂ ୨୦୦୨ ମଧ୍ୟରେ ୧୦ଟି ଭାରତୀୟ ରାଜ୍ୟରେ ପି. ସାଇନାଥ ଏ ସବୁ ଫଟୋ ଉଠାଇଥିଲେ । ବହୁ ବର୍ଷ ଧରି ଦେଶର ଅଧିକାଂଶ ଭାଗ ପରିଦର୍ଶନ କରିଥିବା ମୂଳ ଭୌତିକ ପ୍ରଦର୍ଶନୀକୁ ଏଠାରେ ପରୀ ଦ୍ଵାରା ସୃଜନଶୀଳ ଢଙ୍ଗରେ ଡିଜିଟାଲକରଣ କରାଯାଇଛି ।

ମାଟି, ମା’, ‘ଶ୍ରମ ଘଣ୍ଟା’

ଆନ୍ଧ୍ରପ୍ରଦେଶରେ ବିଜୟନଗରମ୍‌ଠାରେ ଭୂମିହୀନ ଶ୍ରମିକମାନଙ୍କ ସହ ଆଲୋଚନା ସକାଳ ୭ଟା ପୂର୍ବରୁ କରିବାକୁ ସ୍ଥିର କରାଯାଇଥିଲା । ଯୋଜନା ଥିଲା ସାରାଦିନ ସେମାନଙ୍କର କାମକୁ ଦେଖିବା। ଆମେ କିନ୍ତୁ ଟିକେ ବିଳମ୍ବରେ ପହଞ୍ଚିଲୁ। ସେତେବେଳକୁ ତାଳଗଛ ମଧ୍ୟଦେଇ ଆସୁଥିବା ମହିଳାମାନଙ୍କ ପରି ସେମାନେ ମଧ୍ୟ ୩ଘଣ୍ଟା କାମ କରିସାରିଥା’ନ୍ତି। ସେମାନଙ୍କ ସାଥୀମାନେ ବି କାମ କରିବା ସ୍ଥାନରେ ଥା’ନ୍ତି, ପଙ୍କ ହୋଇଯାଇଥିବା ପୋଖରୀରୁ ପଟୁ କାଢୁଥା’ନ୍ତି।

ସେମାନଙ୍କ ମଧ୍ୟରୁ ଅଧିକାଂଶ ରୋଷେଇ, ବାସନମଜା, ଲୁଗାସଫା ଓ ଅନ୍ୟାନ୍ୟ କାମ ଶେଷକରି ଆସିଥାନ୍ତି। ସେମାନେ ନିଜ ପିଲାମାନଙ୍କୁ ସ୍କୁଲ ପାଇଁ ପ୍ରସ୍ତୁତ କରି ମଧ୍ୟ ପଠାଇ ଦେଇସାରିଥା’ନ୍ତି। ଘରର ସବୁ ସଦସ୍ୟଙ୍କର ଭୋଜନ ସରିଥାଏ। ଅବଶ୍ୟ ମହିଳାମାନେ ସବୁଠାରୁ ପଛରେ ଖାଇଥା’ନ୍ତି। ଏହା ମଧ୍ୟ ସ୍ପଷ୍ଟ ଯେ ସରକାରଙ୍କ ନିଶ୍ଚିତ ରୋଜଗାର ସ୍ଥଳରେ ମହିଳାମାନେ ପୁରୁଷଙ୍କଠାରୁ କମ୍‌ ମଜୁରି ପାଆନ୍ତି।

ଏକଥା ମଧ୍ୟ ସ୍ପଷ୍ଟ ଯେ ସର୍ବନିମ୍ନ ମଜୁରି ଆଇନ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ଉଲ୍ଲଂଘନ କରାଯାଇଥାଏ। କେବଳ କେରଳ ଓ ପଶ୍ଚିମବଙ୍ଗକୁ ଛାଡ଼ିଦେଲେ ସାରା ଦେଶରେ ଏହା ହୁଏ। ତଥାପି ମହିଳାମାନେ ସବୁଠି ପୁରୁଷଙ୍କ ମଜୁରି ତୁଳନାରେ ଅଧା କିମ୍ବା ଦୁଇ ତୃତୀୟାଂଶ ମଜୁରି ପାଇଥା’ନ୍ତି।

ଭିଡିଓ ଦେଖନ୍ତୁ : ‘୭:୩୦ରେ କାମ କରିବାକୁ ଆସୁଥିବା ମହିଳାମାନେ ସେତେବେଳକୁ ଘରେ ତିନି ଘଣ୍ଟା କାମ କରିସାରିଥାନ୍ତି’

ମହିଳା କୃଷି ଶ୍ରମିକମାନଙ୍କ ସଂଖ୍ୟା ବଢୁଥିବାରୁ ସେମାନଙ୍କ ମଜୁରି କମ୍‌ ରଖିବା ଜମି ମାଲିକମାନଙ୍କ ପାଇଁ ଲାଭଦାୟକ। ଏହା ସେମାନଙ୍କର ମଜୁରି ବାବଦ ଖର୍ଚ୍ଚ କମ୍‌ କରେ। ଠିକାଦାର ଓ ଜମିମାଲିକମାନେ ଯୁକ୍ତି ବାଢନ୍ତି ମହିଳାମାନେ ସହଜ କାମ କରନ୍ତି ସେଥିପାଇଁ ସେମାନଙ୍କୁ କମ୍‌ ମଜୁରି ଦିଆଯାଏ। ତଥାପି ଚାରା ରୋପଣ କାମ କଷ୍ଟକର ଓ ଜଟିଳ, ଠିକ୍‌ ଯେମିତି ଅମଳ। ଉଭୟ କାର୍ଯ୍ୟ ମହିଳାମାନଙ୍କୁ ବହୁ ସ୍ୱାସ୍ଥ୍ୟ ସମସ୍ୟା ଆଡ଼କୁ ନେଇଯାଏ।

ରୋଇବା କାମ ଏକ କୁଶଳି କାମ। ତଳି (ଚାରାଗଛ) ଠିକ୍‌ ଗଭୀରତାରେ ପୋତା ନଗଲେ କିମ୍ବା ଭୁଲ୍‌ ଦୂରତାରେ ରୁଆ ଗଲେ ଏହା ନଷ୍ଟ ହୋଇଯାଏ। ଯଦି ଜମି ଠିକ୍‌ ଭାବରେ କାଦୁଅ ହୋଇନଥିବ ତେବେ ଗଛ ଠିକ୍‌ ଭାବରେ ବଢିପାରିବନି। ରୋଇବା ବେଳେ ପୁଣି ଅଧିକାଂଶ ସମୟରେ ଆଣ୍ଠୁଏ ପାଣିରେ ଅଣ୍ଟା ନୂଆଁଇ କାମ କରିବାକୁ ହୁଏ। ତଥାପି ଏହାକୁ ଅଣକୁଶଳୀ କାମ ଭାବରେ ବିବେଚନା କରାଯାଇ କମ୍‌ ମଜୁରି ପ୍ରଦାନ କରାଯାଏ, କେବଳ ଏଥିପାଇଁ ଯେ ଏହି କାମ ମହିଳାମାନେ କରନ୍ତି।

ମହିଳାମାନଙ୍କୁ କମ୍‌ ମଜୁରି ଦେବା ସଂକ୍ରାନ୍ତରେ ଅନ୍ୟ ଏକ ଯୁକ୍ତି ଦର୍ଶାଯାଏ ସେମାନେ ପୁରୁଷମାନଙ୍କ ସହ ସମାନ କାମ କରିପାରନ୍ତି ନାହିଁ। କିନ୍ତୁ କୌଣସି ଜାଗାରେ ପ୍ରମାଣ ଦେଖାଯାଇପାରେନି ଯେ ପୁରୁଷମାନେ ଅମଳ କରିଥିବା ଧାନ ତୁଳନାରେ ମହିଳାମାନଙ୍କ ଅମଳ କମ୍‌। ଯେଉଁଠାରେ ସେମାନେ ପୁରୁଷମାନଙ୍କ ସହ ସମାନ କାମ କରିଥା’ନ୍ତି ସେଠାରେ ମଧ୍ୟ ମହିଳାମାନଙ୍କୁ କମ୍‌ ମଜୁରି ଦିଆଯାଏ।

ଯଦି ମହିଳାମାନେ କମ୍‌ ଦକ୍ଷ ତା’ହେଲେ ଜମି ମାଲିକମାନେ ଏତେ ଅଧିକ ମହିଳାଙ୍କୁ କାମରେ କାହିଁକି ରଖୁଛନ୍ତି ?

PHOTO • P. Sainath
PHOTO • P. Sainath
PHOTO • P. Sainath

୧୯୯୬ ମସିହାରେ ଆନ୍ଧ୍ରପ୍ରଦେଶ ସରକାର ମାଳି, ତମାଖୁ ତୋଳାଳି ଏବଂ କପା ତୋଳାଳିମାନଙ୍କ ପାଇଁ ସର୍ବନିମ୍ନ ମଜୁରି ସ୍ଥିର କଲେ। ଏହା ରୋଇବା ଏବଂ ଅମଳ କରିବା କାର୍ଯ୍ୟରେ ନିଯୁକ୍ତି ଥିବା ଶ୍ରମିକମାନଙ୍କ ମଜୁରୀ ତୁଳନାରେ ଖୁବ୍‌ ଅଧିକ ଥିଲା। ତେଣୁ ଏହି ଭେଦଭାବ ଅଣଦେଖା କରାଯାଏ ଏବଂ ଏହା ଔପଚାରିକ।

ତା’ହେଲେ ଉତ୍ପାଦକତା ସହ ମଜୁରିର ସଂପର୍କ ଖୁବ୍‌ କମ୍‌। ଏହା ଅନେକ ଦିନରୁ ଚାଲିଆସିଥିବା ଅନ୍ୟାୟ ଉପରେ ଆଧାରିତ। ଏହା ଭେଦଭାବର ବହୁ ପୁରାତନ ଧାରା ଏବଂ ଏହାର ଗ୍ରହଣୀୟତା ମଧ୍ୟ ସ୍ୱାଭାବିକ ପ୍ରକ୍ରିୟା ।

ମହିଳାମାନେ ଚାଷ ଜମିରେ ଏବଂ ଅନ୍ୟାନ୍ୟ କର୍ମସ୍ଥଳରେ କରୁଥିବା ହାଡଭଙ୍ଗା ପରିଶ୍ରମ ସ୍ପଷ୍ଟ ଭାବରେ ଦେଖିହୁଏ। କିନ୍ତୁ ଏହା ସେମାନଙ୍କୁ ସେମାନଙ୍କ ପିଲାମାନଙ୍କ ଦାୟିତ୍ୱରୁ ବିମୁଖ କରାଏ ନାହିଁ। ଆଦିବାସୀ ମହିଳା ଜଣକ ଓଡ଼ିଶାର ମାଲକାନଗିରିସ୍ଥିତ ଏକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଜର ଦୁଇ ସନ୍ତାନଙ୍କୁ ନେଇଆସିଛନ୍ତି (ନିମ୍ନରେ ଡାହାଣ)। ଏଥିପାଇଁ ସେ ପାହାଡ଼ିଆ ଆବୁଡ଼ାଖାବୁଡା ରାସ୍ତାରେ ଦୀର୍ଘ ସମୟ ଚାଲିଛନ୍ତି। ଅଧିକାଂଶ ସମୟରେ ପୁଅକୁ କାଖେଇଛନ୍ତି। ଏହା ବି ତୀଖ ପାହାଡିଆ ଅଞ୍ଚଳରେ କେଇ ଘଣ୍ଟା କାମ କରି ସାରିବା ପରେ।

PHOTO • P. Sainath
PHOTO • P. Sainath

ଅନୁବାଦ: ଓଡ଼ିଶାଲାଇଭ୍

پی سائی ناتھ ’پیپلز آرکائیو آف رورل انڈیا‘ کے بانی ایڈیٹر ہیں۔ وہ کئی دہائیوں تک دیہی ہندوستان کے رپورٹر رہے اور Everybody Loves a Good Drought اور The Last Heroes: Foot Soldiers of Indian Freedom کے مصنف ہیں۔

کے ذریعہ دیگر اسٹوریز پی۔ سائی ناتھ
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

کے ذریعہ دیگر اسٹوریز OdishaLIVE