ଏହି ପ୍ୟାନେଲ ଗ୍ରାମୀଣ ମହିଳାମାନଙ୍କ ଦ୍ଵାରା କରାଯାଉଥିବା ବ୍ୟାପକ କାର୍ଯ୍ୟ ପରିସରକୁ ଦର୍ଶାଉଥିବା ଦୃଶ୍ୟମାନ କାର୍ଯ୍ୟ , ଅଦୃଶ୍ୟ ମହିଳା , ଏକ ଫଟୋ ପ୍ରଦର୍ଶନୀ ର ଅଂଶବିଶେଷ । ୧୯୯୩ ଏବଂ ୨୦୦୨ ମଧ୍ୟରେ ୧୦ଟି ଭାରତୀୟ ରାଜ୍ୟରେ ପି. ସାଇନାଥ ଏ ସବୁ ଫଟୋ ଉଠାଇଥିଲେ । ବହୁ ବର୍ଷ ଧରି ଦେଶର ଅଧିକାଂଶ ଭାଗ ପରିଦର୍ଶନ କରିଥିବା ମୂଳ ଭୌତିକ ପ୍ରଦର୍ଶନୀକୁ ଏଠାରେ ପରୀ ଦ୍ଵାରା ସୃଜନଶୀଳ ଢଙ୍ଗରେ ଡିଜିଟାଲକରଣ କରାଯାଇଛି ।

ସାରା ଜୀବନ ନଇଁ ନଇଁ କାମ ରିବା

ବିଜିୟାନଗରମ୍‌ରେ ସେ ଅଟକିଗଲେ, ମଧ୍ୟାହ୍ନ ସମୟର ଖରାରେ ସେ ଉତ୍ତେଜିତ ହୋଇପଡ଼ିଥିଲେ । କିନ୍ତୁ ସେ ସେହିପରି ନଇଁ କରି ରହିଲେ । ସେ ଜାଣିଥିଲେ, କେଇ ମୁହୂର୍ତ୍ତ ଭିତରେ ସେ ପୁଣି ସେହି ଭଙ୍ଗୀରେ କାମ ଆରମ୍ଭ କରିବେ ।

ସମାନ କାଜୁ ବଗିଚାରେ ତାଙ୍କ ଗାଁରୁ ଆସିଥିବା ଆଉ ଦୁଇଟି ମହିଳାଙ୍କ ଗୋଷ୍ଠୀ ମଧ୍ୟ କାମ କରୁଥିଲେ । ସେଥିରୁ ଗୋଟିଏ ଗୋଷ୍ଠୀ 2 କିଲୋମିଟର ଦୂରରୁ ବଗିଚାକୁ ସାଙ୍ଗରେ ମଧ୍ୟାହ୍ନ ଭୋଜନ ଓ ପାଣି ନେଇ ଆସିଥିଲେ । ଅନ୍ୟମାନେ ବିପରୀତ ଦିଗରେ କାମ କରୁଥିଲେ । ସମସ୍ତେ ନଇଁଥିଲେ ।

ଓଡ଼ିଶାର ରାୟଗଡ଼ା ଜିଲ୍ଲାରେ, ବଗିଚାରେ ପୁରୁଷମାନେ ମଧ୍ୟ ଥିଲେ । ଲେନ୍‌ସ ଦେଇ ଏହା ଅଧିକ ସ୍ଵଚ୍ଛ ଦେଖାଯାଉଥିଲା । ସବୁ ପୁରୁଷମାନେ ଛିଡ଼ା ହୋଇଥିଲେ । ସବୁ ମହିଳାମାନେ ନଇଁଥିଲେ । ଓଡ଼ିଶାର ନୂଆପଡ଼ାରେ, ବର୍ଷା ମହିଳାମାନଙ୍କୁ ଘାସ ବାଛିବାରୁ ଅଟକାଇପାରିନଥିଲା । ସେମାନେ ଗୋଟିଏ ଛତା ତଳେ ଅଣ୍ଟାରୁ ତଳକୁ ନଇଁ କାମ କରିଚାଲିଥିଲେ ।

ଭିଡିଓ ଦେଖନ୍ତୁ : ‘ମହିଳାମାନେ କାମ କରୁଥିବା ସମୟରେ ସେହି ପ୍ରଥମ କଥାଟି ମୋତେ ପ୍ରଭାବିତ କଲା – ସେମାନେ ସବୁବେଳେ ନଇଁ ପଡ଼ି ରହୁଥିଲେ’, ପି ସାଇନାଥ କୁହନ୍ତି

‘ହସ୍ତକୃତ’ ଚାରାରୋପଣ, ରୋଇବା ଏବଂ ଘାସ ବାଛିବା କଠିନ ପରିଶ୍ରମଠାରୁ ବି ଅଧିକ । ସେମାନେ ଯନ୍ତ୍ରଣାଦାୟକ ଭଙ୍ଗୀରେ ଦୀର୍ଘ ସମୟ ଧରି କାମ କରୁଥିଲେ ।

ଭାରତୀୟ ମହିଳା କର୍ମଚାରୀଙ୍କ ମଧ୍ୟରୁ ୮୧ ପ୍ରତିଶତ ହେଉଛନ୍ତି ଚାଷୀ, ଶ୍ରମିକ, ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହକାରୀ ଏବଂ କ୍ଷୁଦ୍ର ପଶୁପାଳନକାରୀ । କୃଷି କାମ ଏକ ବଡ଼ ଆକାରର ଲିଙ୍ଗଗତ ପାର୍ଥକ୍ୟ ପ୍ରଦର୍ଶିତ କରେ । ମହିଳାମାନଙ୍କୁ ହଳ କରିବାରୁ  ବାରଣ କରାଯାଏ । କିନ୍ତୁ ସେମାନେ ରୋଇବା, ଘାସ ବାଛିବା, ଅମଳ କରିବା, ନଡ଼ା ବାଡ଼େଇବା ଏବଂ ଅମଳ ପରବର୍ତ୍ତୀ କାମ ମଧ୍ୟ କରନ୍ତି ।

ଗୋଟିଏ ବିଶ୍ଳେଷଣ ଅନୁସାରେ, ମହିଳାମାନେ:

ଜମିକୁ ଚାଷପୋଯୋଗୀ କରିବାରେ ଲାଗୁଥିବା ୩୨ ପ୍ରତିଶତ ଶ୍ରମଶକ୍ତି
ବିହନ ବୁଣିବାରେ ୭୬ ପ୍ରତିଶତ
ରୋଇବାରେ ୯୦ ପ୍ରତିଶତ ନିୟୋଜିତ
ଫସଲକୁ କ୍ଷେତରୁ ଘରକୁ ନେବାରେ ୮୨ ପ୍ରତିଶତ
ଖାଦ୍ୟ ପ୍ରକ୍ରିୟାକରଣ କରିବାରେ ୧୦୦ ପ୍ରତିଶତ ଏବଂ ଦୁଗ୍ଧ ଉତ୍ପାଦନ କାମରେ ନିୟୋଜିତ ଶ୍ରମଶକ୍ତିରୁ 69 ପ୍ରତିଶତ ଯୋଗଦାନ କରନ୍ତି ।

PHOTO • P. Sainath
PHOTO • P. Sainath

ଏହି କାମ ସବୁ ମଧ୍ୟରୁ ଅଧିକାଂଶଙ୍କ ପାଇଁ ନଇଁବା ଏବଂ ଆଣ୍ଠୁ ମାଡ଼ି ବସିବାର ଆବଶ୍ୟକତା ପଡ଼େ । ଏହାଛଡ଼ା, ଏସବୁ କାମରେ ବ୍ୟବହାର ହେଉଥିବା ଅଧିକାଂଶ ଯନ୍ତ୍ରପାତି ମହିଳାଙ୍କ ଆରାମ ପାଇଁ ତିଆରି ହୋଇନଥାଏ ।

କ୍ଷେତରେ କାମ କରିବା ବେଳେ ମହିଳାମାନେ ନିରନ୍ତର ଭାବେ ନଇଁ କରି ଏବଂ ଆଣ୍ଠୁ ମାଡ଼ି ବସି ଆଗକୁ ବଢ଼ିବାର ଦେଖାଯାଏ । ଏଥିପାଇଁ, ମହିଳାଙ୍କର ପିଠି ଓ ଗୋଡ଼ରେ ପ୍ରବଳ ଯନ୍ତ୍ରଣା ହେବା ସାଧାରଣ କଥା । ରୋଇବା ବେଳେ ଗୋଡ଼ ବୁଡୁଥିବା ପାଣିରେ ସେମାନେ ଛିଡ଼ା ହେଉଥିବାରୁ ସେମାନଙ୍କୁ ଚର୍ମ ରୋଗ ହୁଏ ।

ତା’ ପରେ ପୁରୁଷମାନଙ୍କ ବ୍ୟବହାର ପାଇଁ ତିଆରି ହୋଇଥିବା ଯନ୍ତ୍ରପାତି ଯୋଗୁଁ ସେମାନେ ଆହତ ହୁଅନ୍ତି । ସେ ସବୁ ଯନ୍ତ୍ରପାତିକୁ ମହିଳାଙ୍କ ବ୍ୟବହାରଯୋଗ୍ୟ ଢାଞ୍ଚାରେ ତିଆରି କରାଯାଇନଥାଏ । ଦାଆ ଏବଂ କଟୁରୀରୁ ସେମାନେ କ୍ଷତାକ୍ତ ହେବା ସାଧାରଣ କଥା ଏବଂ ସାଧାରଣ ଡାକ୍ତରୀ ଚିକିତ୍ସା ମିଳିବା ବିରଳ । ଏହାଛଡ଼ା ଧନୁଷ୍ଟଙ୍କାରର ବିପଦ ସର୍ବଦା ଥାଏ ।

PHOTO • P. Sainath
PHOTO • P. Sainath
PHOTO • P. Sainath

କୃଷିକ୍ଷେତ୍ରରେ ଏମିତି କାମ କରିବା ଫଳରେ ଉଚ୍ଚ ଶିଶୁ ମୃତ୍ୟୁ ହାର ଏକ ବଡ଼ ସମସ୍ୟା । ଉଦାହରଣ ସ୍ଵରୂପ, ରୋଇବା ସମୟରେ, ମହିଳାମାନଙ୍କୁ ଦିନର ଅଧିକାଂଶ ସମୟ ନଇଁ କରି ବା ଆଣ୍ଠୁ ଭାଙ୍ଗି ବସିବାକୁ ପଡ଼େ । ମହାରାଷ୍ଟ୍ରରେ କରାଯାଇଥିବା ଏକ ସର୍ବେକ୍ଷଣ ଅନୁସାରେ ଏହି ସମୟ ମଧ୍ୟରେ ଅଧିକ ସଂଖ୍ୟକ ଗର୍ଭପାତ ଏବଂ ଶିଶୁ ମୃତ୍ୟୁ ହୋଇଥାଏ । ଦୀର୍ଘ ସମୟ ଧରି ଆଣ୍ଠୁ ଭାଙ୍ଗି ବସିବା ଯୋଗୁଁ ଶିର ଟାଣି ହୋଇଯାଏ ଏବଂ ଏହି କାରଣରୁ ଅଧିକାଂଶ ସମୟରେ ସମୟ ପୂର୍ବରୁ ପିଲା ଜନ୍ମ ହୁଏ ।

ଆହୁରି ମଧ୍ୟ ମହିଳା ଶ୍ରମିକମାନେ ପର୍ଯ୍ୟାପ୍ତ ଖାଦ୍ୟ ପାଆନ୍ତି ନାହିଁ । ଏହା ପଛରେ ଥାଏ ସେମାନଙ୍କର ଦାରିଦ୍ର୍ୟ ଏବଂ ପ୍ରଥମେ ପରିବାରକୁ ଖୁଆଇବା ଓ ଶେଷରେ ନିଜେ ଖାଇବାର ପରମ୍ପରା ଯୋଗୁଁ ଏହା ଅଧିକ ଗୁରୁତର ହୋଇଯାଏ । ଯଦିଓ ସେମାନଙ୍କ ପାଇଁ ଅଧିକ ଆବଶ୍ୟକ ଥାଏ, କିନ୍ତୁ ଗର୍ଭବତୀ ମହିଳାମାନେ କିଛି ଭଲ ଖାଇବାକୁ ପାଆନ୍ତି ନାହିଁ । ଯେହେତୁ ମହିଳାମାନେ କମ୍ ପୁଷ୍ଟି ପାଆନ୍ତି, ଏଥିଯୋଗୁଁ ସମୟ ପୂର୍ବରୁ ଜନ୍ମ ହୋଇଥିବା ପିଲା ବି ଖୁବ୍ କମ୍ ଓଜନର ହୋଇଥାଏ, ଯାହା ଫଳରେ ତାର ବଞ୍ଚିରହିବା କଷ୍ଟକର ହୋଇପଡ଼େ ।

ତେଣୁ ମହିଳା କୃଷି ଶ୍ରମିକମାନଙ୍କ କ୍ଷେତ୍ରରେ ବାରମ୍ବାର ଗର୍ଭଧାରଣ ଏବଂ ଉଚ୍ଚ ଶିଶୁ ମୃତ୍ୟୁ ହାର ହେଉଥିବା ଦେଖାଯାଏ । ଯାହା ଫଳରେ ସେମାନଙ୍କର ସ୍ଵାସ୍ଥ୍ୟାବସ୍ଥାକୁ ଅଧିକ ଖରାପ କରିଦିଏ । ଏମାନଙ୍କ ମଧ୍ୟରୁ ବହୁ ସଂଖ୍ୟାରେ ଗର୍ଭଧାରଣ ଏବଂ ପିଲା ଜନ୍ମ ସମୟରେ ପ୍ରାଣ ହରାନ୍ତି ।

PHOTO • P. Sainath

ଅନୁବାଦ: ଓଡ଼ିଶାଲାଇଭ୍

پی سائی ناتھ ’پیپلز آرکائیو آف رورل انڈیا‘ کے بانی ایڈیٹر ہیں۔ وہ کئی دہائیوں تک دیہی ہندوستان کے رپورٹر رہے اور Everybody Loves a Good Drought اور The Last Heroes: Foot Soldiers of Indian Freedom کے مصنف ہیں۔

کے ذریعہ دیگر اسٹوریز پی۔ سائی ناتھ
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

کے ذریعہ دیگر اسٹوریز OdishaLIVE